ବିଗତ ସପ୍ତାହରେ ମୁକ୍ତିଲାଭ କରିଥିଲା ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଦିପାବଳୀ ଉତ୍ସବ ପରିପ୍ରେକ୍ଷୀରେ ମୁକ୍ତିଲାଭ କରିଥିବା ଏହି ଦୁଇ ଚଳଚ୍ଚିତ୍ର ପ୍ରତିଦ୍ବନ୍ଦିତାରେ ଛନ୍ଦି ହୋଇ ପଡ଼ିବା ସ୍ବାଭାବିକ କଥା ଏହି ଦୁଇଟି ଚଳଚ୍ଚିତ୍ରର କାହାଣୀ ଭିନ୍ନ ସ୍ବାଦର ଗୋଟିଏ ଚଳଚ୍ଚିତ୍ର ଗମ୍ଭୀର ହୋଇଥିବା ବେଳେ ଅନ୍ୟଟି ବ୍ୟଙ୍ଗାତ୍ମକ ହୋଇଛି
ବର୍ତ୍ତମାନ ଆମେ ଚର୍ଚ୍ଚା କରିବା ‘ସିକ୍ରେଟ୍ ସୁପରଷ୍ଟାର୍’ ଚଳଚ୍ଚିତ୍ର ବିଷୟରେ ଆମୀର ଖାନ୍ ପ୍ରଡକ୍ସନ୍ ଦ୍ବାରା ନିର୍ମିତ ଏବଂ ଅଭିନିତ ଏହି ଚଳଚ୍ଚିତ୍ର ଅନେକ ସମୀକ୍ଷକଙ୍କୁ ଆମୋଦିତ କରିଛି ଏବଂ ଏହାକୁ ଅନେକେ ଭଲ ସମୀକ୍ଷା ଦେଇଛନ୍ତି ମଧ୍ୟ ଚଳଚ୍ଚିତ୍ରଟି ବହୁତ ଭଲ ହୋଇଛି ବୋଲି ମଧ୍ୟ ଅନେକେ ମତ ଦେଇଛନ୍ତି ଗୋଟିଏ ସାଧାରଣ ପରିବାରର ପିଲାଟିଏ ନିଜର ସ୍ବପ୍ନକୁ ସାକାର କରିବାପାଇଁ କେତେ କଷ୍ଟ ସହିବାକୁ ପଡୁଛି ତାହା ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ ବସ୍ତୁ ରହିଥିବା ବେଳେ ଏଥିରେ ଗୋଟିଏ ପରିବାରର କାହାଣୀ ଛନ୍ଦି ହୋଇ ରହିଛି
ଚଳଚ୍ଚିତ୍ରର ଆରମ୍ଭରେ ଦେଖାଯାଉଛି ମୁଖ୍ୟ ଚରିତ୍ରରେ ଥିବା ଅଭିନେତ୍ରୀ ସଂଗୀତପ୍ରତି ଆକୃଷ୍ଟ ଥିବା କଥା କିନ୍ତୁ ଦୁର୍ଭାଗ୍ୟର ବିଷୟର ଗୋଟିଏ ଋଢ଼ିବାଦୀ ମୁସଲମାନ୍ ପରିବାରର ସନ୍ତାନ ହୋଇଥିବା ହେତୁ ସେ ନିଜର ସ୍ବପ୍ନକୁ ସାକାର କରିବାକୁ ସାହାସ ଜୁଟାଇ ପାରୁନାହିଁ ତା’ର ସ୍ବପ୍ନକୁ ସାକାର କରିବାପାଇଁ ତା ମା’ ପାରୁପଣେ ଚେଷ୍ଟା କରୁଛନ୍ତି କିନ୍ତୁ ନିଜର ନିର୍ଦ୍ଦୟ ସ୍ବାମୀଙ୍କ ସମ୍ମୁଖରେ ସେ ନିଜ ଝିଅକୁ ଉଚିତ ନ୍ୟାୟ ଦେଇ ପାରୁନାହାନ୍ତି ବାପା ଭୁମିକାରେ ଅଭିନୟ କରୁଥିବା ଅଭିନେତା ଜଣଙ୍କ ଅଭିନୟ ବାସ୍ତବିକ ସୁନ୍ଦର ହୋଇଛି ଗମ୍ଭୀର, କ୍ରୋଧି ଓ ଋଢ଼ିବାଦୀ ବୋଲି ଦର୍ଶାଇବାପାଇଁ ସେ ସବୁକିଛି କରୁଛନ୍ତି ତାଙ୍କର ପ୍ରତ୍ୟେକ କର୍ମକୁ ଝିଅ ନିନ୍ଦା କରିବା ସହ ପିତାମାତାଙ୍କ ଛାଡ଼ପତ୍ରପାଇଁ ଚିନ୍ତା କରୁଛି ସାମାଜିକ ବ୍ୟବସ୍ଥାରେ ବାନ୍ଧି ହୋଇଥିବା ଏକ ନିମ୍ନମଧ୍ୟବିତ୍ତ ପରିବାରର ସ୍ତ୍ରୀଟିଏ ନିଜ ସନ୍ତାନକୁ ନେଇ ଏକା ଏକା ରହିବା କେତେଦୂର ସମ୍ଭବ ତାହା ଚିନ୍ତା କରି ନିଜ ପ୍ରତି ହେଉଥିବା ଅନ୍ୟାୟକୁ ସହି ନେଉଛି ତା ମା’
ବାପାର ଅନୁପସ୍ଥିତିରେ ସେ ନିଜ ଝିଅକୁ ପ୍ରୋତ୍ସାହିତ କରୁଛି ନିଜର ସ୍ବପ୍ନକୁ ସାକାର କରିବାପାଇଁ ଏବଂ ଝିଅ ନିଜ ମୁହଁକୁ କଳା ବୁର୍ଖା ପଛରେ ଢାଙ୍କିଦେଇ ୟୁଟ୍ୟୁବ୍ ସାହାଯ୍ୟରେ ନିଜପାଇଁ ଏକ ସ୍ଥାନ ସୃଷ୍ଟି କରିପାରିଛି କିନ୍ତୁ ତାର ସମସ୍ତ ସ୍ବପ୍ନକୁ ତା ବାପା ଭାଙ୍ଗିଦେବାକୁ ସମର୍ଥ ହେଉଛନ୍ତି ଏହିପରି ଏକ ସଂଘର୍ଷର କାହାଣୀକୁ ନେଇ ‘ସିକ୍ରେଟ୍ ସୁପରଷ୍ଟାର୍’ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଛି କିନ୍ତୁ ଚଳଚ୍ଚିତ୍ରର ଅଧିକାଂଶଭାଗରେ ଗମ୍ଭୀର ପରିବେଶ ରହୁଛି ଏବଂ ଯେଉଁମାନେ କେବଳ ମନୋରଞ୍ଜନ ପାଇଁ ଏହି ଚଳଚ୍ଚିତ୍ର ଦେଖିବାକୁ ଚାହୁଁଛନ୍ତି ସେମାନଙ୍କୁ ହୁଏତ ଏହା ଭଲ ନ ଲାଗିପାରେ ଦ୍ବିତୀୟତଃ ଚଳଚ୍ଚିତ୍ରରେ ପାରିବାରିକ ହିଂସାର ଦୃଶ୍ୟ ରହିଛି, ଯାହା ସ୍ଥଳ ବିଶେଷରେ ଚଳଚ୍ଚିତ୍ର ପ୍ରତି ବିମୁଖ କରାଉଛି ଋଢ଼ିବାଦୀ ମୁସଲ୍ମାନ ପରିବାର ମାନଙ୍କର ଏକ ନିଖୁଣ ଚିତ୍ର ଏହି ଚଳଚ୍ଚିତ୍ର ଦେଖାଉଛି ମହିଳା ଏବଂ କନ୍ୟା ସନ୍ତାନ ମାନଙ୍କୁ କିଭଳି ହୀନ ଦୃଷ୍ଟିରେ ଦେଖାଯାଉଛି ତାହା ଏଠାରେ ଦର୍ଶାଯାଇଛି
ଚଳଚ୍ଚିତ୍ରର ଏକ ବିଶେଷ କଥା ହେଉଛି ଏଥିରେ ଅଭିନୟ କରୁଥିବା ଅମିର୍ ଖାନଙ୍କ ଚରିତ୍ର ହୁଏତ ଅନେକଙ୍କୁ ଅନୁଭବ ହୋଇପାରେ ଏହି ଚରିତ୍ରରେ ସେ ନ ଆସିଥିଲେ ଆହୁରି ଭଲ ହୋଇଥାନ୍ତା ତାଙ୍କପରି ଜଣେ ଅଭିନେତା ଏହିପରି ଏକ ଚରିତ୍ରରେ କାହିଁକି ଆସିଲେ ତାହା ଅନେକଙ୍କୁ ଚକିତ କରିଥିବ ସର୍ବୋପରି ଯଦି ଆପଣ ଏକ ଗମ୍ଭୀର ବିଷୟବସ୍ତୁ ସମ୍ବଳିତ ଚଳଚ୍ଚିତ୍ର ଦେଖିବାକୁ ଚାହୁଁଥାନ୍ତି ତେବେ ଏହି ଚଳଚ୍ଚିତ୍ର ଆପଣଙ୍କୁ ଭଲ ଲାଗିପାରେ
(ଆମର ସ୍କୋର୍ : ୨.୫ / ୫.୦)
ଗୋଲମାଲ୍ ଏଗେନ୍ : କାହିଁକି ଏହାକୁ ନିଶ୍ଚୟ ଦେଖିବେ?
ଏଠାରେ ପଢ଼ନ୍ତୁ !ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି!
ଏଠାରେ ପଢ଼ନ୍ତୁ !