ବିଗତ ଦିନରେ ଓଡ଼ିଶାର ଜଣେ ସାଂସଦ ନିଜ ପାଖକୁ ହିନ୍ଦୀ ଭାଷାରେ ଆସିଥିବା ପତ୍ରର ଉତ୍ତରରେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ରୋକଠୋକ୍ ଭାବରେ ଲେଖି ଜଣାଇଦେଲେ ଯେ ସେ ହିନ୍ଦୀ ଜାଣନ୍ତି ନାହିଁ ଯେ ହେତୁ ଓଡ଼ିଶା ଏକ ସି କ୍ୟାଟେଗୋରୀ ରାଜ୍ୟ ତେଣୁ ଏଠାରେ କେବଳ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ହିଁ ସରକାରୀ କାମ ହୋଇପାରିବ ସେ ନିଜ ଚିଠିରେ ଏହା ଉଲ୍ଲେଖ କରି ପ୍ରତ୍ୟୁତ୍ତର ଦେଇଛନ୍ତି କିନ୍ତୁ ଏହା ପରେ ସୋସିଆଲ୍ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏହାର ସମର୍ଥନରେ ଯେତେ ଲୋକ ଆସୁଛନ୍ତି ଏହାକୁ ବିରୋଧ କରି ଅନେକ ଲୋକ ମଧ୍ୟ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି
ସାଂସଦ ତଥାଗତ ଶତପଥୀ ନିଜର ବ୍ୟକ୍ତିତ୍ବ ପାଇଁ ଓଡ଼ିଶାରେ ବେଶ ଜଣାଶୁଣା ଏବଂ ରାଜନୀତିରେ ସେ ଜଣେ ପୋଖତ ବ୍ୟକ୍ତିତ୍ବ ଏଥିରେ ଦ୍ବିମତ ନାହିଁ ଅନେକଥର ସେ ସଂସଦ ଓ ବିଧାନସଭାର ସଦସ୍ୟତା ପାଇଛନ୍ତି ସେ କଣ ସତରେ ହିନ୍ଦୀ ଜାଣନ୍ତି ନାହିଁ? ଯଦି ସେ ହିନ୍ଦୀ ଜାଣନ୍ତି ନାହିଁ, ତେବେ ସେ ସଂସଦରେ ହେଉଥିବା ବିଭିନ୍ନ ପରିଚର୍ଚ୍ଚାରେ କେମିତି ଅଂଶ ଗ୍ରହଣ କରୁଛନ୍ତି ଅବଶ୍ୟ ସଂସଦରେ ବିଭିନ୍ନ ଚର୍ଚ୍ଚା ବିଷୟକୁ ଇଂରେଜୀ ଭାଷାରେ ଅନୁବାଦ କରି ଶୁଣାଇ ଦିଆଯାଉଥିବ ବୋଲି ଆମେ ମନେ କରୁ ସେ ଯା ହେଉ, ଓଡ଼ିଆ ପରି ଏକ ରାଜ୍ୟର ଜଣେ ପ୍ରମୁଖ ସାଂସଦ ହିନ୍ଦୀ ଜାଣିନାହାନ୍ତି ବୋଲି ଅନେକ ବ୍ୟକ୍ତିଙ୍କ ବ୍ୟଙ୍ଗ ମନ୍ତବ୍ୟର ଶରବ୍ୟ ହୋଇଛନ୍ତି ଆମେ କିନ୍ତୁ ଏହି ମାମଲାରେ ସାଂସଦଙ୍କ ସହ ସହମତ ହେବାକୁ ଚାହୁଁ ଆମ ରାଜ୍ୟର ସରକାରୀ ଭାଷା ଓଡ଼ିଆ ଏବଂ ଇଂରାଜୀ ହୋଇଥିବା ହେତୁ ସାଂସଦ ନିଜ ରାଜ୍ୟର ସ୍ବାଭିମାନ ରକ୍ଷା କରିଛନ୍ତି ତେଣୁ ସେ ଧନ୍ୟବାଦର ପାତ୍ର
ଅପରନ୍ତୁ, ତାଙ୍କୁ ଆସିଥିବା ପତ୍ରଟି ହିନ୍ଦୀ ଭାଷାରେ ହୋଇଥିବା ହେତୁ ସେଥିରେ କୌଣସି ଭୂଲ ଆମକୁ ଦେଖାଯାଉନାହିଁ କାରଣ ପତ୍ରଟି କେନ୍ଦ୍ର ସରକାରଙ୍କ ତରଫରୁ ଆସୁଛି, ତେଣୁ ସେଠାରେ କାର୍ଯ୍ୟବାହିକା ହିନ୍ଦୀ ଭାଷାରେ ହେଉଥିବା ହେତୁ ସେ ନିଜ କାର୍ଯ୍ୟାଳୟର ନିୟମାନୁସାରେ ହିନ୍ଦୀରେ ଚିଠି ଦେଇଛନ୍ତି ମନେ କରାଯାଉ ଏକା ପ୍ରକାରର ଚିଠି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯାଏ ତା ହେଲେ ସେଇ ଏକା ଚିଠିର କେତୋଟି ଭାଷାରେ ଅନୁବାଦ କରିବାକୁ ପଡ଼ିବ? କାରଣ ସମସ୍ତ ରାଜ୍ୟରେ ହିନ୍ଦୀ ଭାଷାରେ କାର୍ଯ୍ୟ କରାଯିବା ନିୟମ ନାହିଁ ଏଣୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ବା କାର୍ଯ୍ୟାଳୟ ତରଫରୁ ହିନ୍ଦୀ ଭାଷାରେ ହିଁ ପତ୍ରାଳାପ କରାଯିବାକୁ ଉଚିତ ମନେ କରିଥିବେ
ଆମେ ପିଲାଦିନୁ ପଢ଼ି ଆସିଛୁ, ହିନ୍ଦୀ ହମାରୀ ରାଷ୍ଟ୍ରଭାଷା ହୈ ଅବଶ୍ୟ କିଏ ଏବଂ କେବେ ଏହାକୁ ରାଷ୍ଟ୍ରଭାଷା ବୋଲି କହିଥିଲେ ତାହା ଆମେ ଜାଣିନୁ ବୋଧହୁଏ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କଲେ ଜଣା ପଡ଼ିପାରେ ତେବେ ଉଣା ଅଧିକେ ଅଧିକାଂଶ ସରକାରୀ କାମରେ ହିନ୍ଦୀ ଭାଷାର ବ୍ୟବହାର କରାଯାଉଛି ଏହା ଅତୀତରେ ସରକାରମାନେ ନୂତନ ଅଧିନିୟମ ଆଣି ପରିବର୍ତ୍ତନ କରିଛନ୍ତି ଦକ୍ଷିଣର ଅନେକ ରାଜ୍ୟ ଏହି ନିୟମକୁ ଆଜିଯାଏଁ ଆପଣେଇ ନାହାନ୍ତି
ବର୍ତ୍ତମାନ ଆମ ସାଂସଦ ଯଦି ଏହି ପତ୍ରକୁ ସ୍ବୀକାର କରିବାକୁ ଉଚିତ ମନେ କଲେ ନାହିଁ, ତେବେ ଏହାକୁ ନେଇ ଏତେ ବାକବିତଣ୍ଡା ବା ପରିଚର୍ଚ୍ଚା କରିବା ଉଚିତ ହେଉନାହିଁ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖିବା ସମସ୍ତ ଓଡ଼ିଆଙ୍କ କର୍ତ୍ତବ୍ୟ ବିଗତ ଦିନରେ ଓଡ଼ିଶାର ଅନ୍ୟଜଣେ ମହିଳା ସଦସ୍ୟା ସଂସଦରେ ଦେଇଥିବା ଅଭିଭାଷଣ ବେଳେ ଭୂଲ ହିନ୍ଦୀ କହି ହାସ୍ୟରୋଳ ସୃଷ୍ଟି କରିଥିଲେ ଯଦି ସେ ଚାହିଁଥାନ୍ତେ ସେ ଓଡ଼ିଆରେ ମଧ୍ୟ ନିଜ ଅଭିଭାଷଣ ଦେଇପାରିଥାନ୍ତେ, ହୁଏତ ସେ ଏହି ବିଷୟରେ ଜାଣିନଥାଇ ପାରନ୍ତି ତେଣୁ ସେ ହିନ୍ଦୀରେ କହିବାକୁ ଚେଷ୍ଟା କରି ହାସ୍ୟର ପାତ୍ରୀ ହୋଇଥିଲେ
ଅନେକେ ହୁଏତ ଜାଣି ନଥାଇ ପାରନ୍ତି, କିନ୍ତୁ ଜଣେ ସାଂସଦ ଚାହିଁଲେ ନିଜ ରାଜ୍ୟର ପ୍ରଚଳିତ ସରକାରୀ ଭାଷାରେ ଅଭିଭାଷଣ ଦେଇ ପାରିବେ ସେଇଥିପାଇଁ ଆମେ ତଥାଗତ ବାବୁଙ୍କୁ ଧନ୍ୟବାଦ ଜଣାଉଛୁ
ଗାଡ଼ି ହେଲ୍ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ?
ଏଠାରେ ପଢ଼ନ୍ତୁ !
କାହିଁକି ଗୁରୁମିତ୍ ରାମରହିମ ମାମଲାରେ ସରକାର ଦୋଷୀ ନୁହନ୍ତି!
ଏଠାରେ ପଢ଼ନ୍ତୁ !