ଭାରତ ଭଳି ଏକ ସମ୍ମାନିତ ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ଅପରାଧକୁ ଦେଖିଲେ ମନକୁ ସ୍ବତଃ ପ୍ରଶ୍ନ ଆସେ, ଏ ସବୁ ହେଉଛି କାହିଁକି ? ଆମ ସମାଜ ସବୁଠାରୁ ଉନ୍ନତ ଏବଂ ପାରିବାରିକ ମୂଲ୍ୟବୋଧ ସର୍ବାଧିକ ଥିବା ସତ୍ତ୍ବେ ମହିଳାମାନଙ୍କ ପ୍ରତି ଅନାଦର, ଦୁର୍ବ୍ୟବହାର ଓ ଯୌନ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି କାହିଁକି ? ଏହାର କାରଣ ଖୋଜିବାକୁ ଗଲେ ମାନବ ଇତିହାସରେ ପୁଣିଥରେ କେଇ ଶହ ବର୍ଷ ପଛକୁ ଫେରିବାକୁ ପଡ଼ିବ
ଚଳିତ ସମୟରେ ଦିଲ୍ଲୀରେ ପ୍ରଘଟିତ ଯୌନ ଉତ୍ପୀଡ଼ନ ମାମଲାକୁ ବିଚାରକୁ ନେଲେ ଅନେକ କାରଣ ଆମେ ଜାଣିବାକୁ ପାଇବା ଏହି ଘଟଣାରେ ଅନେକ ବ୍ୟକ୍ତି ମର୍ମାହତ ହୋଇ ପଡ଼ିଥିବା ବେଳେ ଆମ ନେତାମାନେ କିନ୍ତୁ ଅନେକ ଅଦ୍ଭୂତ ଖିଆଲ ସବୁ ମନକୁ ଆଣି ଗଣମାଧ୍ୟମରେ ପ୍ରଚାର କରୁଛନ୍ତି ଆର୍ ଏସ୍ ଏସ୍ ପ୍ରମୁଖ ମୋହନ ଭାଗବତ କହିଲେ ଯେ ଭାରତରେ ଘଟୁଥିବା ଅଧିକାଂଶ ଯୌନ ନିର୍ଯ୍ୟାତନା ଘଟଣା ସହର ମାନଙ୍କରେ ହେଉଛି ଯେଉଁଠି ପାଶ୍ଚାତ୍ୟ ସଂସ୍କୃତିର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ସେହିପରି ମଧ୍ୟପ୍ରଦେଶର ଜନୈକ ବିଜେପି ବିଧାୟକ କହିଛନ୍ତି ଯେ ଯେଉଁ ସ୍ତ୍ରୀଲୋକମାନେ ଲକ୍ଷ୍ମଣରେଖା ଲଙ୍ଘୁଛନ୍ତି ସେମାନଙ୍କୁ ସୀତାଙ୍କ ପରି ଅପମାନିତ ହେବାକୁ ପଡୁଛି ଏହି ନେତାମାନେ ବୋଧ ହୁଏ ଭୁଲିଯାଉଛନ୍ତି ଯେ ଭାରତରେ ସର୍ବାଧିକ ଯୌନ ଉତ୍ପୀଡ଼ନର ଶୀକାର ହେଉଥିବା ଲୋକମାନେ ଦଳିତ ଓ ଗରୀବ ବର୍ଗର ସେମାନେ କଣ ପାଶ୍ଚାତ୍ୟ ସଭ୍ୟତାର ସମର୍ଥକ କି ? ଆଉ ଦିଲ୍ଲୀ କାଣ୍ଡରେ ଯେଉଁ ଅଭିଯୁକ୍ତମାନେ ସବୁ ଥିଲେ ସେମାନେ ସବୁ ଗରିବବର୍ଗର ଆଉ ରହିଲା କଥା ବିଜେପି ବିଧାୟକଙ୍କର, ବିଧାୟକଙ୍କୁ ଗୋଟିଏ ପ୍ରଶ୍ନ ଲକ୍ଷ୍ମଣରେଖା କଣ କେବଳ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ, ପୁରୁଷ ମାନଙ୍କ ପାଇଁ ନୁହେଁ ଜଣେ ମହିଳାର ସମ୍ମାନକୁ କ୍ଷୁର୍ଣ୍ଣ କରିବାର ଅଧିକାର ଜଣେ ପୁରୁଷକୁ କିଏ ଦେଇଛି ? ଏଇ କିଛି ନେତା ଓ ବଡ଼ଲୋକଙ୍କ ଯୋଗୁଁ ଲୋକମାନେ ନିଜର କୁତ୍ସିତ କୁକର୍ମକୁ ସଠିକ ବୋଲି ପ୍ରମାଣିତ କରିବାର ସାହାସ ମିଳୁଛି
ଭାରତରେ ଯୌନ ହିଂସା ବଢ଼ିବାର ଆଉ ଏକ କାରଣ ହେଉଛି, କୋହଳ ଆଇନ ବ୍ୟବସ୍ଥା ଏବଂ ଦୀର୍ଘଦିନ ବ୍ୟାପୀ ଚାଲୁଥିବା ଅଦାଲତି କାର୍ଯ୍ୟ ବେଳେ ବେଳେ ଅଦାଲତରେ କେସ ସରିବା ପୂର୍ବରୁ ଅଭିଯୋଗ ପକ୍ଷ କିମ୍ବା ଅଭିଯୁକ୍ତର ମୃତ୍ୟୁ ବି ହୋଇ ସାରିଥାଏ ତେଣୁ କେହି ଏହାକୁ ଖାତିର କରନ୍ତି ନାହିଁ ଧର୍ଷଣ ପରି ଅପରାଧର ଶୀକାର ହୋଇଥିବା ମହିଳା ଜଣେ ଧର୍ଷଣ ହୋଇଛି ବୋଲି ସର୍ବସମ୍ମୁଖରେ ପ୍ରମାଣ ଦେବାପରି ସାହାସ ଜୁଟାଇ ପାରନ୍ତି ନାହିଁ ଏବେ କିନ୍ତୁ ସମୟ ଆସିଛି, ଯୌନ ନିର୍ଯ୍ୟାତନା ବିରୁଦ୍ଧରେ ବିଶାଳ ଜନମତକୁ ସମ୍ମାନ ଦେଇ ଆମ ଦଣ୍ଡସହିଂତାରେ ପରିବର୍ତ୍ତନ ଆଣିବା ମୁଁ ବ୍ୟକ୍ତିଗତ ଭାବେ ନିମ୍ନମତେ ଦଣ୍ଡ ବିଧାନ ପାଇଁ ମତ ଦେଉଛି
୧. ଅଶ୍ଳୀଳ ଇଙ୍ଗିତ କରିବା, ଭିଡ଼ରେ ଥିବା ସମୟରେ ମହିଳାମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିବା, ଅଭଦ୍ରୋଚିତ ବାର୍ତ୍ତାଳାପ କରିବା, ଅଶ୍ଳୀଳ ଭାଷାରେ ଆକ୍ଷେପ କରିବା
ଏହି ସବୁ ଉପରୋକ୍ତ କାର୍ଯ୍ୟପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହାଜତକୁ ନିଆଯାଉ, ଏବଂ ଏକ ସପ୍ତାହ ଭିତରେ ଅଦାଲତରେ ଫଇସଲା କରାଯାଇ ଅନ୍ୟୁନ ଦୁଇ ମାସ ପାଇଁ କାରାଦଣ୍ଡ ଦିଆଯାଉ, ଏବଂ ଏହାପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୁଧୁରିବାପାଇଁ ସମାଜକଲ୍ୟାଣମୂଳକ କାର୍ଯ୍ୟ ଅନ୍ୟୁନ ଦୁଇ ମାସ ପାଇଁ କରିବାପାଇଁ ବାଧ୍ୟ କରାଯାଉ ଯଦି ସେ ବ୍ୟକ୍ତି କୌଣସି ଉଚ୍ଚ ପଦବୀରେ ଅଭିଷିକ୍ତ ଥାଆନ୍ତି, ତେବେ ତାଙ୍କୁ ତୁରନ୍ତ ସେଇ ପଦବୀରୁ ବରଖାସ୍ତ କରାଯାଉ
ଏହି ସବୁ କାର୍ଯ୍ୟ କରୁଥିବା ଅପରାଧୀ ଯଦି ଦ୍ବିତୀୟ ଥର ଏହିପରି କିଛି କୁକର୍ମ କରନ୍ତି ତେବେ ସେମାନଙ୍କୁ ନପୁଂସକ କରିଦିଆଯିବା ଉଚିତ ହେବ
୨. ଧର୍ଷଣ କରିବା, ଯୌନ ଉତ୍ପୀଡ଼ନ ଦେବା
ଉପରୋକ୍ତ କାର୍ଯ୍ୟପାଇଁ ଅଭିଯୁକ୍ତଙ୍କୁ ଅନ୍ୟୁନ ଦଶବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଉ ଯଦି ସେ ବ୍ୟକ୍ତି କୌଣସି ଉଚ୍ଚ ପଦବୀରେ ଅଭିଷିକ୍ତ ଥାଆନ୍ତି, ତେବେ ତାଙ୍କୁ ତୁରନ୍ତ ସେଇ ପଦବୀରୁ ବରଖାସ୍ତ କରାଯାଉ ଯଦି ଏହି ପରି କାର୍ଯ୍ୟରେ ସହଯୋଗ କରିଥିବେ ତେବେ ଅନ୍ୟୁନ ସାତବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଉ
୩. ନାବାଳିକାଙ୍କୁ ଧର୍ଷଣ କରିବା
ଏହି ପ୍ରକାରର କୁକର୍ମ କରିଥିବା ଲୋକଙ୍କୁ ଅନ୍ୟୁନ ପଚିଶି ବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଉ କୁକର୍ମକୁ ଦେଖି ଦଣ୍ଡ ବିଧାନ କରାଯାଉ ଯଦି ସମ୍ପୃକ୍ତ ଅଭିଯୁକ୍ତ ହିଂସ୍ରୁକ ଆଚରଣ କରିଥିବେ ତେବେ ତାଙ୍କୁ ନପୁଂସକ କରିଦିଆଯାଉ
୪. ଧର୍ଷଣ ପରେ ହତ୍ୟା କିମ୍ବା ଗଣଧର୍ଷଣ କରିବା
ଏହି ପ୍ରକାରର ଅପରାଧୀଙ୍କୁ ସର୍ବନିମ୍ନ ଶହେବର୍ଷ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ବିଧାନ କରାଯିବା ଉଚିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ପଦପଦବୀରେ ରହିବାର ସୁଯୋଗ ଦେବା ଅନୁଚିତ ଦଣ୍ଡବିଧାନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜାମିନ ଦିଆଯିବା ଉଚିତ ନୁହେଁ
ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ କିମ୍ବା ଅଦାଲତରେ ମାମଲାର ବିଚାର ହେଉଥିବା ସମୟରେ ସଂପୃକ୍ତ ଅଭିଯୁକ୍ତଙ୍କୁ କୌଣସି ଦାୟିତ୍ବବାନ ପଦପଦବୀରେ ରହିବାର ଅଧିକାର ରହିବ ନାହିଁ, କିମ୍ବା ସେମାନେ କୌଣସି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ
ଯୌନ ହିଂସାର ତାଲିକା ବହୁତ ଲମ୍ବା ଏଣୁ ମାତ୍ର କେଇଟା ହିଂସାକୁ ତାଲିକା କରିଛି ଆଶା କରୁଛି ଆଗାମୀ ଦିନରେ ଏହି ସବୁ ମତାମତକୁ ସରକାର ସମ୍ମାନ ଦେବେ ଏବଂ ଭାରତୀୟ ପିଙ୍ଗଳ କୋଡ଼ରେ ଦଣ୍ଡବିଧାନର ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବେ
ଗ୍ରାହକ ମାନଙ୍କୁ ଠକୁଛନ୍ତି ମୋବାଇଲ କମ୍ପାନୀ
ଏଠାରେ ପଢ଼ନ୍ତୁ !ବିଶାଳ କଳିଙ୍ଗ ସାମ୍ରାଜ୍ୟ ଏବଂ ବିଜୟୱାଡ଼ା
ଏଠାରେ ପଢ଼ନ୍ତୁ !