ଦିଲ୍ଲୀରେ ଘଟିଥିବା ଗଣଧର୍ଷଣରେ ମୃତା ଛାତ୍ରୀଙ୍କୁ ନେଇ ବିବାଦ ଦିନକୁ ଦିନ ବଢ଼ିବାକୁ ଲାଗିଛି ଗତକାଲି କଂଗ୍ରେସ ସାଂସଦ ଶ୍ରୀ ଶଶି ଥରୁର୍ ନିଜ ଟ୍ବିଟର୍ ପୃଷ୍ଠାରେ କହିଲେ ଯେ, ଗଣଧର୍ଷଣରେ ମୃତା ଛାତ୍ରୀଙ୍କ ଅସଲ ପରିଚୟ ଦେବାପାଇଁ ବିଳମ୍ବ କାହିଁକି ହେଉଛି ? ଧର୍ଷଣର ଶୀକାର ଛାତ୍ରୀ ବର୍ତ୍ତମାନ ମୃତା, ତେଣୁ ତାଙ୍କ ନାମକୁ ନେଇ ଏକ ନୂଆ କଠୋର କାନୁନ ତିଆରି କରାଯିବା ଉଚିତ ଶ୍ରୀ ଥରୁରଙ୍କ ମନ୍ତବ୍ୟକୁ ରାଜନୈତିକ ମହଲରେ ଯଥେଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ ଆଜି ସକାଳେ ଦିଲ୍ଲୀରେ ଆୟୋଜିତ ଏକ ସମାରୋହର ସମାନ ମନ୍ତବ୍ୟ ଦେଇଛନ୍ତି ଅନେକ ବରିଷ୍ଠ ନେତା ଓ ବ୍ୟକ୍ତି ବିଶେଷ ସଂପୃକ୍ତା ଛାତ୍ରୀଙ୍କ ପରିବାର ତରଫରୁ ମଧ୍ୟ ମନ୍ତବ୍ୟ ଦିଆଯାଇଛି ଯେ ଯଦି ମହିଳାମାନଙ୍କ ସୁରକ୍ଷାପାଇଁ କୌଣସି ନୁଆ ଆଇନ ଲାଗୁ କରାଯାଉଛି ତେବେ ତାହା ମୃତା ଛାତ୍ରୀଙ୍କ ନାମରେ କଲେ ତାଙ୍କୁ ଉଚିତ ସମ୍ମାନ ମିଳିବ
ଏହା ନିରାଟ ସତ୍ୟ ଯେ ଆମ ଦେଶର ମହିଳା ବିରୋଧୀ ଅପରାଧ ମାମଲାର ରାୟ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ହେତୁ ନ୍ୟାୟ ପାଇବାପାଇଁ ମହିଳାମାନେ ଅଦାଲତକୁ ଆସୁନାହାନ୍ତି ତେଣୁ ତୁରନ୍ତ ରାୟ ପ୍ରକାଶ କରିବା ଭଳି ବ୍ୟବସ୍ଥା ରହିବା ଉଚିତ ହେଲେ ମହିଳା ମାନଙ୍କ ଉପରେ ହେଉଥିବା ଅପରାଧର ଇତିହାସ କିଛି ନୂଆ ନୁହେଁ ଗୋଟିଏ ସର୍ବେକ୍ଷଣ ଅନୁଯାୟୀ, ଭାରତର ରାଜଧାନୀ ଦିଲ୍ଲୀରେ ପ୍ରତି ଚାଳିଶି ମିନିଟରେ ଜଣେ ମହିଳା ଉତ୍ପୀଡ଼ନର ଶୀକାର ହେଉଛନ୍ତି ଆଜି ସୁପ୍ରିମ୍ କୋର୍ଟରେ ଦିଆଯାଇଥିବା ଏକ ଯାଚିକାରେ କୁହାଯାଇଛି ଯେ ଭାରତରେ ପ୍ରତି ଅଠର ମିନିଟରେ ଜଣେ ମହିଳା ପ୍ରତି ଜଘନ୍ୟ ଅପରାଧ ସଂଘଟିତ ହେଉଛି ଦିଲ୍ଲୀ ଗଣଧର୍ଷଣ ମାତ୍ର ଗୋଟିଏ ଘଟଣା ନୁହେଁ ଏମିତି ଅନେକ ଘଟଣା ପ୍ରତିଦିନ ଭାରତରେ କୌଣସି ନା କୌଣସି ସ୍ଥାନରେ ଘଟୁଛି ଏହା ଅସମ୍ଭବ ନୁହେଁ
ମହିଳା ମାନଙ୍କ ବିରୋଧରେ ହେଉଥିବା ଅନେକ ଅପରାଧ କେବଳ ନାମ ଓ ପ୍ରତିଷ୍ଠା ପାଇଁ ହିଁ ଲୁଚି ରହିଯାଇଛି ଏକ ସର୍ବେକ୍ଷଣ ଅନୁଯାୟୀ ଅନ୍ୟୁନ ନବେ ପ୍ରତିଶତ ଘଟଣାରେ ପୀଡ଼ିତା କିମ୍ବା ତାଙ୍କ ପରିବାର ବର୍ଗଙ୍କ ଚାପରେ ସେ ପୋଲିସ ସହାୟତା ଲୋଡୁନାହାନ୍ତି ଅବିବାହିତ ଝିଅଟିଏ ହୋଇଥିଲେ ବାପାମା’ ତା’ର ଭବିଷ୍ୟ କଥା ଚିନ୍ତାକରି ଘଟଣାକୁ ଘରେ ଚାପି ଦେଉଛନ୍ତି ସେହିପରି ବିବାହିତା ମହିଳାମାନେ ନିଜ ପରିବାରର ପ୍ରତିଷ୍ଠା ଓ ସମ୍ମାନ କଥା ଚିନ୍ତାକରି ନିଜ ନାମ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ତେଣୁ ଅନେକ ମାମଲା ଅଦାଲତ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ପୋଲିସ ସହାୟତା ଲୋଡ଼ିଲେ ପୀଡ଼ିତାଙ୍କ ନାଁ ଆଉ ପିତାମାତାଙ୍କ ନାଁ ସର୍ବସମ୍ମୁଖରେ ପ୍ରକାଶିତ ହେବାର ଭୟ ହେତୁ ଅନେକ ନିଜ ସହ ଘଟିଥିବା ଅପରାଧର ଭୟାବହ ସ୍ମୃତିକୁ ସାରାଜୀବନ ନିଜମନରେ ହିଁ ବାନ୍ଧିରଖିବାକୁ ବାଧ୍ୟ ହେଉଛନ୍ତି ଏହିପରି ସ୍ଥଳରେ ଅନେକ ପିତାମାତା ଏପରି ଏକ ଆଇନର ସ୍ବାଗତ କରିବା ସ୍ବାଭାବିକ, କିନ୍ତୁ କେହି ନିଜ ଝିଅର ନାଁ ନେବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ଦିଲ୍ଲୀ ଗଣଧର୍ଷଣର ଶୀକାର ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଥିବା ହେତୁ ସମ୍ଭବତଃ ଭାବାବେଗରେ ତାଙ୍କ ପରିବାର ଏହି ଆଇନ ପାଇଁ ନିଜ ଝିଅର ନାଁ ଦେବାପାଇଁ କହିଥାଇ ପାରନ୍ତି, କିନ୍ତୁ ଏହା ସ୍ବାଭାବିକ ନୁହେଁ କାରଣ, ଆଜି ଯଦି ନାରୀସୁରକ୍ଷା ପାଇଁ କଡ଼ା ଆଇନର ବ୍ୟବସ୍ଥା କରାଯାଉଛି ତାହା କେବଳ ଦିଲ୍ଲୀ ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ନାମରେ କରାଯିବାର ଯଥାର୍ଥତା ନାହିଁ ଯେହେତୁ ନୁଆ ଆଇନ୍ ସମସ୍ତ ମହିଳାମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ତେଣୁ ଏହାକୁ କୌଣସି ବ୍ୟକ୍ତିବିଶେଷ ନାମରେ ନାମକରଣ କରାଯିବାର କୌଣସି ଯଥାର୍ଥତା ନାହିଁ
ମୋ ମତରେ ଏହିପରି ଆଇନର ବ୍ୟାପକତାକୁ ଆଖିଆଗରେ ରଖି ଏହାକୁ କୌଣସି ନାମରେ ନାମିତ କରାନଯାଉ ବରଂ ଏହାକୁ ମୂଳ ନିୟମ ବା ଆଇନ ନାମରେ ହିଁ ଜଣାଯାଉ ଏବଂ ଧର୍ଷଣର ଶୀକାର ହୋଇଥିବା କୌଣସି ଛାତ୍ରୀ କିମ୍ବା ମହିଳାଙ୍କ ନାମକୁ ଅପବ୍ୟବହାର କରାନଯାଉ
ବିଶାଳ କଳିଙ୍ଗ ସାମ୍ରାଜ୍ୟ ଏବଂ ବିଜୟୱାଡ଼ା
ଏଠାରେ ପଢ଼ନ୍ତୁ !ଧର୍ଷଣକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ବିପକ୍ଷରେ
ଏଠାରେ ପଢ଼ନ୍ତୁ !