favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବିଶାଳ କଳିଙ୍ଗ ସାମ୍ରାଜ୍ୟ ଏବଂ ବିଜୟୱାଡ଼ା

ବିଶାଳ କଳିଙ୍ଗ ସାମ୍ରାଜ୍ୟ ଏବଂ ବିଜୟୱାଡ଼ା

(ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ଲୋକକଥାରୁ ଉଦ୍ଧୃତ, ଏହାର ଐତିହାସିକ ପ୍ରମାଣ ମୋ ପାଖରେ ନାହିଁ)

ଆଜି ଫେସବୁକରେ ଜଣେ ବନ୍ଧୁଙ୍କ ପୋଷ୍ଟରେ ବିଜୟୱାଡ଼ା ନାଁ ଶୁଣିବାପରେ ବାପା କହିଥିବା ଗୋଟିଏ କଥା ମନେ ପଡ଼ିଲା୤ ବିଗତ ଶତାବ୍ଦୀରେ ଅଶି ଦଶକରେ ବାପା ବ୍ୟାଙ୍କ କର୍ମଚାରୀ ଥିବା ସମୟରେ ଅନେକ ସମୟରେ ହାଇଦ୍ରାବାଦ ଯାଉଥିଲେ, ଏବଂ ସେ ସବୁବେଳେ ଫେରିବା ବାଟରେ ବିଜୟୱାଡ଼ାରେ ଥିବା କନକଦୁର୍ଗା ମନ୍ଦିର ଦର୍ଶନରେ ଯାଉଥିଲେ୤ ବାପା କହୁଥିଲେ ଯେ ବିଜୟୱାଡ଼ା ପ୍ରକୃତରେ ଅତୀତରେ ଓଡ଼ିଶାର ଅଂଶଥିଲା୤ କଳିଙ୍ଗ ଯୁଦ୍ଧ ପୂର୍ବବର୍ତ୍ତୀ ସମୟରେ ଯେତେବେଳେ ଓଡ଼ିଶାର ରାଜପରିବାର ସବୁବେଳେ ଦାକ୍ଷିଣାତ୍ୟର କାଞ୍ଚିପୁରମ୍ ରାଜ୍ୟ ଉପରେ ଯୁଦ୍ଧ କରିବାପାଇଁ ଯାଉଥିଲେ, ସେତେବେଳେ ସେମାନେ ଯୁଦ୍ଧରେ ବିଜୟ ହୋଇ ଫେରିବା ବାଟରେ ଏହି ସ୍ଥାନରେ ରହଣୀ କରୁଥିଲେ୤ ତେଣୁ ଏହି ସ୍ଥାନକୁ ବିଜୟ ବାହୁଡ଼ା ବୋଲି କୁହାଯାଉଥିଲା୤ ହେଲେ ଭାରତ ସ୍ବାଧୀନତାପରେ ଭାଷା ଭିତ୍ତିକ ରାଜ୍ୟ ସ୍ଥାପନ ହେବାପରେ ଏହି ସ୍ଥାନକୁ ବର୍ତ୍ତମାନର ଆନ୍ଧ୍ରପ୍ରଦେଶର ଅଂଶ ବୋଲି ଘୋଷଣା କରାଯାଇଥିଲା, ଏବଂ ଓଡ଼ିଆନାମର ଅପଭ୍ରଂଶହୋଇ ବର୍ତ୍ତମାନ ଏହା ବିଜୟୱାଡ଼ା ଭାବରେ ପ୍ରଚଳିତ୤

ସେହିପରି ଓଡ଼ିଶାର ଦକ୍ଷିଣରେ ଥିବା ଆନ୍ଧ୍ରପ୍ରଦେଶର ବୃହତ ସହର ବିଶାଖାପାଟନମ୍ ମଧ୍ୟ ଅତୀତରେ ବୃହତ୍ କଳିଙ୍ଗ ସାମ୍ରାଜ୍ୟର ଅଂଶ ଥିଲା୤ କଳିଙ୍ଗର ବିସ୍ତାରକୁ ଆଖି ଆଗରେ ରଖି ରାଜ୍ୟ ପରିଚାଳନାପାଇଁ ଅନେକ ଶାଖା ରାଜଧାନୀ ମାନ ଗଠନ କରାଯାଇଥିଲା ଏବଂ ଏହି ସହରକୁ ସେଇ ସମୟରେ ବିଶାଖା ପାଟଣା ବା ଅନ୍ୟ ଏକ ରାଜଧାନୀ ବୋଲି କୁହାଯାଉଥିଲା, କାଳ କ୍ରମେ ଏହା ବିଶାଖାପାଟନମ୍ ବୋଲି ପ୍ରଚଳିତ ହୋଇଗଲା୤
ଅନେକ ବନ୍ଧୁ ନିଶ୍ଚୟ ଜାଣିଥିବେ ଯେ ଅତୀତର କଳିଙ୍ଗ ସମ୍ରାଟ ପୁରୁଷୋତ୍ତମଦେବ କାଞ୍ଚି ମହାରାଜଙ୍କୁ ଯୁଦ୍ଧରେ ହରାଇ ତାଙ୍କ କନ୍ୟା ପଦ୍ମାବତୀଙ୍କୁ କଳିଙ୍ଗ ନେଇ ଆସିଥିଲେ୤ ଏହି ଯୁଦ୍ଧରେ ଖୋଦ୍ ଶ୍ରୀଜଗନ୍ନାଥ ଓ ବଳଭଦ୍ର ରାଜାଙ୍କୁ ସହାୟତା କରିଥିବାର କାହାଣୀ ସମସ୍ତେ ଉଣାଅଧିକେ ଜାଣନ୍ତି୤ ପ୍ରଚଳିତ କଥାକାହାଣୀ ଅନୁଯାୟୀ ପ୍ରଭୂ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର କଳାଧଳା ଘୋଡ଼ାରେ ବସି ଯୁଦ୍ଧ ଯିବାବାଟରେ ଶୋଷ ମେଣ୍ଟେଇବାପାଇଁ ମାଣିକ ଗଉଡୁଣୀ ପାଖରୁ ଦହି ପିଇଥିଲେ ଏବଂ ନିଜ ହାତର ମୁଦି ଦେଇଥିଲେ୤ ଏହି ସ୍ଥାନକୁ ଏବେ ବି ମାଣିକପାଟଣା ବୋଲି ଜଣାଯାଏ୤

କଳିଙ୍ଗର ଅତୀତ ମହାନ ଥିଲା, ସେଇ ମହାନ ଭୂମିରୁ ବୌଦ୍ଧଧର୍ମର ପ୍ରଚାର ଆରମ୍ଭ ହୋଇଥିଲା୤ ମୁଁ ସେଇ ଭୂମିରେ ଜନ୍ମନେଇଥିବା ହେତୁ ନିଜକୁ ଧନ୍ୟ ମନେ କରୁଛି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଯୌନ ନିର୍ଯ୍ୟାତନା ପାଇଁ କଠୋର ଦଣ୍ଡ ବିଧାନ ହେଉ

ଯୌନ ନିର୍ଯ୍ୟାତନା ପାଇଁ କଠୋର ଦଣ୍ଡ ବିଧାନ ହେଉ

ଏଠାରେ ପଢ଼ନ୍ତୁ !
ଧର୍ଷଣ ପୀଡ଼ିତାଙ୍କ ନାମରେ ଆଇନ କରିବା ଅନୁଚିତ

ଧର୍ଷଣ ପୀଡ଼ିତାଙ୍କ ନାମରେ ଆଇନ କରିବା ଅନୁଚିତ

ଏଠାରେ ପଢ଼ନ୍ତୁ !