ଭାବରୁ ଭାଷା, ଭାଷାରୁ ସାହିତ୍ୟ ଏବଂ ସାହିତ୍ୟରୁ ବ୍ୟାକରଣ ଏହି ଧରାପୃଷ୍ଠରେ ଯେତେବେଳେ ମନୁଷ୍ୟର ଆବିର୍ଭାବ ହୋଇଥିବ ସେତେବେଳେ ପରସ୍ପର ସହ ନିଜ ଭାବର ଆଦାନ ପ୍ରଦାନ ପାଇଁ ସେମାନେ ଯେଉଁ ପ୍ରଥମ ଭାଷାର ବ୍ୟବହାର କରିଥିବା ତାହା ହୋଇଥିବ ଠାର ବା ଇଙ୍ଗିତର ଭାଷା ବର୍ତ୍ତମାନ ମଧ୍ୟ ଆମେ ଏହି ଭାଷାର ବ୍ୟବହାର କରୁଛୁ ଯେତେବେଳେ ବର୍ତ୍ତମାନର ପ୍ରଚଳିତ ଭାଷା ଆମର ଭାବର ପ୍ରତିବନ୍ଧକ ହେଉଛି ସେତେବେଳେ ସ୍ବତଃ ଆମେ ଇଙ୍ଗିତ ବା ଠାରର ଭାଷା ବ୍ୟବହାର କରିବାକୁ ଆରମ୍ଭ କରିଦେଉଛୁ ଯେଉଁମାନେ କଥା କହିପାରନ୍ତି ନାହିଁ ସେମାନେ ଏହିପ୍ରକାରର ଭାଷାର ବ୍ୟବହାରରେ ସିଦ୍ଧହସ୍ତ କିନ୍ତୁ ଆମେ ସମସ୍ତେ ଉଣାଅଧିକେ ଏହି ଠାରର ଭାଷାକୁ ବୁଝୁ ଏବଂ ବ୍ୟବହାର କରୁ ନବଜନ୍ମିତ ଶିଶୁକୁ ଆଖିର ଠାରରେ ମୁହଁର ବିଭିନ୍ନ ଆକାର ଓ ଢଙ୍ଗରେ ଆମେ ଆମୋଦିତ କରି ଭାବର ଆଦାନ ପ୍ରଦାନ କରିଥାଉ ଭାଷାର ଉଦ୍ଭବ କେବେ ଆଉ କେମିତି ହୋଇଥିଲା ତାହା ଗବେଷଣାର ବିଷୟ କାରଣ ପୃଥିବୀ ଉପରେ ମନୁଷ୍ୟର ଉପସ୍ଥିତି ଲକ୍ଷାଧିକ ବର୍ଷର ତେଣୁ ଏହା କେବେ ହୋଇଥିଲା ତାହା ଜାଣିବା ଅତ୍ୟନ୍ତ କଷ୍ଟସାଧ୍ୟ ତଥାପି ଭାଷାବିଜ୍ଞାନୀମାନେ ଅତୀତର କିଛି ପୌରାଣିକ ଗ୍ରନ୍ଥ ଏବଂ ଐତିହାସିକ ଘଟଣାବଳୀ ଇତ୍ୟାଦିକୁ ଆଧାର କରି ଭାଷାର ବିକାଶ ବିଷୟରେ କିଛି କଛି ଉପସ୍ଥାପନ କରିଆସୁଛନ୍ତି ତଥାପି ଭାଷା ବିଷୟରେ ଗବେଷଣା କରୁଥିବା ଅନେକ ବୁଦ୍ଧିଜୀବିଙ୍କ ମତରେ ଭାଷାକୁ ବୁଝିବାକୁ ହେଲେ କିଛି କଛି ତଥ୍ୟକୁ ଆଧାର କରିବାକୁ ପଡ଼େ ସେହି ସବୁ ତଥ୍ୟ ଯାହା ନିମ୍ନରେ ଲିଖିତ; ୧. ଭାଷା ହଠାତ୍ ଦିନେ ସୃଷ୍ଟି ହୋଇଥିବା ଭଳି ବସ୍ତୁ ନୁହେଁ ଏହା କ୍ରମବିକାଶ ଭାବରେ ହୋଇଥିବ ଭାଷାର ଜଟିଳତା ଏବଂ ସୀମିତ ଭୌଗଳିକ କ୍ଷେତ୍ରରେ ମଧ୍ୟ ଭାଷାର ବିବିଧତା ଏହି ତଥ୍ୟକୁ ସତ୍ୟ ବୋଲି ପ୍ରମାଣିତ କରିଥାଏ ହୁଏତ ଏହି ପ୍ରକାରର ଉନ୍ନତି ଭାଷାର ପ୍ରାକ-ଅବସ୍ଥାରେ ବ୍ୟବହୃତ ଠାର ବା ଇଙ୍ଗିତ କିମ୍ବା ସାଙ୍କେତିକ ଭାଷାରୁ ହିଁ ହୋଇଥାଇପାରେ ୨. ଅନେକ ଗବେଷକ ଏହା ବି ମାନନ୍ତି ଯେ ଭାଷା ଏତେ ସମୃଦ୍ଧ ଯେ ଏହା କୌଣସି ଉତ୍ସରୁ କ୍ରମବିକାଶ ହୋଇନଥିବ ବରଂ ମନୁଷ୍ୟ ଜାତିର ଉଦ୍ଭବ ସମୟରେ ପ୍ରକାଶିତ ହୋଇଥିବ ଏହା ଅଚାନକ୍ ବା ହଠାତ୍ ପରିପ୍ରକାଶ ପାଇଥିବ ବୋଲି ଅନେକ ମତ ଦିଅନ୍ତି ୩. କିଛି ଗବେଷକଙ୍କ ମତରେ ଭାଷା ଆମର ଅସ୍ଥିମଜ୍ଜାଗତ ବା ଗୁଣସୂତ୍ର ସହ ସଂଶ୍ଳିଷ୍ଟ ତେଣୁ ପ୍ରତ୍ୟେକ ପ୍ରଜାତିର ଭାଷା ଭିନ୍ନ ଭିନ୍ନ ଏହା ମନୁଷ୍ୟର ଆଭ୍ୟନ୍ତରୀଣ ବା ଅନ୍ତର୍ନିହିତ ଗୁଣ ବୋଲି କୁହାଯାଇପାରେ ୪. ଅନେକ ଗବେଷକ କିନ୍ତୁ କୁହନ୍ତି ଯେ ଭାଷା ଏକ ସାମାଜିକ ବ୍ୟବସ୍ଥାର ଫଳ ଆମର ସାମାଜିକ ଚାଲିଚଳଣୀରୁ ହିଁ ଭାଷାର ଉଦ୍ଭବ ସମ୍ଭବ ବୋଲି ଅନେକେ ମତ ଦିଅନ୍ତିଜଣେ ବିଖ୍ୟାତ ଭାଷାବିତ୍ ନୋମ୍ ଚୋମ୍ସ୍କି ଙ୍କ ମତରେ ଭାଷା ପାଇଁ ଆବଶ୍ୟକ ମସ୍ତିଷ୍କର ଅଂଶଟି ହଠାତ୍ ବିକଶିତ ହୋଇଥିବ ପ୍ରାୟ ଏକ ଲକ୍ଷବର୍ଷ ତଳେ ଏହିପ୍ରକାରର ଗୁଣସୂତ୍ରରେ ବିଭାଜନ ଘଟି ହୋଇଥିବ ବୋଲି ସେ ମତ ଦିଅନ୍ତି ଐତିହାସିକ ମାନଙ୍କ ହିସାବରେ ଆଧୁନିକ ମାନବ ଜାତିର ଅଭ୍ୟୁଦୟ ବିଗତ ୨ ଲକ୍ଷରୁ ୬୦ ହଜାର ବର୍ଷ ଭିତରେ ହିଁ ହୋଇଥିଲା ଏହି ସମୟ ମଧ୍ୟରେ ହିଁ ଭାଷାର ଅଭ୍ୟୁଦୟ ହୋଇଥିଲା ପ୍ରାୟ ୧ ଲକ୍ଷ ଚାଳିଶି ହଜାର ବର୍ଷରେ ଅନ୍ୟୁନ ପାଞ୍ଚରୁ ଛଅ ହଜାର ପୀଢ଼ିର ବିକାଶ ହୋଇଥିଲା ଏବଂ ସେହି ସମୟରେ ହିଁ ଭାଷାର ଭିତ୍ତିଭୂମି ପଡ଼ିଥିଲା ଏବଂ ଉନ୍ନତି ହୋଇଥିଲା ଷ୍ଟିଭେନ୍ ପିଙ୍କର୍ଙ୍କ ମତରେ ଭାଷା ମନୁଷ୍ୟର ଅନ୍ତର୍ନିହିତ ଗୁଣ ଏବଂ ଏହା ପର୍ଯ୍ୟାୟକ୍ରମେ ବା କ୍ରମବିକାଶ ଭାବରେ ଉନ୍ନତି କରିଥିବ ମାଇକେଲ୍ ଟୋମାସେଲ୍ଲୋଙ୍କ ମତରେ ଭାଷା ସାମାଜିକତାରୁ ହିଁ ସୃଷ୍ଟି ହୋଇଥିବ ପ୍ରଥମେ ହୁଏତ ସାଙ୍କେତିକ ବା ଇଙ୍ଗିତ ବା ଠାର ଭାଷାରୁ ଧିରେ ଧିରେ ଶବ୍ଦ ଓ ଭାଷାର ପ୍ରକାରଭେଦ ସୃଷ୍ଟି ହୋଇଥିବ କିନ୍ତୁ ଭାଷା ଉଦ୍ଭବ ହେବାର ସମୟସୀମା ଏତେ ପୁରୁଣା ଯେ କୌଣସି କଥା ସଠିକ ଭାବରେ କହିବା ସମ୍ଭବ ନୁହେଁ ତଥାପି ଆମେ ଭାବିପାରିବା ଯେ ଯେ କୌଣସି ଭାଷାର ଉଦ୍ଭବ ସାଙ୍କେତିକ ଭାଷାରୁ ହିଁ ହୋଇଥିବ ପ୍ରଥମେ ହୁଏତ ମନୁଷ୍ୟ ବିଭିନ୍ନ ସଙ୍କେତ ଦ୍ବାରା ଭାବର ଆଦାନ ପ୍ରଦାନ କରିଥିବ କିନ୍ତୁ ପରେ ଭାଷା ବା ଶବ୍ଦଗ୍ରନ୍ଥିର ଉପସ୍ଥିତି ତାକୁ ଭିନ୍ନ ଭିନ୍ନ ଶବ୍ଦ କହିବାକୁ ଉତ୍ସାହିତ କରିଥିବ ଏକ ଅକ୍ଷରି ଅନେକ ସାଙ୍କେତିକ ଭାଷା ଯାହା ବର୍ତ୍ତମାନ ପଶୁପକ୍ଷୀ ପରି ପ୍ରାଣୀମାନେ ବ୍ୟବହାର କରନ୍ତି ଯେମିତି କୁକୁର, ବିଲେଇ, ମାଙ୍କଡ଼ ଇତ୍ୟାଦି ସେ ସବୁ ମନୁଷ୍ୟ ବ୍ୟବହାର କରୁ କରୁ ଦୁଇ ଏବଂ ତତୋଧିକ ଅକ୍ଷରର ଶବ୍ଦ ସବୁ ସୃଷ୍ଟି ହୋଇଥିବ ବିଭିନ୍ନ ଭାଷାବିତ୍ ମାନେ ଏହାକୁ ଆଧାର କରି ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି କିଛି ଭାଷାବିତଙ୍କ ମତରେ କେବଳ ସାଙ୍କେତିକ ଭାଷା ନୁହେଁ ବରଂ ଭାବଭଙ୍ଗୀ ମଧ୍ୟ ଆଦ୍ୟ ଭାଷାର ସ୍ଥାନ ନେଇଥିବ ଯେମିତି ପଶୁପକ୍ଷୀମାନଙ୍କ ମଧ୍ୟରେ ଦେଖାଯାଏ ଏବଂ ମାନବ ସଭ୍ୟତାରେ ମଧ୍ୟ ଅନେକ ଦେଶରେ ଦେଖାଯାଏ ଦକ୍ଷିଣ ଆଫ୍ରିକାର ଅନେକ ଦେଶରେ ଲୋକମାନେ ଭିନ୍ନ ଭିନ୍ନ କଥାପାଇଁ ଭିନ୍ନ ଭିନ୍ନ ପ୍ରକାରର ଭାବଭଙ୍ଗୀ ଓ ନୃତ୍ୟର ଆବିଷ୍କାର କରିଛନ୍ତି ବିପରୀତ ଲିଙ୍ଗର ବ୍ୟକ୍ତିକୁ ଆକର୍ଷିତ କରିବା ପାଇଁ ନୃତ୍ୟ, ଭୋକ ଲାଗିଲେ ମୁଖଭଙ୍ଗୀ ଓ ଶରୀରର ଭଙ୍ଗୀ ଏ ସବୁ ମଧ୍ୟ ଭାଷାର ଉଦ୍ଭବରେ ଅନେକ ସାହାଯ୍ୟ କରିଥିବେ ପୌରାଣିକ ସାହିତ୍ୟକାର ଏବଂ ଗବେଷକଙ୍କ ମତରେ ଭାଷା ମନୁଷ୍ୟକୃତ ନ ହୋଇ ଦୈବୀକୃତ ଆଶୀର୍ବାଦ ହୋଇଥାଇପାରେ ଅନେକ ପୌରାଣିକ ଗ୍ରନ୍ଥରେ ମନୁଷ୍ୟକୁ ମନୁଷ୍ୟ ସମେତ ଅନେକ ପଶୁପକ୍ଷୀଙ୍କ ସହ ଭାବର ଆଦାନପ୍ରଦାନ କରିବା କ୍ଷମତା ଦିଆଯାଇଥିଲା ଏହା କେବଳ ଦୈବୀ ଆଶୀର୍ବାଦ ଦ୍ବାରା ସମ୍ଭବ ବୋଲି କୁହଯାଇପାରେ ହିନ୍ଦୁ ଧର୍ମରେ ଦେବୀ ସରସ୍ବତୀଙ୍କୁ ଭାଷା ଓ ସାହିତ୍ୟର ମୁଖ୍ୟ ବୋଲି କୁହାଯାଇଥାଏ କୁହାଯାଏ ଯାହାର କଣ୍ଠରେ ସରସ୍ବତୀ ବାସ କରନ୍ତି ତାଙ୍କର ବାଣୀ ଅତ୍ୟନ୍ତ ମଧୁର ହୋଇଥାଏ ବାଇବେଲରେ ମଧ୍ୟ ଅନେକ କାହାଣୀ ରହିଛି ଯେଉଁଠି ଭାଷାର ଆବିଷ୍କାର ବିଷୟରେ ଲେଖାଯାଇଛି ବାଇବେଲର ଓଲ୍ଡ୍ ଟେଷ୍ଟାମେଣ୍ଟର ବୁକ୍ ଅଫ୍ ଜେନେସିସ୍ ଅନୁସାରେ ଭଗବାନ ବାବେଲର ଉଚ୍ଚ ମିନାରର ନିର୍ମାଣକୁ କରାଇ ଦେଇନଥିଲେ ଏବଂ ଏଥିରେ ହତୋତ୍ସାହିତ ହୋଇ ଶ୍ରମିକମାନେ ପରସ୍ପର ସହ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ ଏହାପରେ ସେମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଭାଷାର ବିକାଶ କରିଥିଲେ ଭାଷା ବିନା ଆମର ଅସ୍ତିତ୍ବ କେତେ ଅସମ୍ଭବ ତାହା ଆମେ ଆଜି ସହଜରେ ବୁଝିପାରୁଛେ ହେଲେ ଏମିତି ବି ଦିନ ଥିଲା ଯେତେବେଳେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା ହେଉନଥିଲେ ଇଙ୍ଗିତ ବା ସାଙ୍କେତିକ ଭାଷାର ଚଳଣୀ ବହୁତ ବିଳମ୍ବରେ ହୋଇଥିଲା ଆଜିକାଲି ମଧ୍ୟ ଆମେ ସାଙ୍କେତିକ ଭାଷାର ବ୍ୟବହାର ଅନେକ କରୁଛୁ ମନେପକାନ୍ତୁ ସ୍କୁଲରେ ପଢୁଥିବା ବେଳେ ପରିଶ୍ରା କରିବାପାଇଁ ଯିବାକୁ ଥିଲେ କଣ ସଙ୍କେତ କରୁଥିଲେ?
ସାଂପ୍ରତିକ ସମୟରେ ଓଡ଼ିଆ ଚଳଚ୍ଚିତ୍ର
ଏଠାରେ ପଢ଼ନ୍ତୁ !ଅବଢ଼ା ଖାଇବା ପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା
ଏଠାରେ ପଢ଼ନ୍ତୁ !