ଭରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଏବଂ ଏଥିରେ ସର୍ବୋଚ୍ଚ ପାଞ୍ଚଜଣଙ୍କ ମଧ୍ୟରେ ଅଛନ୍ତି ତିନିଜଣ ମହିଳା ଏହି ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଦିଲ୍ଲୀର ଇରା ସିଙ୍ଘଲ୍ ଏବଂ ତାଙ୍କପରେ ଅଛନ୍ତି ରେଣୁ ରାଜ୍ ଓ ନିଧି ଗୁପ୍ତା ଇରା ଏବଂ ନିଧି ଭାରତୀୟ ରାଜସ୍ବ ବିଭାଗ ( କଷ୍ଟମସ୍ ଏବଂ ଏକ୍ସାଇଜ୍) ରେ କାର୍ଯ୍ୟ କରୁଥିବା ବେଳେ, ରେଣୁ ରାଜ କେରଳରେ ଡାକ୍ତରୀ କରୁଛନ୍ତି
ଏହି ପରୀକ୍ଷାରେ ସଫଳ ହୋଇଥିବା ଇରା ନିଜ ସଫଳତାକୁ ନେଇ ଅତ୍ୟନ୍ତ ଆନନ୍ଦିତ ବୋଲି ଜଣାଇଛନ୍ତି ସେ ଶାରୀରିକ ଅକ୍ଷମ ଶ୍ରେନୀଭୂକ୍ତ ହୋଇଥିଲେ ସୁଦ୍ଧା ସାଧାରଣ ବର୍ଗରେ ପରୀକ୍ଷା ଦେଇଥିଲେ ସେ କହିଛନ୍ତି, ‘ମୁଁ ଆଇଏଏସ୍ ଅଫିସର ହେବାକୁ ଚାହେଁ ଶାରୀରିକ ଭାବେ ଅକ୍ଷମ ଶ୍ରେଣୀ ଲୋକଙ୍କ ପାଇଁ କିଛି କରିବାକୁ ଚାହେଁ’
ଡା. ରେଣୁ ରାଜ ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଥିବା ହେତୁ ସନ୍ତୋଷ ପ୍ରକାଶ କରିଛନ୍ତି କେରଳର କୋଲ୍ଲମ ଜିଲ୍ଲାରେ ସେ ସରକାରୀ ଡାକ୍ତରଖାନାରେ କର୍ତ୍ତବ୍ୟରତ ଅଛନ୍ତି
ତୃତୀୟ ସ୍ଥାନରେ ଥିବା ନିଧି ସମ୍ପ୍ରତି କେନ୍ଦ୍ରୀୟ କଷ୍ଟମସ୍ ଏବଂ ଏକ୍ସାଇଜ୍ ବିଭାଗରେ ଆସିଷ୍ଟାଣ୍ଟ କମିସନର ଅଛନ୍ତି
ସମୁଦାୟ ୧୨୩୬ ଜଣ ପ୍ରତିଯୋଗୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେଥିରେ ୫୯୦ ଜଣ ସାଧାରଣ ବର୍ଗ, ୩୫୪ ଅନୁନ୍ନତ ବର୍ଗ, ୧୯୪ ଅନୁସୁଚିତ ଜାତି, ଏବଂ ୯୮ ଅନୁସୁଚିତ ଜନଜାତି ବର୍ଗର ଅଛନ୍ତି ୨୫୪ ଜଣ ପ୍ରତୀକ୍ଷା ସୂଚୀରେ ଅଛନ୍ତି
ଏହି ପ୍ରଶାସନିକ ସେବା ପଦବୀ ପାଇଁ ଅନୁଷ୍ଠିତ ପରୀକ୍ଷା ତ୍ରିସ୍ତରୀୟ ବ୍ୟବସ୍ଥାରେ ହୁଏ, ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୋଲିସ୍ ସେବା ଆଦି କ୍ଷେତ୍ରରେ ସୁଯୋଗ ମିଳିଥାଏ
ଗତବର୍ଷ ଅଗଷ୍ଟ ୨୪ ତାରିଖରେ ଏଥିପାଇଁ ପ୍ରାରମ୍ଭିକ ପରୀକ୍ଷା ହୋଇଥିଲା ଏବଂ ସାଢ଼େ ଚାରିଲକ୍ଷ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ ସେଥି ମଧ୍ୟରୁ ୧୬୯୩୩ ଜଣଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ସୁଯୋଗ୍ୟ ଘୋଷିତ କରାଯାଇଥିଲା ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ମୁଖ୍ୟ ପରୀକ୍ଷା ହୋଇଥିଲା ଏବଂ ୩୩୦୮ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା ସାକ୍ଷାତକାର ପରୀକ୍ଷା ଅପ୍ରେଲ୍ ୨୭ରୁ ଜୁନ୍ ୩୦ ଯାଏଁ ହୋଇଥିଲା
ଭାରତରେ ଅନୁଷ୍ଠିତ ସବୁଠାରୁ ଅଧିକ ପ୍ରତିଯୋଗୀ ଥିବା ପରୀକ୍ଷା ମାନଙ୍କ ମଧ୍ୟରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଅନ୍ୟତମ
ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!!
ଏଠାରେ ପଢ଼ନ୍ତୁ !ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!!
ଏଠାରେ ପଢ଼ନ୍ତୁ !