ଦେଶର ଆଇନ ବ୍ୟବସ୍ଥାକୁ ଅପମାନିତ କରିବା, ହିଂସା ଉସୁକାଇବା, ବର୍ଣ୍ଣାଢ୍ୟ ଜୀବନଯାପନ କରିବ ଏବଂ ଭଗବତ୍ ତତ୍ତ୍ବର ଜ୍ଞାନ ଦେବା?
ଏହାକୁ ଲୋକମାନେ ତିରସ୍କାର କରିବା ଉଚିତ
ଯଦି ଲୋକମାନେ କିଛି କରିପାରିବେ ନାହିଁ, ତା ହେଲେ ସରକାର କିଛି କରିବ ବୋଲି ଆଶା କରିବା ନିରର୍ଥକ
ଧର୍ମ ଏକ ବୃହତ ବିଷୟ, ଯାହା ନିରବତାର ସହ ଶାନ୍ତିର ସହ ପାଳନ କରାଯାଏ କିନ୍ତୁ ବାବା ରାମ ରହିମଙ୍କ ନିର୍ଦ୍ଦେଶରେ ଦେଶର ଏକ ବୃହତ ଅଞ୍ଚଳରେ ଦଙ୍ଗା ପରି ପରିସ୍ଥିତି ସୃଷ୍ଟି ହୋଇଗଲା, ଏହା କୌଣସି ଧର୍ମଗୁରୁଙ୍କ ଆଚରଣ ନୁହେଁ ତେଣୁ ବସ୍ତୁତଃ ତାଙ୍କୁ ଧର୍ମଗୁରୁ ବୋଲି ମାନିବା ହିଁ ଲୋକମାନଙ୍କ ପ୍ରଥମ ମୁର୍ଖତା ତାଙ୍କର ଆଚରଣ ହେତୁ ପଞ୍ଜାବ ଓ ହରିଆଣାରେ ହେଉଥିବା ଦଙ୍ଗାରେ ନଷ୍ଟ ହୋଇଥିବା ବସ୍ତୁ ସମେତ ମାନସିକ ବିକୃତି ମଧ୍ୟ ସହଜରେ ଫେରେଇ ହେବନାହିଁ
ଗଣମାଧ୍ୟମରେ ହେଉ ଅବା ସିନେମାର ପରଦାରେ ସମସ୍ତେ ବାବାଙ୍କର ଅଭିନୟର ଚାତୁରୀ ଦେଖି ବାହ୍ ବାହ୍ କରୁଥିଲେ ନିର୍ବାଚନ ସମୟରେ ଭୋଟ୍ ପାଇଁ ବାବାଙ୍କ ଦରବାରରେ ମଥା ଟେକୁଥିଲେ ଆଉ ସେ ମଧ୍ୟ ଅନେକ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ଉସ୍ତାଦ ଥିଲେ ତେଣୁ ସ୍ବଚ୍ଛ ଭାରତ ଅଭିଯାନ ହେଉ ବା ସ୍ବଚ୍ଛ ଗଙ୍ଗା ଅଭିଯାନ ସବୁଠାରେ ବାବାଙ୍କ ଉପସ୍ଥିତି ସମସ୍ତଙ୍କୁ ଆମୋଦିତ କରିଥିଲା, କିନ୍ତୁ ବିଗତ ଦିନରେ ବାବାଙ୍କ ଇଙ୍ଗିତରେ ହରିଆଣା ଓ ପଞ୍ଜାବରେ ହୋଇଥିବା ଅଦ୍ଭୂତପୂର୍ବ କ୍ଷୟକ୍ଷତିକୁ ଦେଖିବା ବେଳକୁ ମନରେ ସ୍ବତଃ ପ୍ରଶ୍ନ ଆସେ, ଆମେ କଣ ସତରେ ଆମ ଧାର୍ମିକ ଭାବନାକୁ ବିକ୍ରିକରିଦେଇଛେ? ସମ୍ବିଧାନକୁ ସମ୍ମାନ ଦେଇଛେ?
ହିନ୍ଦୁ ଧର୍ମରେ ମୂନୀଋଷୀ ମାନଙ୍କର ଏକ ଅଲଗା ସୌନ୍ଦର୍ଯ୍ୟ ଥିଲା ସେମାନେ ଅତି ସାଧାରଣ ଜୀବନଯାପନ କରିବା ସହ ଅତ୍ୟନ୍ତ ମେଧାବୀ ଓ ଜ୍ଞାନୀ ପୁରୁଷ ଥିଲେ ସେ ସ୍ବାମୀ ଦୟାନନ୍ଦ ସରସ୍ବତୀ ହୁଅନ୍ତୁ ବା ସ୍ବାମୀ ଶିବାନନ୍ଦ, ରମଣ ମହାଋଷି ହୁଅନ୍ତୁ ଅବା ରାମକୃଷ୍ଣ ପରମହଂସ ଅଥବା ଶ୍ରୀ ଅରବିନ୍ଦ ସେମାନଙ୍କ ଅତି ସାଧାରଣ ଜୀବନ ଯାପନ ଶୈଳୀ ଆଗରେ ରାଜାମହାରାଜ ମାନେ ନତମସ୍ତକ ହେଉଥିଲେ ସେମାନେ ବିଶ୍ବକୁ କିଛି ଦେବା ଆଶାରେ ଋଷି ହୋଇଥିଲେ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସେମାନେ ମାନବ ଜଗତକୁ ବଞ୍ଚିବାର ଅନେକ ଜ୍ଞାନ ଦେଇଛନ୍ତି ସ୍ବେଚ୍ଛାହୀନ ସେବା ଏବଂ ମାନବସେବା ହିନ୍ଦୁଧର୍ମର ଋଷିମାନଙ୍କର ମୁଖ୍ୟ ଆୟୁଧ ଥିଲା କିନ୍ତୁ ବିଗତ ଶତାବ୍ଦୀ ଏବଂ ଚଳିତ ଶତାବ୍ଦୀରେ ଆମେ ଏହାର ପରିପନ୍ଥୀ ଅନେକ ସାଧୁ ବା ବାବାଙ୍କୁ ଦେଖୁଛୁ, ଯେଉଁମାନେ ଧନସମ୍ପତ୍ତି ଠୁଳ କରିବା, ସାମାଜିକ ଜୀବନରେ ଐଶ୍ବର୍ଯ୍ୟ ଉପଭୋଗ କରିବା ଆଦିକୁ ଶ୍ରେୟ ଦେଇଛନ୍ତି
ବିଗତ ଶତାବ୍ଦୀରେ ଭାରତରେ ବିଶାଳ ସ୍ତରରେ ଧର୍ମପରିବର୍ତ୍ତନ କରାଯାଇଛି ବିଦେଶରୁ ଆସୁଥିବା ଧନର ପ୍ରଭାବ ଏବଂ ଲୋଭେଇବା ଭଳି ଉପହାର ଆଦି ଦେଇ ନିରୀହ, ସରଳ ଆଦିବାସୀ ଓ ଜନସାଧାରଣଙ୍କୁ ଧର୍ମପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଛି ଆଶ୍ଚର୍ଯ୍ୟର କଥା ବର୍ତ୍ତମାନର ସମୟରେ ଭୋଟ୍ ବ୍ୟାଙ୍କ ତୁଷ୍ଟିକରଣ ପାଇଁ ହିନ୍ଦୁ ଧର୍ମର ଅନେକ ପୂଜା ଓ ଉତ୍ସବକୁ ପଶ୍ଚିମବଙ୍ଗ ସରକାର ବେଆଇନ୍ ବୋଲି ଘୋଷଣା କରିଛନ୍ତି ଅଥଚ ଆମେ ନିରବ ଅଛୁ ସନାତନ ଧର୍ମର ଅତି ସାଧାରଣ ନୀତିନିୟମ ଏବଂ ଜୀବନଚର୍ଯ୍ୟାକୁ ବ୍ୟଙ୍ଗକରି ସେମାନଙ୍କୁ ଧାର୍ମିକ ପରିବର୍ତ୍ତନ ପାଇଁ ଉସୁକାଇବା ଏକ ଅପରାଧ ନୁହେଁ କି ? କିନ୍ତୁ ଆମେ ନିରବ ରହୁଛେ, କାରଣ ଏହା ଆମକୁ କୌଣସି ଭାବରେ ପ୍ରଭାବ ପକାଉନାହିଁ ଆଜି ଯେତେବେଳେ ଜଣେ ତଥାକଥିତ ବାବାଙ୍କୁ ଉଚ୍ଚନ୍ୟାୟାଳୟ ଦୋଷୀ ବୋଲି ଘୋଷଣା କରୁଛନ୍ତି, ବାବାଙ୍କ ଇଙ୍ଗିତରେ ଦେଶରେ ଦଙ୍ଗା ଆୟୋଜିତ ହୋଇଯାଉଛି ଏହା ଆମ ଦେଶର ସମ୍ବିଧାନ ପ୍ରତି ବ୍ୟଙ୍ଗ ନୁହେଁ ତ ଆଉ କଣ? ଏହା କେଉଁ ପ୍ରକାରର ଧର୍ମ ଯାହା ସର୍ବସାଧାରଣ ମାନି ନେଇଛନ୍ତି? ଧର୍ମ ପରିବର୍ତ୍ତନ ହେଉ ବା ଏହିପରି ବାବାଙ୍କ ଶରଣରେ ଯିବା ହେଉ, ଏହା କଣ ଧାର୍ମିକ ବ୍ୟବସ୍ଥା ପ୍ରତି ତାତ୍ସଲ୍ୟ ନୁହେଁ କି ? ଏବେ ଆମେ କିନ୍ତୁ ନିରବ ଅଛୁ
ଧର୍ମର ଅର୍ଥ ଧର୍ମ ହିଁ ହୋଇପାରେ, ନିରବତା କଦାପି ଧର୍ମ ନୁହେଁ, ଏହା ଅଧର୍ମଠାରୁ ବି ଅଧିକ ଅଧର୍ମ ଏବେ ସର୍ବସାଧାରଣଙ୍କୁ ଜାଗ୍ରତ ହେବାକୁ ପଡ଼ିବ ସରକାର ହିଁ ସବୁ କିଛି କରିବେ ବୋଲି ଆଶା କରିବା ନିରର୍ଥକ କାରଣ ସରକାର ଜନତାଙ୍କୁ ନେଇ ନିର୍ମିତ ଆଉ ଯେଉଁଠି କୋଟି କୋଟି ଜନତା ଜଣେ ଭଣ୍ଡର ପାଖଣ୍ଡକୁ ଦେଖିବା ସତ୍ତ୍ବେ ତା ସପକ୍ଷରେ ଆସି ଠିଆ ହେବାକୁ ରାଜି, ସେଇଠି ସରକାର କଣ ବା କରିପାରିବେ
ମୋତେ ହିନ୍ଦୀ ଆସେନି !!!
ଏଠାରେ ପଢ଼ନ୍ତୁ !
ଗଭୀର ଆତ୍ମଚିନ୍ତନର ସମୟ ଆସିଛି
ଏଠାରେ ପଢ଼ନ୍ତୁ !