favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି!

ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି!

ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ସମଲିଙ୍ଗୀ ଆଉ ମା’ ମାନଙ୍କୁ ଯୌନଦାସୀ କହୁଥିବା ଜଣେ ମହିଳାଙ୍କ ପାଇଁ ମୁଁ ଶୋକ ପାଳିବି କାହିଁକି?

ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟାରେ କର୍ଣ୍ଣାଟକରେ ଜଣେ ମହିଳା ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ତିନିଜଣ ଅଜଣା ଆତତାୟୀ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରିଥିଲେ୤ ଏହା ଏକ ଦୁଃସମ୍ବାଦ ନିଶ୍ଚୟ୤ କର୍ମଜୀବି ସାମ୍ବାଦିକାଙ୍କୁ ହତ୍ୟା କରାଯିବା ଅନୁଚିତ୤ ସମ୍ବାଦଦାତା ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ୤ ଆବଶ୍ୟକ ହେଲେ ସରକାରଙ୍କ ଭୁଲ ନିଷ୍ପତ୍ତି ବିରୁଦ୍ଧରେ ଯଦି କେହି ସ୍ବର ଉତ୍ତୋଳନ କରିପାରେ ତା ହେଲେ ସେ ହେଉଛନ୍ତି ଏହି ସବୁ ନିର୍ଭୀକ ସାମ୍ବାଦିକ ଗୋଷ୍ଠୀ୤ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡର କିଛି ସମୟପରେ ହିଁ ଏହି ଖବର ସାମାଜିକ ଗଣମାଧ୍ୟମ (ଫେସବୁକ ଓ ଟ୍ବିଟର)ରେ ପ୍ରସାର କରିଦିଆଗଲା ଯେ ତାଙ୍କୁ ହିନ୍ଦୁତ୍ବବାଦୀ ଶକ୍ତିମାନେ ହତ୍ୟା କରିଛନ୍ତି୤ ଅବଶ୍ୟ ଏହାର କୌଣସି ଶକ୍ତ ପ୍ରମାଣ କେହି ଦେଇନଥିଲେ୤ କିନ୍ତୁ ଯେମିତି ଆମ ଦେଶରେ ହୁଏ, ନ୍ୟାୟାଳୟକୁ ଯିବା ପୂର୍ବରୁ ଗଣମାଧ୍ୟମ ନିଜେ ନିଜେ ସବୁ ମାମଲାର ଫଇସଲା କରିଦିଅନ୍ତି, ସେହିପରି ଏହି ମାମଲାରେ ମଧ୍ୟ ଗଣମାଧ୍ୟମ ତତ୍ପରତା ଦେଖାଇ ଏହାର ଦୋଷ ହିନ୍ଦୁତ୍ବବାଦୀ ଗୋଷ୍ଠୀ ଏବଂ ପରୋକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଣ୍ଡରେ ଲଦିଦେଲେ୤ ଏହା କିଏ ଆଉ କେମିତି କଲେ ସେ ବିଷୟରେ କହିବା ଅସମ୍ଭବ, କିନ୍ତୁ ସାମ୍ପ୍ରତିକ ସମୟରେ ସମାଜିକ ଗଣମାଧ୍ୟମର ଶକ୍ତିକୁ ବ୍ୟବହାର କରି ଏହାକୁ ଜଙ୍ଗଲରେ ଲାଗିଥିବା ନିଆଁ ପରି ସମୁଦାୟ ଦେଶରେ ପ୍ରଚାର କରିଦିଆଗଲା୤ ଯେଉଁମାନେ ଏହାକୁ ପ୍ରଚାର କରୁଥିଲେ ସେମାନେ ସବୁ ବୁଦ୍ଧିଜୀବି ଏବଂ ଉଚ୍ଚପଦବୀରେ ରହିଥିବା ଲେଖକ ଏବଂ ସାମ୍ବାଦିକ ଥିଲେ ତେଣୁ ସେମାନଙ୍କ କଥାକୁ କେହି ଆଡ଼େଇ ଦେଇ ପାରିଲେ ନାହିଁ୤ ପୁଣି ଦ୍ବିତୀୟ ଦିନ ଏହାକୁ ନେଇ ସମୁଦାୟ ଦେଶରେ ଶୋଭାଯାତ୍ରାମାନ ଆୟୋଜିତ କରାଗଲା୤ ସେତେବେଳ ଯାଏଁ ଏହା ଜଣା ପଡ଼ିନଥିଲା ଯେ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି୤ କିନ୍ତୁ ଏହି ସବୁ ଶୋଭାଯାତ୍ରା ମାଧ୍ୟମରେ ଗଣମାଧ୍ୟମର ଏବ ବିଶାଳବର୍ଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ଦେଶର ଶାସନ କରୁଥିବା ସରକାରଙ୍କୁ ସିଧା ସିଧା ଅଙ୍ଗୁଳି ନିର୍ଦ୍ଦେଶ ଦେଇ କହିଲେ ଯେ ସେମାନେ ହିଁ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି୤ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାକୁ ନେଇ କେଉଁପ୍ରକାରର ମନ୍ତବ୍ୟ ଦେବେ ବା ଦେଇଛନ୍ତି ସେ ବିଷୟରେ ଆମେ ତ ଅଜ୍ଞ, କିନ୍ତୁ ବିନା କୌଣସି ପ୍ରମାଣରେ କେମିତି ଏତେ ବଡ଼ ଧରଣର ଆୟୋଜନ ହୋଇପାରିଲା? ଏହାକୁ ଆୟୋଜନ କରିବାପାଇଁ ମୂଳ ଆଧାର କିଏ ଦେଲା? କିଏ କହିଲା ଯେ ହତ୍ୟାକାଣ୍ଡ କେବଳ ହିନ୍ଦୁତ୍ବବାଦୀ ଗୋଷ୍ଠୀମାନେ ହିଁ କରାଇଛନ୍ତି? କିଏ କହିଲା ଯେ ଏହା ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ପ୍ରଧାନମନ୍ତ୍ରୀଙ୍କ ହାତ ରହିଛି? ବିନା କୌଣସି ପ୍ରୋତ୍ସାହନରେ ଏତେବଡ଼ ଆୟୋଜନ ତ ହୋଇପାରିବ ନାହିଁ? ତେଣୁ ଏ ସବୁ ପ୍ରୟୋଜିତ କାର୍ଯ୍ୟକ୍ରମ କରିବା ପାଇଁ ମନ୍ତ୍ର ଦେଇଥିବା ବ୍ୟକ୍ତି ବା ଗୋଷ୍ଠୀ କେଉଁମାନେ ଥିଲେ? ବର୍ତ୍ତମାନ ମୃତ୍ୟୁ ହେବାର ଚାରିଦିନ ପରେ ଘଟଣାର ତଦନ୍ତ ଏକ ନୂଆ ରୂପ ନେବାରେ ଲାଗିଛି, ଶୁଣାଯାଉଛି ଏହି ହତ୍ୟାକାଣ୍ଡ ପଛରେ ମାଓବାଦୀ ମାନଙ୍କ ହାତ ରହିଥାଇପାରେ୤ ସେଥିପାଇଁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ବିଶେଷ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ଦଳ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି କୁହାଯାଉଛି୤

ସେ ଯା ହେଉ, ବିଗତ ୩-୪ ଦିନ ହେଲା, ସମୁଦାୟ ଗଣମାଧ୍ୟମ କେବଳ ଏହି ପ୍ରଚେଷ୍ଟାରେ ବ୍ୟସ୍ତ ଯେ କେମିତି ସେମାନେ ମୃତା ଗୌରୀ ଲଙ୍କେଶଙ୍କୁ ଜଣେ ମହାନ ବୁଦ୍ଧିଜୀବି, ସାମ୍ବାଦିକା, ମୁକ୍ତ ବିଚାରଧାରା ସମ୍ପର୍ନ୍ନ, ସାହାସୀ ଏବଂ ନିର୍ଭୀକ ବୋଲି ପ୍ରମାଣ କରିବେ୤ କିନ୍ତୁ ପ୍ରଶ୍ନ ଉଠୁଛି କଣ ଏହି ସବୁ ଉପାଧି ପାଇବାକୁ ହେଲେ ହିନ୍ଦୁ, ହିନ୍ଦୁତ୍ବ ଏବଂ ଦେଶର ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅପମାନିତ କରିବା ଅତି ଜରୂରୀ?

ଗୌରୀ ଲଙ୍କେଶଙ୍କ ବିଷୟରେ ଅଧିକ କିଛି କହିବା ପୂର୍ବରୁ ଆମେ ତାଙ୍କର ଫେସବୁକ୍ ଓ ଟ୍ବିଟରରେ ପ୍ରକାଶିତ କିଛି ପୋଷ୍ଟକୁ ଧ୍ୟାନ ଦେଇ ଦେଖିବା, ଏବଂ ଜାଣିବା ସେ କେମିତି ଥିଲେ୤

gouri lankesh tweet

Gouri lankesh hate post

Gouri Lankesh hate post2

ଏହା ସବୁ ଦେଖିବାପରେ ମନରେ ସ୍ବତଃ ପ୍ରଶ୍ନ ଆସେ, ମହାନ ହେବାପାଇଁ କଣ ସତରେ ଆମକୁ ଏତେ ନୀଚ ହେବାକୁ ପଡ଼ିବ? ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା, ହିନ୍ଦୁତ୍ବ ବିରୋଧି ଲେଖା ଲେଖିବା, ମହିଳାମାନଙ୍କୁ ଯୌନଦାସୀ ଭାବରେ କହିବା ଦ୍ବାରା କଣ ଜଣେ ସତରେ ଏତେ ମହାନ ହୋଇଯାଏ? ନିଜ ମତବାଦକୁ ବିରୋଧ କରୁଥିବା ହେତୁ ଆପଣ ଯେ କୌଣସି ବ୍ୟକ୍ତି ବିରୋଧରେ ଏତେ ସବୁ କଥା କହିପାରିବେ କିମ୍ବା ଲେଖିପାରିବେ କି?

ଆଶ୍ଚର୍ଯ୍ୟର କଥା ଏହିପରି ଏକ ମତ ରଖୁଥିବା ଜଣେ ମହିଳା ସାମ୍ବାଦିକାଙ୍କୁ ଦିଆଯାଇଥିବା ସମ୍ମାନ କୌଣସି ଦୃଷ୍ଟିରୁ କମ ନୁହେଁ? ମୃତ୍ୟୁ ହୋଇଗଲେ ଜଣେ ସାଧୁ ହୋଇଯାଏ ନାହିଁ୤ ବ୍ୟକ୍ତିର ଚରିତ୍ର ମୃତ୍ୟୁପରେ ବଦଳି ଯାଏନାହିଁ୤ ଜୀବିତ ଅବସ୍ଥାରେ ତୁମେ କରି ଯାଇଥିବା କର୍ମ ତୁମ ମୃତ୍ୟୁପରେ ମଧ୍ୟ ତୁମ ପଶ୍ଚାତଧାବନ କରେ୤ ଏତେ ନୀଚ ଭାବନାର ଅଧିକାରିଣୀ ହୋଇଥିବା ସତ୍ତ୍ବେ ତାଙ୍କୁ ଲୋକମାନେ ଏତେ ସମ୍ମାନଜନକ ବୋଲି କେମିତି କହୁଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି୤ ଆମ ଦେଶରେ କଣ ସତରେ ବୁଦ୍ଧିଜୀବିମାନଙ୍କ ବୁଦ୍ଧିଭ୍ରଷ୍ଟ ହୋଇ ଗଲାଣି?

ବାମପନ୍ଥୀ ବିଚାରଧାରାକୁ ଯେଉଁମାନେ ସ୍ବୀକାର କରନ୍ତି ନାହିଁ, ସେହି ଶ୍ରେଣୀର ମହିଳା ମାନେ ସବୁ ଯୌନଦାସୀ? ସେ କହୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସେ ବ୍ୟବହୃତ ସାନିଟାରୀ ନାପକିନ୍ ଉପହାର ଦେବେ? ଦେଶ ବିରୋଧରେ ମନ୍ତବ୍ୟ ଦେଇଥିବା କହ୍ନେୟା କୁମାର ହୁଅନ୍ତୁ ବା ଖାଲିଦ୍ ଉମର୍ ହୁଅନ୍ତୁ, ଯେଉଁମାନେ ଗଳାଫଟାଇ “ହିନ୍ଦୁସ୍ତାନ୍ ତେରେ ଟୁକଡ଼େ ହୋଙ୍ଗେ” ବୋଲି କହିଥିଲେ, ସେମାନଙ୍କୁ ବି ସେ ବ୍ୟବହୃତ ନାପକିନ୍ ଦେଇଥିଲେ କି? ଯେ କେହି ବି ବୁଦ୍ଧିଜୀବି ହୁଅନ୍ତୁ, ଦେଇ ପାରିବେ କି ?

ତାଙ୍କର ସବୁ ପୋଷ୍ଟକୁ ପଢ଼ିବାପରେ ମୋର ମନରେ କୌଣସି ସନ୍ଦେହ ନାହିଁ ଯେ ସେ ଜଣେ ସୁସ୍ଥ ମସ୍ତିଷ୍କର ଅଧିକାରିଣୀ ନଥିଲେ୤ ହିନ୍ଦୁତ୍ବର ଦୃଢ଼ ବିରୋଧ କରିବା ବ୍ୟତିରେକ ସେ ହୁଏତ ଆଉ କିଛି କରୁନଥିଲେ୤ ନିଜ ମତବାଦକୁ ଯେତେବେଳେ ସେ ପ୍ରମାଣ କରିପାରୁନଥିଲେ ବା ସିଦ୍ଧ କରିପାରୁନଥିଲେ ସେତେବେଳେ ସେ ଗାଳିଗୁଲଜ କରିବା ଭଳି ପୋଷ୍ଟ ସବୁ ସୋସିଆଲ୍ ମିଡ଼ିଆରେ ଦେଇ ମାନସିକ ଶାନ୍ତି ପାଉଥିଲେ୤

କିଛି ନ୍ୟସ୍ତସ୍ବାର୍ଥ ସ୍ବୟଂକୁ ବୁଦ୍ଧିଜୀବି କୁହାଉଥିବା କିଛି ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ବର୍ତ୍ତମାନ ତାଙ୍କ ମୃତ୍ୟୁପାଇଁ ବିନା କୌଣସି କାରଣରେ ଦେଶର ନିର୍ବାଚିତ ସରକାରଙ୍କୁ ଦାୟୀ କରାଇ ମିଥ୍ୟାରେ ଲୋକମାନଙ୍କୁ ପରିବେଷଣ କରାଉଛନ୍ତି? ତାଙ୍କୁ ମରଣୋପରାନ୍ତ ସମ୍ମାନ ପାଇଁ ମଧ୍ୟ କହିପାରନ୍ତି୤ କିଛି ଆଶ୍ଚର୍ଯ୍ୟ ନାହିଁ, ଯେଉଁମାନେ ଏହିପରି ଜଣେ ମହିଳାଙ୍କୁ ସମ୍ମାନିତ କରିବା କଥା କହୁଛନ୍ତି ସେମାନେ ବୁରହାନ ୱାନୀକୁ ମଧ୍ୟ ଶାସକୀୟ ମର୍ଯ୍ୟାଦା ଦେବା କଥା କହିପାରନ୍ତି୤ ଆବଶ୍ୟକ ହେଲେ ନିଜ ଦାବୀ ପୂରଣ ପାଇଁ ସରକାର ତଥା ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ପାରନ୍ତି୤ ସେମାନଙ୍କଠାରୁ ଆଉ ଅଧିକ କଣ ଆଶା କରାଯାଇପାରେ୤

ମୋ ପାଇଁ ମୋ ଦେଶ ବଡ଼୤ ଦେଶର ସରକାର ଆମ ସମସ୍ତଙ୍କ ଦ୍ବାରା ହିଁ ନିର୍ବାଚିତ ହୋଇ ଆସିଥିବା ସରକାର୤ ଆମ ଦେଶରେ ଗଣତନ୍ତ୍ର ରହିଛି, ରାଜତନ୍ତ୍ର ନାହିଁ୤ ତେଣୁ ଯେ ବର୍ତ୍ତମାନର ସରକାର ବଳପୂର୍ବକ ବା ହିଂସାକାଣ୍ଡ ଭିଆଇ ଏହି ଆସନ ଅଳଂକୃତ କରିଛନ୍ତି ବୋଲି କେହି କହିବ ନାହିଁ୤ ଦେଶର ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଜନକ କଥା କହିବା ଏକ ଧର୍ତ୍ତବ୍ୟ ଅପରାଧ୤ କେବଳ ଅଭିବ୍ୟକ୍ତିର ସ୍ବାଧିନତା କହିଦେଇ ଆପଣ ଏହି ଅଧିକାରର ଦୁର୍ବ୍ୟବହାର କରିପାରିବେ ନାହିଁ୤ ଦେଶର ଜନତା ଆଉ ମାନ୍ଧାତା ଅମଳରେ ନାହିଁ, ସବୁ ଦେଖୁଛି ଜାଣୁଛି୤ ଆଉ ମିଛ ପ୍ରରୋଚନାରେ କେହି ଫସିବେ ନାହିଁ୤ ବିନା ପ୍ରମାଣରେ ତୁମେ ଯେତେ ଚିତ୍କାର କରିଲେ ମଧ୍ୟ କେହି ଶୁଣିବେ ନାହିଁ୤ ଏହିପରି ମହିଳାଙ୍କୁ ସମ୍ମାନ ଦେବା କଥା କହିଲେ ମୁଁ ଅନ୍ତତଃ ହୃଦୟରୁ କେବେ ବି ସମ୍ମାନ ଦେଇ ପାରିବି ନାହିଁ୤

Translated to Odia from an article on postcard.news

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ସିକ୍ରେଟ୍ ସୁପରଷ୍ଟାର୍ : ଦେଖିବେ ନା ନାହିଁ !

ସିକ୍ରେଟ୍ ସୁପରଷ୍ଟାର୍ : ଦେଖିବେ ନା ନାହିଁ !

ଏଠାରେ ପଢ଼ନ୍ତୁ !
ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଏଠାରେ ପଢ଼ନ୍ତୁ !