ଚା ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ସକାଳର ନିଦ ଭାଙ୍ଗୁଭାଙ୍ଗୁ ହେଉ କିମ୍ବା ଶୌଚ ହେବା ପୂର୍ବରୁ ହେଉ ଅଥବା କୌଣସି ସଭା ସମିତିରେ ବସିଥିବା ବେଳେ ହେଉ ଚା ଟିକେ ପିଇବା ଆମ ସମସ୍ତଙ୍କୁ ଭଲ ଲାଗେ ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଥମେ ଆମେ ଏହି ପ୍ରଶ୍ନ କରୁ, ‘ଟିକେ ଚା ହେବ କି ?’ ଚା ମଧ୍ୟ ଆମ ଦେଶର ବିଶ୍ବପାଇଁ ଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ଚା ପିଉନଥିବା ଲୋକ ସମସ୍ତଙ୍କୁ ଅସୁବିଧାରେ ପକାଇ ଦେଇପାରନ୍ତି ଘରକୁ ଆସୁଥିବା କୁଣିଆ ବା ବନ୍ଧୁ ଯଦି ଚା ନ ପିଉଥିବେ ତା ହେଲେ ତାଙ୍କୁ ଆପ୍ୟାୟିତ କରିବାପାଇଁ ଅଯଥା ହଇରାଣ ହେବାକୁ ପଡ଼ିପାରେ ଚା’ର ଶସ୍ତା ବିକଳ୍ପ ଆଉ କିଛି ନାହିଁ ଚା ଏକ ଆମୋଦକର ପାନୀୟ, ଥଣ୍ଡାପାନୀୟର ବହୁଳ ବ୍ୟବହାର ହେବା ବହୁତ ପୂର୍ବରୁ ଚା ପିଇବାର ଉଦାହରଣ ଆମ ଇତିହାସରୁ ମିଳେ ଆଜିକାଲି ଚା ପିଉ ପିଉ ଅନେକ ରାଜନୈତିକ ଫଇସଲା ନିଆଯାଉଛି, ସଂସଦ ସଦସ୍ୟମାନେ ଚା ପାର୍ଟିର ଆୟୋଜନ କରୁଛନ୍ତି ତେଣୁ ଚା ଏକ ସମସ୍ତଙ୍କୁ ଭଲ ଲାଗୁଥିବା ଜିନିଷ କହିଲେ ଅତ୍ୟୁକ୍ତି ହେବ ନାହିଁ ଓଡ଼ିଶାରେ ଚା’ର ବ୍ୟବହାର ମଧ୍ୟ ଦେଖିବାକୁ ମିଳେ ସାଧାରଣ ଦିନରେ ଜଳଖିଆରେ ଚା ଆଉ ମୁଢ଼ି ଖାଇବାର ଦୃଷ୍ଟାନ୍ତ ସବୁଠି ମିଳିପାରିବ ସେହିପରି ବର୍ଷା ଦିନରେ ଗରମ ଚା ପିଇବାର ମଜା ନିଆରା ଥଣ୍ଡା କାଶ ହେଉଥିବା ସମୟରେ ଏବଂ ଗଳା ବସିଯାଇଥିଲେ ଅଦା ପକାଇ ଚା ଟିକେ ପିଇଦେଲେ ଆରାମ ମିଳିଥାଏ ଆଜିକାଲି ବଜାରରେ ଅନେକ ପ୍ରକାରର ଚା ମିଳିଲାଣି ସବୁଜ ଚା (ଗ୍ରୀନ୍ ଟି) ପିଇଲେ କାଳେ ଶରୀର ସୁସ୍ଥ ରହିବା ସହିତ ଓଜନ କମ ହୁଏ ବୋଲି ବୈଜ୍ଞାନିକ ଗବେଷଣା କହେ, ତେଣୁ ଚା ନ ପିଇବା ଲୋକମାନେ ମଧ୍ୟ ଏହି ଚା ପିଉଛନ୍ତି ବଡ଼ ବଡ଼ିଆଙ୍କ ଠାରୁ ଆରମ୍ଭ କରି ଗରୀବଗୁରୁବାଙ୍କ ପର୍ଯ୍ୟନ୍ତ ସମସ୍ତେ ଚା ପିଇବାକୁ ଭଲ ପାଆନ୍ତି
ଚା କେମିତି ପିଇବା ଉଚିତ ସେ ବିଷୟରେ ଆମର ଜ୍ଞାନ ସୀମିତ ଚୀନବାସୀ ମାନଙ୍କ ମଧ୍ୟରେ ଚା ପିଇବା ପାଇଁ ଅନେକ ପଦ୍ଧତି ଚଳଣୀରେ ଅଛି ଆମ ଦେଶରେ ମଧ୍ୟ ବିଭିନ୍ନ ସ୍ଥାନରେ ଚା ପିଇବାର ଢଙ୍ଗ ଅଲଗା ଅଲଗା ରହିଛି ଓଡ଼ିଶାର ଯେ କୌଣସି ସହର କିମ୍ବା ଗ୍ରାମକୁ ଯାଆନ୍ତୁ, ଦେଖିବେ ଗଳିକନ୍ଦିରେ ଚା ଦୋକାନଟିଏ ଅବଶ୍ୟ ଥିବ ସେଠି ଚୁଲ୍ହା ଉପରେ ବସିଥିବା ପାତ୍ରରେ ଚା ଅନବରତ ଗରମ ହୋଇ ହୋଇ କଡ଼୍ଡା ହୋଇ ସାରିଥିବ ଚା ଦୋକାନ ସାହିଗଳିରେ ଥିବା ସବୁଠାରୁ ବଡ଼ ଚର୍ଚ୍ଚାସ୍ଥଳୀ କହିଲେ ଚଳିବ ସକାଳ ସନ୍ଧ୍ୟାରେ ସାହିବାସିନ୍ଦା ମାନେ ଏଠାରେ ଏକତ୍ରିତ ହୋଇ ଦେଶ ଦୁନିଆର ହାଲଚାଲ୍ ଚର୍ଚ୍ଚା କରୁଥିବା ଦେଖିପାରିବେ ହେଲେ ଚା ପିଇବାର ସଉଖୀନ ଲୋକମାନେ ଦିନକୁ ଦିନ ବଦଳିବାରେ ଲାଗିଲେଣି ଆଗର ସମୟ ଏବଂ ଏବର ସମୟ ଭିତରେ ଅନେକ ଫରକ ଦେଖିବାକୁ ମିଳିଲାଣି![]()
ମୋର ମନେ ଅଛି, ବିଗତ ଶତାବ୍ଦୀର ଅଶିଦଶକରେ ସାହି ଗଳିରେ ଥିବା କିରାଣା ଦୋକାନରେ ଚାଗୁଣ୍ଡ ହଳଦିଆ ରଙ୍ଗର ପାଉଚରେ ବିକ୍ରୀ ହେଉଥିଲା, ଏବଂ ସେହି ପାଉଚ୍ ଉପରେ ଦଶ ପଇସାର ଚିତ୍ର ଥିଲା, ଏହାକୁ ଦେଖି ଜାଣି ହେଉଥିଲା ଯେ ତାହାର ଦାମ ମାତ୍ର ଦଶପଇସା ସେଇ ଦଶ ପଇସି ଚା ପକେଟକୁ ଅନ୍ୟୁନ ପାଏ କ୍ଷୀରକୁ ଗରମ କରି ସେଥିରେ ପକାଇବା ପରେ, ଅଧା ମୁଠା ଚିନି ପକାଇଲେ ତିଆରି ହେଉଥିଲା ଚା ବଡ଼ ଷ୍ଟିଲ୍ ଗ୍ଲାସ କିମ୍ବା କାଚ ଗ୍ଲାସରେ ଚା’କୁ ମୁହଁ ପର୍ଯ୍ୟନ୍ତ ଭର୍ତ୍ତି କରିଦେଇ ଗ୍ଲାସକୁ ଗାମୁଛାରେ ଗୁଡ଼ାଇ ଧରି ପିଇବାର ମଜା ଥିଲା ନିଆରା ଗାଁ ଗହଳିରେ ଚା କହିଲେ ସମସ୍ତେ ବୁଝୁଥିଲେ ଏଇୟା ଗାଁ ଛକରେ ଥିବା ଚା ଦୋକାନରେ ଥିବା ଗ୍ଲାସ ଗୁଡ଼ିକ ଦିନକୁ ଦିନ ସାନ ହେବାରେ ଲାଗିଲା ଅନ୍ୟୁନ ଦୁଇଶ ମିଲିଲିଟର (ଅର୍ଥାତ ଏକ ଲିଟରର ପାଞ୍ଚ ଭାଗରୁ ଭାଗେ) ନ ହେଲେ ତାହା ଚା ବୋଲି କହୁନଥିଲେ କେହି କପ୍ରେ ଚା ପିଇବା ପାଇଁ ଅନେକ ଲୋକ ମନ ଉଣା କରୁଥିଲେ କାରଣ ଚା ଟିକେ କମ ହୋଇଗଲେ ପିଇବାର ମଜାନଥିଲା କେହି କେହି କହୁଥିଲେ ଚା କପ୍ରେ ପିଇଲେ ପାଟି ଓଦା ହେଉନି ବୋଲି କିଛି ଲୋକ ଚା ପିଇବାର ଏତେ ସୌଖୀନ ଥିଲେ ଯେ ଦିନରେ ଅନ୍ୟୁନ ଚାରି ପାଞ୍ଚ ଗ୍ଲାସ ଚା ପିଇଦେଉଥିଲେ ଏବଂ ସେମାନଙ୍କ ପାଇଁ ଘରେ କ୍ଷୀର ବରାଦ କରି ରଖାଯାଉଥିଲା ଅର୍ଥାତ ଜଣେ ବ୍ୟକ୍ତିପାଇଁ ଆବଶ୍ୟକ ଦୈନିକ ଜଳୀୟାଂଶର ଅର୍ଦ୍ଧାଧିକ ଭାଗ କେବଳ ଚା’ରୁ ହିଁ ଆସିଯାଉଥିଲା
ହେଲେ ଧିରେ ଧିରେ ଗ୍ଲାସର ଆକାର ଓ ଆୟତନ କମ ହେବାରେ ଲାଗିଲା ଗ୍ଲାସ ବଡ଼ରୁ ଛୋଟ ହୋଇଗଲା ଏବଂ ଚା’ର ଦାମ ବଢ଼ିବାରେ ଲାଗିଲା ଦିନକୁ ଦିନ ଦର ବୃଦ୍ଧିକୁ ସମ୍ମୁଖୀନ ହେବାଦ୍ବାରା ଚା ମଧ୍ୟ ଅନୁରୂପ ଦଶା ଭୋଗିଲା ବିଂଶ ଶତାବ୍ଦୀ ଶେଷ ହେଉ ହେଉ ଚା କପର ଦାମ ଏକ ରୁ ଦୁଇଟଙ୍କା ହୋଇଗଲା ଏବଂ ବିଗତ ପନ୍ଦର ବର୍ଷରେ ଏହା ଅନ୍ୟୁନ ପାଞ୍ଚଗୁଣ ବୃଦ୍ଧିପାଇ ପାଞ୍ଚଟଙ୍କାରୁ ଦଶ ଟଙ୍କା ମଧ୍ୟରେ ରହିଛି ହେଲେ ଏବର ଚା ଦେଖିଲେ ମନ ଆମ୍ବିଳା ହେଇଯାଉଛି ମୋର କିଛି ସହକର୍ମୀ ଥଟାରେ ଏହି ଚା’କୁ ମିଲିଲିଟର ଚା ବୋଲି କହୁଛନ୍ତି ପ୍ଲାଷ୍ଟିକ ଗ୍ଲାସରେ ଦିଆଯାଉଥିବା ଏହି ଚା’ର କେବଳ ଦାମ ହିଁ ଅଧିକ, ଏହା ବ୍ୟତୀତ ଏଥିରେ ଚା’ର ମାତ୍ରା ନାମକୁ ମାତ୍ର ଦୁଇଶହ ମିଲିଲିଟରରେ ବି ସନ୍ତୁଷ୍ଟ ହେଉନଥିବା ଲୋକମାନେ ଏବେ ୩୦-୪୦ ମିଲିଲିଟରର ଚା ପିଇବାକୁ ବାଧ୍ୟ ହେଉଛନ୍ତି ମାତ୍ର ଏକ ଅଭ୍ୟାସକୁ ଛାଡ଼ି ନ ପାରିବା ହେତୁ ସେମାନେ ପିଉଛନ୍ତି ସିନା ହେଲେ ଏ ଚା’ରେ ସେ ଚା’ର ମଜା ନାହିଁ ବୋଲି ଅନେକ କହୁଛନ୍ତି ବଜାରରେ ବର୍ତ୍ତମାନ, ଲେମ୍ବୁ ଚା, ମସଲା ଚା, ଅଦା ଚା, ହର୍ବାଲ୍ ଚା ମିଳୁଥିଲେ ସୁଦ୍ଧା ବିଗତ ଦିନର ଚା’ର ମଜା ଆଜିକାଲିର ଚା’ରେ ନାହିଁ ଏହା କହିହେବ
ସାବିତ୍ରୀ ବ୍ରତକଥା (ଇ-ପୁସ୍ତିକା) ଡାଉନଲୋଡ୍ କରନ୍ତୁ
ଏଠାରେ ପଢ଼ନ୍ତୁ !ଫୁଟ୍ପାଥ ନା ମରଣଯନ୍ତା
ଏଠାରେ ପଢ଼ନ୍ତୁ !