ଜୟ ନୀଳାଚଳ ନାଥ

ମନୀଷା ଦେବୀ ପାତ୍ର



ମନୀଷା ଦେବୀ ପାତ୍ର

ଜୟ ନୀଳାଚଳ ନାଥ ଗତି ମୁକତି
ଜୟ ଜୟ ପ୍ରଭୁ ତୁମେ ସମୁଦ୍ର କନ୍ୟା ପତି

ଆହେ କଳାକାର ତୁମେ ମାୟାବୀ ନାୟକ
ତୁମ ମାୟା ସାରା ଜଗତେ ବିଖ୍ୟାତ

ବଡପଣେ ବସିଅଛ ବଡ ଦେଉଳରେ
ବଡ ବୋଲି କହୁଅଛ ଶ୍ରୀକ୍ଷେତ୍ରରେ |

ମୁଁ ଗରିବ ଅକ୍ଷମ ଶୁଣ ହେ ଗୁହାରି
ସବୁ ପାପକୁ ମୋର କରିଦିଅ ପାରି

ଦାସିଆ ବାଉରୀ ଠାରୁ ନଡ଼ିଆ ନେଇଣ
ମୋ ପରି ଅଭାଗା କୁ ପରୀକ୍ଷା କରିଣ

ତୁମକୁ ଦେବା ପାଇଁ ନାହିଁ ମୋର ଧନ
ମୋ ମନ ଭକ୍ତିରେ ହୁଅ ପ୍ରସନ୍ନ |

ବୟସ କୁ ମୋର ଭରସା ନାହିଁ
ତୁମ ସେହି ଚକାଆଖିରେ ରଖିଥାଅ ଘଡେଇ

ତୁମର ଇଚ୍ଛା ପ୍ରଭୁ ଅସୀମ ଅପାର
କେତେ ଯୁଗେ କେତେ ରୂପ ମହିମା ତୁମ୍ଭର

ତୁମରି କୃପାରେ ରୋଗୀ ହୁଏ ସୁସ୍ଥ
ତୁମ ନାମ ଭୋଜି ଭୋଜି ମଣିଷ ହୁଏ ମୁକ୍ତି

ତୁମ ମହିମା ଗାନ କିପରି କରିବି
ମୋ ବାୟୁ ପ୍ରାଣ କୁ କରିଦିଅ ମୁକ୍ତି |
ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀ (ଓଡ଼ିଆ ବିଭାଗ), ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି, ଗଜପତି
୯୪୩୯୯୭୭୭୯୬


ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍‌ସ୍‌ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ୤

Go Back


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା