ଭୂତ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ହିନ୍ଦୀ ସିନେମା ଜଗତରେ ନିର୍ମାଣ ହୋଇଛି ଏବଂ ସେ ସବୁ ଉଣାଅଧିକେ ସଫଳ ମଧ୍ୟ ହୋଇଛି କିନ୍ତୁ ଭୂତପ୍ରେତ କାହାଣୀକୁ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ଅନେକ ନିର୍ଦ୍ଦେଶକ ଚେଷ୍ଟା କରିନାହାନ୍ତି ଏବଂ ଯେଉଁମାନେ କରିଛନ୍ତି ସେମାନେ ଏତେ ମାତ୍ରାରେ ସଫଳ ହୋଇନାହାନ୍ତି ହଲିଉଡ଼ରେ ଏହି ବିଷୟଧର୍ମୀ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇ ସଫଳ ହୋଇଥିବାର ନଜିର ରହିଛି, ବୋଧହୁଏ ସେଇଥିପାଇଁ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବାପାଇଁ ନିର୍ଦ୍ଦେଶକ ରୋହିତ୍ ସେଟ୍ଟି ଆଗଭର ହୋଇଥିବେ
ଆଗରୁ ଏହିପରି ବିଷୟ ଧର୍ମୀ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଥିବା ବେଳେ ବିଗତ ବର୍ଷ ନିର୍ମିତ ‘ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି’ ବିଫଳ ହୋଇଥିବା ବେଳେ ଅନେକ ବର୍ଷତଳେ ଆସିଥିବା ଅକ୍ଷୟ କୁମାର ଅଭିନୀତ ‘ଭୁଲ୍ ଭୁଲୟା’ ସଫଳ ହୋଇଥିଲା ରହସ୍ୟ ଓ ରୋମାଞ୍ଚର ଅନୁଭବ କରିବାପାଇଁ ଅନେକ ଦର୍ଶକ ଏହିପରି ଚଳଚ୍ଚିତ୍ର ସବୁ ଦେଖିବାକୁ ଭଲପାଆନ୍ତି ଯେତେବେଳେ ଏହି ରହସ୍ୟକୁ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପିତ କରାଯାଏ, ତାହା ଆହୁରି ଭଲ ଲାଗେ ଦେଖିବାକୁ କହିବା ବାହୁଲ୍ୟ, ‘ଗୋଲମାଲ୍ ଏଗେନ୍’ ଏଥିରେ ସଫଳ ହୋଇଛି ଶେଷ ରିପୋର୍ଟ୍ ମିଳିବାଯାଏଁ, ଏହି ଚଳଚ୍ଚିତ୍ର ଏକ ସପ୍ତାହରେ ଦେଢ଼ଶହ କୋଟିରୁ ଅଧିକ ବ୍ୟବସାୟ କରି ସାରିଛି
ନଅବର୍ଷତଳେ ଆସିଥିବା ଗୋଲମାଲ୍ ସିରିଜର ଉପସ୍ଥାପନ ପରେ ଗୋଲମାଲ୍ ଏଗେନ୍ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଛି ପୂର୍ବ ଚଳଚ୍ଚିତ୍ରରେ ଥିବା ସମସ୍ତ ଚରିତ୍ର ଏହି ଚଳଚ୍ଚିତ୍ରରେ ମଧ୍ୟ ସ୍ଥାନ ପାଇଛନ୍ତି କାହାଣୀ ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଚଳଚ୍ଚିତ୍ର ହୁଏତ ଆପଣଙ୍କୁ ଆମୋଦିତ କରି ନ ପାରେ କେବଳ ମନୋରଞ୍ଜନ ଦୃଷ୍ଟିରୁ ଦେଖିଲେ ଏହି ଚଳଚ୍ଚିତ୍ର ଆପଣଙ୍କୁ ସମୁଦାୟ ସମୟ ବାନ୍ଧିରଖିବାରେ ସଫଳ ହେବ ଏଥିରେ ଦ୍ବିମତ ନାହିଁ ଚଳଚ୍ଚିତ୍ର ଆରମ୍ଭରେ ଏକ କାହାଣୀକୁ ନେଇ ସମସ୍ତ ଚରିତ୍ରଙ୍କୁ ପରିଚୟ କରିବାରେ ନିର୍ଦ୍ଦେଶକ ସଫଳ ହେଉଛନ୍ତି ଏବଂ ମାତ୍ର କିଛି କ୍ଷଣ ବ୍ୟବଧାନ ପରେ ଚରିତ୍ରମାନଙ୍କ ବୟସ୍କସ୍ବରୂପ ସହ ସେମାନଙ୍କ କର୍ମକାଣ୍ଡ ସହ ଦର୍ଶକମାନଙ୍କୁ ପରିଚୟ କରାଇଛନ୍ତି ଭୁତପ୍ରେତ ପ୍ରତି ଥିବା ଭୟକୁ ନେଇ ଏହି କାହାଣୀ ଆଗକୁ ବଢୁଛି
ସମସ୍ତ ଚରିତ୍ର ଏକ ଅନାଥାଶ୍ରମରେ ବଢ଼ିଛନ୍ତି ଏବଂ ସେହି ଅନାଥାଶ୍ରମର ଅଧିଷ୍ଠାତାଙ୍କ ମୃତ୍ୟୁଦିବସରେ ସେମାନେ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରଥମଥର ସେମାନେ ପ୍ରେତାତ୍ମା ସହ କେମିତି ମିଶିଛନ୍ତି ଆଉ ଚଳଚ୍ଚିତ୍ରର ଶେଷ ପର୍ଯ୍ୟନ୍ତ ଏହି ରହସ୍ୟକୁ କେମିତି ଗୋପନ ରଖିବାରେ ନିର୍ଦ୍ଦେଶକ ସଫଳ ହୋଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ଅବଶ୍ୟ ଅନେକ ସ୍ଥାନରେ ଆମକୁ ଜଣା ପଡ଼ିଯାଉଛି ଯେ କାହାଣୀରେ ଆଗକୁ କଣ ହେବ କିନ୍ତୁ ତଥାପି ପ୍ରତ୍ୟେକ ଦୃଶ୍ୟରେ ବ୍ୟଙ୍ଗର ଅବତାରଣା କରାଯାଇ ଚଳଚ୍ଚିତ୍ରକୁ ମନୋରଞ୍ଜନଧର୍ମୀ କରିବାରେ ନିର୍ଦ୍ଦେଶକ ସଫଳ ହୋଇଛନ୍ତି
ଚଳଚ୍ଚିତ୍ରରେ ବୟୋଜ୍ୟୋଷ୍ଠ ଅଭିନେତା ନାନା ପାଟେକରଙ୍କ ଅନେକ ଚଳଚ୍ଚିତ୍ରର ସଂଳାପ ଏବଂ ଗୋଟିଏ ଦୃଶ୍ୟରେ ଉପସ୍ଥିତି ମଧ୍ୟ ଆମୋଦକର ହୋଇଛି କାହାଣୀର ଆବଶ୍ୟକତା ଅନୁଯାୟୀ ଅନେକ ଦୃଶ୍ୟ ରହିଛି ଯାହା ଦର୍ଶକମାନଙ୍କୁ ହସାଇ ହସାଇ ବେଦମ୍ କରିଦେଇପାରେ ଚଳଚ୍ଚିତ୍ରର ଅନ୍ୟଏକ ଦିଗରେ ଯାହା ଖଳନାୟକଙ୍କର ରହିଛି ସେଠାରେ ମଧ୍ୟ ନିର୍ଦ୍ଦେଶକ ଉଚିତ ନ୍ୟାୟ କରିଛନ୍ତି
ଚଳଚ୍ଚିତ୍ରରେ ଶେଷ ଦୃଶ୍ୟରେ ହୁଏତ ଚାହିଁଥିଲେ ଆଉ କିଛି ଅଧିକ ମୋଡ୍ ଦେଇ ପାରିଥାନ୍ତେ ସେ କିନ୍ତୁ ଚଳଚ୍ଚିତ୍ରଟି ହଠାତ୍ ସରିଗଲା ପରି ଲାଗିଲା ଚଳଚ୍ଚିତ୍ରଟି ଏତେ ଭଲ ଲାଗିଥିଲା ଯେ ଦର୍ଶକମାନେ ଚାହୁଁଥିଲେ ଆଉ କିଛି ସମୟ ଅଧିକ ଚାଲିଥିଲେ ଭଲ ହୋଇଥାନ୍ତା
ସର୍ବୋପରି ଏହି ଚଳଚ୍ଚିତ୍ର ଏକ ସୁସ୍ଥ, ସମ୍ପୂର୍ଣ୍ଣ ପରିବାରପାଇଁ ଉପଯୋଗ୍ୟ ଏବଂ ମନୋରଞ୍ଜନଧର୍ମୀ ଉପସ୍ଥାପନ
(ଆମର ସ୍କୋର୍ : ୪.୦ / ୫.୦)
ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି?
ଏଠାରେ ପଢ଼ନ୍ତୁ !ସିକ୍ରେଟ୍ ସୁପରଷ୍ଟାର୍ : ଦେଖିବେ ନା ନାହିଁ !
ଏଠାରେ ପଢ଼ନ୍ତୁ !