କିଛି ମାସତଳେ ଦିନେ ହଠାତ୍ ସକାଳୁ ସକାଳୁ ମୋ ମୋବାଇଲ୍ ଫୋନରେ ଗୋଟିଏ ସନ୍ଦେଶ ଆସିଲା, oneJPvids ବୋଲି କୌଣସି ଏକ ମୂଲ୍ୟ ନିର୍ଦ୍ଧାରିତ ସେବାପାଇଁ ମୋ ମୋବାଇଲରୁ ଦଶ ଟଙ୍କା କାଟି ଦିଆଯାଇଥିଲା ମୋର ଯେତେଦୁର ମନେ ହୁଏ ଏମିତି କୌଣସି ସେବାପାଇଁ ମୁଁ ଇଚ୍ଛା ପ୍ରକଟ କରିନଥିଲି ସେହି ସନ୍ଦେଶରେ ଲେଖାଥିଲା ଯେ ପୁଣି ସପ୍ତାହକ ପରେ ଏହା renewal ହେବ, ମାନେ ପୁଣିଥରେ ଦଶ ଟଙ୍କା ମୋର ଅନିଚ୍ଛା ସତ୍ତ୍ବେ କାଟି ଦିଆଯିବ ସଙ୍ଗେ ସଙ୍ଗେ ମୋବାଇଲ୍ କମ୍ପାନୀର ଗ୍ରାହକ କେନ୍ଦ୍ରକୁ ଫୋନ କରି ଏହି ବିଷୟରେ ଜଣାଇଲି, ଏବଂ ସେ କହିଲେ ଯେ ଏହି ସେବା ବନ୍ଦ କରିଦିଆଯିବ, ଆଉ ମୋର ଦଶଟଙ୍କା, ସେ ସାମାନ୍ୟ ହସିଦେଇ କହିଲେ, ସେଇଟା ତ ଚାଲିଗଲାଣି ଆଉ ଫେରିବନି ହଉ ମାତ୍ର ଦଶ ଟଙ୍କା ବୋଲି ଭାବିଦେଇ ମୁଁ ନିରବ ହେଇଗଲି
କିନ୍ତୁ ହଠାତ୍ ସପ୍ତାହକ ପରେ ପୁଣିଥରେ ଦଶଟଙ୍କା କଟିଗଲା ଫୋନ କରିବାପରେ ଗ୍ରାହକ ସେବା ପାଇଁ ଥିବା ସହାୟକ କୌଣସି ଫଳପ୍ରଦ ଉପାୟ ବତେଇ ପାରିଲେ ନାହିଁ ମୁଁ ଅନୁରୋଧ କଲି ମୋ ମୋବାଇଲରେ DND (Do not disturb) ସେବା ଚାଲୁ କରିବାପାଇଁ ସେ ହଁ କରିଲେ, କିନ୍ତୁ ସେମିତି କିଛି ହେଲା ନାହିଁ ଅବସ୍ଥା ଏମିତି ହେଲା ଯେ ମାସେ ପରେ ମୋ ମୋବାଇଲରୁ ତିରିଶି ଟଙ୍କା କଟିଗଲା ପରେ ମୁଁ ନିଜେ DND ସେବା ପାଇଁ ଉଦ୍ଧିଷ୍ଟ SMS ପଠାଇଲି କିଛି ସମୟ ପରେ ସୂଚନା ଆସିଲା ଯେ ସପ୍ତାହକ ଭିତରେ ଆପଣଙ୍କ ମୋବାଇଲରେ DND ସେବା ଚାଲୁ ହୋଇଯିବ ଏଥର ଶାନ୍ତିରେ ବସିବା କଥା ଭାବୁଥିଲି ହିଁ ପୁଣି ଥରେ ସନ୍ଦେଶ ଆସିଲା, ଆପଣଙ୍କ ନମ୍ବର ପାଇଁ ଆପଣ ଦେଇଥିବା ଦସ୍ତାବେଜରେ ତଥ୍ୟ ଅମେଳ ରହୁଛି, ନୂଆ ଫାର୍ମ୍ ପୁରଣ କରି ଆମ ଗ୍ରାହକ ସେବା କେନ୍ଦ୍ରରେ ଦିଅନ୍ତୁ
ଅର୍ଥାତ ମୋବାଇଲର ନମ୍ବର ନେବାର ଚାରିବର୍ଷ ପରେ ସମ୍ପୃକ୍ତ କମ୍ପାନୀ ଜାଣିପାରିଲେ ଯେ ମୋ ଦସ୍ତାବେଜରେ ଭୂଲ ରହିଛି !!! ସେ ଯା’ହେଉ ପୁଣି ଥରେ ନୂଆ କାଗଜପତ୍ର ତିଆରି କରି ଦେଲି ଏବଂ ଭାବିଲି ଏଥର ସବୁ ସମାନ ହୋଇଯିବ କିନ୍ତୁ ମନରେ ଭୟ ରହୁଥିଲା କାଳେ ପୁଣିଥରେ ଟଙ୍କା କଟିଯିବ କି ? ସେଇ ଭୟରେ ଦୁଇ ମାସ ମୋ ଫୋନରେ ରିଚାର୍ଜ କଲିନି
ଦୁଇ ମାସପରେ ଦିନେ ଭାବିଲି ଏଥର ମୋ ମୋବାଇଲରେ କିଛି ଟଙ୍କା ରହିଲେ ଦରକାର ବେଳେ ଫୋନ କରିହେବ ଏଇୟା ଭାବି ମାତ୍ର ତିରିଶି ଟଙ୍କା ରିଚାର୍ଜ କଲି ସେହି ରିଚାର୍ଜ ପରଦିନ ସକାଳୁ ପୁଣିଥରେ ସେହି ଏକା ସନ୍ଦେଶ ଆସିଲା, ଏବଂ ମୋ ମୋବାଇଲରୁ କୋଡ଼ିଏ ଟଙ୍କା କଟିଯାଇଥିଲା
ଏଥର ଇଣ୍ଟରନେଟରେ ଏହା ବିଷୟରେ ସୂଚନା ପାଇବା ପାଇଁ ଖୋଜିଲା ବେଳେ ଜାଣିବା ପାଇଁ ପାଇଲି ଯେ ଏକା ମୁଁ ନଥିଲି ମୋ ଭଳି ହଜାର ହଜାର ଲୋକ ସମାନ ପରିମାଣର ଦଶା ଭୋଗିଛନ୍ତି କାହାର accountରୁ ଦଶ କାହାର କୋଡ଼ିଏ ଆଉ କାହାର ତିରିଶି ଏମିତି ଟଙ୍କା କଟିଛି, ଅଥଚ ଏହି ସେବା ବିଷୟରେ ସମ୍ପୃକ୍ତ ମୋବାଇଲ୍ କମ୍ପାନୀର ୱେବସାଇଟରେ କୌଣସି ସୂଚନା ନାହିଁ
ମନେ ମନେ ଚିନ୍ତା କଲି, ଧରାଯାଉ ବ୍ରହ୍ମପୁର ସହର କଥା ଚିନ୍ତା କରିବା, ଏଠି ଅନ୍ୟୁନ ଏକ ଲକ୍ଷ ଲୋକ ସମ୍ପୃକ୍ତ କମ୍ପାନୀର ମୋବାଇଲ୍ ସେବା ନେଉଛନ୍ତି, ଯଦି ଦଶ ପ୍ରତିଶତ ଲୋକଙ୍କ ଏକାଉଣ୍ଟରୁ ଦଶ ଟଙ୍କା ଲେଖାଏଁ କଟାଯାଏ ତେବେ କମ୍ପାନୀ ଏକ ଲକ୍ଷଟଙ୍କା ବିନା ପରିଶ୍ରମରେ ପାଇପାରିବ ଏବଂ ସମ୍ପୂର୍ଣ୍ଣ ଓଡ଼ିଶାରୁ ଏହି ବାବଦରେ ଅନ୍ୟୁନ କୋଡ଼ିଏ ଲକ୍ଷ ଟଙ୍କା ପ୍ରତିମାସରେ ଆୟ ହୋଇପାରିବ ସାରା ଦେଶ କଥା ଚିନ୍ତାକଲେ ଯଦି କୋଡ଼ିଏଟି ରାଜ୍ୟ କଥା ଧରାଯାଏ, ତାହେଲେ ସମୁଦାୟ ଚାରିକୋଟି ଟଙ୍କା ଆୟ ହୋଇ ପାରିବ କେହି କେବେ ଚିନ୍ତା କରି ଦେଖିଛନ୍ତି କି ! ଏହି ମୋବାଇଲ କମ୍ପାନୀମାନେ ଏହି ପ୍ରକାରର କେତେ ଉପାୟ ଆପଣେଇ ଆମ ଟଙ୍କା ହରଣଚାଳ କରିଚାଲିଛନ୍ତି
ଦୁର୍ଭାଗ୍ୟର ବିଷୟ ସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ମୋବାଇଲରେ ବି ଏହି ପ୍ରକାରର ଗୋଲକ ଧନ୍ଦା ହେଉଛି ଭାରତରେ କାର୍ଯ୍ୟରତ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଏହି ପ୍ରକାରର ଦୁଷ୍କର୍ମରେ ଲିପ୍ତ ନିକଟ ଅତୀତରେ ସରକାର ଏହି ପ୍ରକାରର କାମ ବନ୍ଦ କରିବାପାଇଁ DND ସେବା ଆରମ୍ଭ କରିଛନ୍ତି କିନ୍ତୁ ତଥାପି ଅନେକ ନିରୀହ ଲୋକ ଏହି ପ୍ରକାର ଠକାମୀର ଶୀକାର ହେଉଛନ୍ତି
ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ - କାହିଁକି ?
ଏଠାରେ ପଢ଼ନ୍ତୁ !ଯୌନ ନିର୍ଯ୍ୟାତନା ପାଇଁ କଠୋର ଦଣ୍ଡ ବିଧାନ ହେଉ
ଏଠାରେ ପଢ଼ନ୍ତୁ !