favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ପ୍ରକୃତରେ ରସଗୋଲା କାହାର?

ପ୍ରକୃତରେ ରସଗୋଲା କାହାର?

ବିଗତ କିଛି ଦିନ ହେବ ଗୋଟିଏ ନୂଆ ଦ୍ବନ୍ଦ ସୃଷ୍ଟି ହୋଇଛି, ଆଉ କଳହର କାରଣ ରସଗୋଲା!!! ଏତେ ମିଠା ଜିନିଷ ବି କଣ କଳହ ସୃଷ୍ଟି କରିପାରେ ? ହେଲେ କଥା ହେଉଛି, ପଶ୍ଚିମବଙ୍ଗ ସରକାର ଦାବୀ କରୁଛନ୍ତି କାଳେ ରସଗୋଲାଟା ଖାଣ୍ଟି ବଙ୍ଗାଳୀ ମିଠା ଆଉ ଏହାକୁ ଆମେ କାହିଁକି କେଜାଣି ହଜମ କରିପାରୁନାହୁଁ୤ ଏହାର ଗୋଟିଏ ମାତ୍ର କାରଣ ହେଉଛି, ବଙ୍ଗାଳୀମାନେ ଦାବୀ କରୁଛନ୍ତି ଯେ ଉନବିଂଶ ଶତାବ୍ଦୀରେ ଏହି ମିଠା ବଙ୍ଗଳା ମିଠାଇ ପ୍ରସ୍ତୁତକାରୀମାନେ ତିଆରି କରିଥିଲେ ଏବଂ ଏହା ସେଇଥି ପାଇଁ ସେମାନଙ୍କର, ହେଲେ ଆମେ ଜାଣୁ ମହାପ୍ରଭୂ ଶ୍ରୀଜଗନ୍ନାଥ ରଥଯାତ୍ରାରୁ ଫେରିବା ପରେ ତାଙ୍କୁ ରସଗୋଲା ଦେଇ ଆପ୍ୟାୟିତ କରିବାର ଏକ ନିର୍ଦ୍ଧିଷ୍ଟ ପରମ୍ପରା ବିଗତ ଛଅ କିମ୍ବା ସାତ ଶତାବ୍ଦୀ ହେବ ପ୍ରଚଳିତ ରହିଛି୤ ସେହି ଦୃଷ୍ଟିରୁ ନିର୍ଦ୍ବନ୍ଦରେ ଆମେ କହିପାରୁ ଯେ ଏହା ଖାଣ୍ଟି ଓଡ଼ିଆ ମିଠା୤

ଆମ ମତରେ ଶ୍ରୀମନ୍ଦିରକୁ ଅନେକ ଶତାବ୍ଦୀରୁ ବଙ୍ଗାଳୀ ପର୍ଯ୍ୟଟକମାନେ ଆସୁଛନ୍ତି, ହୁଏତ ସେମିତି କେହି ଜଣେ ପର୍ଯ୍ୟଟକ ପୁରୀରୁ ରୋଷେଇ କରିବା ପାଇଁ କାରିଗରକୁ ନେଇ ଯାଇଥିବେ୤ ସେତେବେଳେ ଦରିଦ୍ରତାର ପୀଡ଼ନରେ ଅନେକ ଓଡ଼ିଆ ଲୋକ ପଶ୍ଚିମବଙ୍ଗର ସାହେବୀ ବଙ୍ଗଳାମାନଙ୍କରେ ରୋଷେଇୟା ଭାବରେ ଚାକିରୀ ପାଇଥିଲେ୤ ସେହିମାନଙ୍କ ଭିତରୁ ହୁଏତ କେହି ରୋଷେଇୟା ଆମର ବିଶ୍ବପ୍ରସିଦ୍ଧ ରସଗୋଲା ତିଆରି କରି ସେମାନଙ୍କୁ ଖୁଆଇଥିବ୤ ଏବଂ ଏହାର ମିଠାପଣ ସେମାନଙ୍କୁ ଏତେ ଭଲ ଲାଗିଥିବ ଯେ ସେମାନେ ଏହାକୁ ବ୍ୟବସାୟିକ ଭିତ୍ତିରେ ପ୍ରସ୍ତୁତ କରିଥିବେ୤ ବ୍ୟବସାୟ କ୍ଷେତ୍ରରେ ସବୁବେଳେ ପଛୁଆ ଓଡ଼ିଆମାନେ ଏହି ମିଠାକୁ ନେଇ ରାଜ୍ୟବାହାରେ ଉପସ୍ଥାପନ କରିବା ପୂର୍ବରୁ ବଙ୍ଗାଳୀ ବ୍ୟବସାୟୀମାନେ ଏହାକୁ ସମ୍ପୂର୍ଣ୍ଣ ବଙ୍ଗାଳୀ ମିଠା କହି ବାହା ବା ଲୁଟି ନେଇଥିବେ୤ ଏବଂ କାଳାନ୍ତରରେ ସେମାନେ ଏବେ ଏହି ମିଠାର ଆବିଷ୍କାରକ ବୋଲି ଦାବୀ କରିବାକୁ ସାହାସ କରୁଥିବେ୤ ସେ ଯା ହେଉ, ଖାଲି କହିଦେଲେ ଯେ ଏଇ ମିଠା ଆମର ଆମେ ମାନିଯିବୁ ତାହା ଠିକ୍ ନୁହେଁ୤ ଇତିହାସ ଯାହାର ପ୍ରମାଣ ତାହାକୁ କିଏ ଭୂଲ ବୋଲି ପ୍ରମାଣିତ କରିପାରିବ ?

ରସଗୋଲା ଖାଣ୍ଟି ଓଡ଼ିଆ ଏଥିରେ ଦ୍ବିମତ ନାହିଁ!!! ନା କଣ ଭାବୁଛନ୍ତି ଆପଣ ?

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ମୁଁ କାହିଁକି ପୁରସ୍କାର ଫେରେଇବି ନାହିଁ!!!

ମୁଁ କାହିଁକି ପୁରସ୍କାର ଫେରେଇବି ନାହିଁ!!!

ଏଠାରେ ପଢ଼ନ୍ତୁ !
ଆମ ପିଲାମାନେ କଣ ଦେଖୁଛନ୍ତି?

ଆମ ପିଲାମାନେ କଣ ଦେଖୁଛନ୍ତି?

ଏଠାରେ ପଢ଼ନ୍ତୁ !