May 2026

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

May 2026 ସଂସ୍କରଣ


ଆହ୍ବାନ ଇ-ପତ୍ରିକା


ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସମସ୍ତ ଶ୍ରଦ୍ଧେୟ ଶୁଭେଚ୍ଛୁ, ପାଠିକା, ପାଠକ ଓ ସାହିତ୍ୟିକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା୤ ଆହ୍ବାନ ଇ-ପତ୍ରିକାର ମଇ ୨୦୨୬ ସଂସ୍କରଣ ବର୍ତ୍ତମାନ ଆପଣଙ୍କ ପାଇଁ ପ୍ରକାଶିତ୤ ଡାଉନଲୋଡ୍ କରନ୍ତୁ କିମ୍ବା ଆଲେଖ୍ୟ ଗୁଡ଼ିକୁ ପଢ଼ନ୍ତୁ ତଥା ନିଜ ବନ୍ଧୁମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ ୤


ବର୍ଷ ୨୦୦୬, ଫେବୃଆରୀ ମାସ, ସରସ୍ବତୀ ପୂଜା ଦିନଠାରୁ ଆରମ୍ଭ ହୋଇଥିବା "ଆହ୍ବାନ ଇ-ପତ୍ରିକା" ଅଦ୍ୟବଧି ଏକୋଇଶି ବର୍ଷରେ ପଦାର୍ପଣ କରିଛି୤ ପ୍ରତ୍ୟେକ ମାସରେ ସଂପୂର୍ଣ୍ଣ ଓଡ଼ିଆ ଭାଷାରେ ସୁଖଦ, ସାବଲୀଳ, ସରଳ, ବୋଧଗମ୍ୟ ଭାଷାରେ ଅନେକ ଗଳ୍ପ, ପ୍ରବନ୍ଧ, କବିତା ଇତ୍ୟାଦିର ସମାହାରକୁ ନେଇ ପ୍ରକାଶିତ ହେଉଛି ଆହ୍ବାନ ଇ-ପତ୍ରିକା୤

ଆପଣ ବି ଚାହିଁଲେ ନିଜ ଲିଖିତ କୃତିକୁ ଏହି ଇ-ପତ୍ରିକାରେ ପ୍ରକାଶିତ କରି ପାରିବେ୤ ନିର୍ଭୂଲ ଭାବରେ ଓଡ଼ିଆ ଭାଷାରେ ନିଜ ଆଲେଖ୍ୟକୁ ଟାଇପ୍ କରି ଆମ ନିକଟକୁ ଏମଏସ ୱାର୍ଡ୍ ଫାଇଲ୍ ଦ୍ବାରା, ନିଜର ଗୋଟିଏ ପାସପୋର୍ଟ୍ ଆକାରର ଛବି ଏବଂ ଠିକଣା ସହ ଇମେଲ୍ ମାଧ୍ୟମରେ (aahwaan@gmail.com) ପ୍ରେରଣ କରିବେ୤ ପ୍ରତ୍ୟେକ ମାସର ତିନି ତାରିଖ ସୁଦ୍ଧା ଆପଣଙ୍କ ଲେଖା ଆମ ନିକଟରେ ପହଞ୍ଚିବା ଆବଶ୍ୟକ୤





ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା