‘ବସୁଦେବ କୁଟୁମ୍ବକମ୍’ର ବାର୍ତ୍ତା ଦେଉଥିବା ମହାନ ଭାରତଭୂମିରେ ଅସହିଷ୍ଣୁତା କାହିଁକି? ଜାଣିଛି ମୋର ଏହି କଥା ପଢ଼ିବାପରେ ଅନେକେ ଭାବିଥିବେ ଭାଇଙ୍କ ମୁଣ୍ଡ ଖରାପ ହେଇଗଲାଣି ନା କଣ? ନା ଭାଇ ମୋଦୀ ବିରୋଧୀଙ୍କ ସହ ସଲାସୁତରା କରି ପକାଇଲେ? କଂଗ୍ରେସିଆଙ୍କୁ ଆପଣେଇ ନେଲେ କି? ଅନେକ ପ୍ରଶ୍ନ ଆସୁଥିବ କିନ୍ତୁ ସେ ସବୁ କିଛି ନୁହେଁ
କିଛି ଦିନ ହେଲା ଫେସବୁକରେ ଇଂରାଜୀ ନବବର୍ଷ ପାଇଁ ଅଭିନନ୍ଦନର ଦିଆନିଆ ଆରମ୍ଭ ହୋଇଗଲାଣି, ଏହା ସହିତ ଏହାକୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟ ସକ୍ରିୟ ହୋଇଗଲେଣି ଆମ ପରମ୍ପରାରେ ନବବର୍ଷ ଅପ୍ରେଲ ମାସରେ ବିଷୁବ / ପଣା ସଂକ୍ରାନ୍ତିରେ ହୁଏ, କିନ୍ତୁ ବିଶ୍ବସାରା ଯେଉଁ କ୍ୟାଲେଣ୍ଡରର ପ୍ରଚଳନ ହେଉଛି ସେଇ ହିସାବରେ ବର୍ଷର ପ୍ରଥମ ଦିନ ହେଉଛି ଜାନୁଆରୀ ପ୍ରଥମ ତେଣୁ ଏହାକୁ ନବବର୍ଷ ଭାବରେ ବିଶ୍ବର ଅଗଣିତ ଦେଶ ପାଳନ କରିଥାନ୍ତି ଭାରତରେ ମଧ୍ୟ ଏହାର ପାଳନ ହୁଏ ଆଜିକାଲି ଏତେ ଆଖିଦୃଶିଆ ନ ହେଉଥିଲେ ସୁଦ୍ଧା ଅତୀତରେ ନବବର୍ଷ ଦିନ କୋଟି କୋଟି ଟଙ୍କାର ଗ୍ରୀଟିଂ କାର୍ଡ଼ ବିକ୍ରୀ ହେଉଥିବାର ଉଦାହରଣ ବିରଳ ନୁହେଁ ଆଜିକାଲି ଫେସବୁକ୍, ଟ୍ବିଟର, ହ୍ବାଟ୍ସଆପ୍ ଆଦିରେ ଅଭିନନ୍ଦନ ଦିଆନିଆ ହେଉଛି
ସେ ଯା ହେଉ, ବିଶ୍ବର ବିଭିନ୍ନ ମତବାଦର ଲୋକ ରହନ୍ତି ସେମାନଙ୍କ ପର୍ବକୁ ଆମେ ପାଳନ କରିଲେ ଅସୁବିଧା କେଉଁଠି? ଆମର ହୋଲି, ଦିପାବଳୀ ସମୟରେ ସେମାନେ ବି ତ ପାଳନ କରନ୍ତି ଆମେରିକା, ଲଣ୍ଡନରେ ଅନେକ ହିନ୍ଦୁ ପର୍ବ ପାଳନ ହୁଏ, ସେଥିରେ ତ କିଛି ଅସୁବିଧା ହୁଏ ନାହିଁ ତା ହେଲେ ଅପେକ୍ଷାକୃତ ସ୍ନେହ, ଶାନ୍ତି ଓ ମୈତ୍ରୀ ତଥା ଭାତୃତ୍ବବୋଧର ନବବର୍ଷର ଦିନଟିଏ ପାଳନ କରିଲେ ଅସୁବିଧା କେଉଁଠି? କାହିଁକି ଏହାର ବିରୋଧ? ଆମ ଦେଶରେ ମଧ୍ୟ ଦୁଇ ଦୁଇଟି ନବବର୍ଷ ପାଳନ ହୁଏ ଗୋଟିଏ ପୂର୍ବ ଭାରତର ପଣାସଂକ୍ରାନ୍ତିରେ ତ ଆଉ ଗୋଟିଏ ମହାରାଷ୍ଟ୍ର ଆଦି ରାଜ୍ୟରେ ହିନ୍ଦୁ ନବବର୍ଷ ଭାବରେ ହୁଏ ଆମେ ଯଦି ସେତେବେଳେ କୌଣସି ଆପତ୍ତି ଜଣାଉନାହୁଁ, ଏବେ ଅନ୍ତତଃ ବିରୋଧ କରିବା ଅନୁଚିତ
ଉତ୍ସବ ପାଳନର ମୁଖ୍ୟ ଲକ୍ଷ୍ୟ ସାମାଜିକ ସୌହାର୍ଦ୍ଦ୍ୟ, ସ୍ନେହ, ଶାନ୍ତି ଓ ମୈତ୍ରୀର ଆଦାନପ୍ରଦାନ ତେଣୁ ସେ ଯେ କୌଣସି ବି ପର୍ବ ହେଉ ଆମେ ପାଳନ କରିବାରେ କାର୍ପଣ୍ୟ କରିବା କାହିଁକି? ଆଉ ଯେତେବେଳେ ଇଂରାଜୀ କ୍ୟାଲେଣ୍ଡର ହିସାବରେ ଆମେ ବାର୍ଷିକ ସବୁ ହିସାବ କରୁଛୁ, ତା ହେଲେ ଇଂରାଜୀ ନବବର୍ଷ ପାଳନ କରି ଆମେ ବସୁଦେବ କୁଟୁମ୍ବକମ୍ର ବାର୍ତ୍ତାକୁ ଜଣାଇବାରେ କିଛି ଭୂଲ କରୁନାହୁଁ
ହଁ, ଇଂରାଜୀ ନବବର୍ଷ ସମୟରେ ଆୟୋଜିତ ଅନେକ ଉତ୍ସବକୁ ଆମର ସାମାଜିକ ବୁଦ୍ଧିଜୀବିମାନେ ଉତ୍ସୃଙ୍ଖଳ ବ୍ୟବହାର ବୋଲି ଅଭିହିତ କରିଛନ୍ତି ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରିବା, ଅଶ୍ଳୀଳ ଆଚରଣ କରିବା ଆଦି ଅନେକ କଥା ଆସେ ଏ ସବୁ କଣ ବର୍ଷର ଅନ୍ୟ ସମୟରେ ହୁଏ ନାହିଁ ? ତା’ହେଲେ କେବଳ ନବବର୍ଷରେ ହିଁ ଏ ସବୁ ହୁଏ ବୋଲି କହିବା ଉଚିତ ହେଉନାହିଁ ଇଂରାଜୀ ନବବର୍ଷ ପାଳନ କରିବା ଦ୍ବାରା ଆମ ସାମାଜିକ ସ୍ଥିତି ଦୂର୍ବଳ ହେଉନାହିଁ! ଆମର ବି ନବବର୍ଷ ପାଳନ ହେଉଛି ଏବଂ ଅନନ୍ୟ ଉପାୟରେ ହେଉଛି ପଣା ବଣ୍ଟନ, ହନୁମାନ ଜୟନ୍ତୀ ପାଳନ ଏବଂ ବିଷୁବ ସଂକ୍ରାନ୍ତିର ଉତ୍ସବରେ ଦିନଟିଏ ଆମେ ବିତାଉଛେ ତାହା ଆମପାଇଁ କୌଣସି ଗୌରବ ଠାରୁ କମ ନୁହେଁ ଆସନ୍ତୁ ଆମେ ଉଭୟ ଇଂରାଜୀ ଏବଂ ଓଡ଼ିଆ ନବବର୍ଷ ପାଳନ କରିବା ବିଶ୍ବପାଇଁ ଆମେ ଅନନ୍ୟ ଉଦାହରଣ ସୃଷ୍ଟି କରିବା
ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି?
ଏଠାରେ ପଢ଼ନ୍ତୁ !ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ?
ଏଠାରେ ପଢ଼ନ୍ତୁ !