ଭାରତରେ ପ୍ରତିଦିନ ଅସଂଖ୍ୟ ଲୋକ ସଡ଼କ ଦୁର୍ଘଟଣା ହେତୁ ପ୍ରାଣ ହରାଇଥାନ୍ତି ବା ଗୁରୁତର ଭାବରେ ଆହତ ହୋଇଥାନ୍ତି ସେମାନଙ୍କ ଚିକିତ୍ସାରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୁଏ ଏହା ଦ୍ବାରା ସାଧାରଣ ବ୍ୟକ୍ତିର ମନୋବଳ ଦୂର୍ବଳ ହେବା ସହ ଆର୍ଥିକ ଅନଟନର ଶୀକାର ବ୍ୟକ୍ତି ଉଚିତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ବେଳେ ବେଳେ ଅକାଳ ମୃତ୍ୟୁବରଣ କରିବା ଦେଖାଯାଏ ଏହା ହୁଏ କାହିଁକି? କେହି ଜଣେ କହିଥିଲେ, “ଦୁର୍ଘଟଣା ହୋଇଯାଏ (କେହି ଜାଣିଶୁଣି କରନ୍ତି ନାହିଁ)” କହିବାଟା ସମ୍ପୂର୍ଣ୍ଣ ଠିକ୍, କେହି ବି ଜ୍ଞାନଶୀଳ ବ୍ୟକ୍ତି ନିଜ ଜାଣତରେ ତ ଦୁର୍ଘଟଣା କରିବ ନାହିଁ ହେଲେ ଦୁର୍ଘଟଣା ହୁଏ କାହିଁକି ? ଏହାକୁ ମଧ୍ୟ ସଡ଼କ ପାର୍ଶ୍ବରେ ବିଭିନ୍ନ ବଡ଼ ଛୋଟ ସ୍ଥାନରେ ଲେଖାଯାଇଛି, “ନଜରେ ହଟିଁ, ଦୁର୍ଘଟଣା ଘଟି” ଅର୍ଥାତ ଯେତେବେଳେ ଆପଣଙ୍କ ଧ୍ୟାନ ସଡ଼କ ଉପରୁ ଦୁରେଇ ଯାଇ ସେତେବେଳେ ଆପଣ ଆପେ ଆପେ ଦୁଘଟଣାର ଶୀକାର ହୋଇପାରନ୍ତି ଭାରତରେ ସୁଦୀର୍ଘ ରାଷ୍ଟ୍ରୀୟ ରାଜମାର୍ଗ ରହିଛି, ଯେଉଁଠି ପ୍ରତିଦିନ ଲକ୍ଷ ଲକ୍ଷ ଯାନବାହାର ଯାତାୟାତ କରନ୍ତି ଏବଂ ସର୍ବାଧିକ ଦୁର୍ଘଟଣା ମଧ୍ୟ ସେହିଠାରେ ହିଁ ହୋଇଥାଏ ସହର ବା ଗ୍ରାମାଞ୍ଚଳର ସଂକୀର୍ଣ୍ଣ ସଡ଼କ ମାନଙ୍କରେ ଦୁର୍ଘଟଣା ହୁଏ ନାହିଁ ବୋଲି ମଧ୍ୟ କହିପାରିବା ନାହିଁ ଆଜିକାଲି ଅତି ସହଜରେ ଉପଲବ୍ଧ ହେଉଥିବା ଅଧିକ ଶକ୍ତିଶାଳୀ ମୋଟର ବାଇକ୍ (ଦ୍ବିଚକ୍ରଯାନ) ଆମ ଯୁବାବର୍ଗକୁ ଏମିତି କବଳିତ କରି ରଖିଛି ଯେ ସେମାନେ ସ୍ଥାନ କାଳ ପାତ୍ର ଭୁଲିଯାଇ ନିଜର ଯୁବତ୍ବର ପରାକାଷ୍ଠା ଦେଖାଇବା ପାଇଁ ବେଳେ ବେଳେ ସହର ମଧ୍ୟରେ ଆଉ ବେଳେ ବେଳେ ରାଜମାର୍ଗ ଉପରେ ଅତି ତୀବ୍ର ବେଗରେ ଗାଡ଼ି ଚାଳନା କରିବାକୁ ପଛାଉନାହାନ୍ତି ଏହାର କୁପରିଣତି ସେମାନେ ଭୋଗୁଛନ୍ତି ମଧ୍ୟ ବିଭିନ୍ନ ସହର ମାନଙ୍କରେ ଏହି ପରି ତୀବ୍ରବେଗରେ ଗାଡ଼ି ଚାଳନା କରୁଥିବା ଯୁବବର୍ଗଙ୍କ ଏକାଧିକ କ୍ଲବ୍ ବା ଗୋଷ୍ଠୀ ରହିଛି ସେମାନେ ଅନେକ ସମୟରେ ସହର ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ଭଳି ଶବ୍ଦ କରି ଗାଡ଼ି ଚଳାଇବାର ଉଦାହରଣ ଉଣା ଅଧିକେ ସବୁ ସହରରେ ମିଳିପାରିବ କିଛି ଗୋଷ୍ଠୀ ଅବଶ୍ୟ ସାବଧାନତା ପ୍ରତି ବିଶେଷ ଯତ୍ନଶୀଳ ରହିବାର ବି ଦେଖିବାକୁ ମିଳୁଛି କିନ୍ତୁ ହାତରେ ଏକ ଅଧିକ ସିସି (ଶକ୍ତିଶାଳୀ) ବାଇକ୍ ପଡ଼ିଲେ ସ୍ବତଃ ମନୁଷ୍ୟ ଗତିଶୀଳତା ପ୍ରତି ବିମୋହିତ ହୋଇଯାଉଛି ଯାହା ଦୁର୍ଘଟଣାର କାରଣ ହେଉଛି ଅଧିକାଂଶ ଦୁର୍ଘଟଣାରେ ଆହତ କିମ୍ବା ନିହତ ହେଉଥିବା ବ୍ୟକ୍ତି ଅସହାୟ ପଥଚାରୀ କିମ୍ବା ଦେଖଣାହାରୀ ଟିଏ ହୋଇଥାଏ ରାସ୍ତା ପାର କରୁଥିବା ସମୟରେ ବିପରୀତ ଦିଗରୁ ତୀବ୍ର ବେଗରେ ଆସୁଥିବା ମୋଟର ଯାନ ଅଟକି ନ ପାରି ସେହି ପଥଚାରୀଙ୍କୁ ଧକ୍କା ଦେବାଦ୍ବାରା ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ତେଣୁ ରାସ୍ତାରେ ଗାଡ଼ି ଚଳାଇ ଯିବା ସମୟରେ ଗାଡ଼ିର ଗତି ଓ ବେଗ ପ୍ରତି ସାବଧାନ ରହିବା ଅତ୍ୟନ୍ତ ଜରୂରୀ ଏହା ସହିତ ରାସ୍ତାପ୍ରତି ସଚେତନ ଏବଂ ସଜାଗ ରହିବା ଅତ୍ୟନ୍ତ ଜରୂରୀ ରାଷ୍ଟ୍ରୀୟ ରାଜମାର୍ଗରେ ହେଉଥିବା ଦୁର୍ଘଟଣାର କାରଣ ଅନେକ ତାହା ହୁଏତ ଯାନ ଚାଳକ / ଡ୍ରାଇଭରଙ୍କ ଅସଚେତନତା ବା ଅସଜାଗ ରହିବା କାରଣ ହୋଇପାରେ ଯେମିତି ମଦ୍ୟପାନ କରି ଯାନବାହାନ ଚଳାଇବା, ତୀବ୍ର ବେଗରେ ଯାନ ଚଳାଇବା, ଭିଡ଼ ସ୍ଥାନରେ ଅନ୍ୟ ଗାଡ଼ିକୁ ପଛରେ ପକାଇ ଆଗକୁ ଯିବାପାଇଁ ଚେଷ୍ଟା କରିବା, ଗାଡ଼ି ଚଳାଇବା ସମୟରେ ନିଦୁଆ ଲାଗିବା ଇତ୍ୟାଦି କାରଣ ଅନ୍ତର୍ଭୂକ୍ତ ରାଷ୍ଟ୍ରୀୟ ରାଜମାର୍ଗରେ ଯାଉଥିବା ଅଧିକାଂଶ ଗାଡ଼ି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଏ ଏବଂ ସେହି ଗାଡ଼ିର ଚାଳକ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ହିଁ ଯାବତୀୟ ପଦାର୍ଥକୁ ଅନ୍ୟ ସ୍ଥାନରେ ପହଞ୍ଚାଇବାକୁ ହୁଏ ଯେମିତି ଆନ୍ଧ୍ରପ୍ରଦେଶରୁ ରପ୍ତାନୀ ହେଉଥିବା ମାଛ ଯେତେ ଶୀଘ୍ର ହେବ କଲିକତାରେ ପହଞ୍ଚିବାକୁ ହୁଏ, ନୋହିଲେ ରାସ୍ତାରେ ମାଛ ପଚିଯାଇ ନଷ୍ଟ ହେବାର ସମ୍ଭାବନା ଥାଏ, କିମ୍ବା ବିଳମ୍ବ ହେଲେ ସେ ସବୁ ବିକ୍ରୀ ନ ହେବାର ସମ୍ଭାବନା ଥାଏ ତେଣୁ ସେହି ସବୁ ଟ୍ରକ ଚଳାଉଥିବା ଚାଳକମାନେ ବେଳେ ବେଳେ ପ୍ରତିଯୋଗୀତା ମୂଳକ ଭାବରେ ଟ୍ରକ ଚଳାନ୍ତି ଏବଂ ସେମାନଙ୍କ ଯୋଗୁଁ ଦୁର୍ଘଟଣା ମଧ୍ୟ ହୋଇଥାଏ ଅଧିକ ସମୟ ଗାଡ଼ି ଚଳାଇବା ଦ୍ବାରା ବେଳେ ବେଳେ ସେମାନେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରୁଥିବା ସତ୍ତ୍ବେ ଗାଡ଼ି ଚଳାନ୍ତି ଏବଂ ସାମାନ୍ୟ ଅସାବଧାନତା ହେତୁ ଦୁର୍ଘଟଣାର ଶୀକାର ହୁଅନ୍ତି ଦୁଘଟଣାର ଅନ୍ୟଏକ ପ୍ରମୁଖ କାରଣ ହେଉଛି ମଦ୍ୟପାନ କରି ଗାଡ଼ି ଚଳାଇବା ପ୍ରାୟତଃ ଦେଖାଯାଏ ଅଧିକାଂଶ ଚାଳକ ମଦ୍ୟପାନ କରନ୍ତି ପ୍ରଶ୍ନକଲେ ଉତ୍ତର ଦିଅନ୍ତି, “ଟିକେ ପକେଇଦେଲେ, ଆଉ ହାଲିଆ ଲାଗେନି” କାରଣ ଯାହା ବି ହେଉନା କାହିଁକି, କିନ୍ତୁ ନିଶାଗ୍ରସ୍ତ ବ୍ୟକ୍ତିର ଭଲମନ୍ଦ ବିଚାର କରିବା ଶକ୍ତି ନଥାଏ ଏବଂ ଯେତେବେଳେ ଅସୁବିଧା ହୁଏ ସେତେବେଳେ ସେମାନେ ଉଚିତ ନିଷ୍ପତ୍ତି ନେଇପାରନ୍ତି ନାହିଁ, ଏବଂ ଦୁର୍ଘଟଣାର ଶୀକାର ହୁଅନ୍ତି ସେଇଥିପାଇଁ ଆମ ସରକାର ରାଷ୍ଟ୍ରୀୟ ରାଜମାର୍ଗର ପାଞ୍ଚଶହ ମିଟର ଦୂରତା ମଧ୍ୟରେ ମଦଦୋକାନ ସବୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ତଥାପି ରାସ୍ତା ପାର୍ଶ୍ବରେ ଥିବା ଅନେକ ଢାବା ଓ ହୋଟେଲ୍ ମାନଙ୍କରେ ଏହା ଅଳ୍ପ ଅଧିକ ମୂଲ୍ୟରେ ମିଳିଯାଉଛି ତେଣୁ ଯାନ ଚଳାଉଥିବା ବ୍ୟକ୍ତି ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଯେ ସେ କରୁଥିବା କାର୍ଯ୍ୟ ହେତୁ ଅନ୍ୟ କାହାର ପ୍ରାଣହାନୀ ନ ହେଉ ଦୁର୍ଘଟଣା କେତେବେଳେ ଏବଂ କେଉଁ ପରିସ୍ଥିତିରେ ହେବ ତାହା ଆମେ କହିପାରିବା ନାହିଁ, ତେଣୁ ରାସ୍ତା ପାରି ହେଉଥିବା ବେଳେ, କିମ୍ବା ଲେବଲ୍ କ୍ରସିଂ ପାର ହେଉଥିବା ବେଳେ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିବା ଉଚିତ, ତେବେ ଯାଇ ଆମେ ନିଜକୁ ଦୁର୍ଘଟଣାରୁ ମୁକ୍ତ କରିପାରିବା ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ଅତୀତର ବ୍ୟବଚ୍ଛେଦ ନ କରି ଆଗକୁ ବଢ଼ିବା ହିଁ ଜୀବନ!
ଏଠାରେ ପଢ଼ନ୍ତୁ !
ସାଂପ୍ରତିକ ସମୟରେ ଓଡ଼ିଆ ଚଳଚ୍ଚିତ୍ର
ଏଠାରେ ପଢ଼ନ୍ତୁ !