favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଆମ ପିଲାମାନେ କଣ ଦେଖୁଛନ୍ତି?

ଆମ ପିଲାମାନେ କଣ ଦେଖୁଛନ୍ତି?

ବିଗତ ଦିନରେ ଆମେରିକାରେ ସଂଗଠିତ ଏକ ବିଭତ୍ସ ହତ୍ୟାକାଣ୍ଡରେ ନିଜ ମା’କୁ ମାରିଦେଇଥିବା ଅଭିଯୋଗରେ ଜଣେ ଝିଅକୁ ଗିରଫ କରାଗଲା୤ ସୂଚନାରୁ ଜଣାପଡ଼ିଥିଲା ଯେ ବର୍ଷେତଳେ ଜଣେ ମହିଳାଙ୍କୁ କେହି ଜଣେ ଗଳାକାଟି ହତ୍ୟା କରିଥିଲା ଏବଂ ଏହାର ସୂଚନା ସଂପୃକ୍ତ ମହିଳାଙ୍କ ଝିଅ ପୋଲିସକୁ ଦେଇଥିଲା, ସେ କହିଥିଲା ଯେ ଗୋରା ଦେଖାଯାଉଥିବା କେହିଜଣେ ବ୍ୟକ୍ତି ଘରେ ପଶି ତା ମାଆଙ୍କୁ ହତ୍ୟା କରିଛି୤ ପୋଲିସ ଅନେକ ଦିନଧରି ତଦନ୍ତ କରିବାପରେ ଶେଷରେ ମୃତ ମହିଳାଙ୍କ ଝିଅକୁ ଗିରଫ କରିଥିଲେ୤ ସଂପ୍ରତି ବିଶ୍ବରେ ବିପଦ ଭାବେ ଦେଖାଦେଇଥିବା ଆଇଏସଆଇଏସର ପ୍ରଭାବରେ ଝିଅଟି ନିଜ ମାଆକୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା୤ ଝିଅଟିର ଲ୍ୟାପଟପକୁ ପରୀକ୍ଷା କରିବା ବେଳେ ସେଥିରେ ସେ ଆଇଏସଆଇଏସ ମାନେ ଲୋକଙ୍କୁ ଗଳାକାଟି ହତ୍ୟା କରୁଥିବାର ଭିଡ଼ିଓ ଦେଖିଥିବାର ପ୍ରମାଣ ମିଳିଲା୤ ଏହା ବ୍ୟତୀତ ଯେଉଁଦିନ ଏହି ହତ୍ୟାକାଣ୍ଡ ଘଟିଥିଲା ସେହିଦିନ ସନ୍ଧ୍ୟାରେ ଝିଅଟି ସେଇ ଭିଡ଼ିଓ ଅନେକଥର ଦେଖିଥିଲା୤ ଏହାପରେ ସେ ଗୋଟିଏ ପରିବା କଟା ଛୁରୀରେ ନିଜ ମାଆକୁ ଆକ୍ରମଣ କରି ଆଘାତ କରିଦେଇ ଗଳାକାଟି ହତ୍ୟା କରିଥିଲା୤ ଆଜିକାଲି ଆମ ପିଲାମାନେ ଟିଭି ଓ କମ୍ପ୍ୟୁଟରରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି୤ ଅନେକ ପିଲା ମୋବାଇଲରେ ନିଜେ ନିଜେ ବସି କଣ ସବୁ ଦେଖୁଛନ୍ତି ତାହା ଜାଣିବା ସମ୍ଭବ ହୋଇ ପାରୁନି୤ ପିଲାମାନେ ବହୁତ ଚତୁର ହେଲେଣି, ନିଜ ମୋବାଇଲରେ ସୁରକ୍ଷିତ ପାସୱାର୍ଡ଼ ବ୍ୟବହାର କରି ଏହା ଅନ୍ୟ କେହି ଯେମିତି ଦେଖି ନ ପାରିବ ସେଇ ବ୍ୟବସ୍ଥା ବି କଲେଣି୤ ସେଇଥିପାଇଁ ସେମାନେ କଣ ଦେଖୁଛନ୍ତି ବା ନାହିଁ, ତାହା ବିଷୟରେ ଆମେ ସଚେତନ ହେବା ଜରୂରୀ ହୋଇପଡ଼ିଛି୤ ବ୍ୟସ୍ତବହୁଳ ଜୀବନରେ ପରିବାର ପାଇଁ ସମୟ ବାହାର କରିବାର ଅଭାବ ଦେଖାଦେଲେ ଅନେକ ଅଭାବନୀୟ ପରିସ୍ଥିତି ଉପୁଜିପାରେ୤ ତେଣୁ ଆପଣଙ୍କ ଘରେ ଥିବା ସାନ ସାନ କୋମଳମତି ଶିଶୁମାନେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତାହା ବିଷୟରେ ସମୟ ସମୟରେ ଅନୁଧ୍ୟାନ କରିବା ଉଚିତ୤ ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପ୍ରକୃତରେ ରସଗୋଲା କାହାର?

ପ୍ରକୃତରେ ରସଗୋଲା କାହାର?

ଏଠାରେ ପଢ଼ନ୍ତୁ !
ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ଏଠାରେ ପଢ଼ନ୍ତୁ !