ଭଉଣୀ
ଅନୁରାଧା ମହାପାତ୍ର
ଅନୁରାଧା ମହାପାତ୍ର
ଭଉଣୀ...
ଯିଏ ମୋତେ ମା ପରି ସ୍ନେହ କରେ
ଅସରନ୍ତି ପ୍ରେମ ଅଜାଡ଼ି ଦିଏ
ଭଉଣୀ...
ଯିଏ ନିଜ ମନର ଅକୁହା କଥା ସବୁକୁ
ମୋ ଆଗରେ ପ୍ରକାଶ କରେ
ଭଉଣୀ...
ଯିଏ ନିଜେ ପୁରୁଣା ପୋଷାକ ପିନ୍ଧି
ମୋ ପାଇଁ ନୂଆ ଆଣିଦିଏ
ଭଉଣୀ...
ଯିଏ ସାଙ୍ଗ ପରି ମିଶେ
ସୁଖ ଦୁଃଖର ସାଥି ହୁଏ
ଭଉଣୀ...
ଯିଏ ନିଜ ପକେଟ ମନିରୁ
ମୋ ପାଇଁ ହଳେ ପାଉଁଜି କିଣି ଦିଏ
ଭଉଣୀ...
ଯିଏ ନିଜେ ଉପବାସ ରହି
ମୋତେ ତା ହାତରେ ଖୁଆଇ ଦିଏ
ଭଉଣୀ...
ଯିଏ ମୋ ପାଇଁ ବହି କିଣି
ମୋତେ ପାଠ ପଢ଼ି ସଫଳ ହେବାର ପ୍ରେରଣା ଦିଏ
ଠିକଣା:ଯାଜପୁର, ବୈତରଣୀ ରୋଡ଼
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା