ଆମ ଦେଶର ଉନ୍ନତି ପାଇଁ କାମ କରୁଥିବା ପାର୍ଲିଆମେଣ୍ଟ ବ୍ୟବସ୍ଥାରେ ଦେଶରୁ ଗରିବୀ ହଟାଓ ଅଭିଯାନରେ ଦେଶର ଅଧାରୁ ଅଧିକ ଲୋକଙ୍କୁ ବିପିଏଲ୍ ବା ଗରୀବି ରେଖାର ତଳେ ରହୁଥିବା ଦର୍ଶାଇ ସେମାନଙ୍କ ପାଇଁ ମାଗଣାରେ ଖାଦ୍ୟ, ରହିବାପାଇଁ ଘର, ବିଦ୍ୟୁତ ସଂଯୋଗ, ମୋବାଇଲ୍ ଫୋନ୍ ଆଦି ସୁବିଧା ଦିଆଯାଉଛି ପାଠ ପଢ଼ାରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉଛି ଏବେ ପଦୋନ୍ନତିରେ ମଧ୍ୟ ସଂରକ୍ଷଣ ରହିବ ବୋଲି ମସୁଧା ଚାଲିଛି ଏହା ଫଳରେ ସମାଜରେ ଅସମାନତା ଦେଖାଦେବ ଏଥିରେ ସନ୍ଦେହ ନାହିଁ ଏହି ପରିପ୍ରେକ୍ଷୀରେ ଏକ କାହାଣୀର ଅବତାରଣା କରୁଛି ଫେସବୁକରୁ ଏହା ପାଇଛି ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସାମାଜିକ ତତ୍ତ୍ବ ଉପରେ ଆଧାରିତ ବ୍ୟବସ୍ଥା ପ୍ରକୃତରେ କାମ କରିବ ନାହିଁ ବୋଲି ଦର୍ଶାଇବାକୁ ଯାଇ ଜନୈକ ଅଧ୍ୟାପକ ନିଜ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକ ପରୀକ୍ଷା କରିଦେଖିବା ପାଇଁ କହିଲେ ଓବାମାଙ୍କ ତତ୍ତ୍ବ ଅନୁସାରେ ସମାଜରେ ଧନୀ ଓ ଗରୀବ ବୋଲି କିଛି ରହିବ ନାହିଁ, ସମସ୍ତେ ସମାନ ହେବେ ତେଣୁ ଅଧ୍ୟାପକ ମତ ଦେଲେ ଯେ ଶ୍ରେଣୀରେ ସମସ୍ତଙ୍କ ଗ୍ରେଡ୍କୁ ମିଶାଈ ଦିଆଯିବ ଏବଂ ତାହାର ହାରାହାରି ଅନୁପାତ ବାହାର୍ କରି ସମସ୍ତଙ୍କୁ ଏକାପ୍ରକାର ଗ୍ରେଡ୍ ଦିଆଯିବ ସମସ୍ତେ ରାଜି ହୋଇଗଲେ ପ୍ରଥମ କ୍ଲାସ ଟେଷ୍ଟ୍ ପରେ ସମସ୍ତଙ୍କ ଗ୍ରେଡ୍କୁ ମିଶାଇ ଦିଆଗଲା ଏବଂ ହାରାହାରି ବାହାର କରାଗଲା, ଏହା ‘ବି’ ଆସିଲା ଯେଉଁ ଛାତ୍ରଛାତ୍ରୀମାନେ ବହୁତ ପରିଶ୍ରମ କରି ପାଠ ପଢ଼ିଥିଲେ ସେମାନେ ଏଥିରେ ନିରୁତ୍ସାହିତ ହେଲେ, ଏବଂ ଯେଉଁମାନେ କିଛି ପଢ଼ିନଥିଲେ ସେମାନେ ଖୁଶି ହେଲେ ଏହାଫଳରେ ପରବର୍ତ୍ତୀ ଶ୍ରେଣୀ ପରୀକ୍ଷା ବେଳକୁ ମେଧାବୀ ଛାତ୍ରଛାତ୍ରୀମାନେ ଅଳ୍ପ ପଢ଼ିଲେ ଆଉ ଯେଉଁମାନେ ପାଠପଢ଼ାରେ ଦୁର୍ବଳ ଥିଲେ ସେମାନେ ଆହୁରି କମ୍ ପଢ଼ିଲେ, କାରଣ ସେମାନେ ଜାଣିଥିଲେ ଯେ ସେମାନେ ପରିଶ୍ରମ ନ କଲେ ବି ଗ୍ରେଡ୍ ମିଳିବ ପରବର୍ତ୍ତୀ ପରୀକ୍ଷାରେ ଶ୍ରେଣୀର ଗ୍ରେଡ୍ ଆସିଲା ‘ଡି’ ସେହିପରି ତୃତୀୟ ଶ୍ରେଣୀ ପରିକ୍ଷାବେଳକୁ ଗ୍ରେଡ୍ ହେଲା ‘ଏଫ୍’ ଏବଂ ଦିନକୁ ଦିନ ଶ୍ରେଣୀରେ ଗ୍ରେଡ୍ ଦୁର୍ବଳ ହେବାରେ ଲାଗିଲା ଏବଂ ପରସ୍ପର ଉପରେ ଦୋଷ ଲଦାଲଦିରେ ସମୟ ବିତିଲା, କେହି ବି ପରିଶ୍ରମ କରିବାକୁ ଚାହିଁଲେ ନାହିଁ, ଏବଂ ଶେଷ ପରୀକ୍ଷାବେଳକୁ ସବୁ ଛାତ୍ରଛାତ୍ରୀ ଫେଲ୍ ହୋଇଗଲେ ଶେଷରେ ଅଧ୍ୟାପକ କହିଲେ, ସାମାଜିକ ସମାନତା କାର୍ଯ୍ୟକ୍ରମ କେବେ ବି ସଫଳ ହେବ ନାହିଁ କାରଣ ଯେତେବେଳ ଯାଏ ଆମକୁ ଆମ ପରିଶ୍ରମର ଉଚିତ ଫଳ ମିଳୁଥିବ ଆମେ ପରିଶ୍ରମ କରୁଥିବା କିନ୍ତୁ ଯେତେବେଳେ ଜାଣିବା ଯେ ଆମ ପରିଶ୍ରମର ଫଳ ସରକାର ନେଇଯିବେ, କେହି ବି ପରିଶ୍ରମ କରିବେ ନାହିଁ ଏହି ପରୀକ୍ଷଣର ପାଞ୍ଚଟି ଉତ୍କର୍ଷ ହେଉଛି ; ୧. ଧନୀମାନଙ୍କ ଠାରୁ ଧନ ନେଇ ଗରୀବମାନଙ୍କ ଉନ୍ନତି କରିହେବ ନାହିଁ ୨. ଯାହା ଜଣେ ବ୍ୟକ୍ତି ବିନାପରିଶ୍ରମରେ ପାଏ, ତାହା ଅବଶ୍ୟ ଆଉ ଜଣେ ପରିଶ୍ରମ କରି ଅର୍ଜିଥାଏ ୩. ସରକାର କାହାକୁ ବି କିଛି ଦେଇ ପାରିବ ନାହିଁ, ଯାହା ସେ ଅନ୍ୟଜଣଙ୍କ ଠାରୁ ନେଇ ନଥିବ ୪. ଧନକୁ ଭାଗ କରିଦେଲେ ଧନ ବୃଦ୍ଧି ହେବ ନାହିଁ ୫. ଯେତେବେଳେ ଦେଶର ଅର୍ଦ୍ଧାଧିକ ଲୋକ ଜାଣିବେ ଯେ ସେମାନେ କିଛି ନ କଲେ ବି ସରକାର ସେମାନଙ୍କୁ ପୋଷିବେ, ଆଉ ଅନ୍ୟମାନେ ଜାଣିବେ ଯେ ସେମାନେ ପରିଶ୍ରମ କରିବାର ଫଳ ଅନ୍ୟମାନେ ବିନା ପରିଶ୍ରମରେ ପାଇବେ ସେତେବେଳେ ଦେଶର ଅବନତି ଘଟିବ ହିଁ ଘଟିବ
ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି
ଏଠାରେ ପଢ଼ନ୍ତୁ !ଗ୍ରାହକ ମାନଙ୍କୁ ଠକୁଛନ୍ତି ମୋବାଇଲ କମ୍ପାନୀ
ଏଠାରେ ପଢ଼ନ୍ତୁ !