favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର

ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର

ମୁମ୍ବାଇ : [ 22-march-2016 ] ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ୪୪ ବର୍ଷ ବୟସ୍କା ଜଣେ ସମ୍ଭ୍ରାନ୍ତ ମହିଳା ମାତ୍ର ୨୬୦ ଟଙ୍କାର ଜୋରିମାନା ଦେବାକୁ ମନା କରିଦେଇ ସାତ ଦିନପାଇଁ ଜେଲ ଯାଇଛନ୍ତି୤ ସେ କହିଛନ୍ତି ଯେ ଅଧିକାରୀମାନେ ପ୍ରଥମେ ମଦବ୍ୟାପାରୀ ବିଜୟ ମାଲ୍ୟାଙ୍କୁ ଗିରଫ କରି ସେ ନେଇଥିବା ଋଣ ଆଦାୟ କରନ୍ତୁ୤

ପ୍ରେମଲତା ଭାନସାଳୀ ନାମକ ଏହି ମହିଳା ଜଣକ, ଦୁଇଟି ସନ୍ତାନର ଜନନୀ ହୋଇଥିବା ବେଳେ, ଦକ୍ଷିଣ ମୁମ୍ବାଇ ସ୍ଥିତ ଧନାଢ଼୍ୟ ଭୁଲେଶ୍ବର ଅଞ୍ଚଳରେ ଏକ ବିଶାଳ ଅଟ୍ଟାଳିକାରେ ରହନ୍ତି୤ ଆଜି ସେ ମୁମ୍ବାଇ ଲୋକାଲରେ ଯାତ୍ରା କରୁଥିବା ସମୟରେ ମହାଲକ୍ଷ୍ମୀ ଷ୍ଟେସନରେ ମହିଳା ଟିକେଟ ପରିଦର୍ଶିକାଙ୍କ ଦ୍ବାରା ଧରା ପଡ଼ିଥିଲେ୤

୨୬୦ ଟଙ୍କାର ଜୋରିମାନା ଦେବାପାଇଁ କହିବା ପରେ ସେ ମଦ ବ୍ୟାପାରୀ ମାଲ୍ୟାଙ୍କୁ ପ୍ରଥମେ ଗିରଫ କର ବୋଲି ଦାବୀ କରିଥିଲେ୤

ତାଙ୍କୁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଉପସ୍ଥାପନ କରାଯାଇଥିଲା, ଯେଉଁଠି ତାଙ୍କୁ ଜୋରିମାନା ଅନାଦେୟ ସାତଦିନ ଜେଲ ଦଣ୍ଡ ଭୋଗିବା ବିଷୟରେ ଜଣାଇ ଦିଆଯାଇଥିଲା୤ କିନ୍ତୁ ସେ ଜୋରିମାନା ନ ଦେଇ ସାତ ଦିନପାଇଁ ଜେଲ ଦଣ୍ଡ ଭୋଗିବାକୁ ଶ୍ରେୟ ମନେ କରିଲେ ବୋଲି ପଶ୍ଚିମ ରେଳୱେର ବରିଷ୍ଠ ସୁରକ୍ଷା କମିସନର ଶ୍ରୀ ଆନନ୍ଦ ବିଜୟ ଜଣାଇଛନ୍ତି୤

ରେଳୱେର ମହିଳା କନେଷ୍ଟବଳଙ୍କ ଅନେକ ପ୍ରଚେଷ୍ଟା ସତ୍ତ୍ବେ ସେ ଜୋରିମାନା ଦେବାକୁ ମନା କରିଦେଇଥିଲେ୤ କିନ୍ତୁ ଦୀର୍ଘ ୧୨ ଘଣ୍ଟାକାଳ ସେ ବିଜୟ ମାଲ୍ୟାଙ୍କୁ କାହିଁକି ଗିରଫ କରାଯିବା ନାହିଁ କହି ଯୁକ୍ତି କରିଥିଲେ, କାହିଁକି ସାଧାରଣ ମନୁଷ୍ୟମାନଙ୍କୁ ଅସୁବିଧା କରାଯାଉଛି ଅଥଚ ନହଜାର କୋଟି ଖାଇଦେଇ ବିଜୟ ମାଲ୍ୟାଙ୍କ ପରି ବ୍ୟବସାୟୀ ଆରାମରେ ବୁଲୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ୤

ଶେଷରେ ନିରୁପାୟ ହୋଇ ପୋଲିସ ମହିଳାଙ୍କ ସ୍ବାମୀ ରମେଶ ଭାନସାଳୀଙ୍କୁ ଡକାଇଥିଲେ, କିନ୍ତୁ ସେ କୌଣସି କଥା ଶୁଣିବାକୁ ମନା କରିଦେଇ ଜେଲ ଯିବାକୁ ରାଜି ହୋଇଥିଲେ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଅବଢ଼ା ଖାଇବା ପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା

ଅବଢ଼ା ଖାଇବା ପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା

ଏଠାରେ ପଢ଼ନ୍ତୁ !
ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ଏଠାରେ ପଢ଼ନ୍ତୁ !