ବେଳେ ବେଳେ ଅତୀତର ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ମାନଙ୍କ ବିଷୟରେ ଅତ୍ୟନ୍ତ ଅଶାଳୀନ ଏବଂ ଅଭଦ୍ରୋଚିତ କଥା ସବୁ ଶୁଣିବାକୁ ମିଳେ ଏହାକୁ ଲେଖୁଥିବା ବ୍ୟକ୍ତିମାନେ ବିଭିନ୍ନ ସୂତ୍ରରୁ ସେ ସବୁ ପାଇଥିବା କଥା ଉଲ୍ଲେଖ ମଧ୍ୟ କରିଥାନ୍ତି ସ୍ଥଳ ବିଶେଷରେ ଯେଉଁ ସୂତ୍ରରୁ ସେ ନିଷ୍କର୍ଶ ଉଦ୍ଧୃତ ହୋଇଥାଏ ତାହାର ବିବରଣୀ ମଧ୍ୟ ଦେଇଥାନ୍ତି କିନ୍ତୁ ପ୍ରଶ୍ନ ଉଠେ ଯେଉଁ ବ୍ୟକ୍ତିତ୍ବ ନିଜ ଜୀବଦ୍ଦଶାରେ ଅନେକ ସୁକର୍ମ କରି ସଂସାର ତ୍ୟାଗ କରିଥାଏ ତାହାର ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରାଯାଇ ନିନ୍ଦିତ କରିବାର ଅପପ୍ରୟାସ କଣ ଠିକ୍ ? ସେ ମହାତ୍ମା ଗାନ୍ଧୀ ହୁଅନ୍ତୁ ବା ଜବାହାରଲାଲ୍ ନେହେରୁ କିମ୍ବା ଇନ୍ଦିରା ଗାନ୍ଧୀ ଅବା ସୋନିଆ ଗାନ୍ଧୀ କିଛି ଲୋକ ଏମାନଙ୍କ ବିଷୟରେ ଏମିତି କିଛି ତଥ୍ୟ ଉପସ୍ଥାପନ କରୁଛନ୍ତି ଯାହା ପଢ଼ିବାପରେ ମନରେ ସ୍ବତଃ ସେହି ବ୍ୟକ୍ତିଙ୍କ ପ୍ରତି ଅସମ୍ମାନ ଜାଗ୍ରତ ହେଉଛି ସେମାନେ କେମିତି ଥିଲେ କିଏ କଣ କରୁଥିଲେ ସେ ସବୁ ତ ଆମେ ଜାଣିନୁ ତେଣୁ ସେମାନଙ୍କ ବିଷୟରେ ପ୍ରଚାରିତ ବା ଅପପ୍ରଚାରିତ ତଥ୍ୟକୁ ନେଇ ଆମେ ସେମାନଙ୍କୁ ମୂଲ୍ୟାଙ୍କନ କରିବାକୁ କିଏ ? ଏମିତି ବି ତ ହୋଇପାରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜର ବ୍ୟକ୍ତିଗତ ଆକ୍ରୋଶ କିମ୍ବା ରାଜନୈତିକ ଲାଭ କିମ୍ବା ଅର୍ଥନୀତିକ ଲାଭ ପାଇଁ ଏହିପ୍ରକାରର କିଛି ଆପତ୍ତିଜନକ ଲେଖା ଉପସ୍ଥାପନ କରିଥାଆନ୍ତି ୧୯୪୨ ମସିହାରେ ସ୍ବର୍ଗତା ଇନ୍ଦିରା ଗାନ୍ଧୀ କଣ କରୁଥିଲେ, ତାଙ୍କର ବ୍ୟକ୍ତିଗତ ଜୀବନ କେମିତି ଥିଲା, ସେ କାହାକୁ ବିବାହ କରିଥିଲେ କିମ୍ବା କାହା ସହ ସଂପର୍କରେ ଥିଲେ ସେ ସବୁ ବିଷୟ ଜାଣିବାକୁ ଆମେ ଏତେ ଉତ୍ସାହିତ କାହିଁକି ହେଉ? ନିଜ ଜୀବନରେ ପଛେ ହଜାର ଝଡ଼ଝଞ୍ଜା ଥାଉ ଅନ୍ୟଘରେ କଳି ଦେଖିଲେ ମନୁଷ୍ୟ ଖୁସି ହେବାପରେ ଏହି ସମସ୍ତ ମହାନ ଅସ୍ତିତ୍ବମାନଙ୍କ ବିଷୟରେ କିଛି ଶୁଣିଲେ ଲୋକମାନେ ତୁରନ୍ତ ତାହା ବିନା ଶୋଚନାରେ ଅନ୍ୟମାନଙ୍କୁ ପଠାଇ ଦେଉଛନ୍ତି ଏହା ଆଦୌ ଗ୍ରହଣୀୟ ନୁହେଁ ସେମାନେ ଏହି ସଂସାର ନଥିଲେ ମଧ୍ୟ ସେମାନଙ୍କର ଯଶଖ୍ୟାତି ଏବେ ବି ରହିଛି, ସେହିମାନଙ୍କୁ ଅପମାନିତ କରିବାର ଅଧିକାର ତୁମର ବା ମୋର ନାହିଁ ଯେଉଁମାନେ ଚାଲିଗଲେଣି ସେମାନଙ୍କ ଜୀବନକୁ ନେଇ ଅନେକ ଅନୁଶୀଳନ କରିବା ଅନୁଚିତ ସାମ୍ପ୍ରତିକ ସମାଜରେ ଅନେକ ସମସ୍ୟା ରହିଛି ସେ ସବୁର ସମାଧାନ ପାଇଁ ଚିନ୍ତା କରିବାକୁ ଆମ ପାଖରେ ସମୟର ଘୋର ଅଭାବ ଥିବା ବେଳେ ଆମେ କିନ୍ତୁ ଅଯଥା ଚିନ୍ତାରେ ସମୟ ବିତାଇବାକୁ ଭଲ ପାଉଛୁ କେହି ଜଣେ କହିଥିଲେ, ବାରମ୍ବାର ପଛକୁ ବୁଲି ଦେଖୁଥିବା ବ୍ୟକ୍ତି କେବେ ବି ଦଉଡ଼ରେ ଆଗରେ ରହିପାରିବ ନାହିଁ ଆମ ସହ ବି ସେମିତି କିଛି ହେଉନାହିଁ ତ? ଆମ ସମାଜ, ରାଜ୍ୟ ବା ଦେଶ ଉନ୍ନତି ନ କରିବାପାଇଁ ଆମର ବାରମ୍ବାର ଅତୀତକୁ ଖୋଳିତାଡ଼ି ବ୍ୟବଚ୍ଛେଦ କରିବାର ନିଶା ନୁହେଁ ତ? ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ଓଡ଼ିଶାରେ ବୋଲ୍ବମ୍ ସଂସ୍କୃତି
ଏଠାରେ ପଢ଼ନ୍ତୁ !
ସଡ଼କ ସୁରକ୍ଷା ଏବଂ ଆମର ଦାୟିତ୍ବ
ଏଠାରେ ପଢ଼ନ୍ତୁ !