ଜଗନ୍ନାଥ ତୁମେ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ଜଗନ୍ନାଥ ତୁମେ ସହାୟ ନ ହେଲେ
କା’ଠାରେ ଭରସା କରିବି?
ଏ ଭବ ସାଗର, ଦୁଃଖ ଦରିଆରେ
ତିଳ ତିଳ ହୋଇ ମରିବି
ଜଗନ୍ନାଥ ତୁମେ ସହାୟ ନ ହେଲେ ....
ଜଗନ୍ନାଥ....
ତୁମେ ପରା ପ୍ରଭୂ ଭକତ ବତ୍ସଳ
ମୋ’ଠାରେ ହେ ଦୟା କରିବ
ସକଳ ଜଗତ ମୁହଁ ମୋଡ଼ି ଦେଲେ
ତୁମେ ମୋର ହାତ ଧରିବ
ଜଗନ୍ନାଥ ତୁମେ ସହାୟ ନ ହେଲେ ....
ଜଗନ୍ନାଥ....
ତୁମକୁ ଭରସା କରି ମୁଁ ଚାଲିଛି
ଏକା କରିଦେବ ନାହିଁ ମୋତେ,
ସୁଖରେ ଦୁଃଖରେ ହସରେ କାନ୍ଦରେ
ସହାୟ ହେଉଥିବ ମୋତେ
ଜଗନ୍ନାଥ ତୁମେ ସହାୟ ନ ହେଲେ ....
ଜଗନ୍ନାଥ....
ସିନିୟର୍ ରେସିଡେଣ୍ଟ୍
ସମ୍ ହସ୍ପିଟାଲ୍, ଶୀତଳାପଲ୍ଲୀ, ଗଞ୍ଜାମ, ଓଡ଼ିଶା
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା