ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ ଉଭୟ ହିନ୍ଦୁ ଏବଂ ଜୈନ ଧର୍ମାବଲମ୍ବୀମାନେ ଏହି ଦିନକୁ ପାଳନ କରିଥାନ୍ତି ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କ ଜନ୍ମତିଥି ହେଉଛି ଆଜି ଏହି ଦିନରେ ଋଷି ବେଦବ୍ୟାସ ଗଣେଷଙ୍କ ସହାୟତାରେ ମହାଭାରତ ରଚନା ଆରମ୍ଭ କରିଥିଲେ ଜୈନଧର୍ମାବଲମ୍ବୀମାନେ ଏହି ଦିନକୁ ତୀର୍ଥଙ୍କର ଋଷଭଙ୍କ ଏକବର୍ଷ ଉପବାସକୁ ଆଖୁରସ ପାନକରି ସାଧନା ସମାପନ କରିଥିବା ଦିବସ ଭାବରେ ପାଳନ କରନ୍ତି ହିନ୍ଦୁ ଏବଂ ଜୈନ କ୍ୟାଲେଣ୍ଡରେ ଅନେକ ସମୟରେ କେତେକ ମାସ ଅଧିକ କିମ୍ବା କମ ହୋଇଥାଏ, ବେଳେ ବେଳେ କୌଣସି ଦିବସ ନଥାଏ, ହେଲେ ଅକ୍ଷୟ ତୃତୀୟା କେବେ ବି ହିନ୍ଦୁ କ୍ୟାଲେଣ୍ଡରରୁ ଉହ୍ୟ ହୋଇରହିବ ନାହିଁ
ଅକ୍ଷୟର ଆକ୍ଷରିକ ଅର୍ଥ ‘ସମାପ୍ତ ହେଉନଥିବା’, ଏହା ଏକ ସଂସ୍କୃତ ଶବ୍ଦ ଏହି ଦିନଟି ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଦ୍ରେକକାରୀ ବୋଲି ମଧ୍ୟ ବିବେଚନା କରାଯାଏ ଏହି ଦିନରେ ଯଦି ଆପଣ କୌଣସି ପ୍ରକାର ଦାନଧର୍ମ କରନ୍ତି ତା’ହେଲେ ତାହାର ସୁଫଳ ନିଶ୍ଚୟ ଭାବରେ ଆପଣ ପାଇବେ ବୋଲି କୁହାଯାଇଛି ଏମିତି ବି କୁହାଯାଏ ଯେ ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ବ୍ୟବସାୟ ବା ଯେ କୌଣସି କାମ ସବୁବେଳେ ସଫଳ ହୁଏ ଏବଂ ତାହାର ଉତ୍ତରୋତ୍ତର ଉନ୍ନତି ହୋଇଥାଏ ସେଇଥିପାଇଁ ଏହି ଦିନ ବ୍ୟବସାୟ, ନୂତନ ନିର୍ମାଣ ଆଦି କାମ ଆରମ୍ଭ କରାଯାଏ
ହିନ୍ଦୁମାନ୍ୟତାରେ ଅକ୍ଷୟ ତୃତୀୟା
୧. ଭଗବାନ ପର୍ଶୁରାମଙ୍କ ଜନ୍ମ ତିଥି
୨. ବେଦବ୍ୟାସଙ୍କ ଦ୍ବାରା ମହାଭାରତ କାବ୍ୟରଚନାର ଶୁଭାରମ୍ଭ
୩. ତ୍ରେତୟା ଯୁଗର ଆରମ୍ଭ
୪. ଗଙ୍ଗାନଦୀର ଧରାବତରଣ
୫. ଭଗବତୀ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ଜନ୍ମ
୬. ଶିବପୁରମ୍ ଠାରେ ଭଗବାନ ଶିବଙ୍କୁ ପୂଜା କରିବା ପରେ ଲକ୍ଷ୍ମୀଙ୍କ ଦ୍ବାରା କୁବେରଙ୍କୁ ଧନ ଓ ଐଶ୍ବର୍ଯ୍ୟର ଅଧିକାରୀ କରିବା
୭. ମହାଭାରତରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କ ଅକ୍ଷୟପାତ୍ର ପ୍ରାପ୍ତି, ଯେଉଁଥିରୁ ଖାଦ୍ୟ ସେ ନିଜ ସାମ୍ରାଜ୍ୟର ଲୋକମାନଙ୍କୁ ଦାନ କରିଥିଲେ
୮. ଗରୀବ ସୁଦାମା ଓ କୃଷ୍ଣଙ୍କ ମିଳନ
୯. ଦୁଃଶାସନ ଦ୍ବାରା ଦ୍ରୌପଦୀଙ୍କ ବସ୍ତ୍ରହରଣ
୧୦. ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ବାରା କନକଧାରା ସ୍ତୋତ୍ର ପଠନ
୧୧. ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ
୧୨. ପୁରୀରେ ମହାପ୍ରଭୂଙ୍କ ଚନ୍ଦନଯାତ୍ରା ଆରମ୍ଭ
ଜୈନ ଧର୍ମାବଲମ୍ବୀଙ୍କ ମତରେ ୨୪ ଜଣ ଆଦି ଗୁରୁଙ୍କ ମଧ୍ୟରେ ପ୍ରଥମ ଆଦିନାଥ ଋଷଭଦେବଙ୍କ ଦିନ ଭାବରେ ପାଳନ କରାଯାଏ ଏହି ଦିନରେ ଏହି ଧର୍ମର ଲୋକମାନେ ବର୍ଷସାରା କରିଥିବା ଉପବାସ ଯାହାକୁ ‘ବାର୍ଷି-ତପ’ କୁହାଯାଏ, ସେମାନେ ନିଜ ଉପବାସକୁ ଆଖୁରସ ପାନ କରି ସମାପନ କରନ୍ତି ଜୈନଙ୍କ ମତରେ ଏହି ଦିନ ପ୍ରଥମଥର ‘ଆହାରଚର୍ଯ୍ୟା’ ହୋଇଥିଲା, ଯାହା ଜୈନସାଧୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଏବଂ ଉପସ୍ଥାପନକୁ ବୁଝାଏ
ଭଗବାନ ଋଷଭଦେବ ଛଅମାସ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରିଥିଲେ ଏବଂ ଏହାପରେ ସେ ଖାଦ୍ୟ ଗ୍ରହଣ କରିବାପାଇଁ ଦ୍ବାରା ଦ୍ବାର ବୁଲି ଭିକ୍ଷା କରିଥିଲେ ଜୈନସାଧୁମାନେ କୌଣସି ବସ୍ତୁପ୍ରତି ମୋହ ରଖନ୍ତି ନାହିଁ ଏବଂ ନିଜ ପାଇଁ ଖାଦ୍ୟ ବି ପ୍ରସ୍ତୁତ କରନ୍ତି ନାହିଁ ତେଣୁ ସେ ଖାଦ୍ୟ ଅନ୍ବେଷଣରେ ନଗର ନଗର ବୁଲିଥିଲେ, ହେଲେ ସେଇ ସମୟରେ ଲୋକମାନେ ଏହି ଧର୍ମର କୌଣସି ନୀତିନିୟମ ଜାଣିନଥିବା ହେତୁ ସେମାନେ ତାଙ୍କୁ ଧନରତ୍ନ, ସୁନା, ମୋତିମାଣିକ୍ୟ ସମେତ କେହି କେହି ନିଜ କୁମାରୀ କନ୍ୟାମାନଙ୍କୁ ମଧ୍ୟ ଉପହାର ସ୍ବରୂପ ଦେଇଥିଲେ ସେ ଏହି ସବୁ ଦ୍ରବ୍ୟକୁ ଗ୍ରହଣ ନ କରି ଏକ ବର୍ଷ ପର୍ଯ୍ୟନ୍ତ ଉପବାସ କରିଥିଲେ ଶେଷରେ ରାଜା ଶ୍ରେୟାଂଶ କୁମାର ଭଗବାନଙ୍କ ଇଚ୍ଛାକୁ ‘ପୂର୍ବ-ଭାବ-ସ୍ମରଣ (ପୂର୍ବଜନ୍ମର କଥା)’ ଦ୍ବାରା ଜାଣିପାରି ତାଙ୍କୁ ଆଖୁରସ ଦେଇ ତୃପ୍ତ କରିଥିଲେ ସେଇଥିପାଇଁ ଦେଶର ସମସ୍ତ ଜୈନ ଧର୍ମାବଲମ୍ବୀମାନେ ଏହି ଦିନ ଆଖୁରସ ପାନ କରିଥାନ୍ତି ଏବଂ ହସ୍ତିନାପୁର ଠାରେ ଏକତ୍ରିତ ହୋଇ ଏହି ଦିବସକୁ ପାଳନ କରିଥାନ୍ତି
ଏହି ଦିନ ମୂଲ୍ୟବାନ ଧାତୁ କ୍ରୟ କରିବାର ପ୍ରଥା ରହିଛି, ତେଣୁ ଅଧିକାଂଶ ଲୋକ ଏହି ଦିନ ସୁନାରୂପା ଆଦି ଦ୍ରବ୍ୟ କ୍ରୟ କରିଥାନ୍ତି ଏହି ଦିନ ବିଭିନ୍ନ ଅଳଙ୍କାର ଦୋକାନ ମାନଙ୍କରେ ବହୁତ ଭିଡ଼ ଦେଖାଦେଇଥାଏ ଏବଂ ଦୋକାନୀମାନେ ନୂଆ ଓ ଲୋଭନୀୟ ଅଳଙ୍କାର ଆଣି ଗ୍ରାହକ ମାନଙ୍କୁ ବିକ୍ରୟ କରିଥାନ୍ତି
କୃଷକ ଆତ୍ମହତ୍ୟା : ଦାୟୀ କିଏ ?
ଏଠାରେ ପଢ଼ନ୍ତୁ !ନେଟ୍ ନ୍ୟୁଟ୍ରାଲିଟି : ସମସ୍ତଙ୍କ ପାଇଁ ସମାନ ଇଣ୍ଟରନେଟ୍ ବ୍ୟବସ୍ଥା
ଏଠାରେ ପଢ଼ନ୍ତୁ !