ଆଧୁନିକ ଓଡ଼ିଆ ଗଳ୍ପ ଜଗତର ଔଜଲ୍ୟତମ ତାରକା ଥିଲେ ଶ୍ରୀ ଫକୀର ମୋହନ ସେନାପତି ଜନ୍ମ ସମୟରେ ବ୍ରଜମୋହନ ଭାବରେ ନାମିତ ଏହି ମହାନ ବ୍ୟକ୍ତି ନିଜର ବାଲ୍ୟକାଳରେ ଅନେକ ବ୍ୟଧି ହେତୁ ଦୁର୍ବଳ ରହୁଥିଲେ ଏବଂ ତାଙ୍କୁ ବାରମ୍ବାର ତତ୍କାଳୀନ ଚିକିତ୍ସକ ବା ଫକୀର ମାନଙ୍କ ପାଖକୁ ନିଆଯାଉଥିବା ହେତୁ ପ୍ରକାରାନ୍ତରେ ତାଙ୍କ ନାମ ଫକୀରମୋହନ ବୋଲି କରି ଦିଆଯାଇଥିଲା 
୧୮୪୩ ମସିହା ଜାନୁଆରୀ ମାସର ୧୩ ତାରିଖ ଦିନ ଏହି ମହାନ ଗଣନାୟକ, ଲେଖକ, ଯୁଗପ୍ରବର୍ତ୍ତକ, ଔପନ୍ୟାସିକ, କବି ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ପୁରୋଧାମାନଙ୍କ ମଧ୍ୟରୁ ଜଣେ ଶ୍ରୀ ଫକୀର ମୋହନ ସେନାପତିଙ୍କ ଜନ୍ମ ଅବିଭକ୍ତ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁର ଗ୍ରାମରେ ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାଆ ତୁଳସୀ ଦେବୀଙ୍କ ଔରସରୁ ହୋଇଥିଲା କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ତାଙ୍କୁ ମାତ୍ର ଦେଢ଼ବର୍ଷ ବୟସ ହୋଇଥିବା ବେଳେ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ତିନିବର୍ଷ ବୟସ ବେଳକୁ ସେ ମାଆଛେଉଣ୍ଡ ହୋଇଥିଲେ ପିଲାଦିନୁ ପିତାମାତାଙ୍କୁ ହରାଇବା ପରେ ବ୍ରଜମୋହନ ନିଜ ଜେଜେମାଙ୍କ ଲାଳନପାଳନରେ ବଡ଼ ହୋଇଥିଲେ କିନ୍ତୁ ପିଲାଦିନେ ବ୍ରଜମୋହନ ବାରମ୍ବାର ଅସୁସ୍ଥତା ଭୋଗ କରୁଥିବା ହେତୁ ତାଙ୍କ ଜେଜେମା ତାଙ୍କୁ ଫକୀରମାନଙ୍କ ପାଖକୁ ନେଇ ଯାଉଥିଲେ ଏବଂ ସେ ଦୃଢ଼ଭାବରେ ଭାବୁଥିଲେ ଯେ କେବଳ ଫକୀରମାନଙ୍କ ଦୟାରୁ ହିଁ ବ୍ରଜମୋହନର ଜୀବନ ସୁସ୍ଥ ହୋଇଥିଲା, ତେଣୁ ସେ ତାଙ୍କ ନାମ ଫକୀରମୋହନ ବୋଲି କରିଦେଇଥିଲେ
ସେ ବାଲେଶ୍ବରର ବାରବାଟୀ ବିଦ୍ୟାଳୟରେ ମାଇନର୍ ପାସ କରିବାପରେ ବିଦ୍ୟାଅଧ୍ୟୟନ କରୁଥିଲେ କିନ୍ତୁ ଆର୍ଥିକ ଅନଟନ ହେତୁ ସେ ପାଠ ପଢ଼ା କରିନପାରି, ସେହି ବିଦ୍ୟାଳୟରେ ଶିକ୍ଷକତା କରିବା ଆରମ୍ଭ କରିଦେଇଥିଲେ ଏହାପରେ ସେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବରେ ଏବଂ ପରେ ପରେ ବାଲେଶ୍ବର ମିଶନ ସ୍କୁଲରେ ଶିକ୍ଷକତା କରିଥିଲେ
ସେ ବିଭିନ୍ନ ଭାଷାରେ ଉଚ୍ଚକୋଟୀର ଲେଖାମାନ ପଢ଼ିବା ସହିତ ଗବେଷଣା କରୁଥିଲେ ସେ ଓଡ଼ିଆ ସମେତ, ଇଂରାଜୀ, ବଙ୍ଗାଳୀ ଏବଂ ସଂସ୍କୃତ ଭାଷାରେ ମଧ୍ୟ ପାଣ୍ଡିତ୍ୟ ଅର୍ଜନ କରିଥିଲେ ତାଙ୍କର ମହାନତା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ତତ୍କାଳୀନ ଇଂରେଜ ସରକାର ଓଡ଼ିଆଭାଷାର ଅବସ୍ଥିତିକୁ ପ୍ରଶ୍ନବାଚୀ କରିଦେଇ ଓଡ଼ିଶାରେ ବଙ୍ଗାଳୀ ଶିକ୍ଷକ ଓ ଭାଷାରେ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏହି ମହାନ ଯୁଗଜନ୍ମା ଫକୀରମୋହନ ସେତେବେଳେ ଓଡ଼ିଆ ଭାଷା ଆନ୍ଦୋଳନର ମଙ୍ଗ ଧରିଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେ ଓଡ଼ିଆ ପ୍ରେସ ସ୍ଥାପନ କରି ବିଦ୍ୟାଳୟର ବିଭିନ୍ନ ଶ୍ରେଣୀପାଇଁ ପାଠ୍ୟପୁସ୍ତକମାନ ଓଡ଼ିଆ ଭାଷାରେ ଛପାଇ କଲିକତାରେ ଥିବା ଇଂରେଜ ମହକମାରେ ନେଇ ଉପସ୍ଥିତ ହୋଇଥିଲେ ଫକୀର ମୋହନଙ୍କ ପ୍ରଚେଷ୍ଟା ହେତୁ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା
ଫକୀରମୋହନଙ୍କ ପାଣ୍ଡିତ୍ୟର ପରାକାଷ୍ଠା ତାଙ୍କୁ ଇଂରେଜ ସାହେବମାନଙ୍କ ଠାରୁ ସମ୍ମାନ ଆଣିଦେଇଥିଲା ବାଲେଶ୍ବରର ତତ୍କାଳୀନ ଜିଲ୍ଲାପାଳ ଜନ୍ ବିମ୍ସ ତାଙ୍କୁ ବହୁତ ସମ୍ମାନ କରୁଥିଲେ ଏବଂ ନିଜର ସମ୍ମାନ ପ୍ରଦର୍ଶନ୍ ସ୍ବରୂପ ତାଙ୍କୁ ନୀଳଗିରିର ଦିୱାନ ପଦବୀ ପ୍ରଦାନ କରିଥିଲେ ପରେ ପରେ ଫକୀରମୋହନ ଡମପଡ଼ା, ଢେଙ୍କାନାଳ, ଦଶପଲ୍ଲା, ପାଲଲହଡ଼ା, କେଉଁଝର ଆଦି ସ୍ଥାନରେ ଦେୱାନ ଦାୟିତ୍ବ ତୁଲାଇଥିଲେ ନିଜର ସମଗ୍ର ଜୀବନ ସେ ଭାଷା ଓ ସାହିତ୍ୟପାଇଁ ନିୟୋଜିତ କରିଥିଲେ
୧୮୬୮ ମସିହାରେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେ ଉତ୍କଳ ପ୍ରେସର ସ୍ଥାପନା କରିଥିଲେ ଏବଂ ସେ ଓଡ଼ିଆଭାଷାରେ ଅନେକ ପତ୍ରପତ୍ରିକା ଓ ସମ୍ବାଦପତ୍ର ପ୍ରକାଶିତ କରିଥିଲେ ସେ ବୋଧଦାୟିନୀ, ନବସମ୍ବାଦ ଓ ସମ୍ବାଦବାହିକା ନାମରେ ଅନେକ ପତ୍ରିକାର ସମ୍ପାଦନା ଦାୟିତ୍ବ ସୂଚାରୁରୂପରେ ତୁଲାଇଥିଲେ ଓଡ଼ିଆ ଭାଷାର ଉନ୍ନତି, ପ୍ରଚାର ଓ ପ୍ରସାର ନିମନ୍ତେ ସେ ଉତ୍କଳ ଭାଷା ଉନ୍ନତି ବିଧାନି ସଭା ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲେ ଓଡ଼ିଆ ଭାଷା ଓ ଓଡ଼ିଶା ଭୂମିପାଇଁ ସେ ସ୍ବେଚ୍ଛାକୃତ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଆ ସଂଗଠନର ସେ ପୁରୋଧାଥିଲେ ୧୯୧୨ ଓ ୧୯୧୭ ମସିହାରେ ଅନୁଷ୍ଠିତ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବେଶରେ ସେ ସଭାପତି ପଦ ଗ୍ରହଣ କରିଥିଲେ
ଓଡ଼ିଆ ଭାଷାରେ ଗଳ୍ପ ଓ ଉପନ୍ୟାସ ତଥା ସର୍ବଭାରତୀୟ ସ୍ତରରେ ପ୍ରଥମ ଔପନ୍ୟାସିକ ଭାବରେ ଆମେ ଫକୀରମୋହନଙ୍କୁ ସମ୍ମାନ ଜଣାଇବା ଉଚିତ ତାଙ୍କଦ୍ବାରା ରଚିତ ପ୍ରତ୍ୟେକ ଉପନ୍ୟାସ ତତ୍କାଳୀନ ଓଡ଼ିଶାର ଏକ ନିଚ୍ଛକ ଚିତ୍ରଣ ଥିଲା, ସେ ଲେଖିଥିବା ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ ଓ ଲଛମା ଓଡ଼ିଆଭାଷାର କାଳଜୟୀ କୃତି ଏହି ଚାରୋଟି ଉପନ୍ୟାସ ବ୍ୟତୀତ ସେ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଥିଲେ, ଯାହାର ନାଆଁ ଥିଲା, ଆତ୍ମଜୀବନ ଚରିତ
୧୮୬୦ ମସିହାରେ ସେ ଓଡ଼ିଆଭାଷାର ପ୍ରଥମ କ୍ଷୁଦ୍ରଗଳ୍ପ ଲେଖିଥିଲେ ଲଛମନିଆ, ଯାହା ତାଙ୍କଦ୍ବାରା ସମ୍ପାଦିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା ଏହାପରେ ୧୮୯୮ ମସିହାରେ ତାଙ୍କ ରଚିତ ରେବତୀ ବହୁତ ଜନପ୍ରିୟତା ଲାଭ କରିଥିଲା ଦୁର୍ଭାଗ୍ୟର ବିଷୟ, ଲଛମନିଆ ଯଦିଓ ଫକୀରମୋହନଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ କିନ୍ତୁ ସର୍ବଭାରତୀୟ ସ୍ତରରେ ତାଙ୍କୁ ଭାରତର ପ୍ରଥମ କ୍ଷୁଦ୍ରଗଳ୍ପ ରଚନାକାର ଭାବରେ ସମ୍ମାନ ମିଳିଲା ନାହିଁ ପରେ ପରେ ସେ ଅନେକ କ୍ଷୁଦ୍ର ଗଳ୍ପ ଯଥା ପେଟେଣ୍ଟ୍ ମେଡ଼ିସିନ୍, ଡାକମୁନସୀ, ଅଧର୍ମବିତ୍ତ, ରାଣ୍ଡିପୁଅ ଅନନ୍ତା, ସତ୍ତ୍ବ ଜମିଦାର ଆଦି ପ୍ରକାଶିତ ହୋଇଥିଲା
ଉପନ୍ୟାସ ଓ କ୍ଷୁଦ୍ରଗଳ୍ପରେ ପ୍ରବୀଣ ଫକୀର ମୋହନ କାବ୍ୟ ରଚନାରେ ମଧ୍ୟ ସମାନ ପରିମାଣର ପାଣ୍ଡିତ୍ୟ ଦେଖାଇଛନ୍ତି ତାଙ୍କର ପ୍ରଥମ କବିତା ସଂଗ୍ରହ ଉତ୍କଳ ଭ୍ରମଣ ୧୮୯୨ ମସିହାରେ ପ୍ରକାଶିତ ହୋଇଥିଲା ପରେ ପରେ ସେ ପୁଷ୍ପମାଳା, ଉପହାର, ପୂଜାଫୁଲ, ପ୍ରାର୍ଥନା, ଧୂଳି ଆଦି ଅନେକ କାବ୍ୟ ରଚନା କରିଛନ୍ତି ନିଜର ପ୍ରଥମ ପତ୍ନୀ ଅସୁସ୍ଥ ଥିବା ସମୟରେ ସେ ସଂସ୍କୃତରେ ରଚିତ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଅନୁବାଦ କରି ଶୁଣାଉଥିଲେ ଏବଂ ଏହା ଓଡ଼ିଆଭାଷାରେ ସରଳ ଭାବରେ ଭାଷାନୁବାଦିତ ରାମାୟଣ ଓ ମହାଭାରତ ହୋଇଥିବା ହେତୁ ତାଙ୍କୁ ବ୍ୟାସକବି ବୋଲି ଉପାଧି ଦିଆଯାଏ ଏହାବ୍ୟତୀତ ତତ୍କାଳୀନ ବାମରା ରାଜ୍ୟର ରାଜା ତାଙ୍କୁ ସରସ୍ବତୀ ଉପାଧିରେ ସମ୍ମାନିତ କରିଥିଲେ
ବ୍ୟକ୍ତିଗତ ସ୍ତରରେ ସେ ଜଣେ ଅତ୍ୟନ୍ତ ଦୁଃଖୀ ମନୁଷ୍ୟଥିଲେ ବାଲ୍ୟ ସମୟରେ ପିତାମାତାଙ୍କୁ ହରାଇଥିଲେ ସେ, ଏହାପରେ ବାରମ୍ବାର ଅସୁସ୍ଥ ରହୁଥିଲେ ୧୮୫୬ ମସିହାରେ ସେ ବିବାହ କରିଥିଲେ ମଧ୍ୟ ନିଜର ପ୍ରଥମ ପତ୍ନୀଙ୍କୁ ହରାଇଥିଲେ ପୁଣି ୧୮୭୧ ମସିହାରେ ଦ୍ବିତୀୟ ବିବାହ କରିବା ପରେ ମଧ୍ୟ ସେ ହଇଜାରେ ପ୍ରାଣ ହରାଇଥିଲେ ପ୍ରଥମ ପତ୍ନୀଙ୍କ ଠାରୁ ଜନ୍ମିତ ତାଙ୍କର ପ୍ରଥମ ପୁତ୍ର ମାତ୍ର ଛଅ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲା, ଦ୍ବିତୀୟ ପତ୍ନୀଙ୍କ ଔରସରୁ ଜନ୍ମିତ ପୁତ୍ର ସହ ତାଙ୍କର ମନାନ୍ତର ହୋଇଥିଲା ଅନେକ ଦୁଃଖରେ ମଧ୍ୟ ସେ ଆମକୁ ଅନେକ ଉପାଦେୟ ଗ୍ରନ୍ଥ ଓ ଏକ ଉନ୍ନତ ଭାଷା ଭଣ୍ଡାରେ ଦେଇଯାଇଛନ୍ତି
ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!!
ଏଠାରେ ପଢ଼ନ୍ତୁ !ଓଡିଶା ବିଷୟରେ କିଛି ଅବିଶ୍ବସନୀୟ ତଥ୍ୟ
ଏଠାରେ ପଢ଼ନ୍ତୁ !