favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ନର୍ସଦିଦି ତୁମେ କୁଆଡ଼େ ଗଲ ?

ନର୍ସଦିଦି ତୁମେ କୁଆଡ଼େ ଗଲ ?

ଜଣେ ପ୍ରବୀଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଧ୍ୟାନ ଅନୁଯାୟୀ ଆଗାମୀ ପାଞ୍ଚବର୍ଷରେ ଆମ ଦେଶରେ ନର୍ସମାନଙ୍କ ସଂଖ୍ୟା ଏତେ ପରିମାଣରେ କମ ହୋଇଯିବ ଯେ ଅଧାରୁ ଅଧିକ ବେସରକାରୀ ଓ ପ୍ରାୟ ଅଧିକାଂଶ ସରକାରୀ ହସପିଟାଲରେ କାମ ବନ୍ଦ ହୋଇଯିବ୤ ଏକ ସୂଚନା ଅନୁଯାୟୀ ଭାରତରେ ଦିନକୁ ଦିନ ନର୍ସମାନଙ୍କ ସଂଖ୍ୟାକମ ହେବାରେ ଲାଗିଛି୤ ଏହାର ଅନେକ କାରଣ ରହିଛି, ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ନର୍ସିଂ ପାଠ୍ୟକ୍ରମପ୍ରତି ଶିକ୍ଷାର୍ଥୀମାନଙ୍କ ଅରୁଚି୤ କାରଣ ଏହି ପେଷାରେ ପରିଶ୍ରମ ତୁଳନାରେ ପ୍ରାପ୍ୟ ବହୁତ କମ ଏବଂ ସରକାରୀ ସ୍ତରରେ ଏହି ଶିକ୍ଷା ସମାପ୍ତ କରିଥିବା ନର୍ସମାନଙ୍କୁ ଉଚିତ କାର୍ଯ୍ୟନିଯୁକ୍ତି ଓ ପାଉଣା ନ ଦିଆଯିବା ମଧ୍ୟ ସାମିଲ୤ ଏହାପରେ ଚଳିତ ବର୍ଷ ବିଭିନ୍ନ ଦେଶର ସରକାରମାନେ ନିଜ ଦେଶରେ ଅଧିକ ନର୍ସଙ୍କ ନିଯୁକ୍ତି କରିବାକୁ ଇଚ୍ଛୁକ ବୋଲି ଜଣାଇ ସାରିଲେଣି୤ ଉଚିତ ଦରମା, ସଠିକ କାର୍ଯ୍ୟକ୍ଷମତା ଅନୁଯାୟୀ ସେବା, ସମୟ ଓ ଶ୍ରମର ଉପଯୁକ୍ତ ବ୍ୟବହାର ଆଦି ଅନେକ ବିଷୟକୁ ଚିନ୍ତାକରିବା ପରେ ଆମ ଦେଶର ମୁଖ୍ୟତଃ ଦକ୍ଷିଣରେ ଥିବା କେରଳ, ତାମିଲନାଡୁ, ଗୋଆ ଆଦି ସ୍ଥାନରୁ ପ୍ରତିବର୍ଷ ହଜାର ହଜାର ନର୍ସ ବିଦେଶ ଚାଲିଯାଉଛନ୍ତି୤

ବିଗତ ଅନେକ ବର୍ଷ ହେବ ନର୍ସମାନଙ୍କ ପାଇଁ କୌଣସି ବିଧିବଦ୍ଧ ଉନ୍ନତିମୂଳକ ପଦକ୍ଷେପ ଭାରତର କୌଣସି ରାଜ୍ୟର ସରକାର ନେଇନାହାନ୍ତି ବୋଲି ଅନେକେ ଦାବୀ କରନ୍ତି୤ ବିଶେଷତଃ ବିଦେଶରେ ନର୍ସମାନେ ଡାକ୍ତରମାନଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିପାରୁଥିବା ବେଳେ ଆମ ଦେଶରେ ନର୍ସମାନେ କେବଳ ରୋଗୀଙ୍କୁ ଔଷଧ ଖୁଆଇବା ଆଉ ଠିକ୍ ସମୟରେ ଇଞ୍ଜେକ୍ସନ ଦେବା ବ୍ୟତୀତ ଅନ୍ୟ କୌଣସି ଗୁରୁତ୍ତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଏ ନାହିଁ୤ ସେଥିରେ ମଧ୍ୟ ଇଞ୍ଜେକ୍ସନ ଦେବା ସମୟରେ ଡାକ୍ତରଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯିବା ଦ୍ବାରା ନର୍ସମାନେ ନିଜର କାର୍ଯ୍ୟକ୍ଷମତା ଦିନକୁ ଦିନ ହରାଉଛନ୍ତି୤

No Nurses for India !!!

ସେମିତିରେ ବି ନର୍ସିଂ ଭଳି ଜୀବିକାକୁ କେତେକ ଋଢ଼ିବାଦୀ ହିନ୍ଦୁପରିବାର ପସନ୍ଦ କରନ୍ତି ନାହିଁ, ତେଣୁ କେବଳ ଖ୍ରୀଷ୍ଟିଆନ୍ ଝିଅମାନେ ଏହି ପାଠ୍ୟକ୍ରମରେ ଅଧିକ ଯୋଗଦାନ ଦିଅନ୍ତି୤ ଯଦି ଭାରତରେ କାର୍ଯ୍ୟ କରୁଥିବା ନର୍ସମାନଙ୍କୁ ଉଚିତ ରୋଜଗାର, ଓ ବୈଷୟିକ ଟ୍ରେନିଂ ଦିଆଯାଇ ପାରନ୍ତା ତା ହେଲେ ହୁଏତ ଅନେକ ବିଦ୍ୟାର୍ଥୀ ଏହି ଶିକ୍ଷାପ୍ରତି ମନୋନିବେଶ କରିଥାନ୍ତେ୤

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ, ବ୍ରହ୍ମପୁର, ଓଡ଼ିଶା, ୯୦୪୦୯୮୫୪୬୩

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଏଠାରେ ପଢ଼ନ୍ତୁ !
ମୁଁ କାହିଁକି ପୁରସ୍କାର ଫେରେଇବି ନାହିଁ!!!

ମୁଁ କାହିଁକି ପୁରସ୍କାର ଫେରେଇବି ନାହିଁ!!!

ଏଠାରେ ପଢ଼ନ୍ତୁ !