ପାଞ୍ଚଟି ମିନି ଗଳ୍ପ
ସୁଧାଂଶୁ ଶେଖର ଦ୍ବିବେଦୀ
ସୁଧାଂଶୁ ଶେଖର ଦ୍ବିବେଦୀ
।। ନିୟନ୍ତ୍ରିତ ।।
ସେ ଘରୁ ବାହାରିଯିବା କିଛିକ୍ଷଣ ଅନ୍ତରାଳେ ରାସ୍ତାରେ ଜଣେ ଅପରିଚିତଙ୍କ ସହ ଭେଟ ହେଲା ତାଙ୍କୁ ଜଣାଯାଉଥାଏ ଅପରିଚିତ ବ୍ୟକ୍ତି ଜଣକ କାନ୍ଦୁଛନ୍ତି ବୋଧେ ଅହରହ ଦୁଃଖ ସହି ସହି ତାଙ୍କ ମୁଖର ଆକୃତି ଏମିତି ହୋଇଯାଇଛି
ଦୁହେଁ ସମାନ୍ତରାଳ ଅବସ୍ଥାରେ ନିଜ ନିଜ ରାସ୍ତାରେ ଚାଲିଥାନ୍ତି ତେଣୁ ତାଙ୍କୁ ଅପରିଚିତ ବ୍ୟକ୍ତିଙ୍କ ଚେହେରା ଦେଖିବାକୁ ସମ୍ଭବ ହେଉଥାଏ କିଛି ସମୟ ପରେ ସେ ଚମକି ଉଠିଲେ ଅପରିଚିତ ବ୍ୟକ୍ତି ନିଜ ମୁଖମଣ୍ଡଳକୁ ନିୟନ୍ତ୍ରିତ କରି ରଖିଛନ୍ତି ରାସ୍ତାରେ ଯାଉଥିବା ଲୋକମାନେ ଏକଲୟରେ ତାଙ୍କ ଚେହେରାକୁ ଦେଖୁଥାଆନ୍ତି ସେତେବେଳେ ତାଙ୍କ ପାଇଁ ଗୋଟେ ଆଇନା ନିହାତି ଆବଶ୍ୟକ ହେଉଥାଏ
।। ଅନୁରାଗ ।।
ଆକାଶରେ ବିଜୁଳିର ଚଟାକ୍ ଚଟାକ୍ ଶବ୍ଦରେ ମନୁ ମିଆଁର ଆଖି ଖୋଲିଗଲା ଆଖି ମଳି ଦେଖିଲା ତା' ବେଗମ୍ ବିଛଣାରେ ନାହିଁ ପୁଣି ମନେ ମନେ ଭାଳିହେଲା-ଏଇଠି କୋଉଠି ଥିବ, ଆସିଯିବ କିଛି ସମୟ ପ୍ରତୀକ୍ଷା କଲା ବେକ ସଳଖି ଏପଟ ସେପଟ ଦେଖିଲା ମନକୁ ତା'ର ପାପ ଛୁଇଁଲା ବିଛଣାରୁ ଉଠି ଦାଣ୍ଡ, ବାରଣ୍ଡା, ରୋଷେଇ ଘର ଆଦି ଖୋଜିଲା କିଛି ବି ସୁରାକ୍ ପାଇଲା ନାହିଁ ବଡ଼ପୁଅର କବାଟ ଖଟ୍ ଖଟ୍ କଲା ପୁଅ ବୋହୂ କବାଟ ଖୋଲିଲେ
ଏତେ ରାତିରେ ତୋ ଅମ୍ମି କୁଆଡେ ପଳାଇଯାଇଛି ମନୁ ମିଆଁ କାନ୍ଦୁଣୁ ମାନ୍ଦୁଣୁ ହେଉଥାଏ
ଓ-ହୋ ଅବୁ! ପୁଅ ସନ୍ତାପିତ ଅବସ୍ଥାରେ ନିଜ ମୁଣ୍ଡକୁ ଚାପିଧରି କହିଲା -ଅମ୍ମି ଆଲ୍ଲାଙ୍କ ନିକଟକୁ ଚାଲିଯାଇଛି ଆଉ ସେ ଫେରିବ ନାହିଁ
ଚିନ୍ତିତ ହୋଇ ବୋହୂ କୋମଳ କଣ୍ଠରେ କହିଲା, “ଅବୁ! ଏଇ ଗୋଟେ ମାସରେ ତୁମେ ତିନି ତିନି ଥର ଅମ୍ମିକୁ ଖୋଜିଲଣି ଯିଏ ଥରେ ଆକାଶରେ ମିଶିଯାଇଛି ସେ କଣ କେବେ ଫେରିଆସିବ?
ପୁଅ ମନୁ ମିଆଁର ହାତ ଧରି ବିଛଣା ନିକଟକୁ ନେଇ ଶୋଇଦେଲା
ମନୁ ମିଆଁ ଆଖି ଡୋଳାକୁ ଘୁରେଇ କଣ ଭାବୁଥାଏ କେଜାଣି ବାହାରେ ବର୍ଷା ଝର୍ ଝର୍ ହୋଇ ଝରୁଥାଏ ହଠାତ୍ ସେ କଡ ଲେଉଟାଇ ବେଗମ୍ ର ବିଛଣାକୁ ବହୁ ସମୟ ଯାଏ ଚାହିଁରହିଲା
।। ଭିଡ ।।
ସୂର୍ଯ୍ୟ ଅସ୍ତ ଯିବାକୁ ତରତର ହେଉଥାନ୍ତି ଭିଡ଼ର ପ୍ରତିନିଧତ୍ୱ ଚାରି ପାଞ୍ଚ ଜଣ ବଦମାସ୍ କରୁଥାନ୍ତି ସମସ୍ତେ ରାଗରେ ୫ମ ସ୍କେଲ ଯାଏ ପହଞ୍ଚି ସାରିଥାନ୍ତି ଘର ମାଲିକ ନିକଟରେ ଠେଙ୍ଗା କି ଅନ୍ୟ କିଛି ସୁରକ୍ଷା ଅସ୍ତ୍ର ନଥାଏ ଏତେ ଜୋର ପାଟିତୁଣ୍ଡ ହେଉଥାଏ ଯେମିତି ସେମାନେ ଏଇକ୍ଷଣି କିଛି ବି କରିଦେବେ
ପାଟିତୁଣ୍ଡରୁ ଭିଡ଼ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସାରିଥାଏ ଭିଡକୁ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ ଉତ୍ତେଜିତ ଅବସ୍ଥାରେ ଆଙ୍ଗୁଳି ଦେଖାଇ କହି ଉଠିଲା-ଏଇଟା ତା' ଘର ନୁହେଁ ଯଦି ତା' ଘର ତାହେଲେ ପଟା ପାଉତି ଦେଖଉ
ଘରର ପୁରୁଣା କାଠ କବାଟ ଖୋଲିଗଲା ହୋ ହୋ ହାଲ୍ଲା କରି ଭିଡ଼ ଘର ଭିତରକୁ ପଶିଗଲା ଅଳ୍ପ ସମୟ ମଧ୍ୟରେ ସେମାନେ ଗୋଟେ ପରେ ଗୋଟେ ଘରର ଯାବତୀୟ ଜିନିଷକୁ ଭଙ୍ଗା-ଭଙ୍ଗି, ଫୋପଡା ଫୋପଡ଼ି କରିବା ଆରମ୍ଭ କରିଦେଲେ ଘରଟି ଏକରକମ ସିନେମା ହଲରେ ଦର୍ଶକଙ୍କ ଭିଡ଼ ଭଳି କୋଳାହଳ ମୟ ହୋଇ ଉଠିଲା ବିକଳ ଚିତ୍କାର ସହିତ ଆକୁଳ ଡାକରା ଅଦୂରକୁ ଶୁଭୁଥାଏ ମା' ଖୀର ପିଉଥିବା ଅବୋଧ ଶିଶୁ ଖଟିଆ ଉପରେ ଶୋଇ ରାହା ଧରି କାନ୍ଦୁଥାଏ ଭିଡର ପରିସମାପ୍ତି ପରେ ବୋଧହୁଏ ସେଇ ଅବୋଧ ଶିଶୁଟି ବଞ୍ଚି ଯାଇଥିଲା
।। ପ୍ରତିକ୍ରିୟା ।।
କେତେ ମିନିଟ୍ ବିତିଗଲାଣି ଅଥଚ ଭିକାରୀଟା ପାଣି ନଳକୁ ଆବୋରି ରଖିଛି ଏଇଟା ମଣିଷ ନା ପଶୁ? ସେଇ ବେଳୁ ହାତ ମୁହଁ ଧୋଉଛି ଯେ ଧୋଉଛି ଚଳୁରେ ପାଣି ଧରି ମୁଣ୍ଡରେ ଥାପୁଛି ଆଞ୍ଜୁଳା ଭର୍ତ୍ତି ପାଣି ଆଣି ଗୋଡ଼ ଧୋଉଛି ଏହା ଅନ୍ୟ କାହାପାଇଁ ଅଜବ ନୁହେଁ କି?
ଆପଣଙ୍କ ପାଇଁ ଅଜବ ହୋଇପାରେ ହେଲେ ତା'ପାଇଁ ନୁହେଁ
ପବ୍ଲିକ୍ ପ୍ଲେସ୍ ରେ ସେ ଏମିତି କାହିଁକି କରିବ? ଏବେ ଦେଖ! ଗାମୁଛା ଓଦା କରି ତଳେ ମେଲେଇ ଛିଡା ହୋଇଛି
ଆରେ ସେ ତ ଗୋଟେ କୋଣରେ ଛିଡା ହୋଇଛି ଏଥିରେ ଆପଣଙ୍କର କଣ ଅସୁବିଧା ହେଉଛି?
ଯାହାବି ହେଉ ମୁଁ ଏସବୁ ପସନ୍ଦ କରେନା
ତା’ହେଲେ ଏବେ ଆପଣ କଣ କରିବେ କହୁଛନ୍ତି?
ଯଦି ତା' ପାଇଁ ସବୁକିଛି ସୁବିଧା ଅଛି ତାହେଲେ ମୁଁ କାହିଁକି ପଛକୁ ହଟିବି? ଏହା କହି ସେ କୁର୍ତ୍ତା ପକେଟ୍ ରୁ ରୁମାଲ ବାହାର କରି ପାଣି ନଳରେ ଧୋଇଲେ ମୁହଁ ହାତ ୧୦ ମିନିଟ୍ ଯାଏ ଘଷି ମାଜି ହେଲେ ଆଞ୍ଜୁଳା ଭର୍ତ୍ତି ପାଣି ଆଣି ଗୋଡ଼ ଧୋଇଲେ କ୍ରିୟାର ପ୍ରତିକ୍ରିୟାରେ ମଗ୍ନ ମଣିଷ ଆଜି ସତରେ କେତେ ଯେ ଭାବକୁ ଅଭାବ ତାହା କଳ୍ପନା କରି ହେଉନାହିଁ
।। ଇଞ୍ଜେକସନ୍ ।।
ରାଧୁ ପୁଣି ସାପ୍ତାହିକ ହାଟରୁ ନିରାଶ ହୋଇ ଫେରିଲା ସେ ଯେତେ ଆଶା କରିଥିଲା ତା'ଠାରୁ ବହୁତ କମ୍ ଦାମ୍ ରେ ପରିବା ବିକ୍ରି କରିଛି ହାଟରୁ ଫେରି ଚୁପ୍ ଚାପ୍ ଖଟିଆ ଉପରେ ପଡ଼ିରହିଲା ପତ୍ନୀ ଆସି ପଚାରିବାରୁ କହିଲା-ବଡ଼ କଷ୍ଟରେ ମାଟି ତାଡି ମଞ୍ଜି ପୋତି ସାର ଖତ ଦେଇ ଫସଲ କରୁଛି ଅଥଚ ପରିଶ୍ରମର କିଛି ବି ମୂଲ୍ୟ ମିଳୁନାହିଁ
ଗୋପୀର ତ ବହୁତ ଲାଭ ହେଉଛି କାଲି ସେବତୀକୁ ହଳେ ପାଉଁଜି କିଣି ଦେଇଛି ରାଧୁର ସ୍ତ୍ରୀ ଉତ୍ସାହିତ ମନରେ ବଖାଣିଲା
ଗୋପୀ ସହରରୁ କି ପ୍ରକାର ଗୋଟେ ଇଞ୍ଜେକସନ୍ ଆଣିଛି ଯେ ତାକୁ ଗଛରେ ଦେଲେ ପନି ପରିବାର ଓଜନ କିଲେ ଦୁଇ କିଲୋ ବଢି ଯାଉଛି ସେଥିପାଇଁ ତା'ର ପ୍ରଚୁର ଲାଭ ହେଉଛି
ତୁମେ ବି ସେଇୟା କରୁନ! ଗୋପୀକୁ ପଚାରି ସହରରୁ ଇଂଜେକସନ୍ ନେଇଆସ ଦେଖିବ ଆମର ବି ବହୁତ ଲାଭ ହେବ
ପାଖରେ ବସିଥିବା ୫ ବର୍ଷର ପୁଅ ରବି କହିଲା-ବାପା! ମା' ନା ସତ କହୁଛି ସହରକୁ ଯାଇ ଦୁଇଟି ଇଞ୍ଜେକସନ୍ ନେଇଆସିବ ଗୋଟେ ପରିବା ଗଛରେ ଆଉ ଗୋଟେ ମୋତେ ଲଗେଇଦେବ ଦେଖିବ ମୁଁ ଖୁବ୍ ଶୀଘ୍ର ବଡ଼ ହେଇଯିବି ତୁମକୁ କାମ କରିବାରେ ସାହାଯ୍ୟ କରିବି
ବିସି-୭୪,ସଲ୍ଟ ଲେକ୍,କୋଲକତା-୬୪
ମୋ-୯୬୮୧୩୭୩୫୧୨
ଆପଣ ଏହି ଲେଖାକୁ ଫେସବୁକ୍, ହ୍ବାଟ୍ସ୍ଆପ୍, ଟ୍ବିଟର୍ ଭଳି ମାଧ୍ୟମରେ ଶେୟାର୍ କରି ପାରିବେ
Go Backଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା