ଆହ୍ବାନ ଇ-ପତ୍ରିକା ସହାୟତା ପୃଷ୍ଠା


ଆହ୍ବାନ ବାବଦରେ ଯାହା ଆପଣ ଜାଣିବାକୁ ଚାହୁଁଛନ୍ତି


ପ୍ର : ଇ-ପତ୍ରିକାର ଅର୍ଥ କଣ ?
ଉ : ଏହା ଅନ୍ୟ ଯେ କୌଣସି ପତ୍ରପତ୍ରିକା ପରି ଏକ ପତ୍ରିକା, କିନ୍ତୁ ଏହା କେବଳ ଅନ୍‌ଲାଇନ୍ ହିଁ ଦେଖିହୁଏ ବା ପଢ଼ିହୁଏ୤ ଏହା କୌଣସି କାଗଜରେ ମୁଦ୍ରଣ ହେଉଥିବା ପତ୍ରିକା ନାହିଁ୤

ପ୍ର : ଇ-ପତ୍ରିକା ଦ୍ବାରା ଲାଭ କଣ ?
ଉ : ଆଜିକାଲିର ଯୁଗ ସୂଚନା ଓ ପ୍ରଦ୍ୟୋଗିକୀର ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ୤ ଆପଣ ଧରୁଥିବା ମୋବାଇଲ୍ ଫୋନ୍ ଯେ କେତେ ଶକ୍ତିଶାଳୀ ତାହା ଆମେ ଆପଣଙ୍କୁ କହିବା ଆବଶ୍ୟକ ନାହିଁ୤ ନିଜ ମୋବାଇଲ୍ ଫୋନରେ ଆପଣ ନିଜର ଇମେଲ୍ ଚେକ୍ କରୁଛନ୍ତି, ଫେସବୁକ, ହ୍ବାଟ୍‌ସଆପ୍, ଟ୍ବିଟର୍ ଆଦି ସବୁ କିଛି କରି ପାରୁଛନ୍ତି୤ କହିବା ଅନାବଶ୍ୟକ ଆମେ ଦିନର ଅଧିକାଂଶ ସମୟ ଅନଲାଇନ୍ ରହି ବିତାଇ ଦେଉଛୁ୤ ପତ୍ରପତ୍ରିକା କିଣି ପଢ଼ିବା ପାଇଁ ସମୟ ଓ ଧୈର୍ଯ୍ୟର ଘୋର ଅଭାବ ଦେଖା ଦେଲାଣି୤ ସେଇଥି ପାଇଁ ଇ-ପତ୍ରିକା ହେଉଛି ଶ୍ରେଷ୍ଠ ବିକଳ୍ପ୤ ଆପଣ ଯେ କୌଣସି ସମୟରେ ନିଜ ମୋବାଇଲ୍ ବା କମ୍ପ୍ୟୁଟରରେ ବସି ଏହି ପତ୍ରିକାକୁ ପଢ଼ିପାରିବେ୤ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି, ଏହି ପତ୍ରିକା ସମ୍ପୂର୍ଣ୍ଣ ନିଃଶୁଳ୍କ ବା ମାଗଣାରେ ପାଇ ପାରିବେ୤

ପ୍ର : ଆପଣ ଏହି ପତ୍ରିକାକୁ ମାଗଣାରେ ଦେଉଛନ୍ତି କାହିଁକି ?
ଉ : କାରଣ ଆନନ୍ଦ ଦେଉଥିବା ସମସ୍ତ ପଦାର୍ଥ ଦୁର୍ମୂଲ୍ୟ ବୋଲି ଆମେ ମନେ କରୁ୤ କୌଣସି ପଦାର୍ଥ, ଦ୍ରବ୍ୟ ବା ସେବା କିଣିବା ଦ୍ବାରା ତା’ର ମୂଲ୍ୟ କମ ହୋଇଯାଏ, ଭାଷା ଓ ସାହିତ୍ୟ ଅମୂଲ୍ୟ ତେଣୁ ଏହିପରି ପଦାର୍ଥକୁ ଆମେ ନିଃଶୁଳ୍କ ବିତରଣ କରୁଛୁ, ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ଆମ ଭାଷା ସାହିତ୍ୟ ସହ ଜଡ଼ିତ ହେବେ୤

ବିଶେଷ କରି ଓଡ଼ିଶାରେ ଲୋକମାନେ ଟଙ୍କା ଖର୍ଚ୍ଚ କରି ପତ୍ରିକା କିଣିବାକୁ ଇଚ୍ଛା ପ୍ରକାଶ କରନ୍ତିନାହିଁ, ଆଉ ଯେଉଁମାନେ ଓଡ଼ିଶା ବାହାରେ ରହିଲେ ସେମାନେ ଟଙ୍କା ଦେଲେ ମଧ୍ୟ ଓଡ଼ିଆ ପତ୍ରିକାଟିଏ ପାଇ ପାରିବେ ନାହିଁ, ତେଣୁ ଆମେ ଆମ ଏହି ପତ୍ରିକାକୁ ମାଗଣାରେ ବିତରଣ କରୁଛୁ୤

ପ୍ର : ମୁଁ ଆହ୍ବାନ ଇ-ପତ୍ରିକା ପଢ଼ିବି କେମିତି ?
ଉ : ଉପରେ ଦିଆଯାଇଥିବା ସୂଚୀରେ ସଂଗ୍ରହାଳୟ ସ୍ଥାନରେ କ୍ଲିକ୍ କରିଲେ ଆପଣ ଆମ ପତ୍ରିକାର ସମସ୍ତ ସଂସ୍କରଣ ଦେଖିପାରିବେ୤ ଆପଣ ଯେଉଁ ସଂସ୍କରଣ ପଢ଼ିବାକୁ ଚାହାନ୍ତି ତାହାକୁ ନିଜ ମୋବାଇଲ୍ ବା କମ୍ପ୍ୟୁଟରକୁ ଡାଉନ୍‌ଲୋଡ୍ କରିନେଇ ପାରିବେ୤ ଥରେ ଡାଉନ୍‌ଲୋଡ୍ କରିବା ପରେ ଆପଣ ନିଜ ଇଚ୍ଛାରେ ନିଜ ଖାଲି ସମୟରେ ବସି ଏହି ପତ୍ରିକାର ଆନନ୍ଦ ନେଇ ପାରିବେ୤

ପତ୍ରିକାଟି ପିଡ଼ିଏଫ୍ ଫର୍ମାଟରେ ଆସେ, ତେଣୁ ଆପଣଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ରେ ପିଡ଼ିଏଫ୍ ରିଡ଼ର୍ ରହିଥିବା ଆବଶ୍ୟକ୤

ପ୍ର : ମୁଁ ବି ଲେଖାଲେଖି କରେ, ମୋ ଲେଖା ଆହ୍ବାନରେ ଆସିବ କି ?
ଉ : ନିଶ୍ଚୟ୤ ଯଦି ଆପଣ ଓଡ଼ିଆରେ ଲେଖାଲେଖି କରୁଥାନ୍ତି ଏବଂ ଲେଖା ଗୁଡ଼ିକ ସମସ୍ତଙ୍କ ପଠନଯୋଗ୍ୟ ହୋଇଥିବ, ତା’ହେଲେ ଆମେ ନିଶ୍ଚୟ ସେଇ ସବୁ ଲେଖା ଆମ ଇ-ପତ୍ରିକାରେ ପ୍ରକାଶିତ କରିବୁ୤

ପ୍ର : ମୁଁ ଲେଖା ପଠାଇବି କେମିତି ?
ଉ : ଆପଣ ଲେଖା ପଠାଇବାପାଇଁ ଇମେଲ୍ (aahwaan@gmail.com) ବ୍ୟବହାର କରିପାରିବେ, କିମ୍ବା ଡାକ ଦ୍ବାରା ପଠାଇ ପାରିବେ୤ ଆମ ଡାକଠିକଣା ନିମ୍ନରେ ଦିଆଯାଇଛି ;

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା
ବୀମା ନଗର, ଦ୍ବିତୀୟ ଗଳି
ବ୍ରହ୍ମପୁର, ଓଡ଼ିଶା
ପିନ୍ : ୭୬୦୦୧୦

ହ୍ବାଟ୍‌ସାପ୍ ଦ୍ବାରା ପ୍ରେରିତ ଲେଖା ଆହ୍ବାନ ଇ-ପତ୍ରିକା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ୤ ତେଣୁ ଦୟାକରି କେବଳ ଇମେଲ୍ ଦ୍ବାରା କିମ୍ବା ପତ୍ର ଦ୍ବାରା ହିଁ ଲେଖା ପଠାନ୍ତୁ୤ ଧନ୍ୟବାଦ

ପ୍ର : ଲେଖା ପଠାଇବାର ଶେଷ ତାରିଖ କେବେ ?
ଉ : ଆହ୍ବାନ ଇ-ପତ୍ରିକା ପାଇଁ ଲେଖା ପଠାଇବାର ଶେଷ ତାରିଖ ପ୍ରତ୍ୟେକ ମାସର ୩ ତାରିଖ୤ ଆହ୍ବାନ ଇ-ପତ୍ରିକା ପ୍ରତ୍ୟେକ ମାସରେ ପ୍ରକାଶିତ ହୁଏ, ତେଣୁ ଯେଉଁ ବନ୍ଧୁମାନଙ୍କ ଲେଖା ଆମକୁ ମିଳିଥାଏ, ଆମେ ସେ ସବୁ ଲେଖାକୁ ଆଗାମୀ ସଂସ୍କରଣରେ ସ୍ଥାନ ଦେଉ, ଯଦି କାହାର ଲେଖା ପ୍ରକାଶିତ ହୋଇପାରିଲା ନାହିଁ, ତା ହେଲେ ତାହା ପରବର୍ତ୍ତୀ ସଂସ୍କରଣରେ ସ୍ଥାନ ପାଇବ୤

ପ୍ର : ଆହ୍ବାନ ଇ-ପତ୍ରିକା କେବେ ପ୍ରକାଶିତ ହୁଏ ?
ଉ : ପ୍ରତ୍ୟେକ ମାସର ଦଶ ତାରିଖ ସୁଦ୍ଧା ଆହ୍ବାନ ଇ-ପତ୍ରିକା ଆମ ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଯାଏ୤ ବିଶେଷ ଉତ୍ସବ କିମ୍ବା ପର୍ବପର୍ବାଣୀ ଥିଲେ ବେଳେ ବେଳେ ଏହା ବିଳମ୍ବରେ ମଧ୍ୟ ପ୍ରକାଶିତ ହୋଇଥାଏ୤

ପ୍ର : ମୋତେ ଆହ୍ବାନ ଭଲ ଲାଗିଲା, ମୁଁ କିଛି ସହାୟତା କରିପାରେକି ?
ଉ : ଧନ୍ୟବାଦ୤ ନିଶ୍ଚୟ ଭାବରେ ଆପଣ ଆମର ଏହି ଆନ୍ଦୋଳନରେ ସାମିଲ ହୋଇପାରିବେ ଏବଂ ଏହି ପତ୍ରିକାକୁ ଅଧିକରୁ ଅଧିକ ପାଠକ ଏବଂ ଲେଖକ ମାନଙ୍କ ନିକଟରେ ପହଞ୍ଚାଇବାରେ ସହାୟତା କରିପାରିବେ୤ ନିଜ ବନ୍ଧୁମାନଙ୍କୁ ଆପଣ ଆହ୍ବାନ ବିଷୟରେ ଜଣାଇବେ ଏବଂ ସୋସିଆଲ୍ ନେଟ୍‌ୱର୍କରେ ଏହି ପତ୍ରିକା ବିଷୟରେ ଚର୍ଚ୍ଚା ଆୟୋଜନ କରିପାରିବେ୤

ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ଆମ ଯୋଗାଯୋଗ ପୃଷ୍ଠାରେ ଆସି ଇମେଲ୍ କରନ୍ତୁ, ହ୍ବାଟ୍‌ସଆପ୍ କରନ୍ତୁ କିମ୍ବା ଫୋନ୍ କରନ୍ତୁ୤

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤