favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ସାବିତ୍ରୀ ବ୍ରତକଥା (ଇ-ପୁସ୍ତିକା) ଡାଉନଲୋଡ୍ କରନ୍ତୁ

ସାବିତ୍ରୀ ବ୍ରତକଥା (ଇ-ପୁସ୍ତିକା) ଡାଉନଲୋଡ୍ କରନ୍ତୁ

ଜ୍ୟେଷ୍ଠମାସ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପର୍ବ ସମସ୍ତ ସଧବା ମହିଳାମାନଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ବ୍ରତ ବା ପୂଜା ହିସାବରେ ଗଣ୍ୟ୤ ପ୍ରତ୍ୟେକ ଓଡ଼ିଆଣୀ ସଧବା ମହିଳା ଏହି ପୂଜା ନିଶ୍ଚୟ ଭାବରେ କରନ୍ତି୤ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟ ଏବଂ ଦୀର୍ଘଜୀବନର କାମନା କରି ଏହି ପୂଜା କରାଯାଏ୤ ପୁରାଣରେ ବର୍ଣ୍ଣିତ କଥାନୁସାରେ ମହାସତୀ ସାବିତ୍ରୀ ନିଜର ସାଧନା, ଭକ୍ତି ଏବଂ ଚତୁରତା ଦ୍ବାରା ନିଜ ସ୍ବାମୀଙ୍କ ଆତ୍ମାକୁ ଯମଙ୍କ ପାଖରୁ ହରଣ କରି ଆଣିପାରିଥିଲେ ଏବଂ ଏହା ସହିତ ସେ ନିଜ ପିତାଙ୍କ କୁଳ ଓ ଶଶୁରଙ୍କ କୂଳର ଉତ୍ତରୋତ୍ତର ଉନ୍ନତି କରିପାରିଥିଲେ୤ ତେଣୁ ଏହି ଦିନକୁ ପାଳନ କରାଯାଏ୤

ଏହି ଦିନ ଗାଁଗହଳିରେ ମହିଳାମାନେ ଏକତ୍ରିତ ହୋଇ ପୂଜାଥାଳିରେ ନୂଆ ଦର୍ପଣ, ପାନିଆ, ସିନ୍ଦୁର, ସିନ୍ଦୁର ପତ୍ର, ଫୁଲଫଳାଦି ନେଇ ପୂଜା କରନ୍ତି ଏବଂ ଗୋଟିଏ ଦିନ ଉପବାସ କରନ୍ତି୤ ଏହିଦିନରେ ଆମ୍ବ, ପଣସ, ଖଜୁରୀକୋଳି, ତାଳ, ନଡ଼ିଆ, ପାଣିକାକୁଡ଼ି ଆଦି ଫଳମୂଳ ପୂଜା କରି ସେବନ କରି ରହନ୍ତି୤ ଏହି ପୂଜା କରିବାଦ୍ବାରା ସ୍ବାମୀ ଓ ପରିବାରକୁ ସବୁ ପ୍ରକାର ସୁଖସମୃଦ୍ଧି ମିଳିଥାଏ ବୋଲି ବିଶ୍ବାସ୤



ଓଡ଼ିଶାସମେତ ଉତ୍ତର ଭାରତର ଅନେକ ସ୍ଥାନ, ନେପାଳ, ଆଦି ସ୍ଥାନରେ ମଧ୍ୟ ଏହି ପର୍ବ ପାଳନ କରାଯାଏ୤

ସାବିତ୍ରୀ ବ୍ରତଦିନ ପଢ଼ାଯାଉଥିବା ସାବିତ୍ରୀ ବ୍ରତ କଥାର ଗୋଟିଏ ଇ-ସଂସ୍କରଣ ଡାଉନଲୋଡ୍ କରିବା ପାଇଁ ଏହିଠାରେ କ୍ଲିକ୍ କରନ୍ତୁ

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଆମେ ସାବିତ୍ରୀ ବ୍ରତ ପାଳନ କରୁ କାହିଁକି ?

ଆମେ ସାବିତ୍ରୀ ବ୍ରତ ପାଳନ କରୁ କାହିଁକି ?

ଏଠାରେ ପଢ଼ନ୍ତୁ !
ଚା ନୁହେଁ ଚାହା

ଚା ନୁହେଁ ଚାହା

ଏଠାରେ ପଢ଼ନ୍ତୁ !