ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ବିଗତ ଦିନରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସାମ ରାଜ୍ୟରେ ହୋଇଥିବା ଏନ୍ଆର୍ସି କାର୍ଯ୍ୟକ୍ରମରେ ଅନ୍ୟୁନ ଚାଳିଶି ଲକ୍ଷ ବାସିନ୍ଦା ଅନଧିକୃତ ଭାବରେ ଆସାମରେ ରହି ଆସୁଥିବା କଥା ଜଣାପଡ଼ିବାପରେ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି ପ୍ରଥମତଃ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦର୍ଶାଇ କହିଛନ୍ତି ଯେ ଯଦି ସେହି ଚାଳିଶି ଲକ୍ଷ ଲୋକଙ୍କୁ ବିତାଡ଼ିତ କରାଯାଏ ତେବେ ଦେଶରେ ଗୃହଯୁଦ୍ଧର ଆଶଂକା ରହିଛି ଏହା କୌଣସି ଛୋଟ କଥା ନୁହେଁ ଚାଳିଶି ଲକ୍ଷ ଅନୁପ୍ରବେଶକାରୀ ଏକ ଛୋଟ ସଂଖ୍ୟା ବି ନୁହେଁ ଚିନ୍ତା କରି ଦେଖନ୍ତୁ ସେହି ଚାଳିଶି ଲକ୍ଷ ଲୋକ ଭାରତରେ ଅନଧିକୃତ ଭାବରେ ପ୍ରବେଶ କରିବା ସହ ଆମ ସରକାରଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ଅନାୟାସରେ ବ୍ୟବହାର କରି ଆସୁଛନ୍ତି ଏବଂ ସେମାନେ ସେଠାକାର ନାଗରିକ ମାନଙ୍କ ମଧ୍ୟରେ ଏମିତି ଭାବରେ ମିଶି ଯାଇଛନ୍ତି ଯେ ସେମାନଙ୍କୁ ଠାବ କରିବା ଏକ କଷ୍ଟକର ବ୍ୟାପାର ଥିଲା ହେଲେ ଏ ସମସ୍ୟା ଆଜିର ନୁହେଁ ବିଂଶ ଶତାବ୍ଦୀର ଶେଷାର୍ଦ୍ଧରୁ ହିଁ ଭାରତ ସଂଲଗ୍ନ ବଙ୍ଗଳାଦେଶରୁ ସେଠାକାର ବାସିନ୍ଦାମାନେ ଅଧିକ ସୁବିଧା ସୁଯୋଗର ଆଶାନେଇ ସୀମାରେ ଅନୁପ୍ରବେଶ କରି ଆସୁଛନ୍ତି ଆସାମ ସମେତ ପ୍ରାୟ ସମସ୍ତ ଉତ୍ତରପୂର୍ବ ରାଜ୍ୟରେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଭାଗ୍ୟର କଥା ଏହି ବିଷୟ ଆମ ସରକାରମାନେ ବିଗତ ସତୁରୀ ଦଶକରୁ ଜାଣିବା ସତ୍ତ୍ବେ କୌଣସି ସରକାର ସେମାନଙ୍କୁ ଦେଶରୁ ବାହାର କରିବା ଭଳି କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି ଏପରି କାହିଁକି ହୋଇଛି ତାହା ବୁଝିବା ଅସମ୍ଭବ ବି ନୁହେଁ
ପ୍ରଥମତଃ ଅନୁପ୍ରବେଶକାରୀମାନେ ଅଧିକାଂଶ ମୁସଲମାନ ଧର୍ମାବଲମ୍ବୀ ଏବଂ ଆମ ଦେଶର ପ୍ରତିଷ୍ଠାପର ଠାରୁ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି ହେତୁ କେହି ବି ସେମାନଙ୍କୁ ଛୁଇଁ ନାହାନ୍ତି କାରଣ ମୁସଲମାନ୍ ମାନଙ୍କୁ ଆଜିପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ନିଜର ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରି ଆସିଛନ୍ତି ଧାର୍ମିକ ସ୍ବାବଲମ୍ବନଶୀଳ ଏବଂ ସ୍ବାଧୀନତା ନାଁରେ ସେମାନଙ୍କ ସମସ୍ତ ବିଶ୍ବାସ ଓ ଅନ୍ଧବିଶ୍ବାସକୁ କେହି ବଦଳାଇବାକୁ ଚେଷ୍ଟା କରିନଥିଲେ ତିନି ତଲାଖ, ହଲାଲା ଆଦି ପ୍ରଥା ଅନାଦି କାଳରୁ ଚାଲି ଆସୁଥିଲେ ସୁଦ୍ଧା କେହି ତାହା ବନ୍ଦ କରିବା ଭଳି ସାହାସ ଦେଖାଇନଥିଲେ ମୁସଲମାନ ମହିଳାମାନେ ଏଥିପାଇଁ ଅକଥନୀୟ ଅତ୍ୟାଚାରର ଶୀକାର ହେଉଥିବା ପରିପ୍ରେକ୍ଷୀରେ ସାଂପ୍ରତିକ କେନ୍ଦ୍ର ସରକାର ଦୃଢ଼ ଭାବରେ ଏହି ସବୁ ପ୍ରଥାକୁ ବିରୋଧ କରି ସୁପ୍ରିମ କୋର୍ଟ୍ ପର୍ଯ୍ୟନ୍ତ ଯିବା ଅନେକଙ୍କୁ ଦୁଃଖିତ କରିଥିଲା ଏବଂ ଏହାକୁ ସେମାନେ କେନ୍ଦ୍ର ସରକାରଙ୍କ ମୁସଲମାନ ବିଦ୍ବେଷ ନୀତି ବୋଲି ଜଣାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ, କିନ୍ତୁ ଆଜିର ଯୁଗରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାର ହେତୁ ସମସ୍ତେ ଏହି ସବୁ ବିଷୟରେ ଜାଣିବାକୁ ପାଇଲେ
ବର୍ତ୍ତମାନ ଆସିବା ଅନଧିକୃତ ଅନୁପ୍ରବେଶକାରୀ ସମସ୍ୟା ଉପରେ ଅନୁପ୍ରବେଶକାରୀମାନେ ସ୍ଥାନୀୟ ଅଧିବାସୀଙ୍କ ପାଇଁ ପ୍ରଜୂଜ୍ୟ ସମସ୍ତ ସୁବିଧା ସୁଯୋଗରେ ଭାଗିଦାର ହେବା ଦ୍ବାରା ଦେଶର ସମ୍ବଳ ପର୍ଯ୍ୟାପ୍ତ ହେବନାହିଁ ଏହା ବାସ୍ତବିକ ଚିନ୍ତାର ବିଷୟ ଚାଳିଶି ଲକ୍ଷ କେବଳ ଆସାମରେ ଅଛନ୍ତି ମନେ କରନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଦୈନିକ ଜୀବିକାଖର୍ଚ୍ଚ ଅନ୍ୟୁନ ପଚାଶଟଙ୍କା ହେଲେ ଏହି ସବୁ ଲୋକଙ୍କ ପାଇଁ ଦୈନିକ ଦୁଇକୋଟି ଓ ମାସକୁ ଷାଠିଏ କୋଟି ଟଙ୍କା ଖର୍ଚ୍ଚ ହେଉଛି ବର୍ଷକୁ ସାତଶହ କୋଟି ଟଙ୍କାର ସମ୍ବଳ ସେମାନେ ବ୍ୟବହାର କରୁଛନ୍ତି ସତୁରି ଦଶକରୁ ସେମାନେ ଏଠାରେ ଅଛନ୍ତି, ଏହାର ଅର୍ଥ ବିଗତ ଚାଳିଶି ବର୍ଷରେ ସେମାନେ ଅନ୍ୟୁନ ତିନିହଜାର କୋଟିରୁ ଅଧିକ ସମ୍ବଳ ବ୍ୟବହାର କରିଛନ୍ତି ଏହା ଏକ ସାମାନ୍ୟ ଆକଳନ ମାତ୍ର, ପ୍ରକୃତ ଖର୍ଚ୍ଚ ଏହାଠାରୁ ଢେର୍ ଅଧିକ ହୋଇଥିବ ଏଥିରେ ଦ୍ବିମତ ନାହିଁ ଏହି ସମସ୍ତ ଅର୍ଥ ଆମ ଦେଶର ଜନତାଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଥାନ୍ତା
ଦ୍ବିତୀୟତଃ ଅନେକ ମତ ଦିଅନ୍ତି ଯେ ଦେଶ ଭିତରେ ବି ତ ଭିନ୍ନ ରାଜ୍ୟରୁ ଲୋକମାନେ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଏବଂ ସେଠାକାର ଲୋକଙ୍କ ଜୀବିକା ଛଡ଼ାଇ ନେଉଛନ୍ତି ଆମ ଦେଶର ଲୋକମାନେ ବିଦେଶ ବି ଯାଉଛନ୍ତି ସେମାନଙ୍କୁ ତ କେହି ବାହାରି ଯିବାକୁ ବାଧ୍ୟ କରୁନାହିଁ ଏହି କ୍ଷେତ୍ରରେ ଆମେ କେବଳ ବୁଝିବାକୁ ହେବ ଯେ ବିଦେଶ ଯାଉଥିବା ବ୍ୟକ୍ତିମାନେ ସେହି ସବୁ ଦେଶର ଆବଶ୍ୟକତାକୁ ଆଖି ଆଗରେ ରଖି ବିଭିନ୍ନ ସଂସ୍ଥାଦ୍ବାରା କୁଶଳୀ ମାନବସଂସାଧନ ଭାବରେ ରପ୍ତାନୀ ହୋଇଥାନ୍ତି ସେମାନେ ସେହି ଦେଶକୁ ଯାଇ ସେହି ଦେଶର ଉନ୍ନତି ସାଧନରେ ସହାୟକ ହୋଇଥାନ୍ତି କିନ୍ତୁ ଭାରତ ଭିତରକୁ ପ୍ରବେଶ କରିଥିବା ଏହି ସବୁ ଅନୁପ୍ରବେଶକାରୀ କେବଳ ଆମ ସଂସାଧନକୁ ନଷ୍ଟ କରିବା ସହିତ ସାମାଜିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବାକୁ ଲାଗିଛନ୍ତି ବିଗତ ଅନେକ ଦଶନ୍ଧୀ ଧରି ଆସାମ ଏବଂ ଉଣାଅଧିକ ଅଧିକାଂଶ ଉତ୍ତରପୂର୍ବ ରାଜ୍ୟରେ ହେଇଥିବା ଅସ୍ଥିରତା ପାଇଁ ଏହି ଅନୁପ୍ରବେଶକାରୀଙ୍କୁ ଦୋଷୀ ଭାବରେ ଦର୍ଶାଯାଇଛି ଯେଉଁଥି ପାଇଁ ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ବ୍ରହ୍ମଦେଶ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ବଙ୍ଗଳାଦେଶ ମଧ୍ୟ ସେମାନଙ୍କୁ ଶରଣ ଦେବାକୁ ମନା କରିଦେଇଥିଲା ତାହା ସମସ୍ତେ ଜାଣିଛନ୍ତି ଦୁର୍ଭାଗ୍ୟର ବିଷୟ ଆମର ଦେଶର କିଛି ରାଜନୈତିକ ବ୍ୟକ୍ତିତ୍ବ ସେହିଭଳି ନୃଶଂସ ସମ୍ପ୍ରଦାୟର ହିତୈଷୀ ବୋଲାଇ ସେମାନଙ୍କୁ ଦେଶରେ ସ୍ଥାୟୀତ୍ବ ଦେବା ସପକ୍ଷରେ ମନ୍ତବ୍ୟ ଦେଉଛନ୍ତି ଏହା ସେମାନେ କେବଳ ମୁସଲମାନ ମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟ ନେଇ କରୁଛନ୍ତି ବୋଲି କୁହାଯାଉଛି
ତୃତୀୟତଃ, ଦୁର୍ଭାଗ୍ୟର ବିଷୟ ଏହା ଯେ ବିଗତ ଶତାବ୍ଦୀରେ ଯେତେବେଳେ କାଶ୍ମୀର ଉପତ୍ୟାକାରେ ଉଗ୍ରବାଦୀ କାର୍ଯ୍ୟକଳାପର ଆରମ୍ଭ ହୋଇଥିଲା ଏବଂ ପାଞ୍ଚଲକ୍ଷ କାଶ୍ମୀର ପଣ୍ଡିତଙ୍କ ପରିବାର ଅସହାୟ ଭାବରେ ନିଜ ଘରଦ୍ବାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା କାହାକୁ ଦେଖା ଦେଇନଥିଲା, ଏବେ ଅନଧିକୃତ ଅନୁପ୍ରବେଶକାରୀଙ୍କୁ ସ୍ବାଗତ କରିବାପାଇଁ ଯେଉଁମାନେ ଆଗକୁ ଆସୁଛନ୍ତି ସେମାନେ ସେତେବେଳେ କାହିଁକି ନିଷ୍କ୍ରିୟ ହୋଇଯାଇଥିଲେ ତାହା ସନ୍ଦେହ ସୃଷ୍ଟି କରୁଛି
ଚତୁର୍ଥତଃ, ଉଣେଇଶ ପଞ୍ଚାଅଶୀ ମସିହାରେ ସ୍ବର୍ଗତ ରାଜୀବ ଗାନ୍ଧୀ ଅନୁପ୍ରବେଶକୁ ଏକ ସମସ୍ୟ ବୋଲି ଘୋଷଣା କରି ସେମାନଙ୍କୁ ଚିହ୍ନଟ କରି ବିଦାୟ କରାଯିବ ବୋଲି କହିଥିଲେ ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀ ମଧ୍ୟ ଏକ ସାକ୍ଷାତକାରରେ ରୋକଠୋକ୍ କହିଥିଲେ ଯେ ଭାରତର୍ ସମ୍ବଳ ଉପରେ କେବଳ ଭାରତୀୟଙ୍କ ଅଧିକାର ଅଛି ଅନୁପ୍ରବେଶକାରୀଙ୍କୁ ଯିବାକୁ ପଡ଼ିବ ଉଣେଇଶ ପଞ୍ଚାନବେ ମସିହାରେ ତତ୍କାଳୀନ ସାଂସଦ ସୁଶ୍ରୀ ମମତା ବାନାର୍ଜୀ ଅନୁପ୍ରବେଶକାରୀଙ୍କୁ ଦେଶରୁ କାହିଁକି ବିତାଡ଼ିତ କରାଯିବ ନାହିଁ, ବୋଲି କହି ଉପବାଚସ୍ପତିଙ୍କ ଉପରେ ଚିଠା ଫୋପାଡ଼ି ଦେଇଥିଲେ ଏବଂ ଏହା ସେହି ସମୟରେ ଏକ ଉଲ୍ଲେଖନୀୟ ଘଟଣା ଥିଲା ବିଗତ ଶତାବ୍ଦୀରେ ଅନେକ ସରକାର ଏହି ସମସ୍ୟା ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲେ ସୁଦ୍ଧା କେହି ସଠିକ ପଦକ୍ଷେପ ନେଇନଥିଲେ ତେଣୁ ଦିନକୁ ଦିନ ସମସ୍ୟା ବଢ଼ି ଚାଳିଥିଲା
ପଞ୍ଚମତଃ, କୁହାଯାଉଛି ଆସାମରେ ଦେଖାଯାଇଥିବା ଚାଳିଶି ଲକ୍ଷ ସଂଖ୍ୟା ମାତ୍ର ଏକ ଉଦାହରଣ, ପଶ୍ଚିମ ବଙ୍ଗରେ ପାଖାପାଖି ଦୁଇକୋଟି ଅନୁପ୍ରବେଶକାରୀ ଅଛନ୍ତି, ଓଡ଼ିଶା ସମେତ ପୂର୍ବୋତ୍ତର ରାଜ୍ୟମାନଙ୍କରେ ମଧ୍ୟ ସେମାନଙ୍କ ସଂଖ୍ୟା ଅଧିକ ବୋଲି ଜଣାଯାଇଛି ସେମାନେ ଆମ ଦେଶ ଭିତରେ ଏମିତି ପ୍ରବେଶ କରି ସାରିଛନ୍ତି ଯେ ସେମାନଙ୍କୁ ବାଛି ବାହାର କରିବା ଅସମ୍ଭବ ହୋଇଗଲାଣି ଅନେକ ବ୍ୟକ୍ତି ନିଜ ପାଇଁ ରାସନ କାର୍ଡ଼, ପାନ୍ କାର୍ଡ୍ ଓ ଆଧାର କାର୍ଡ଼ କରିବା ସହ ଘରଦ୍ବାର କରି ରହିଲେଣି
ଷଷ୍ଠତଃ, ଉପରୋକ୍ତ ସମସ୍ତ ରାଜ୍ୟରେ ସଂଗଠିତ ଅଧିକାଂଶ ଅପରାଧରେ ଏହି ସବୁ ଅନୁପ୍ରବେଶକାରୀଙ୍କ ନାମ ଉଣାଅଧିକ ସବୁଠି ଆସୁଛି ହତ୍ୟା, ଧର୍ଷଣ, ରାହାଜାନୀ ଇତ୍ୟାଦି ଅନେକ ମାମଲାରେ ବଙ୍ଗଳାଦେଶୀଙ୍କ ସଂପୃକ୍ତି ଚିନ୍ତାର ବିଷୟ ହୋଇଛି ସେଇଥି ପାଇଁ ସେମାନଙ୍କୁ ଦେଶରୁ ବାହାର କରିବାକୁ କେନ୍ଦ୍ରସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଆମେ ମନେକରୁ
ଯେଉଁ ସବୁ ରାଜନୈତିକ ଦଳ ଏହି ମାମଲାରେ ହସ୍ତକ୍ଷେପ କରୁଛନ୍ତି ବା ନିଜର ପ୍ରତିକ୍ରିୟା ଦେଖାଉଛନ୍ତି ସେମାନେ କେବଳ ରାଜନୈତିକ ଲାଭ ପାଇଁ ଏହି ଅନଧିକୃତ ଜନସଂଖ୍ୟାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ବର୍ତ୍ତମାନ ପଶ୍ଚିମବଙ୍ଗରେ ଜାତିଆଣ ଓ ଧାର୍ମିକ ଦଙ୍ଗା ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି ଏବଂ ଗଣମାଧ୍ୟମର ନିଷ୍କ୍ରିୟତା ସତ୍ତ୍ବେ ସାମାଜିକ ଗଣମାଧ୍ୟମ ଦ୍ବାରା ଏହାର ବ୍ୟାପକ ପ୍ରଚାର ହୋଇଛି ବିଗତଦିନରେ ଅନେକ ହତ୍ୟାକାଣ୍ଡରେ ଧର୍ମକୁ ନେଇ ଗଣ୍ଡଗୋଳରୁ ହୋଇଛି ପଶ୍ଚିମବଙ୍ଗ ସରକାରଙ୍କ ମୁସଲମାନ ତୁଷ୍ଟିକରଣ ନୀତିଯୋଗୁଁ ଅନେକ ହିନ୍ଦୁ ପର୍ବପର୍ବାଣୀ ଉପରେ ପ୍ରତିବନ୍ଧ ଲାଗିଥିବା ସମସ୍ତେ ଜାଣନ୍ତି ଏହି ପରି ପରିସ୍ଥିତିରେ ଯଦି ପଶ୍ଚିମବଙ୍ଗରେ ଏନଆରସି ହୁଏ ତେବେ ଶାସକ ତୃଣମୂଳ କଂଗ୍ରେସର ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାକୁ ଆସିଯାଇପାରେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଦେଖୁ ଦେଖୁ ଦୁଇହଜାର ଉଣେଇଶି ପାଖେଇ ଆସିଲାଣି ଏବଂ ସମସ୍ତେ ଜାଣିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଆସନ ପାଇଁ ମମତା ବାନାର୍ଜୀ ମଧ୍ୟ ଇଚ୍ଛା ପ୍ରକଟ କରିସାରିଛନ୍ତି ତେଣୁ ସେ ଏହି ସମୟରେ ନିଜ ରାଜ୍ୟରେ ଏନଆରସି କରାଇ ଦେବେନାହିଁ ଯଦି ହୁଏ ତେବେ ଗୃହଯୁଦ୍ଧ ହେବ ବୋଲି ଜଣାଇ ସେ ସ୍ବତଃ ନିଜ ଗରିମା ଦର୍ଶାଇ ସାରିଲେଣି ଦେଖାଯାଉ ଆଗକୁ କଣ ହେଉଛି
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏହି ଯେଉଁ ଚାଳିଶି ଲକ୍ଷ ଲୋକଙ୍କୁ ଚିହ୍ନଟ କରାଯାଇଛି ସେମାନେ କରିବେ କଣ? ସେମାନଙ୍କୁ ଭାରତରୁ ବିଦାୟ କରିଦେଲେ ବଙ୍ଗଳାଦେଶ ସେମାନଙ୍କୁ ସ୍ବୀକାର କରିବ କି? ଯେଉଁମାନେ ଦୁଇ ବା ତିନିଦଶନ୍ଧି ତଳେ ଦେଶ ଛାଡ଼ି ଆସିଥିଲେ ସେମାନେ ଏବେ ସେଠାରେ ରହିବେ କେମିତି? ସେମାନଙ୍କ ଚିନ୍ତା କରିବା ନା ନିଜ ଘରେ ଯେଉଁ ନିଆଁ କୁହୁଳୁଛି ତା କଥା ଚିନ୍ତା କରିବା? ଆଗକୁ ଏହି ସଂଖ୍ୟା ନିଶ୍ଚୟ ଭାବରେ ବୃଦ୍ଧି ପାଇବ ସେମିତିରେ ବି ଏହି ଦେଶରେ ଗରିବ ଓ ଗରିବୀ ଚିରସହଚର ସେହିପରି ଅବସ୍ଥାରେ ଆମ ଦେଶର ଜନତାକୁ ସଂସାଧନର ଅଭାବ ହେଉଥିବା ବେଳେ ଅନୁପ୍ରବେଶକାରୀଙ୍କୁ ରଖି ସେମାନଙ୍କୁ ସମ୍ବଳ ଓ ସାଧନ ଯୋଗାଇବା ବୁଦ୍ଧିମାନର କାର୍ଯ୍ୟ ନାହିଁ ଯଦି ରୋହିଙ୍ଗ୍ୟା ଓ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ରହିବାର ଅଧିକାର କଥା ଉଠେ ତା ହେଲେ କାଶ୍ମୀର ଉପତ୍ୟାକାରେ ପଣ୍ଡିତ ମାନଙ୍କୁ ପୁନଃବସତି ସ୍ଥାପନ କରି ସେମାନଙ୍କୁ ସମ୍ମାନର ସହ ରଖାଇବା ଦାୟିତ୍ବ ମଧ୍ୟ ସରକାର ନେବା ଉଚିତ ଏଥିରେ ସମସ୍ତ ରାଜନୈତିକ ଦଳ ସହାୟତା କରିବାକୁ ହେବ କେବଳ ଯେ ରୋହିଙ୍ଗ୍ୟା ଓ ମୁସଲମାନ ମାନଙ୍କ ପାଇଁ ହିଁ ଲଢ଼େଇ କରିବାକୁ ଆଗେଇ ଆସୁଥିବା ବ୍ୟକ୍ତିମାନେ ଦେଶର କି ଉନ୍ନତି କରିବେ ତାହା ସାଧାରଣ ଜନତା ଭଲରେ ଜାଣି ସାରିଲେଣି ତେଣୁ ଅନୁପ୍ରବେଶକାରୀଙ୍କ ସମର୍ଥନ କରିବା ବନ୍ଦ କରି ସେମାନଙ୍କୁ ଯଥାଶୀଘ୍ର ଦେଶ ଛାଡ଼ି ଯିବାପାଇଁ କୁହାଯାଉ
ବୀମା ନଗର, ବ୍ରହ୍ମପୁର
୭୬୦୦୧୦, ଓଡ଼ିଶା
୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ
ଏଠାରେ ପଢ଼ନ୍ତୁ !
ବିଶ୍ବ ପଖାଳ ଦିବସ (ମାର୍ଚ୍ଚ ୨୦ ତାରିଖ) ଅନୁଚିନ୍ତା
ଏଠାରେ ପଢ଼ନ୍ତୁ !