favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଓଡିଶା ବିଷୟରେ କିଛି ଅବିଶ୍ବସନୀୟ ତଥ୍ୟ

ଓଡିଶା ବିଷୟରେ କିଛି  ଅବିଶ୍ବସନୀୟ ତଥ୍ୟ

୧. ଓଡ଼ିଶାର ଇତିହାସ ପ୍ରାଗଐତିହାସିକ ଯୁଗରୁ ମଧ୍ୟ ପୁରୁଣା ୤ ମୟୁରଭଞ୍ଜ ଜିଲ୍ଲାରେ ମିଳିଥିବା କିଛି ପ୍ରସ୍ତର ଜୀବାଶ୍ମ ୩ ନିୟୁତ କୋଟି ବର୍ଷ ତଳର ବୋଲି ପ୍ରମାଣିତ ହୋଇଛି ୤ ( ଆମ ଗ୍ରହର ବୟସ ସାଢ଼େ ଚାରି କୋଟି ବୋଲି କୁହାଯାଏ)
୨. ବିଖ୍ୟାତ ସମ୍ରାଟ ଚନ୍ଦ୍ରଗୁପ୍ତମୌର୍ଯ୍ୟ ତତ୍କାଳୀନ କଳିଙ୍ଗ ଉପରେ ଆକ୍ରମଣ କରିବାର ସାହାସ କରିପାରି ନଥିଲେ୤ କୁହାଯାଏ କଳିଙ୍ଗ ସେନାକୁ ପରାସ୍ତ କରିବା ଭଳି କ୍ଷମତା କୌଣସି ସେନାବାହିନୀରେ ନଥିଲା୤
୩. ଓଡ଼ିଶାରେ ପାଖାପାଖି ୬୨ ପ୍ରକାରର ଆଦିବାସୀ ଜନଜାତି ବସବାସ କରନ୍ତି, ଏବଂ ପ୍ରତ୍ୟେକ ଜନଜାତିର ରୀତିନୀତି ଅଲଗା ଅଲଗା ଅଟେ୤
୪. ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରୋଷଘରେ ଗୋଟିଏ ଉପରେ ଗୋଟିଏ କରି ସାତଗୋଟି ମାଟି କୁଡ଼ୁଆରେ ଚାଉଳ ଏବଂ ପନିପରିବା ରଖି ରୋଷେଇ କରିବା ସତ୍ତ୍ବେ ପ୍ରତ୍ୟେକ କୁଡୁଆରେ ସମାନ ପରିମାଣର ରୋଷେଇ ହୋଇଥାଏ୤
୫. ଶ୍ରୀ ଜଗନ୍ନାଥ ମନ୍ଦିର ହିନ୍ଦୁମାନଙ୍କର ଚାରିଧାମ ମଧ୍ୟରୁ ଅନ୍ୟତମ୤
୬. ଶ୍ରୀ ମନ୍ଦିରର ରୋଷେଇ ଘରେ ଚାରିଶହରୁ ଅଧିକ ରୋଷକାର ମାନେ ୨୦୦ରୁ ଉର୍ଦ୍ଧ୍ବ ଚୁଲୀରେ ରୋଷେଇ କରନ୍ତି ଯାହା ଦୈନିକ ଦଶ ହଜାରରୁ ଲକ୍ଷାଧିକ ଭକ୍ତଙ୍କୁ ଯୋଗାଇ ଦିଆଯାଏ୤
୭. ଶ୍ରୀ ମନ୍ଦିରରେ ହେଉଥିବା ରୋଷେଇର ସ୍ବାଦ ବର୍ଷ ତମାମ ଏକ ପ୍ରକାର ହିଁ ରହେ୤ ଏବଂ କିଛି ହଜାରରୁ ଆରମ୍ଭ କରି କେତେ ଲକ୍ଷ ଭକ୍ତ ଆସିଲେ ସୁଦ୍ଧା ସମସ୍ତଙ୍କୁ ପ୍ରସାଦ ମିଳେ ଏବଂ ପ୍ରସାଦ କେବେ ନଷ୍ଟ ହୁଏନାହିଁ୤
୮. ଓଡ଼ିଶା ହେଉଛି ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ୤
୯. ଭାରତରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଅନ୍ୟରାଜ୍ୟକୁ କର୍ମନିଯୁକ୍ତି ପାଇଁ ଯାଉଥିବା ଦାଦନ ଶ୍ରମିକମାନଙ୍କ ପଞ୍ଜିକରଣ ଆରମ୍ଭ ହୋଇଥିଲା୤
୧୦. କେନ୍ଦ୍ର ସରକାର ଲୋକାୟୁକ୍ତ ବିଲ୍ ପାସ କରିବାପରେ, ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଥିଲା ଯେଉଁଠି ଏହାକୁ ଲାଗୁ କରାଯାଇଥିଲା୤
୧୧. ବିଶ୍ବପ୍ରସିଦ୍ଧ ରସଗୋଲା ଓଡ଼ିଶାରୁ ଉତ୍ପତ୍ତି ହୋଇଥିଲା୤ ଶ୍ରୀମନ୍ଦିରରେ ବାହୁଡ଼ାଯାତ୍ରା ପରେ ଏହାକୁ ପୂଜା କରାଯିବାର ପରମ୍ପରା ସାତ ଶତାବ୍ଦୀରୁ ଅଧିକ ସମୟ ଧରି ରହିଛି୤
୧୨. ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ସମୁଦ୍ର ବେଳାଭୂମି ସମୁଦ୍ର ଜୂଆରର ଉତ୍‌ଥାନ ଓ ପତ୍ତନ ସମୟରେ ଅନ୍ୟୁନ ପାଞ୍ଚ କିଲୋମିଟର ଦୂରକୁ ଚାଲିଯାଏ୤ ଯାହା ଫଳରେ ଏହା ଏକ ବିସ୍ତୀର୍ଣ୍ଣ ଖୋଲାପଡ଼ିଆ ପରି ଦେଖାଯାଏ୤
୧୩. ମଧ୍ୟଯୁଗରେ ଓଡ଼ିଶାର ବର୍ତ୍ତମାନର ରାଜଧାନୀ ଭୁବନେଶ୍ବରକୁ ମନ୍ଦିରମାଳିନୀ ସହର ବୋଲି କୁହାଯାଉଥିଲା, ଏଠରେ ଛଅ ଶହରୁ ଅଧିକ ମନ୍ଦିର ଥିବାର ପ୍ରମାଣ ମିଳିଛି୤
୧୪. ପୃଥିବୀର ଉଚ୍ଚତମ ବୈଦ୍ୟୁତିକ ରେଳପୋଇ (ଦ୍ବିତଳବିଶିଷ୍ଟ ମାଲବାହି ଟ୍ରେନ ପାଇଁ ୭.୪୫ ମିଟର ଉଚ୍ଚରେ ନିର୍ମିତ) ଓଡ଼ିଶାର ଜଖପୁରା-ଦୈତାରୀ ଅଞ୍ଚଳରେ ରହିଛି୤ ଏହାପଛକୁ ରହିଛି ଚୀନ (୬.୬ ମିଟର) ଏବଂ ଆମେରିକା (୭.୧ ମିଟର)୤
୧୫. ସିଂହଳ ଦ୍ବୀପ ବା ବର୍ତ୍ତମାନର ଶ୍ରୀଲଙ୍କାର ଲୋକମାନଙ୍କୁ ରାଜା ଜୟସିଂଙ୍କ ନାମାନୁସାରେ ନାମିତ କରାଯାଏ, ରାଜା ଜୟ ସିଂ ଜଣେ ଓଡ଼ିଆ ରାଜା ଥିଲେ୤
୧୬. ବିଶ୍ବର ସର୍ବଦୀର୍ଘ ବଉଳା କୁମ୍ଭୀର ଓଡ଼ିଶାରେ ମିଳିଥିଲା ଏହାର ଦୈର୍ଘ୍ୟ ୨୩ ଫୁଟ୍ ଥିଲା୤
୧୭. ଏସିଆ ମହାଦ୍ବୀପର ସର୍ବବୃହତ ଲୁଣିପାଣି ହ୍ରଦ ଓଡ଼ିଶାରେ ରହିଛି୤ ଚିଲିକା ହ୍ରଦର ଆୟତନ ୯୧୬ ବର୍ଗ କିଲୋମିଟର୤ ଏହା ଧିରେ ଧିରେ ସଙ୍କୋଚିତ ହେବାରେ ଲାଗିଛି୤
୧୮. ଅଷ୍ଟ୍ରେଲିଆରୁ ଆସୁଥିବା ସାମୁଦ୍ରିକ ଅଲିଭ୍ ରିଡ଼ଲେ କଇଁଛମାନେ ଓଡ଼ିଶାର ତିନୋଟି ସ୍ଥାନରେ ଗଣ ଅଣ୍ଡାଦାନ କରିଥାନ୍ତି୤ ଏହି ସବୁ ଅଞ୍ଚଳକୁ ଏସିଆର ବୃହତମ ଆର୍ଦ୍ରାଞ୍ଚଳର ଆଖ୍ୟା ଦିଆଯାଇ ରାମସର୍ ସାଇଟ୍ ବୋଲି ଘୋଷଣା କରାଯାଇଛି୤
୧୯. ବିଶ୍ବର ଏକମାତ୍ର ଧଳାବାଘ ସଫାରୀ ଏବଂ ଭାରତର ବୃହତମ ସିଂହ ସଫାରୀ ଭୁବନେଶ୍ବରସ୍ଥିତ ନନ୍ଦନ କାନନଠାରେ ରହିଛି୤ ଏଠାରେ ଧଳାବାଘ ଜନ୍ମ କରିବାର ସମସ୍ତ ବୈଜ୍ଞାନିକ ଗବେଷଣା କରାଯାଉଛି୤
୨୦. ବିଶ୍ବର ଦୀର୍ଘତମ ମାଟିବନ୍ଧ, ଓଡ଼ିଶାର ହିରାକୁଦ ବନ୍ଧ ବିଶ୍ବର ଚତୁର୍ଥ ବିଶାଳ ନଦୀବନ୍ଧ ପରିଯୋଜନା୤
୨୧. ବିଶ୍ବର ସର୍ବାଧିକ ସାମୁଦ୍ରିକ କଇଁଛ ଅଣ୍ଡାଦାନ ଦେବାପାଇଁ ଓଡ଼ିଶାର ଉପକୂଳରେ ଅବସ୍ଥିତ ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି୤
୨୨. ଭାରତର ସର୍ବାଧିକ ହେମାଟାଇଟ୍ ଖଣିଜ ପଦାର୍ଥ ଓଡ଼ିଶାରେ ମିଳେ୤
୨୩, ଭୁବନେଶ୍ବରର ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ବିଶ୍ବର ସବୁଠାରୁ ବଡ଼ ଅଣ୍ଡାକୁ ରଖାଯାଇଛି୤ ୧୩ ଇଞ୍ଚ୍ ଲମ୍ବା ଏବଂ ୯.୫ ଇଞ୍ଚ୍ ଚଉଡ଼ାର ଏହି ଅଣ୍ଡା ବିଶାଳକାୟ (Aepyornis maximus / ଉଡ଼ନ୍ତା ହାତୀ ପକ୍ଷୀ)ର ଅଣ୍ଡା, ଯାହା ୧୬୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଶ୍ବର ଦେଖାଯାଉଥିଲା୤
୨୪. ଆମେରୀକିୟ ରାଷ୍ଟ୍ରପତିଙ୍କ ପତ୍ନୀ ମିସେଲ୍ ଓବାମାଙ୍କ ଭାରତଗସ୍ତ ସମୟରେ ସେ ପିନ୍ଧିଥିବା ସମସ୍ତ ପୋଷାକ ଜଣେ ଓଡ଼ିଆ ଫେସନ୍ ଡିଜାଇନର୍ ତିଆରି କରିଥିଲେ୤
୨୫. ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରରେ ଚବିଶିଟି ଚକ୍ର ଲାଗିଛି, ଯାହା ଦିନର ଚବିଶି ଘଣ୍ଟାକୁ ଦର୍ଶାଉଛି୤ ଏହି ସବୁ ଚକ୍ର ଉପରେ ସୂର୍ଯ୍ୟର ଆଲୋକଦ୍ବାରା ପଡୁଥିବା ଛାଇକୁ ଦେଖି ଜଣେ ସଠିକ ସମୟ କହିଦେଇ ପାରିବ୤
୨୬. ସମ୍ବଲପୁର ଜିଲ୍ଲାର ହୁମାଠାରେ ଥିବା ଶୈବପୀଠର ମନ୍ଦିର ଗୋଟିଏ ଦିଗକୁ ଢଳି ରହିଛି, ଏହା ବିଶ୍ବର ଏକ ଅନନ୍ୟ ଆଶ୍ଚର୍ଯ୍ୟ୤
୨୭. ସମ୍ବଲପୁରୀ ଶାଢ଼ୀ ବର୍ତ୍ତମାନ ବିଶ୍ବପ୍ରସିଦ୍ଧ୤ ଏହାର ଚାହିଦା ବହୁତ ଅଧିକ୤ ଅତୀତରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀ ଏହାକୁ ପିନ୍ଧିବା ପରେ ଏହାକୁ ଅନେକ ଲୋକ ପିନ୍ଧିବାର ଦେଖାଯାଇଥିଲା୤
୨୮. ଚାନ୍ଦିପୁର ବେଳାଭୂମିଠାରୁ ଦକ୍ଷିଣରେ ଥିବା ହ୍ବିଲର ଦ୍ବୀପଠାରେ ଭାରତୀୟ ପ୍ରତିରକ୍ଷା ଗବେଷଣା କେନ୍ଦ୍ରର କ୍ଷେପଣାସ୍ତ୍ର ଘାଟି ରହିଛି, ଯେଉଁଠି ଆକାଶ, ଅଗ୍ନୀ, ପୃଥ୍ବୀ ଆଦି ଅନେକ ଅସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି୤
୨୯. ଭୁବନେଶ୍ବର ଉପକଣ୍ଠରେ ଥିବା ସାଞ୍ଚିସ୍ତୁପଠାରେ ଅତୀତରେ ଚଣ୍ଡାଶୋକ ଅସ୍ତ୍ରତ୍ୟାଗକରି ଧର୍ମାଶୋକରେ ପରିଣତ ହୋଇଥିଲା, ଏବଂ ଏହିଠାରୁ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ସମୁଦାୟ ଦକ୍ଷିଣପୂର୍ବ ଏସିଆରେ ହୋଇଥିଲା ବୋଲି ଇତିହାସ କହେ୤
୩୦. ପୌରାଣିକ ତଥ୍ୟ ଅନୁଯାୟୀ ମହାଭାରତକୁ ଶ୍ରୀ ଗଣେଶ ଏହାକୁ ବର୍ତ୍ତମାନ ରାଉରକେଲା ନିକଟସ୍ଥ ବେଦବ୍ୟାସ ନାମକ ସ୍ଥାନରେ ବସି ରଚନା କରିଥିଲେ୤
୩୧. ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ୧୯୫୪-୫୫ରେ ସ୍ଥାପିତ ହୋଇଥିଲା ଯାହା ଭାରତର ପ୍ରଥମ ବେସରକାରୀ ସାମଗ୍ରିକ ପ୍ଲାଣ୍ଟ ଥିଲା୤
୩୨. ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ରଖାଯାଇଛି, ସେମାନଙ୍କ ମଧ୍ୟରେ ଅନନ୍ୟ ହେଉଛି ଅଭିନବ ଗୀତ ଗୋବିନ୍ଦ ଯାହା ୧୪୯୬ ମସିହାରେ ବୋଲି କୁହାଯାଏ, କିନ୍ତୁ ଏଥିରେ ଲିଖିତ ତଥ୍ୟ ଦ୍ବିତୀୟ ଶତାବ୍ଦୀର ବୋଲି ମଧ୍ୟ ଦାବୀ କରାଯାଏ୤
୩୩. ପୁରୀ ଶ୍ରୀମନ୍ଦିର ହେଉଛି ହିନ୍ଦୁମାନଙ୍କର ଏକମାତ୍ର ଧାମ ଯେଉଁଠାରେ ଶୈବ, ଶାକ୍ତ, ବୈଷ୍ଣବ ଏବଂ ସ୍ମାର୍ତ୍ତ ସମ୍ମତ ପୂଜା କରାଯାଏ୤
୩୪. ଗୁଜୁରାତ ପରେ ଓଡ଼ିଶାର ଧାମରା ହେଉଛି ଭାରତର ସବୁଠାରୁ ଗଭୀର ବନ୍ଦର୤
ଉପରୋକ୍ତ ସମସ୍ତ ତଥ୍ୟ ଇଣ୍ଟରନେଟ୍, ଫେସବୁକ୍ ଏବଂ ହ୍ବାଟସ୍‌ଆପରୁ ସଂଗୃହୀତ୤ ତଥ୍ୟର ସତ୍ୟାସତ୍ୟ ଉପରେ ଆମର କୌଣସି ବ୍ୟକ୍ତିଗତ ଦସ୍ତାବେଜ ନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି

ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି

ଏଠାରେ ପଢ଼ନ୍ତୁ !
ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଏଠାରେ ପଢ଼ନ୍ତୁ !