ବିଗତ ଦିନରେ ସୋସିଆଲ୍ ନେଟ୍ୱାର୍କିଂ ସାଇଟ୍ ମାନଙ୍କରେ ଏକ ଭିଡ଼ିଓ ପ୍ରଚୁର ଭାବରେ ବ୍ୟାପିଥିଲା (ଭାଇରାଲ୍ ହେଲା) ଦୁଇଜଣ ଝିଅ ଜଣେ ପୁଅକୁ କୌଣସି ଏକ ସ୍ଥାନରେ ବିଭିନ୍ନ ପ୍ରକାର ଆକ୍ଷେପ ଦେଇ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବାର ଦୃଶ୍ୟ ଦେଖାଗଲା ଏହାକୁ ଦେଖିବା ଲୋକ ତୁରନ୍ତ ଭିଡ଼ିଓରେ ଦେଖାଯାଉଥିବା ପୁଅକୁ ଦୋଷୀ ବୋଲି ଧରିନେଲେ ଆଉ ନିନ୍ଦା କରିଲେ ଝିଅମାନଙ୍କର ସାହାସକୁ ସାବାସୀ ବି ଦେଲେ ପରେ ପରେ ଓଡ଼ିଶାର ଅନେକ ଗଣମାଧ୍ୟମରେ ଏହି ବାବଦରେ ବିସ୍ତୃତ ରିପୋର୍ଟ୍ ମାନ ଛପିଲା ନାରୀ ସଶକ୍ତିକରଣ ପାଇଁ କାମ କରୁଥିବା କିଛି ବୁଦ୍ଧିଜୀବି ଏହାର ଉଦାହରଣ ଦେଇ ଜଣାଇ ଦେଲେ ଯେ ଏବେ ଆଉ ମହିଳା ମାନେ ଅସହାୟା ନୁହନ୍ତି ଏହି ସମସ୍ତ ପ୍ରକରଣରେ ଅନ୍ତର୍ଭୂକ୍ତ ଥିବା ପୁଅଟି ନିର୍ବିକାର ଭାବରେ ଅସହାୟ ଓ ନିରବ ରହିଥିଲା ଆଉ ଏହି ସମସ୍ତ ଘଟଣାକୁ ଅନ୍ୟଜଣେ କିମ୍ବା ଅନେକ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ଼ିଂ କରି ଚାଲିଥିଲେ ଏହାକୁ ଦେଖିବା ପରେ ଝିଅମାନଙ୍କ ସହ ଖେଳ ଖେଳୁଥିବା ପୁଅମାନେ ସାବଧାନ ନିଶ୍ଚୟ ହୋଇଯାଇଥିବେ ଏହା ଦ୍ବାରା ଏକ ସକାରାତ୍ମକ ପ୍ରଭାବ ପଡ଼ିଲା ବୋଲି ଜଣେ ବନ୍ଧୁ କହିଲେ ଏହି ଭିଡ଼ିଓକୁ ନିଜ ନିଜ ଟାଇମ ଲାଇନରେ ଶେୟାର କରିବାକୁ ଅନେକେ ତତ୍ପର ହୋଇଗଲେ
ଏହି ଘଟଣାର ଅନ୍ୟ ଏକ ଦିଗପ୍ରତି ଅନେକେ ସଚେତନ ନଥିଲେ କିମ୍ବା ଦୃଶ୍ୟର ଗମ୍ଭୀରତାକୁ ଦେଖି ଅନ୍ୟ ସମସ୍ତ ବିଷୟପ୍ରତି ଅଣଦେଖା କରିଦେଇଥିଲେ ଏହି ଘଟଣା ବିଷୟରେ ଖବର କାଗଜମାନଙ୍କରେ ଶୀରୋନାମା ପଢ଼ିବା ପରେ ଏହି ଭିଡ଼ିଓରେ ଦେଖାଯାଉଥିବା ପୁରୁଷ ଜଣଙ୍କ ବର୍ତ୍ତମାନ ଦୁଇଜଣ ଯୁବତୀଙ୍କ ଉପରେ ଏକ ମୋକଦ୍ଦମା ଦାୟର କରିଛନ୍ତି ମୋକଦ୍ଦମାର କାରଣ ସେମାନେ ସେହି ବ୍ୟକ୍ତିର ଚରିତ୍ରସଂହାର କରିଛନ୍ତି, ସେମାନଙ୍କ ବ୍ୟକ୍ତିଗତ ବ୍ୟାପାରକୁ ସର୍ବସମ୍ମୁଖରେ ପ୍ରକାଶ କରାଇ ନିଜେ ବାଃ ବା ଲୁଟି ନେଉଥିବା ବେଳେ ସଂପୃକ୍ତ ଯୁବକଙ୍କର କଥାକୁ ଏହି ଭିଡ଼ିଓରେ ସ୍ଥାନ ନ ଦିଆଯାଇ ପ୍ରକୃତ ସତ୍ୟକୁ ଲୁଚେଇ ଦିଆଯାଇଛି ଅଭିଯୋଗ ହେଉଛି ଯେ ଏହି ଭିଡ଼ିଓ ଏକ ୪୫ ମିନିଟ୍ ଲମ୍ବା ଭିଡ଼ିଓର ମାତ୍ର ୩ ମିନିଟର ଅଂଶ ଏହି ଭିଡ଼ିଓରେ ସଂପୃକ୍ତ ଯୁବକଙ୍କର ବୟାନ ଦିଆଯାଇନାହିଁ, କେବଳ ଯୁବତୀ ମାନେ ନିଜ ବୟାନ ଦେଇଛନ୍ତି ଏବଂ ଯୁବକଙ୍କର ଚରିତ୍ର ସଂହାର କରିଛନ୍ତି ଯୁବକ ଜଣକ ଦେଇଥିବା ବୟାନ ଅନୁଯାୟୀ ସଂପୃକ୍ତ ଯୁବତୀ ଜଣକ ତାକୁ ବିବାହ ପାଇଁ ବାଧ୍ୟ କରୁଥିଲେ ଏବଂ ସେ ରାଜି ନ ହେବାରୁ ସେ ଉତକ୍ଷିପ୍ତ ହୋଇ ଏହି ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ଛାଡ଼ିଛନ୍ତି ସତ କଣ ତାହା କେବଳ ସେହି ଯୁବକ ଓ ଯୁବତୀମାନେ ହିଁ ଜାଣିଥିବେ
ଅବଶ୍ୟ ଯଦି ଜଣେ ଯୁବକ ବା ପୁରୁଷ କୌଣସି ନାରୀ / ଯୁବତୀ ବା ମହିଳାଙ୍କ ସହ ଏହିପରି କୌଣସି ଗର୍ହିତ ଅପରାଧିକ କାମ କରିଥାଏ ତେବେ ତାକୁ ଦଣ୍ଡ ଦିଆଯିବା ଉଚିତ କିନ୍ତୁ ଭାରତୀୟ ଦଣ୍ଡ ସଂହିତାରେ ମଧ୍ୟ ଉଲ୍ଲେଖ ଅଛି ଯେ ବିନା ପ୍ରମାଣରେ କୌଣସି ପ୍ରକାର ଦଣ୍ଡ ବିଧାନ କରିବା ଅନୁଚିତ ଏଠାରେ ସର୍ବସମ୍ମୁଖରେ ଜଣେ ଯୁବକକୁ ଦୋଷୀ ବୋଲି ପ୍ରମାଣିତ କରି ଦିଆଗଲା ଅଥଚ ସମ୍ପୂର୍ଣ୍ଣ ଭିଡ଼ିଓଟିରେ ଯୁବକ ଜଣକ ଥରେ ହେଲେ ମୁହଁ ଖୋଲି କିଛି କହିବାର ଦେଖାଯାଉନାହିଁ ତେଣୁ ଯଦି ସଂପୃକ୍ତ ଯୁବକ ଯୁବତୀ ଦୁଇଜଣଙ୍କୁ ଧୋକା ଦେଉଥିଲେ ତା ହେଲେ ସେମାନେ ନ୍ୟାୟୋଚିତ ଭାବରେ ଅଦାଲତର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିପାରିଥାନ୍ତେ ଏବଂ ଉଚିତ ଦଣ୍ଡ ବିଧାନ ହୋଇପାରନ୍ତା କିନ୍ତୁ ଏଠାରେ ସେମିତି କିଛି ହୋଇନାହିଁ ବରଂ ଯୁବତୀ ଦୁଇଜଣଙ୍କ ବୟାନ ହିଁ ସ୍ଥାନ ପାଇଛି ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି ଭିଡ଼ିଓ ସମ୍ପୃକ୍ତ ଯୁବକଙ୍କର ଚରିତ୍ରସଂହାରର ଉଦ୍ଦେଶ୍ୟରେ ତିଆରି କରାଯାଇଛି
ଏହି ଭିଡ଼ିଓକୁ ଦେଖି ଯୁବତୀ ମାନଙ୍କ ସପକ୍ଷରେ ଯୁକ୍ତି ଦେଉଥିବା ବୁଦ୍ଧିଜୀବି ମାନେ କହିବେ କି, ଯଦି ଏହି ଭିଡ଼ିଓରେ ଏହାର ବିପରୀତ କିଛି ଘଟଣା ଦେଖାଯାଉଥାନ୍ତା, ଅର୍ଥାତ ଦୁଇଜଣ ଯୁବକ ଜଣେ ଯୁବତୀଙ୍କୁ ଏମିତି ମାଡ଼ ମାରୁଥାନ୍ତେ ଆଉ ସେହି ଭିଡ଼ିଓ ସୋସିଆଲ୍ ନେଟ୍ୱାର୍କିଂ ସାଇଟରେ ଦେଖାଦେଇଥିଲେ ସେମାନେ କଣ ଏହାକୁ ଗ୍ରହଣ କରିଥାନ୍ତେ କି ? ନା, ହୁଏତ ସେତେବେଳେ ମହିଳା ସୁରକ୍ଷା ନାମରେ ଅନେକ ସଂଗଠନ ଆଗେଇ ଆସି ଧାରଣା ଓ ପ୍ରଦର୍ଶନ କରି ପକାନ୍ତେ ଏହା କହିବା ଉଦ୍ଦେଶ୍ୟ ନୁହେଁ ଯେ ଆମେ ମହିଳାଙ୍କୁ ଦୋଷୀ ବୋଲି ପ୍ରମାଣ କରୁଛୁ କିନ୍ତୁ ଅତୀତରେ ଅନେକ ଘଟଣା ଏହିପରି ଘଟିଛି, ଯେଉଁଠି ନିର୍ଦ୍ଦୋଷ ପୁରୁଷ ମାନଙ୍କୁ ବିନା କୌଣସି ପ୍ରମାଣରେ ଅପାତତଃ ମିଡ଼ିଆ ଟ୍ରାଏଲ୍ କରି ଦୋଷୀ ବୋଲି କୁହାଯାଇଛି ଏବଂ ସେହି ପୁରୁଷମାନେ ଅପମାନ ସହି ନପାରି ଆତ୍ମହତ୍ୟା କରିଛନ୍ତି ବିଗତ ଦିନରେ କଟକର ବାଦାମବାଡ଼ି ବସଷ୍ଟାଣ୍ଡ ନିକଟରେ ଦୁଇଜଣ ଯୁବତୀ ଜଣେ ଯୁବକଙ୍କୁ ପିଟୁଥିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା, ଲୋକମାନେ ଯୁବତୀ ମାନଙ୍କୁ ବାହବା ଦେବାରେ କୁଣ୍ଠା କରିନଥିଲେ କିନ୍ତୁ ପରେ ଜଣାପଡ଼ିଥିଲା ଯେ ସଂପୃକ୍ତ ଯୁବକ ନିର୍ଦ୍ଦୋଷ ଏବଂ ଅନ୍ୟ କାହାର ଦୋଷ ପାଇଁ ସେ ମାଡ଼ ଖାଇଥିଲେ କିନ୍ତୁ ଏହାର ସାମାଜିକ ପ୍ରଭାବ ଏତେ ପଡ଼ିଥିଲା ଯେ ସଂପୃକ୍ତ ଯୁବକ ଆତ୍ମହତ୍ୟା କରିଥିଲା ବର୍ତ୍ତମାନ ତା ପରିବାର ହନ୍ତସନ୍ତ ହେଉଛନ୍ତି, ଏଥିପାଇଁ ଦାୟୀ କିଏ? ହାତରେ ସ୍ମାର୍ଟ୍ ମୋବାଇଲ୍ ଆସିଲେ ଲୋକମାନେ ଏହାର ଦୁର୍ବ୍ୟବହାର କରିବା ଅସମ୍ଭବ ନୁହେଁ ଆଜିକାଲି ସାଧାରଣତଃ ଅନେକ ଆପତ୍ତିଜନକ ଭିଡ଼ିଓ ସୋସିଆଲ୍ ନେଟ୍ୱାର୍କିଂ ସାଇଟରେ ଶେୟାର୍ ହେଉଛି ଲୋକମାନଙ୍କ ବ୍ୟକ୍ତିଗତ ସଂପର୍କର ଭିଡ଼ିଓ ସବୁ ଆସୁଛି କେମିତି? ସବୁ ସେଇ ମୋବାଇଲ୍ ପାଇଁ ହିଁ ସମ୍ଭବ ହେଉଛି
ବର୍ତ୍ତମାନ ଆମେ ଚର୍ଚ୍ଚା କରୁଥିବା ଏହି ବିଷୟ ଉପରେ ଜଣାଇବାକୁ ଚାହେଁ, ଯେ ଯଦି ବା ସେ ଯୁବକ ଭୁଲ କରିଥିଲା ତା ହେଲେ ତାହା ଆପୋଷ ବୁଝାମଣା କିମ୍ବା ଅଦାଲତ ଦ୍ବାରା ସମାଧାନ ହୋଇପାରିଥାନ୍ତା ଭିଡ଼ିଓର ଦୃଶ୍ୟରେ ଜଣେ ଯୁବତୀ କହୁଥିବାର ଶୁଣାଯାଉଛି ଯେ ସେ ପୂର୍ବ ରାତିରେ ସମ୍ପୃକ୍ତ ଯୁବକ ସହ ଥିଲେ ପୁଣି ଅନ୍ୟ ସ୍ଥାନରେ କହୁଥିବାର ଶୁଣାଯାଉଛି ଯେ ସେ ଅନ୍ୟ ଯୁବତୀଙ୍କୁ କାନ୍ଦିଥିବାର ଦେଖିଛନ୍ତି ମାନେ ଅନ୍ୟ ଯୁବତୀଙ୍କର କାହାଣୀ ଶୁଣିବା ସତ୍ତ୍ବେ ସେହି ଯୁବତୀ ଜଣକ ଯୁବକ ସହିତ ରାତ୍ରୀରେ ଏକାଠି ରହିଛନ୍ତି କିନ୍ତୁ ଯେତେବେଳେ ଭିଡ଼ିଓ ସୁଟିଂ ହେଉଛି ସେତେବେଳେ ନିଜର ଭଲପଣ ଦେଖାଇବା ପାଇଁ ଯୁବକକୁ ଗାଳି ଦେବାକୁ ପଛାଉନାହାନ୍ତି ଏଥିରେ ସଂପୃକ୍ତ ଯୁବତୀଙ୍କ ବ୍ୟବହାର ସନ୍ଦେହଜନକ ହେଉନାହିଁ କି ? କେଉଁ କାରଣରୁ ଏହି ଭିଡ଼ିଓ ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାଇ ଦିଆଯାଇନାହିଁ କେବଳ ଏତିକି ଦେଖିବାକୁ ମିଳୁଛି ଦୁଇଜଣ ଯୁବତୀ ଜଣେ ଯୁବକଙ୍କୁ ଗାଳି ଦେଉଛନ୍ତି ଆଉ ମାଡ଼ ମାରୁଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ସମ୍ପୃକ୍ତ ଯୁବକକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏହି ଭିଡ଼ିଓ କରିଛନ୍ତି
ବର୍ତ୍ତମାନ ଏହି ଭିଡ଼ିଓର ଆଉ ଏକ ଭାଗ ପ୍ରସାରିତ ହୋଇଥିବା ଦେଖାଯାଉଛି ଯେଉଁଠି ସଂପୃକ୍ତ ଯୁବତୀ ସମେତ ଜଣେ ଯୁବକ ମଧ୍ୟ ଆକ୍ରମଣ କରୁଥିବା ଦେଖାଯାଉଛି ଏଥିରୁ ସ୍ପଷ୍ଟ୍ ହେଉଛି ଯେ ଏହି ସମସ୍ତ ଘଟଣା ଯୋଜନାବଦ୍ଧ ଭାବରେ କରାଯାଇଛି ଏବଂ ଏଥିରେ ସଂପୃକ୍ତ ଯୁବକଙ୍କୁ ଧମକ ଚମକ ଦିଆଯାଉଛି
ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ ସେହି ଯୁବତୀ ଜଣକ କାଳେ ସଂପୃକ୍ତ ଯୁବକଙ୍କୁ ଅନେକ ସମୟରେ ଟଙ୍କ ସୁନା ଆଦି ଦାବୀ କରୁଥିଲେ ଏବଂ ନେଉଥିଲେ ମଧ୍ୟ ଏବଂ ସେ ଏହା ଦେବାପାଇଁ ମନା କରିବା ପରେ ସେହି ଯୁବତୀ ଜଣକ ପ୍ରତିହିଂସାପରାୟଣ ହୋଇ ଜନୈକ ବ୍ୟବସାୟୀ ଏବଂ କଟକର ଜଣେ ମହିଳାଙ୍କ ସହାୟତାରେ ଏହି ସମସ୍ତ ବ୍ୟବସ୍ଥା କରିବା ପରେ ଅନ୍ୟ ଜଣେ ଯୁବତୀ ଏବଂ ତାଙ୍କର ଯୁବକ ବନ୍ଧୁଙ୍କ ସହାୟତାରେ ଏହି ଭିଡ଼ିଓ ସୁଟିଂ କରିଥିଲେ ଏବଂ ସୋସିଆଲ୍ ମିଡ଼ିଆରେ ପ୍ରସାର କରାଇଥିଲେ ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ବର୍ତ୍ତମାନ ସଂପୃକ୍ତ ଯୁବତୀଙ୍କ ପରିବାରବର୍ଗ ଯୁବକଙ୍କ ଓକିଲଙ୍କ ସହ ମିଶି ମାମଲାର ଆପୋଷ ସମାଧାନ କରିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି ସମ୍ପୂର୍ଣ୍ଣ ଖବର କଣ ତାହା ତ ବଳେ ବଳେ ଜଣାପଡ଼ିବ କିନ୍ତୁ ଯାହା ବି ହୋଇଛି ତାହା ଏକ ନାଟକ ଏବଂ ଏଥିରେ ସତ୍ୟତା କିଛି ନାହିଁ ବୋଲି ଯୁବକ ଜଣକ କହିଛନ୍ତି ଏହା ସହିତ ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ ସେହି ଯୁବତୀ ଦୁଇଜଣ ଏବଂ ଜଣେ ଯୁବକ ତାଙ୍କୁ ଆକ୍ରମଣ କରି ତାଙ୍କ ବ୍ୟାଗରୁ ଗୋଟିଏ ଆଇ ଫୋନ୍, ପାଞ୍ଚହଜାର ଟଙ୍କା ସମେତ ଆହୁରି ଅନେକ କିଛି ଲୁଟି ନେଇଛନ୍ତି
ବର୍ତ୍ତମାନର ପ୍ରକରଣରେ ଯେତେବେଳେ ଯୁବକ ଜଣକ ସଂପୃକ୍ତ ଯୁବତୀ ଦୁଇଜଣଙ୍କ ଉପରେ ମାମଲା ଦାୟର କରିଛନ୍ତି, ସେତେବେଳେ ମାନ୍ୟବର ଅଦାଲତ କେଉଁ ପ୍ରକାରର ନ୍ୟାୟ କରୁଛନ୍ତି ତାହା ଦେଖିବାକୁ ରହିଲା ନିଶ୍ଚୟ ଭାବରେ କାହାର ଚରିତ୍ରସଂହାର କରିବାଭଳି ଭିଡ଼ିଓ ନିର୍ମାଣ କରିବା ଏବଂ ଏହାକୁ ସର୍ବଜନବିଦିତ କରାଇବା ଏକ ଧର୍ତ୍ତବ୍ୟ ଅପରାଧ ତେଣୁ ଆମ ମତରେ ଉଭୟ ଯୁବତୀ ଏଥିପାଇଁ ଦାୟୀ ଏବଂ ଦୋଷୀ ମଧ୍ୟ
ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ?
ଏଠାରେ ପଢ଼ନ୍ତୁ !
ଓଡ଼ିଶାରେ ବୋଲ୍ବମ୍ ସଂସ୍କୃତି
ଏଠାରେ ପଢ଼ନ୍ତୁ !