ଚଳିତବର୍ଷ ପ୍ରାରମ୍ଭରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିବା କିଛି ଜିଲ୍ଲା, ମୁଖ୍ୟତଃ ସମ୍ବଲପୁର ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିବା ଦ୍ବାରା ଅନେକ ନିରୀହ ପ୍ରାଣହାନୀ ହୋଇଛି ଏବଂ ହେଉଛି ମଧ୍ୟ ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସା ବ୍ୟବସ୍ଥା ଥାଇ ସୁଦ୍ଧା ଏହିପରି ଏକ ମହାମାରୀ ବ୍ୟାପିଲା କାହିଁକି, ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ଏହାଠାରୁ ଅଧିକ ଭୟଙ୍କର ହେଉଛି, ଏହି ରୋଗ ବର୍ତ୍ତମାନ ସମ୍ବଲପୁର ବ୍ୟତୀତ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଏହି ରୋଗ କଣ ? ଏହା କାହିଁକି ହୁଏ ? କେମିତି ବ୍ୟାପେ ଏବଂ କେଉଁମାନଙ୍କୁ ନିଜ କବଳରେ ନିଏ, ସେହି ବିଷୟରେ ଏକ କ୍ଷୁଦ୍ର ସୂଚନାତ୍ମକ ଲେଖା ଉପସ୍ଥାପନ କରୁଛି
ଜଣ୍ଡିସ ରୋଗ ମାନେ କଣ ?
ପ୍ରଥମତଃ କହିଦିଏ, ଜଣ୍ଡିସ୍ ଏକ ରୋଗ ନୁହେଁ, ବରଂ ଶରୀରରେ ହେଉଥିବା ଅନେକ ରୋଗର ଏହା ଏକ ଲକ୍ଷଣମାତ୍ର ବିଭିନ୍ନ ପ୍ରକାର ରୋଗରେ ଏହା ଦେଖାଦେଇଥାଏ, ଏବଂ ସବୁଠାରୁ ଅଧିକ ଲିଭର ବା ଯକୃତ ଜନିତ ରୋଗରେ ଏହା ଅଧିକ ଦେଖାଦେଇଥାଏ
ଜଣ୍ଡିସକୁ ଓଡ଼ିଆରେ ‘କାମଳ’ ରୋଗ ବୋଲି ମଧ୍ୟ କୁହାଯାଏ, ଯେଉଁଥିରେ, ଯେଉଁଥିରେ ଶରୀରର ରଙ୍ଗ ହଳଦିଆ ହୋଇଯାଏ ଏହା ପ୍ରଥମେ ଆଖିରେ ଦେଖାଯାଏ ଏବଂ ବିନା ଚିକିତ୍ସାରେ ପରେ ପରେ ଏହା ସମଗ୍ର ଶରୀରକୁ ହଳଦିଆ କରିଦେଇ ଥାଏ ଏହା ହେଲେ ପରିଶ୍ରା ହଳଦିଆ ହୋଇପାରେ, ବେଳେ ବେଳେ ଝାଡ଼ା କାଦୁଆ ରଙ୍ଗର ବା ବିନା ରଙ୍ଗର ବି ହୋଇପାରେ
ଶରୀରରେ ବିଲିରୁବିନ୍ ନାମକ ରସାୟନର ମାତ୍ରାଧିକ ପରିମାଣର ଉପସ୍ଥିତି ହେତୁ ଶରୀର ହଳଦିଆ ଦେଖାଯାଏ ଏହି ରସାୟନ ଆମ ରକ୍ତରେ ଥିବା ଲୋହିତ ରକ୍ତ କଣିକା ବିଭାଜନ ହେଲେ ମିଳିଥାଏ
ଜଣ୍ଡିସର କେଉଁ କାରଣରୁ ହୁଏ ?
ଯକୃତ ସଂଲଗ୍ନ ଅନେକ ଶାରିରୀକ ବ୍ୟବସ୍ଥାରେ ଅସୁବିଧା ହେତୁ ଜଣ୍ଡିସ୍ ହୋଇଥାଏ ମାଲେରିଆ, ସିକଲ୍ ସେଲ୍ ରୋଗ, ଥାଲାସେମିଆ, ହେପାଟାଇଟିସ୍, ବିଭିନ୍ନ ପ୍ରକାରର ଔଷଧ, ଏବଂ କ୍ୟାନସର ହେତୁ ଏହା ହୋଇପାରେ ମୁଖ୍ୟତଃ ହେପାଟାଇଟିସ୍ ନାମକ ଭୂତାଣୁ ହେତୁ ଏହି ରୋଗ ହୋଇଥାଏ
ସମ୍ବଲପୁରରେ ହୋଇଥିବା ଜଣ୍ଡିସର କାରଣ କଣ ?
ସମ୍ବଲପୁରରେ ହେଉଥିବା ଜଣ୍ଡିସ, ପ୍ରାଥମିକ ପରୀକ୍ଷଣ ପରେ ହେପାଟାଇଟିସ୍ ଭୂତାଣୁ ଏ ଜନିତ ବୋଲି ଜଣାଯାଇଛି ଏହି ଭୂତାଣୁ ଆଗରୁ Infectious Hepatitis ନାମକ ରୋଗ କରିବାର ଉଦାହରଣ ରହିଛି ଯାହା ଦ୍ବାରା ଯକୃତ ରୋଗାକ୍ରାନ୍ତ ହୋଇଥାଏ ଏହି ଭୂତାଣୁ ବହୁତ ଶୀଘ୍ର ସଂକ୍ରମଣ କରେ ଏବଂ ବ୍ୟାପିଥାଏ ଏବଂ ଏହାଦ୍ବାରା ଯକୃତର କାର୍ଯ୍ୟକ୍ଷମତା କମ ହୋଇଥାଏ
ହେପାଟାଇଟିସ୍ ଏ କଣ ?
ଏହା ଏକ ପ୍ରକାରର ଭୂତାଣୁ ଜନିତ ରୋଗ ଏହି ଭୂତାଣୁ ସଂକ୍ରମିତ ପାଣି ଓ ଖାଦ୍ୟ ଦ୍ବାରା ବ୍ୟାପିଥାଏ ନିର୍ମଳ ଜଳ ଓ ଅପରିଷ୍କାର ପରିବେଶରେ ଏହି ରୋଗ ବ୍ୟାପିଥାଏ ବେଳେ ବେଳେ ଏହା ମହାମାରୀର ରୂପ ନେଇଥାଏ ଏବଂ ଏହାକୁ ସହଜରେ ଦୂର କରି ହୁଏନି
ଦୁଷିତ ଜଳ ଏବଂ ସଂକ୍ରମିତ ଜଳରେ ଏହି ରୋଗ ବ୍ୟାପିଥାଏ, ତେଣୁ ସାଧାରଣତଃ ମ୍ୟୁନିସିପାଲଟି କିମ୍ବା ବଡ଼ ସହର ମାନଙ୍କରେ ହେଉଥିବା ଜଳଯୋଗାଣ ସ୍ଥାନରେ ଯଦି ଏହି ଭୂତାଣୁ ମିଳେ ତାହେଲେ ଅନେକ ଲୋକ ସେ ଜଳ ବ୍ୟବହାର କରି ରୋଗାକ୍ରାନ୍ତ ହୋଇପାରନ୍ତି
ହେପାଟାଇଟିସ୍ ଏ ହେଲେ କଣ ଲକ୍ଷଣ ଦେଖାଯାଏ?
ଏହି ରୋଗରେ ବେଳେ ବେଳେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ଆଉ ବେଳେ ବେଳେ ଅତ୍ୟାଧିକ ଲକ୍ଷଣ ଦେଖାଯାଏ ସାଧାରଣତଃ ଜ୍ବର, ଦୁର୍ବଳତା, କ୍ଷୁଧାହୀନତା, ତରଳଝାଡ଼ା, ବାନ୍ତି, ପେଟ ବ୍ୟଥା, ହଳଦିଆ / ଗାଢ଼ ରଙ୍ଗର ପରିଶ୍ରା, ଏବଂ ଜଣ୍ଡିସ
ଅଳ୍ପବୟସ୍କ ଶିଶୁମାନଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ବହୁତ କମ ଦେଖାଯାଏ ବୟସ ବଢ଼ିବା ସହିତ ରୋଗର ଲକ୍ଷଣ ଅଧିକରୁ ଅଧିକ ଦେଖାଯାଏ ଶିଶୁମାନଙ୍କରେ ମାତ୍ର ଦଶ ପ୍ରତିଶତ ଶିଶୁ ଜଣ୍ଡିସ ଆକ୍ରାନ୍ତ ହୁଅନ୍ତି, କିନ୍ତୁ ବୟସ୍କ ଏବଂ ବୃଦ୍ଧବୃଦ୍ଧାଙ୍କ କ୍ଷେତ୍ରରେ ଏହା ୭୦-୮୦ ପ୍ରତିଶତ ହୋଇପାରେ
ହେପାଟାଇଟିସ୍ କାହାକୁ ହୋଇପାରେ ?
ଏହି ରୋଗ ସମସ୍ତଙ୍କୁ ହୋଇପାରେ ଯେଉଁମାନେ ଅତୀତରେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ପୁଣିଥରେ ଏହି ରୋଗ ନ ହୋଇପାରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ, ନିର୍ମଳ ଜଳର ଅଭାବ ଏହି ରୋଗର ମୁଖ୍ୟ କାରଣ ହେପାଟାଇଟିସ୍ ଏ ହେଉଥିବା ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇପାରନ୍ତି
ହେପାଟାଇଟିସ୍ ଏ ହୋଇଛି ବୋଲି କେମିତି ଜଣାପଡ଼େ?
ହେପାଟାଇଟିସ୍ ହୋଇଥିବା ବ୍ୟକ୍ତିର ରକ୍ତର ନମୂନାକୁ ପରୀକ୍ଷା କରି ଏହାର କାରଣ ଜଣାପଡ଼ିପାରେ ଏହି ପରୀକ୍ଷା ରାଜ୍ୟର ସମସ୍ତ ମେଡ଼ିକାଲ୍ କଲେଜ ଏବଂ ହସପିଟାଲରେ ଉପଲବ୍ଧ ରହିଛି
ହେପାଟାଇଟିସ୍ ଏ ରୋଗୀପାଇଁ କେଉଁ ଚିକିତ୍ସା ଉପଲବ୍ଧ ?
ହେପାଟାଇଟିସ୍ ଏ ପାଇଁ କୌଣସି ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନାହିଁ ଯଦିଓ ଏହି ରୋଗାକ୍ରାନ୍ତ ବ୍ୟକ୍ତିକୁ ଅନେକ ଔଷଧ ଦିଆଯାଏ, ସେ ସବୁ କିନ୍ତୁ ରୋଗୀକୁ ସ୍ବାସ୍ଥ୍ୟବାନ ରଖିବା, ଶାରିରୀକ ପୁଷ୍ଟିବଜାୟ ରଖିବା ଆଦିକୁ ଧ୍ୟାନରେ ରଖି ଦିଆଯାଇଥାଏ ଚିକିତ୍ସା ସମୟରେ ଲିଭର ଟନିକ୍, ଭିଟାମିନ୍, ସୁଷମ ଖାଦ୍ୟ, ବିଶ୍ରାମ ଆଦି ବିଷୟ ପ୍ରତି ବିଶେଷ ଧ୍ୟାନ ଦିଆଯାଏ
ହେପାଟାଇଟିସ୍ ଏ ରୋଗ ନ ହେବା ପାଇଁ କଣ କରାଯାଇପାରେ ?
ଯେହେତୁ ଏହି ରୋଗ ଅପରିଷ୍କାର ପରିବେଶ, ଦୁଷିତ ଜଳ, ପ୍ରଦୁଷିତ ଖାଦ୍ୟ ଯୋଗୁଁ ହୁଏ, ତେଣୁ ଏ ସବୁଠାରୁ ଦୂରରେ ରହିବା ନିତାନ୍ତ ଜରୂରୀ
ଉପରୋକ୍ତ ସମସ୍ତ ସତର୍କତା ଅବଲମ୍ବନ କଲେ ଆପଣ ହେପାଟାଇଟିସ୍ ଏ ଦ୍ବାରା ହେଉଥିବା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ
- ଘରର ପରିବେଶ ସଫା ରଖିବେ
- ଖାଦ୍ୟପଦାର୍ଥକୁ ସଫାରେ ପ୍ରସ୍ତୁତ କରିବେ ଏବଂ ସଂକ୍ରମିତ ହେବାଠାରୁ ଦୂରରେ ରଖିବେ
- ହେପାଟାଇଟିସ୍ ଏ ଟୀକାକରଣ କାର୍ଯ୍ୟକ୍ରମର ସୁଯୋଗ ନେବେ
- ସଫା ଓ ବିଶୋଧିତ ଜଳ ସେବନ କରିବେ
- ଖାଇବା ପୂର୍ବରୁ ଏବଂ ଶୌଚ ହେବାପରେ ବାରମ୍ବାର ହାତକୁ ସାବୁନରେ ଧୋଇବେ
ଆସ ଖେଳିବା ସୁରକ୍ଷିତ ହୋଲି
ଏଠାରେ ପଢ଼ନ୍ତୁ !ଆତଙ୍କର ଅନ୍ୟନାମ ସ୍ବାଇନ୍ ଫ୍ଲୁ!!!
ଏଠାରେ ପଢ଼ନ୍ତୁ !