ଚଳଚ୍ଚିତ୍ର ମନୋରଞ୍ଜନର ଏକ ମୁଖ୍ୟ ସାଧନ ନିର୍ବାକ ଚଳଚ୍ଚିତ୍ରରୁ ଆରମ୍ଭ କରି ଆଧୁନିକ ୩ଡ଼ି, ୭ଡ଼ି ପର୍ଯ୍ୟନ୍ତ ଅନେକ ସୋପାନ ଦେଇ ଗତିକରିବା ପରେ ବର୍ତ୍ତମାନ ଚଳଚ୍ଚିତ୍ର ଦର୍ଶକ ମାନଙ୍କ ପାଇଁ ମାତ୍ର କେବଳ ଏକ କାହାଣୀର ନାଟ୍ୟ ରୂପାନ୍ତରଣ ନ ହୋଇ ସମ୍ପୂର୍ଣ୍ଣ ମନୋରଞ୍ଜନର ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଯାଇଛି ତ୍ରିଆୟାମୀ ଚଳଚ୍ଚିତ୍ର ବା ସପ୍ତଆୟାମୀ ଚଳଚ୍ଚିତ୍ର ଦ୍ବାରା ଦର୍ଶକ ମାନଙ୍କୁ ଏକ ଅନନ୍ୟ ଅନୁଭୂତି ଦେଉଥିବା ଦେଖାଗଲାଣି ବିଦେଶରେ ଆମେରିକା, ଲଣ୍ଡନ ଆଦି ସ୍ଥାନରେ ଚଳଚ୍ଚିତ୍ର କାହାଣୀଧର୍ମୀ ନ ହୋଇ ମନୁଷ୍ୟର କଳ୍ପନାଶୀଳତାକୁ ଆଧାର କରି ନିର୍ମାଣ ହେବାକୁ ଲାଗିଲାଣି ହଲିଉଡ଼୍ ହେଉ ବା ବଲିଉଡ଼, ଚଳଚ୍ଚିତ୍ର ସବୁସ୍ଥାନରେ ଉତ୍କୃଷ୍ଟତା ପ୍ରତିପାଦିତ କରିବାକୁ ଲାଗିଲାଣି ଦକ୍ଷିଣର ଚଳଚ୍ଚିତ୍ର ଶିଳ୍ପମଧ୍ୟ ବହୁ କୋଟି କାରବାର କରିବାରେ ସକ୍ଷମ ହେଲାଣି ଏଇ ସମୟରେ ଭାରତରେ ଅନେକ ସାନ ସାନ ଚଳଚ୍ଚିତ୍ର ଶିଳ୍ପ ବି ରହିଛି ପଞ୍ଜାବୀ ହେଉ ବା ମରାଠୀ, ଗୁଜରାତି ହେଉ ବା ଭୋଜପୁରୀ ସମସ୍ତେ ନିଜ ନିଜ ସ୍ଥିତି ବଜାୟ ରଖିବାକୁ ସଂଘର୍ଷଶୀଳ ରହିଛନ୍ତି ସେମାନଙ୍କ ମଧ୍ୟରେ ରହିଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କିଛି ଦଶନ୍ଧୀତଳ ଯାଏଁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ଥିତି ଯାହା ଥିଲା ବର୍ତ୍ତମାନର ସମୟରେ ତାହ ଆଉ ନାହିଁ ଦର୍ଶକ ଏବଂ ସମୀକ୍ଷକଙ୍କ ମତରେ ନିଖୁଣ ଓଡ଼ିଆ କାହାଣୀ ଆଉ ଦେଖିବାକୁ ମିଳୁନାହିଁ ଓଡ଼ିଆ ଚଳଚ୍ଚିତ୍ର ତାହାର ମୌଳିକତା ହରାଇ ଆଧୁନିକତାକୁ ଅନୁକରଣ କରିବା ବଦଳରେ ହନୁକରଣ କରିବା ଦେଖାଯାଉଛି ଅଧିକାଂଶ ଛବି ଉଧାର କରି ଅଣାଯାଉଛି ବା ନକଲ କରାଯାଇ ନିର୍ମାଣ ହେଉଛି ଆଉ ଯେଉଁ ସବୁ ପ୍ରଯୋଜକମାନେ ଏହି ଶିଳ୍ପ ସହିତ ଜଡ଼ିତ ସେମାନେ ମଧ୍ୟ କାହାଣୀ ପ୍ରତି ବିଶେଷ ଧ୍ୟାନ ଦେବାପରି ମନେ ହେଉନି ବର୍ଷରେ ଅଗଣିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଛି ସତ, କିନ୍ତୁ ଅଧିକାଂଶ ଚଳଚ୍ଚିତ୍ର କେବେ ପ୍ରେକ୍ଷାଗୃହକୁ ଆସୁଛି ଆଉ କେବେ ଚାଲିଯାଉଛି କେହି ଜାଣି ପାରୁନାହାନ୍ତି ନୁଆ ଶିଖୁଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ମୌଳିକତାକୁ ବାଦ ଦେଇ ଅନୁକରଣର ପନ୍ଥାକୁ ଆପଣାଇବାକୁ ଶ୍ରେୟସ୍କର ମଣୁଛନ୍ତି ଆଶ୍ଚର୍ଯ୍ୟର ବିଷୟ ଓଡ଼ିଆରେ ପଦୁଟିଏ କଥା କହିପାରୁନଥିବା ବ୍ୟକ୍ତିମାନେ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏବଂ ସେମାନଙ୍କୁ ପୁରସ୍କୃତ କରାଯାଉଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ କମର୍ସିଆଲ୍ ବା ବ୍ୟବସାୟିକ ଚଳଚ୍ଚିତ୍ର ସହ ସମସାମୟିକ ଚଳଚ୍ଚିତ୍ର ନିର୍ମାଣ ମଧ୍ୟ ହେଉଛି ଯାହା କେବଳ ପୁରସ୍କାର ପାଇଁ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବ ମାନଙ୍କରେ ପ୍ରଦର୍ଶିତ ହେଉଛି ଏବଂ ପୁରସ୍କୃତ ହେଉଛି ମଧ୍ୟ କିନ୍ତୁ ସେଗୁଡ଼ିକ ଚଳଚ୍ଚିତ୍ର ପ୍ରେକ୍ଷାଗୃହର ପରଦାରେ କେବେ ଦେଖା ଦିଅନ୍ତି ନାହିଁ ବ୍ୟବସାୟିକ ଲାଭ ପାଇଁ ହେଉଥିବା ଚଳଚ୍ଚିତ୍ର ଗୁଡ଼ିକ ଏତେ ସଂଖ୍ୟାରେ ନିର୍ମାଣ ହେଉଛି ଯେ ସେମାନଙ୍କର ମାନ ନିର୍ଦ୍ଧାରଣ କରିବା ଅସମ୍ଭବ ହୋଇଯାଉଛି ପୁଣି ଉଣାଅଧିକେ ସବୁ ଚଳଚ୍ଚିତ୍ରରେ ସେହି ମୁଷ୍ଟିମେୟ କଳାକାର ଆସୁଛନ୍ତି ଏତେ ଶୀଘ୍ର ଶୀଘ୍ର ଏତେ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କେମିତି କରୁଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ଏବଂ ଏଥିପାଇଁ ମଧ୍ୟ ସେମାନେ ଅଭିନୟ ପ୍ରତି ଦାୟିତ୍ବବାନ ହୋଇପାରୁନାହାନ୍ତି ଯନ୍ତ୍ରବତ ଫର୍ମୁଲା ଆକ୍ଟି ବା ରିତିମତ ଅଭିନୟକୁ ଦାୟ କରି ସେମାନେ ଅଭିନୟ କରିଚାଲୁଛନ୍ତି ସିନା ନୂତନତ୍ବ ଆଣିବା ପାଇଁ କୌଣସି ପରୀକ୍ଷାନିରୀକ୍ଷା କରିବାକୁ ସେମାନେ ସମୟ ଓ ସମ୍ବଳ ପାଉନାହାନ୍ତି ତେଣୁ ସବୁ ଚଳଚ୍ଚିତ୍ର ଏକା ପରି ଲାଗୁଛି ଆମ ଚଳଚ୍ଚିତ୍ରର ଆଉ ଗୋଟିଏ ଦିଗ ପ୍ରତି ଅନେକେ ସଚେତନ ଥିବେ, ଆମର ସମସ୍ତ ଚଳଚ୍ଚିତ୍ରରେ ଅଗଣିତ ଚରିତ୍ରଙ୍କୁ ସ୍ଥାନ ଦିଆଯାଉଛି ମୁଖ୍ୟ ଅଭିନେତା, ଅଭିନେତ୍ରୀ, ସେମାନଙ୍କ ସହ ଅଭିନେତା ଅଭିନେତ୍ରୀ, ବ୍ୟଙ୍ଗ କଳାକାର, ଏବଂ ଅନ୍ୟ ସବୁ କଳାକାରଙ୍କ ସଂଖ୍ୟା ବହୁତ ଅଧିକ, ତେଣୁ ଚଳଚ୍ଚିତ୍ରରେ କୌଣସି ଗୋଟିଏ ଚରିତ୍ର ଉପରେ ଅଧିକ ଦାୟିତ୍ବ ରହୁନାହିଁ ସୁନ୍ଦର ବା ନିଖୁଣ ଅଭିନୟ କରିବାପାଇଁ ଅନେକ ସମୟରେ ଅଯଥାରେ ଅନେକ ବ୍ୟଙ୍ଗ (ବ୍ୟଙ୍ଗ ଭଳି କୁହାଯାଏ ମାତ୍ର, ଆମକୁ କିନ୍ତୁ ଲାଗେନାହିଁ) ଦୃଶ୍ୟର ଅବତାରଣା କରାଯାଉଛି ପ୍ରତ୍ୟେକ ଚଳଚ୍ଚିତ୍ରରେ ବାଧ୍ୟତା ମୂଳକ ଭାବରେ ଏହି ସବୁ ଚରିତ୍ରମାନଙ୍କୁ ସ୍ଥାନ ଦିଆଯାଇ ଯଥାପୂର୍ବଂ ତଥା ପରଂ ସ୍ଥିତି ବଜାୟ ରଖାଯାଉଛି ତଥାପି ପ୍ରତିବର୍ଷ ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଗୃହ ମାନଙ୍କରେ ଆସୁଛି, ବିଶେଷତଃ ରଜ, ଦଶହରା, କୁମାରପୂର୍ଣ୍ଣିମା, ହୋଲି, ଦୀପାବଳୀ ଆଦି ସମୟରେ ଏକାଧିକ ଚଳଚ୍ଚିତ୍ର ଆସୁଛି ଯେଉଁମାନେ ଓଡ଼ିଆ ବ୍ୟତୀତ ଅନ୍ୟ ଭାଷାରେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ, ଏବଂ ବିଶେଷତଃ ଗ୍ରାମାଞ୍ଚଳର ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ବେଶୀ ପସନ୍ଦ କରୁଛନ୍ତି ଅନେକ ସ୍ଥାନରେ ପ୍ରେକ୍ଷାଗୃହ ମାଲିକମାନେ ଅଧିକ ଲାଭକୁ ଆଖି ଆଗରେ ରଖି ଅନ୍ୟ ଭାଷାର ଚଳଚ୍ଚିତ୍ର ପ୍ରଦର୍ଶନ କରୁଥିବା ଏବଂ ଓଡ଼ିଆ ଚଳଚ୍ଚିତ୍ରକୁ ବୈମାତୃକ ବ୍ୟବହାର କରୁଥିବା ଅଭିଯୋଗ ବି ଆସୁଛି, କିନ୍ତୁ ଅନେକ ମାଲିକଙ୍କ କହିବା ଅନୁସାରେ ଓଡ଼ିଆରେ ଆସୁଥିବା ଚଳଚ୍ଚିତ୍ରରେ କୌଣସି ଦର୍ଶକଙ୍କୁ ଆକର୍ଷଣ କରିବା ଭଳି କ୍ଷମତା ନଥାଏ, ସେଥିପାଇଁ ପ୍ରଥମେ ଦିନେ ଦୁଇ ଦିନପରେ ସେମାନେ ଆଉ ଦର୍ଶକ ନ ପାଇ କ୍ଷତି ସହୁଥାନ୍ତି ତେଣୁ ସେମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖାଇବାକୁ ଅନିଚ୍ଛା ପ୍ରକାଶ କରୁଥାନ୍ତି ବିଗତ ଦିନର ଓଡ଼ିଆ ଚଳଚ୍ଚିତ୍ରର କାହାଣୀର ମୌଳିକତା, ଅଭିନେତାମାନଙ୍କର ନିଖୁଣ ଅଭିନୟ, ଖାଣ୍ଟି ଓଡ଼ିଆ ଭଳି ଅନୁଭବ ଆଉ ନାହିଁ, ତେଣୁ ଦିନକୁ ଦିନ ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ବିତସ୍ପୃହ ହେବାକୁ ଆରମ୍ଭ କରିଲେଣି ଯେଉଁ ସବୁ ଚଳଚ୍ଚିତ୍ର ବି ନିର୍ମାଣ ହେଉଛି ସେ ସବୁ ବେଳେ ବେଳେ ମାତ୍ର ପନ୍ଦର ଦିନରେ ହୋଇଯାଉଛି, ଆଶ୍ଚର୍ଯ୍ୟ ଲାଗେ ଏତେ କମ ସମୟରେ ସେମାନେ କେମିତି ଚଳଚ୍ଚିତ୍ରର ସୁଟିଂ, ଏଡ଼ିଟିଂ, ସଂଗୀତ ଆଦି କାମ କରିପାରୁଛନ୍ତି ବୋଧହୁଏ ସେଇଥିପାଇଁ ଚଳଚ୍ଚିତ୍ରର ମାନ ଆଉ ରହୁନାହିଁ ନୂଆ ନୂଆ ଚଳଚ୍ଚିତ୍ର ପ୍ରଯୋଜନା କରିବାକୁ ଆସୁଥିବା ବ୍ୟକ୍ତିମାନେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଲେ ଆମେ ମଧ୍ୟ ଭବିଷ୍ୟତରେ ଭଲ ଓଡ଼ିଆ ଚଳଚ୍ଚିତ୍ର ଦେଖିପାରିବା ଏଥିରେ ସନ୍ଦେହ ନାହିଁ ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ସଡ଼କ ସୁରକ୍ଷା ଏବଂ ଆମର ଦାୟିତ୍ବ
ଏଠାରେ ପଢ଼ନ୍ତୁ !
ଭାଷା ଅଭ୍ୟୁଦୟର କାହାଣୀ
ଏଠାରେ ପଢ଼ନ୍ତୁ !