‘ସତ କହ ବାପ, ମୁଁ ପୁରସ୍କାର ଫେରେଇ ଦେଲେ କଣ ଭଲ ଦିନ ଆସିଯିବ ? ମୁଁ କେବେ କଣ ପୁରସ୍କାର ପାଇଥିଲି ସେ କଥା କିଏ ମନେ ରଖିଛି ? ତୋର ମନେ ଅଛି କି ? କେବେ ଆଉ କୋଉ ଦିନ ସେ ପୁରସ୍କାର ପାଇଥିଲି ? କିଏ ଦେଇଥିଲେ ? ପୁରସ୍କାର ସହ ମୋତେ କଣ କଣ ମିଳିଥିଲା ? କେଉଁ ଖବର କାଗଜରେ ଫଟୋ ଆସିଥିଲା ? ପୁରସ୍କାର ପାଇବା ପରେ କେତେଜଣ ଲୋକ ମୋତେ ଅଭିନନ୍ଦନ ବାର୍ତ୍ତା ଦେଇଥିଲେ? ସତ କହୁଛିରେ ଟୁକୁନା, ମୋର କିଛି ବି ମନେ ନାହିଁ’ ହସି ହସି କହୁଥିଲେ ଆମ ସାହିରେ ରହୁଥିବା ଜଣେ ବରିଷ୍ଠ ଲେଖକ
ତଥାପି ମନ ମାନୁନଥିଲା, କହିଲି, ‘ମଉସା, ସମସ୍ତେ ଯେତେବେଳେ ପୁରସ୍କାର ଫେରେଇ ନିଜର ଅଭିଯୋଗ ବୟାନ କଲେଣି, ତୁମର କଣ ମନ ହେଉନି ଏମିତି କରିବା ପାଇଁ ? ସତରେ କଣ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉନାହିଁ? ଛୋଟ ଛୋଟ କଥାରେ ଲୋକମାନେ ପରସ୍ପର ପ୍ରତି ଆକ୍ରୋଶମୂଳକ ବ୍ୟବହାର କରୁନାହାନ୍ତି ? ଜାତି ଆଉ ଧର୍ମ ନାଁରେ କଣ ଏଠି ମରଣାନ୍ତକ ଆକ୍ରମଣ ସହ ହତ୍ୟା ହେଉନାହିଁ ? ଏ ସବୁ କଣ ଛାର କଥା ? ଆପଣଙ୍କ ପରି ପାଠୁଆ ଆଉ ସମ୍ମାନାଷ୍ପଦ ବରେଣ୍ୟ ବ୍ୟକ୍ତିମାନେ ଯଦି ପ୍ରତିବାଦ କରିବେ ନାହିଁ, ତା ହେଲେ ସାଧାରଣ ଜନତା କେମିତି ସାହାସ ପାଇବେ ?’
ମଉସା ହସିଦେଇ କହିଲେ, ‘କହିଲୁ ଦେଖି ଏହି ଦେଶରେ ଅସହିଷ୍ଣୁତା କେବେ ନଥିଲା ? ଆରେ କଥାରେ ଅଛି, ଗୋଟିଏ ଘରେ ଦୁଇଟି ମାଠିଆ ରହିଲେ ପରସ୍ପର ସହ ବାଜିବ ଆଉ ଟନ୍ ଟାନ୍ ଢଣ୍ ଢାଣ୍ ଶବ୍ଦ ହେବହିଁ ହେବ ଆଉ ଆମ ଦେଶରେ ତ ଅନେକ ମାଠିଆ କିଏ ହିନ୍ଦୁ, କିଏ ମୁସଲମାନ୍, କିଏ ଖ୍ରୀଷ୍ଟିଆନ୍... କେତେ ଧର୍ମ କହିହେବନି ଏକାଠି ରହିବେ ଏକାଠି ଖାଇବେ କିନ୍ତୁ କଥା କଥାକେ ପରସ୍ପରକୁ ଶତ୍ରୁପରି ଆଚରଣ କରିବାକୁ ପଛାଇବେନି ଇୟେ କଣ ଖାଲି ଆମ ଦେଶରେ ହେଉଛି? ଦେଖୁନୁ କି ମଧ୍ୟପ୍ରାଚ୍ୟର ଖବର! ସେଇଠି ତ ନିଜ ଭାଇବନ୍ଧୁମାନେ ପରସ୍ପରକୁ ଗଳାକାଟି ହତ୍ୟା କରିବାରେ ଲାଗିଛନ୍ତି ମନୁଷ୍ୟ ଜନ୍ମରୁ ହିଁ ପରଶ୍ରୀକାତର ଓ ଇର୍ଷ୍ୟାଳୁ ଅନ୍ୟର ସୁଖ ଦେଖିପାରେନି ଯେତେ ଭଦ୍ର ହେଇଥିଲେ ସୁଦ୍ଧା ମନୁଷ୍ୟଗତ ପ୍ରବୃତ୍ତି କେବେ କିଏ ଛାଡ଼ି ପାରିଛି ?ଭାରତ ସ୍ବାଧୀନ ହୋଇ ସତୁରି ବର୍ଷ ହୋଇଗଲାଣି ଏହି ସମୟ ମଧ୍ୟରେ ଏହି ଦେଶରେ ଅଗଣିତ ଦଙ୍ଗା ହୋଇଛି ହିନ୍ଦୁ ମୁସଲମାନ ପରସ୍ପରକୁ ହାଣିମାରିଛନ୍ତି ବିଭାଜନ ସମୟର ବିଭିଷିକା କିଏ ନ ଜାଣିଛି? କାଶ୍ମୀରରେ ଆତଙ୍କବାଦୀମାନେ ଯେବେ ପ୍ରବେଶ କଲେ, ସେଠାରେ ରହୁଥିବା ଅଗଣିତ ହିନ୍ଦୁ ପରିବାର ବିତାଡ଼ିତ ହୋଇ ଦେଶର ବିଭିନ୍ନ ପ୍ରାନ୍ତରେ ଶରଣାର୍ଥୀ ଭାବରେ କାଳାତିପାତ କରୁଛନ୍ତି ଏହା କଣ ମିଥ୍ୟା? ବଙ୍ଗଳାଦେଶର ସୀମାରେ ଅଣସଂଗଠିତ ଭାବରେ ଶରଣାର୍ଥୀ ଦେଶରେ ପଶିଛନ୍ତି ଏବଂ ସମୟ ସମୟରେ ଦେଶରେ ଅନେକ ସଂଗଠିତ ହତ୍ୟାକାଣ୍ଡ ଓ ବିଭିନ୍ନ ବ୍ୟଭିଚାରକୁ ଭିଆଇଛନ୍ତି ଏହା କଣ ମିଛ ? ନାଗାଲାଣ୍ଡରେ ଜେଲରେ ଥିବା ଜଣେ ଅପରାଧୀକୁ ଲୋକମାନେ ଜେଲରୁ ବାହାରକୁ ନେଇ ସର୍ବସମ୍ମୁଖରେ ମାରିଦେଲେ, ଏହା କଣ ମିଛ? ରାଜଧାନୀ ଦିଲ୍ଲୀରେ ଏକ ଚଳନ୍ତା ବସ ଭିତରେ ଏକ ମହିଳା ସହ ଅନେକ ଲୋକ ଦୁରାଚାର କରି ମାରିଦେଲେ ଏହା କଣ ମିଛ ? ମୁମ୍ବାଇ ବମ୍ବବ୍ଲାଷ୍ଟ କଣ ମିଛ ? ମୁମ୍ବାଇ ତାଜମହଲ ହୋଟେଲ ଉପରେ ଆକ୍ରମଣ ହେଲା ତାହା କଣ ମିଛ ? ଏ ସବୁ ହେଉଛି କାହିଁକି ? ଏହି ସବୁର ପଛରେ ବାପ କେବଳ ଗୋଟିଏ କାରଣ ତାହା ହେଉଛି ଅସହିଷ୍ଣୁତା ସେତେବେଳେ ବି ସରକାର ମାନେ ଥିଲେ ଏବେ ବି ଅଛନ୍ତି ସବୁ ଘଟଣାକୁ ସରକାରଙ୍କ ସହ ଯୋଡ଼ି ଦେଖିବା ଠିକ୍ ନୁହେଁ ?
ଯଦି ସେତେବେଳେ ମୁଁ ନୈତିକତା ହେତୁ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ ପ୍ରତିବାଦ କରିନଥିଲି, ଏବେ କରିବାର ନୈତିକତା ମୋର ନାହିଁ ଆଉ ବାପ ପୁରସ୍କାର ଫେରେଇଦେଲେ କଣ ଲୋକମାନେ ସୁଧୁରିଯିବେ ? ନା, ଲୋକଙ୍କୁ ସୁଧାରିବାକୁ ହେଲେ ଦର୍କାର ଲୋକଙ୍କୁ ଶିକ୍ଷାଦେବା ଭଲମନ୍ଦ ବିଷୟରେ ସଚେତନ କରିବା ଯେଉଁ ବନ୍ଧୁମାନେ ପୁରସ୍କାର ଫେରାଇବାକୁ ତତ୍ପର ହେଉଛନ୍ତି, ଅନ୍ତତଃ ମାନବିକତା ଦୃଷ୍ଟିରୁ ସଚେତନତା ସୃଷ୍ଟିପାଇଁ ସେମାନେ ସାହିତ୍ୟ ରଚନା କରିପାରିବେ! ଗଣମାଧ୍ୟମରେ ଆସି ଲୋକମାନଙ୍କ ଅନ୍ତର୍ଚେତନାକୁ ଉଦ୍ବୁଦ୍ଧ କରିପାରିବେ ବୁଝେଇପାରିବେ ଯେ ଏ ଦେଶ ଏକ ସର୍ବଧର୍ମ ସମନ୍ବୟର ଦେଶ ଏଠି ଅସହିଷ୍ଣୁତାର ସ୍ଥାନ ନାହିଁ ଯୁଗ ଯୁଗରୁ ବସୁଦେବ କୁଟୁମ୍ବକମ୍ ର କଥା କହିଆସୁଥିବା ଏହି ମହାନ ଦେଶରେ ଏମିତି ଅସହିଷ୍ଣୁତାକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ଏମିତି କେତେଜଣ କରିଛନ୍ତି ? କେହି ବି ନାହିଁ କାହିଁକି ଜାଣୁ, କାରଣ ସେମାନେ ଜାଣିଛନ୍ତି, ଆଜିର ଯୁଗରେ ଲୋକମାନେ ଲେଖକମାନଙ୍କ ଅପେକ୍ଷା ଅଧିକ ସିନେତାରକାଙ୍କୁ ଚିହ୍ନନ୍ତି ଟିଭିରେ ସିନେମାର ପରଦାରେ ନାୟକ କେମିତି ସିଗାରେଟ୍ ପିଏ ତାହା ଦେଖି ଶିଖିବା ଲୋକ ଆମ ଦେଶରେ ଅଗଣିତ ଅଛନ୍ତି, କିନ୍ତୁ ଲେଖକଙ୍କ ବହିଟିଏ ପଢ଼ି ନିଜକୁ ସୁଧାରିବା ଲୋକ ବହୁତ କମ ତେଣୁ ସେମାନେ ଆଉ କଣ କରିପାରିବେ ? ସରକାରଙ୍କ ଦୃଷ୍ଟିକୁ ଆସିବା ପାଇଁ ପୁରସ୍କାର ଫେରେଇବାରେ ଲାଗିଛନ୍ତି ଯଦି ଏହା ଦ୍ବାରା କିଛି ଲାଭ ହେଉଥାନ୍ତା ତା ହେଲେ ଜଣେ ପୁରସ୍କାର ଫେରାଇବା ପରେ ପରେ ସରକାର ତୁରନ୍ତ ପଦକ୍ଷେପ ନେଇ କମିଟି ଗଠନ କରି ଲେଖକମାନଙ୍କ ମନର ଆକ୍ରୋଶ ବିଷୟରେ ଚିନ୍ତା କରିବାକୁ ବାଧ୍ୟ ହୋଇଥାନ୍ତେ, କିନ୍ତୁ ଯେଉଁଠି ସାଧାରଣ ଲୋକଙ୍କୁ ଦିନକୁ ଦୁଇ ଓଳି ଖାଇବାକୁ ଦେବାପାଇଁ ସରକାର ଅସମର୍ଥ ହେଉଛନ୍ତି, କିରାଣା ଦୋକାନରେ ଡାଲି ଚାଉଳ ଦର ହୁହୁ ହୋଇ ବଢ଼ି ଚାଲିଥିବାର ଚିନ୍ତା ବଢ଼ିଚାଲିଛି, ସେଇଠି ଲେଖକମାନଙ୍କ ଆକ୍ରୋଶ କଥା କିଏ ପଚାରେ ? ତେଣୁ ବାପ ମୁଁ ପୁରସ୍କାର ଫେରାଇବି ନାହିଁ ବରଂ ଯଦି ତୁ ପାରୁଛୁ, ମୋର ଗୋଟେ ଲେଖା ଖବର କାଗଜରେ ଛାପି ଦେ? ଯଦି କିଏ କେଉଁଠି ତାକୁ ପଢ଼ି ସୁଧୁରିପାରିବ ଆଉ କିଛି ଲୋକଙ୍କୁ ବୁଝାଇ ପାରିବ, ତା ହେଲେ ମୋତେ ଭଲ ଲାଗିବ’
ନର୍ସଦିଦି ତୁମେ କୁଆଡ଼େ ଗଲ ?
ଏଠାରେ ପଢ଼ନ୍ତୁ !ପ୍ରକୃତରେ ରସଗୋଲା କାହାର?
ଏଠାରେ ପଢ଼ନ୍ତୁ !