favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି

ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି

ଅନେକ ବନ୍ଧୁ ଚିନ୍ତାରେ ପଡ଼ିଥାଇ ପାରନ୍ତି ଯେ ଯୌନକ୍ରିୟା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି କିପରି ସମ୍ଭବ ? କିନ୍ତୁ ବିଶ୍ବାସ କରନ୍ତୁ, ଏହା ଶତ ପ୍ରତିଶତ ସତ୍ୟ୤ ଏହି ଲେଖାରେ ଯେଉଁ ସବୁ ବିଷୟମାନ ଆମେ ଅଲୋଚନା କରିବା ତାକୁ ପଢ଼ିବା ପରେ ହୁଏତ କିଛି ବନ୍ଧୁ ନିଜ ବିଛଣାରୁ ଉଠିବାକୁ ମନ ବଳେଇବେ ନାହିଁ୤

୧. ମାନସିକ ଚିନ୍ତାରୁ ମୁକ୍ତି

ଯୌନକ୍ରିୟା ଫଳରେ ଶରୀରରେ ଅନେକ ହର୍ମୋନର କ୍ଷରଣ ହୁଏ, ଯାହା ଦ୍ବାରା ଆନନ୍ଦର ଅନୁଭୂତି ହୋଇଥାଏ୤ ଅକ୍ସିଟୋସିନ୍, ଏଣ୍ଡୋର୍ଫିନ୍ ଇତ୍ୟାଦି ହର୍ମୋନ ରକ୍ତଚାପକୁ କମ କରି ଦିଅନ୍ତି୤ ସ୍କଟଲ୍ୟାଣ୍ଡର ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଏହି ତଥ୍ୟ ଉନ୍ମୋଚନ ହୋଇଛି, ଯେ ଯେଉଁମାନେ ସକ୍ରିୟଭାବରେ ଯୌନକ୍ରିୟାରେ ଭାଗ ନିଅନ୍ତି, ସେମାନେ ଉଚ୍ଚ ରକ୍ତଚାପ ଜନିତ ରୋଗ କମ ଭୋଗନ୍ତି୤ ଏବଂ ଏହିପରି ଲୋକମାନେ ମାନସିକ ଚାପକୁ ସହଜରେ ଦୂର କରିପାରନ୍ତି୤

୨. ବାର୍ଦ୍ଧକ୍ୟ ଦୂର କରେ ଏବଂ ଦୀର୍ଘଜୀବନ ପ୍ରାପ୍ତ ହୁଏ

ସକ୍ରିୟ ଯୌନଜୀବନ ଆପଣଙ୍କୁ ଦୀର୍ଘଜୀବି କରାଇପାରେ୤ ସ୍କଟଲାଣ୍ଡର ରୋୟାଲ୍ ଏଡ଼ିନବର୍ଗ୍ ବିଶ୍ବବିଦ୍ୟାଳରରେ ଜନୈକ କ୍ଲିନିକାଲ୍ ନ୍ୟୁରୋସାଇକୋଲୋଜିଷ୍ଟଙ୍କ ଦ୍ବାରା କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ପ୍ରାପ୍ତ ହୋଇଛି ଯେ, ଯେଉଁ ପୁରୁଷ ଓ ମହିଳାମାନେ ସପ୍ତାହରେ ଅନ୍ୟୁନ ଚାରିଥର ଯୌନକ୍ରିୟା କରନ୍ତି ସେମାନେ ସେମାନଙ୍କ ସମବୟସ୍କ ମାନଙ୍କଠାରୁ ଦଶବର୍ଷ ପର୍ଯ୍ୟନ୍ତ କମ ଦେଖାଯାଆନ୍ତି୤ ସେହିପରି ବ୍ରିଟିଶ୍ ମେଡ଼ିକାଲ୍ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାତ୍ମକ ସନ୍ଦର୍ଭରେ କୁହାଯାଇଛି ଯେ ଯେଉଁ ମାନେ ଅନ୍ତତଃ ସପ୍ତାହରେ ଥରେ ଯୌନକ୍ରିୟା କରନ୍ତି ସେମାନେ ଅନ୍ୟମାନଙ୍କଠାରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନ ବଢ଼ିଯାଇଥାଏ୤

୩. ହୃତପିଣ୍ଡକୁ ସର୍ବଦା କାର୍ଯ୍ୟକ୍ଷମ ରଖେ

ଯୌନକ୍ରିୟା ଏକ ବ୍ୟାୟାମ ପରି, ଯାହା ଆପଣଙ୍କ ହୃତପିଣ୍ଡକୁ ନିରୋଗ ଓ ସ୍ବାସ୍ଥ୍ୟବାନ ରଖିବାରେ ସାହାଯ୍ୟ କରେ୤ ଗୋଟିଏ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ପୁରୁଷମାନେ ସପ୍ତାହରେ ଅନ୍ୟୁନ ଦୁଇଥର ଯୌନକ୍ରିୟା କରନ୍ତି ସେମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ ହୃଦ୍‌ଘାତ ରୋଗର ଶୀକାର ହେବାର ସମ୍ଭାବନା ବହୁତ କମ ହୋଇଥାଏ୤ ଯୌନସଂତୃପ୍ତି (ଅର୍ଗାଜ୍‌ମ) ସମୟରେ ଶରୀରରୁ କ୍ଷରଣ ହେଉଥିବା DHEA ହର୍ମୋନ ଶରୀରରେ ରକ୍ତର ପ୍ରବାହକୁ ତ୍ବରିତ କରିବା ସହିତ, ଶୀରାପ୍ରଶିରାକୁ ସତେଜ ରଖିଥାଏ୤

୪. ଓଜନ କମାଇ ସୁସ୍ବାସ୍ଥ୍ୟ ପାଆନ୍ତୁ

ଯୌନ କ୍ରିୟା ସମୟରେ ଆପଣଙ୍କ ଶରୀରରୁ ଶକ୍ତି ଅପଚୟ ହୁଏ ଏହା ଦ୍ବାରା ଶରୀରରେ ଅହେତୁକ ଭାବରେ ଜମା ହୋଇଥିବା ଚର୍ବି ଓ କ୍ୟାଲୋରୀ ନଷ୍ଟ ହୋଇଥାଏ୤ ପ୍ରକୃତରେ ଏହା ଏକ ଓଜନ କମ କରିବାପାଇଁ ବ୍ୟାୟାମ କହିଲେ ଅତ୍ୟୁକ୍ତି ହେବନାହିଁ୤ ଗବେଷଣାରୁ ଜଣାଯାଏ ଯେ ଅନ୍ୟୁନ ୩୦ ମିନିଟର ଯୌନକ୍ରିୟା ପରେ ଶରୀରରୁ ୫୦-୩୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଶକ୍ତିକ୍ଷୟ ହୋଇଥାଏ୤ ଏହାଫଳରେ ଓଜନ କମ ହେବାର ସମ୍ଭାବନା ରହେ୤

ଅବଶ୍ୟ ଓଜନ କମ କରିବାପାଇଁ କେବଳ ଯୌନକ୍ରିୟା ଉପରେ ହିଁ ନିର୍ଭରଶୀଳ ହୋଇ ରହିବା ଅନୁଚିତ୤

୫. ଭଲ ନିଦ୍ରା ହୁଏ

ଯୌନ କ୍ରିୟା ସମୟରେ ଆମ ଶରୀରରେ କ୍ଷରଣ ହେଉଥିବା ଅକ୍ସିଟୋସିନ ନାମକ ହର୍ମୋନ ପ୍ରଭାବରେ ଗଭୀର ନିଦ୍ରା ହେବାର ସମ୍ଭାବନା ବଢ଼ିଥାଏ୤ ଗଭୀର ନିଦ୍ରା ଫଳରେ ସ୍ବାସ୍ଥରେ ଉନ୍ନତି ହୁଏ, ଯେମିତି ମାନସିକ ଚିନ୍ତା ଦୂର ହେବା, ମାନସିକ ସଚେତନତା ବୃଦ୍ଧିପାଇବା, ଚିନ୍ତାମୁକ୍ତ ରହିବା ଇତ୍ୟାଦି୤ ଉତ୍ତମ ନିଦ୍ରା ହୃଦ୍‌ଘାତ ପରି ରୋଗକୁ ଦୂର କରିପାରେ ବୋଲି ଗବେଷଣା କୁହେ୤

୬. ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୁଏ

ଯୌନ କ୍ରିୟା ଦ୍ବାରା ଶରୀରର ରୋଗପ୍ରତିଷେଧକ ଶକ୍ତି / ଇମ୍ୟୁନିଟି ବୃଦ୍ଧିପାଇବା କଥା ବିଭିନ୍ନ ମେଡ଼ିକାଲ୍ ଜର୍ନାଲରେ ପ୍ରକାଶିତ ହୋଇ ସାରିଛି୤ ସପ୍ତାହରେ ଅନ୍ୟୁନ ଥରେ କିମ୍ବା ଦୁଇଥର ଯୌନକ୍ରିୟା କରିବାଫଳରେ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ ଏ ର ମାତ୍ରା ବୃଦ୍ଧି ପାଇଥାଏ, ଯାହା ଆମ ଶରୀରକୁ ଥଣ୍ଡା, ଜ୍ବର ଆଦି ବିଭିନ୍ନ ରୋଗରୁ ରକ୍ଷା କରିଥାଏ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ଏଠାରେ ପଢ଼ନ୍ତୁ !
ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ - କାହିଁକି ?

ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ - କାହିଁକି ?

ଏଠାରେ ପଢ଼ନ୍ତୁ !