ଶ୍ରାବଣମାସ ଚାଲିଛି, ଶନିବାର ରବିବାର ହୋଇଗଲେ ଲାଗୁଛି ସମୁଦାୟ ରାଜ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଉଛି ରାସ୍ତାଘାଟ, ବସ୍ ଆଡ୍ଡା, ମନ୍ଦିର ପ୍ରାଙ୍ଗଣ, ଯେଉଁଠି ଦେଖ ସେଇଠି ଏହି ଗେରୁଆ ବସନ ପିନ୍ଧା ଭକ୍ତମାନଙ୍କ ଗହଳ ଚହଳ ଦେଖାଯାଉଛି ଆଉ ସେମାନଙ୍କୁ ନେବା ଆଣିବା କରିବାପାଇଁ ସୁସଜ୍ଜିତ ଯାନବାହାନ, ଉଚ୍ଚସ୍ବରରେ ବାଜୁଥିବା ବାଦ୍ୟଯନ୍ତ୍ର, ଡିଜେ ଆହୁରି ଅନେକ କିଛି ରାସ୍ତା ପାର୍ଶ୍ବରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ମାଗଣାରେ ଭୋଜନର ବ୍ୟବସ୍ଥା, ଆରାମ କରିବାପାଇଁ ବ୍ୟବସ୍ଥା ଆଦି ଦେଖିବାକୁ ମିଳୁଛି ବଜାରରେ ଗେରୁଆ ବସନର ବିକ୍ରୟ ବହୁପରିମାଣରେ ବୃଦ୍ଧିପାଉଛି ନିଶ୍ଚୟ ଏହାର ଉଦାହରଣ ରାସ୍ତାରେ ଠେଲା ଗାଡ଼ିରେ ଏବଂ ଉଠା ଦୋକାନ ମାନଙ୍କର ଅଚାନକ ବୃଦ୍ଧି ଏମାନେ କିଏ ଏବଂ ଏହି ବୋଲ ବମ୍ କଣ?

ପ୍ରତି ଶ୍ରାବଣରେ ଓଡ଼ିଶାର ସମସ୍ତ ନଦୀ କୂଳମାନଙ୍କରେ ଶନିବାରଠାରୁ ରବିବାର ସନ୍ଧ୍ୟାଯାଏଁ ଗେରୁଆ ବସ୍ତ୍ରପିନ୍ଧିଥିବା ବୋଲବମ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ନିକଟବର୍ତ୍ତୀ ଋଷିକୂଲ୍ୟା ନଦୀ କୂଳ, ଆସ୍କା ନିକଟବର୍ତ୍ତୀ ନଦୀ କୂଳ, ସେହିପରି କଟକରେ ମହାନଦୀ, ଏବଂ ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ ଏବଂ ଛୋଟନଦୀତଟ ମାନଙ୍କରେ ଏହି ଭକ୍ତମାନେ ପଙ୍ଗପାଳଙ୍କ ପରି ହଜାର ହଜାର ସଂଖ୍ୟାରେ ବିଚରଣ କରୁଥିବା ଦେଖିବାକୁ ମିଳେ ସୁସଜ୍ଜିତ ଭାର ବା କାଉଡ଼ି ବାଡ଼ିରେ ଦୁଇ ପାଖରେ ପିତଳର ଛୋଟ ଢାଳରେ ପାଣିଧରି ସେମାନେ ଆଗରୁ ଠିକ୍ କରାଯାଉଥିବା ମନ୍ଦିର ଦିଗରେ ଯାତ୍ରା କରନ୍ତି ସାଧାରଣତଃ ଅନେକ ଭକ୍ତଙ୍କର ଗୋଟିଏ ଗୋଟିଏ ଦଳଥାଏ ଏବଂ ସେମାନେ ଦଳବଦ୍ଧ ଭାବରେ ଯାତ୍ରା କରନ୍ତି ସେମାନଙ୍କୁ ଅନୁସରଣ କରୁଥାଏ ଗୋଟିଏ ଯାନ ଯେଉଁଥିରେ ଅତି ଉଚ୍ଚ ସ୍ବରରେ ବୋଲ୍ବମ୍ ଭିତ୍ତିକ ସଂଗୀତ ବାଜୁଥାଏ ବେଳେ ବେଳେ ସୁସଜ୍ଜିତ ଲାଇଟ୍ ଓ ଡିଜେ ବ୍ୟବସ୍ଥା ମଧ୍ୟ ଥିବା ଦେଖାଯାଏ ଆଗରୁ କେବଳ ପୁରୁଷମାନେ ଏହି ଯାତ୍ରାରେ ଅଂଶ ଗ୍ରହଣ କରୁଥିବା ବେଳେ ବିଗତ କିଛି ବର୍ଷରେ ଏଥିରେ ଯୁବତୀ ଏବଂ ମହିଳାମାନେ ଅଂଶଗ୍ରହଣ କରିବା ଦେଖାଗଲାଣି
ତିନି ଦଶନ୍ଧୀ ତଳେ ବୋଲ୍ବମ୍ ବୋଲି କିଛି ଗୋଟାଏ ଜିନିଷ ଥିବା କଥା ଆମେ ଜାଣୁନଥିଲୁ ସମ୍ଭବତଃ ସେହି ସମୟରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆମ ସଂସାର’ରେ ପ୍ରଥମଥର ଆମେ ବୋଲ୍ବମ୍ ବୋଲି ଗୋଟିଏ ଜିନିଷ ଗୀତରେ ଦେଖିବାକୁ ପାଇଲୁ ଜଣେ ଭାଇ ନିଜ ଭାଇମାନଙ୍କ ପାଇଁ ଶ୍ରାବଣମାସରେ ଜଳନେଇ ଶିବଙ୍କ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଦେଖାଯାଉଥିଲା ଏହା ଆମପାଇଁ ଅତ୍ୟନ୍ତ ଭାବଉଦ୍ବେଗକାରୀ ଦୃଶ୍ୟଥିଲା ପରେ ପରେ ଏହାକୁ ଆମେ ଭୁଲି ଗଲୁ ଏହାର କିଛି ବର୍ଷପରେ ସଂଗୀତ କ୍ୟାସେଟ୍ ନିର୍ମାଣକାରୀ ସଂସ୍ଥା ଟି-ସିରିଜର ସ୍ବର୍ଗତ ପ୍ରତିଷ୍ଠାତା ଗୁଲସନ୍ କୁମାର ବୋଲ୍ବମକୁ ଆଧାର କରି ଭଜନ ପ୍ରସ୍ତୁତ କରିବା ସହ ଭିଡ଼ିଓମାନ ମଧ୍ୟ ପ୍ରସ୍ତୁତ କରିଲେ ଆଉ ତାହା ବହୁଳ ଭାବରେ ଦେଖାଗଲା ସେହି ସମୟରେ ଓଡ଼ିଶାରେ ଥିବା କିଛି ଶୈବଭକ୍ତ ଏହି ପ୍ରଥାକୁ ଆଗ୍ରହର ସହ ଆପଣାଇଥିଲେ ସେହି ଭକ୍ତମାନଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟିକ ଗୋଷ୍ଠୀର ହୋଇଥିବା ହେତୁ ସେମାନେ ଅନ୍ୟ ଭକ୍ତମାନଙ୍କୁ ପ୍ରୋତ୍ସାହିତ କରି ଏହି ବୋଲ୍ବମ୍ରେ ସାମିଲ୍ କରିବାରେ ସକ୍ଷମ ହେଲେ ସେତେବେଳେ ଏହା ଏତେ ବିଶାଳ ସ୍ତରରେ ହେଉନଥିଲା କିନ୍ତୁ ଧିରେ ଧିରେ ଏହାର ପ୍ରାଧାନ୍ୟ ଏତେ ବିସ୍ତାର କରିଲା ଯେ ଆଜିର ଦିନରେ ଲକ୍ଷ ଲକ୍ଷ ଭକ୍ତ ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଶୈବସ୍ଥଳୀ ମାନଙ୍କରେ ଜମା ହେଉଥିବା ଏବଂ ଜଳଦାନ କରୁଥିବା ଦେଖିବାକୁ ମିଳୁଛି
ଓଡ଼ିଆରେ କଥାଟିଏ ଅଛି, “ଗୋଠମାତିଲେ ଖଣ୍ଡିଆ ମାତେ” ସେହି ନ୍ୟାୟରେ ଅନେକ ଯୁବକ ଯୁବତୀ ଏହି ବୋଲ୍ବମରେ ସାମିଲ ହେବାରେ ଲାଗିଲେ କିଏ ଭଲ ବର ଆଶା କରି ଆସିଲା ତ କିଏ ଚାକିରୀରେ ପଦୋନ୍ନତି ଆଶାକରି ଆସିଲା ସାଧାରଣତଃ ବେକାରଥିବା ଅନେକ ଯୁବକଯୁବତୀ ଏଥିରେ ଉତ୍ସାହୀ ଭାବରେ ଯୋଗଦେଇ ଏହି ଭକ୍ତିଅର୍ଘ୍ୟକୁ ବିବାଦୀୟ କରିଦେଇଛନ୍ତି ବୋଲ୍ବମରେ କିଛି ଭକ୍ତ ମେଳ ହୋଇ ସଂସ୍ଥା ବା ସଂଗଠନ କରି ପ୍ରତିବର୍ଷ ଶ୍ରାବଣ ସୋମବାର ଦିନ ଏହାକୁ ପାଳନ କରୁଛନ୍ତି ଏବଂ ଅନେକ କିଲୋମିଟର ବାଟ ଚାଲି ଚାଲି ଯାଉଛନ୍ତି ଏଥିରେ ଅଂଶଗ୍ରହଣ କରିବା ଯେତେ ନିଷ୍ଠା ଆବଶ୍ୟକ ତାହା ହୁଏତ ଅନେକ ଭକ୍ତ ମାନୁନାହାନ୍ତି ତେଣୁ ଏହି ଯାତ୍ରା ସହ ନିଶା ସେବନ, ମଦ୍ୟପାନ ଆଦି ଯୋଡ଼ି ହୋଇଯାଇଛି ଅନେକ କିଲୋମିଟର ଯାତ୍ରା କରିବା ପାଇଁ ଆବଶ୍ୟକ ମାନସିକ ଏବଂ ଶାରିରୀକ ଶକ୍ତିପାଇଁ କିଛି ଭକ୍ତ ମଦ୍ୟପାନ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ପ୍ରତି ଆସକ୍ତ ହୋଇପଡୁଛନ୍ତି ଏହା ଦ୍ବାରା ଗଣ୍ଡଗୋଳ ଆଦି ହେବାର ଉଦାହରଣ ଦେଖିବାକୁ ମିଳୁଛି
ସେ ଯା ହେଉ ଭକ୍ତିର ସହ ପାଳନ ହେଉଥିବା ଏହି ସେବାକୁ ଆମେ ନିନ୍ଦା କରୁନାହୁଁ, ଏମିତି ଅନେକ ସେବା ଅଛି ଯାହା ଆମପାଇଁ ଗ୍ରହଣୀୟ ନ ହୋଇପାରେ କିନ୍ତୁ ଭକ୍ତମାନେ ନିଜକୁ କଷ୍ଟଦେଇ ମଧ୍ୟ କରନ୍ତି କିନ୍ତୁ ଏହାକୁ ବ୍ୟବସାୟକରଣ କରାଯିବା ଅତ୍ୟନ୍ତ ଦୁଃଖର ବିଷୟ ଭକ୍ତି ଯେତେବେଳେ ଲୋକଦେଖାଣିଆ ହୁଏ ସେତେବେଳେ ଭକ୍ତିର ମୂଲ୍ୟ ରହେନାହିଁ କେବଳ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଭିନ୍ନ ଭିନ୍ନ ଶୈଳୀର ସଂଗୀତ ଲଗାଇ, ନିଶାଦ୍ରବ୍ୟ ସେବନ କରି ଶୈବପୀଠରେ ଜଳଦାନ କରିବାକୁ ଯାଉଥିବା ଭକ୍ତମାନେ ଭକ୍ତି ନୁହେଁ ବରଂ ପ୍ରହସନ କରୁଛନ୍ତି ଏବଂ ଏଥିପାଇଁ ଯେଉଁମାନେ ପ୍ରକୃତରେ ଯାଉଛନ୍ତି ସେମାନେ ମଧ୍ୟ ନିନ୍ଦିତ ହେଉଛନ୍ତି କିଛି ଲୋକଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସମୁଦାୟ ଭକ୍ତସମାଜ ନିନ୍ଦିତ ହେବାକୁ ବାଧ୍ୟ ହେଉଛି ଏହାହିଁ ଆଜିର ସତ୍ୟ
ସୋସିଆଲ୍ ନେଟ୍ୱାର୍କରେ ଏ କଣ ହେଉଛି ?
ଏଠାରେ ପଢ଼ନ୍ତୁ !
ଅତୀତର ବ୍ୟବଚ୍ଛେଦ ନ କରି ଆଗକୁ ବଢ଼ିବା ହିଁ ଜୀବନ!
ଏଠାରେ ପଢ଼ନ୍ତୁ !