ବିଗତ ଦିନରେ ଭାରତର ରାଜଧାନୀ ନୁଆ ଦିଲ୍ଲୀଠାରେ ଏକ ଚଳନ୍ତା ବସ ମଧ୍ୟରେ ଛଅଜଣ ଅପରାଧୀ ଜଣେ ନିରୀହ ବାଳିକାକୁ ଗଣଧର୍ଷଣ କରିବାପରେ ମୃତପ୍ରାୟ ଅବସ୍ଥାରେ ବସ୍ରୁ ଠେଲି ଦେଇ ଚାଲି ଯାଇଥିଲେ, ଏବଂ ଏହାପରେ ସମ୍ପୃକ୍ତ ଛାତ୍ରୀ ଜଣକ ପ୍ରାୟ ଷୋହଳ ଦିନ ହାସପାତାଳରେ ମୃତ୍ୟସହ ସଂଗ୍ରାମ କରି ଶେଷରେ ପ୍ରାଣ ତ୍ୟାଗ କରିଥିଲେ ଏହି ଘଟଣାପରେ ସତେ ଯେମିତି ଭାରତୀୟ ଜନମାନସରେ ସୁପ୍ତଥିବା ଦେଶ ପ୍ରେମ ଜାଗ୍ରତ ହୋଇ ଉଠିଥିଲା ଏବଂ ସମସ୍ତେ ରାଜରାସ୍ତାରେ ଓହ୍ଲାଇ ସରକାରଙ୍କ ବିରୋଧରେ ଧାରଣା ଓ ପ୍ରଦର୍ଶନମାନ ଆୟୋଜନ କରିବାରେ ଲାଗିଗଲେ ଏବେ ସମ୍ପୃକ୍ତ ଘଟଣାର ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଅନେକ ମହଲରୁ ଦାବୀ ଉଠିବାରେ ଲାଗିଛି ଅବଶ୍ୟ ଏହିପରି ଘୃଣ୍ୟ କର୍ମ କରିଥିବା ଯେ କୌଣସି ବ୍ୟକ୍ତିପାଇଁ ମୃତ୍ୟୁଦଣ୍ଡ ତୁଚ୍ଛ ହୋଇପାରେ ଯେଉଁଭଳି ଅବସ୍ଥାରେ ସେମାନେ ସେହି ରାତିରେ ଧର୍ଷିତା ଛାତ୍ରୀ ସହ ଦୁର୍ବ୍ୟବହାର କରି ମରଣପ୍ରାୟ ଅବସ୍ଥାରେ ଛାଡ଼ିଦେଇ ଚାଲିଯାଇଥିଲେ, ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଲେ ବି ତାହା ଯଥେଷ୍ଟ ହୋଇନପାରେ ସେ ଯା’ହେଉ, ସେଇ ଘଟଣା ପରିପ୍ରେକ୍ଷୀରେ ସମ୍ପ୍ରତି ଅନେକ ରାଜନୈତିକ ଦଳ ସମେତ ବିଭିନ୍ନ ପ୍ରକାରର ସଂଗଠନ ତଥା ଜନତା ମଧ୍ୟ ଧର୍ଷଣପରି ଅପରାଧ ପାଇଁ ମୃତ୍ୟୁଦଣ୍ଡ ପରି କଡ଼ା ଦଣ୍ଡବିଧାନ ହେଉ ବୋଲି ମତବ୍ୟକ୍ତ କରୁଛନ୍ତି
ଦିଲ୍ଲୀ ଘଟଣାରେ ଅଭିଯୁକ୍ତ ସମସ୍ତ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ସପକ୍ଷରେ ମୁଁ ରହିଛି, ହେଲେ ସର୍ବୋପରି ଧର୍ଷଣପରି ଏକ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦେବା ଉଚିତ ନୁହେଁ ବୋଲି ମୁଁ ଭାବୁଛି ଏହାର ଅନେକ କାରଣ ରହିଛି ଆସନ୍ତୁ ଦେଖିବା ଭାରତୀୟ ଦଣ୍ଡ ସଂହିତାର କିଛି ତ୍ରୁଟି ଯେଉଁଥିପାଇଁ ବର୍ତ୍ତମାନ ଅନେକ ନିରୀହ ଲୋକ / ପରିବାର ହନ୍ତସନ୍ତ ହେଉଛନ୍ତି
ମୋ ଆଖି ଆଗରେ ଅନେକ ପରିବାର ଭାରତୀୟ ଦଣ୍ଡବିଧି ସଂହିତାରେ ଥିବା କିଛି ବିଷୟ ଯୋଗୁଁ ଅନେକ ହଇରାଣ ହେଉଥିବା ମୁଁ ଦେଖିଛି ଯେମିତି ଯୌତୁକ ବିରୋଧୀ ଆଇନ୍ ଯେତେବେଳେ ଏଇ ଆଇନ୍ ଲାଗୁ କରାଯାଇଥିଲା, ସେତେବେଳେ ଅନେକ ମତ ଦେଇଥିଲେ ଯେ ଏହା ଦ୍ବାରା ଯୌତୁକ ପ୍ରଥା ଅନେକ କମ ହେବ, ହେଲେ ତାହା କେତେଦୂର ହେଲା ତାହା ଗବେଷଣା ସାପେକ୍ଷ କିନ୍ତୁ ଏହି ଆଇନ୍ ଫଳରେ ଅନେକ ସ୍ତ୍ରୀ ନିଜ ସ୍ବାମୀ ଘରର ଲୋକମାନଙ୍କୁ ଅଯଥାରେ ହଇରାଣ କରୁଛନ୍ତି, ଏଥିରେ ଦ୍ବିମତ ନାହିଁ ଏଇ ଆଇନରେ ଉଲ୍ଲେଖ ଥିବା ନିୟମ ଫଳରେ ଯଦି କୌଣସି ସ୍ତ୍ରୀ ନିଜ ସ୍ବାମୀ ବା ପରିବାରବର୍ଗଙ୍କ ବିରୋଧରେ ଯୌତୁକଦାବୀ କରୁଥିବା କିମ୍ବା ଶାରିରୀକ କିମ୍ବା ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣନ୍ତି, ତେବେ ସେମାନଙ୍କୁ ଜାମିନବିହୀନ ପରୱାନା ଜାରି କରି ହାଜତକୁ ନିଆଯାଇ ପାରିବ, କିମ୍ବା ଅନ୍ତତଃ ସେମାନଙ୍କୁ ଗିରଫ କରାଯାଇପାରିବ ପରେ ମାମଲାର ତଦନ୍ତ ଓ ଫଇସଲା ହେବାପରେ ହିଁ ଯାଇ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ଅର୍ଥାତ୍ ଯେତେଦିନ ଏଇ ମାମଲାର ଫଇସଲା ହୋଇନାହିଁ, ସେଇ ପରିବାର ଶାନ୍ତିରେ ରହିବେ ନାହିଁ ସେହିପରି ବିଗତ କେଇ ବର୍ଷତଳେ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ବିରୋଧରେ ଜନୈକା ମହିଳା ପୋଲିସ କର୍ମଚାରୀ ଅଭିଯୋଗ ଆଣିଥିଲେ ଯେ ସେ ତା’ଙ୍କୁ କାଳେ ଏକାନ୍ତରେ ଦେଖା କର ବୋଲି କହୁଛନ୍ତି, ଏହାପରେ ବାଚସ୍ପତିଙ୍କ ପଦବୀ ତାଙ୍କଠାରୁ ହଟାଇ ନିଆଗଲା ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜନୈକ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ ଜଣେ ଛାତ୍ରୀ ସେଇ ଏକା ରକମର ଗୁରୁତର ଅଭିଯୋଗ ଆଣିଥିଲେ, ଏବଂ ତାଙ୍କୁ ଗିରଫ କରାଯାଇଥିଲା ତାଙ୍କର ପଦବୀରୁ ବିତାଡ଼ିତ କରାଯାଇଥିଲା ସେ ତଥା ତାଙ୍କ ପରିବାରକୁ ଅନେକ ନିନ୍ଦାର ଶରବ୍ୟ ହେବାକୁ ପଡ଼ିଥିଲା ଅବଶ୍ୟ ଦେଢ଼ବର୍ଷପରେ ମାନ୍ୟବର କୋର୍ଟ ତାଙ୍କ ରାୟରେ ସମସ୍ତ ଅଭିଯୋଗ ମିଥ୍ୟାବୋଲି କହି ତାଙ୍କୁ ଦୋଷମୁକ୍ତ କରିଥିଲେ, ହେଲେ ସେତେବେଳକୁ ତାଙ୍କର ସାମାଜିକ ପ୍ରତିଷ୍ଠା ଓ ସମ୍ମାନ କ୍ଷୁର୍ଣ୍ଣ ହୋଇ ସାରିଥିଲା ଚାକିରୀ କ୍ଷେତ୍ରରେ ବି ସେ ପୂର୍ବଭଳି ସମ୍ମାନ ଆଉ ପାଇପାରିଲେ ନାହିଁ ସେହିପରି ଜଣେ ଅଧ୍ୟାପକ ବିବାହର ତିନିବର୍ଷପରେ ନିଜ ପତ୍ନୀଙ୍କ ଦ୍ବାରା ଅସମ୍ମାନିତ ହେଲେ ଏବଂ ବିବାହର ଦଶରୁ ଅଧିକ ବର୍ଷ ବିତିଗଲାଣି, ହେଲେ ସେ ନିଜ ସ୍ତ୍ରୀ ତଥା ଜନ୍ମିତ କନ୍ୟାକୁ ଦେଖିବାର ସୌଭାଗ୍ୟ ପାଇ ପାରିଲେ ନାହିଁ
ଉପରୋକ୍ତ ସମସ୍ତ ଘଟଣାବଳୀ ସତ୍ୟ ବର୍ତ୍ତମାନ ଦେଖିବା ଧର୍ଷଣ ବିଷୟରେ ଦଣ୍ଡସଂହିତା କଣ କହେ ଅନେକ ଆଇନଜ୍ଞ ମତ ଦିଅନ୍ତି ଯେ ଧର୍ଷଣ ପରି ଅଭିଯୋଗ ଆଣିବା ଯେତେ ସହଜ ତା’କୁ ମିଥ୍ୟା ପ୍ରମାଣିତ କରିବା ସେତିକି କଷ୍ଟକର ବ୍ୟାପାର ତେଣୁ ଯଦି କୌଣସି ବ୍ୟକ୍ତି ବିରୋଧରେ ଧର୍ଷଣ ଅଭିଯୋଗ ଆସେ ତେବେ ତାହାର ବିପକ୍ଷରେ ଲଢ଼େଇ କରିବାପାଇଁ ଓକିଲ ମିଳିବା କଷ୍ଟକର ହେଉଥିବା ସମୟରେ ମାମଲାର ଫଇସଲାରେ ଅନେକ ବର୍ଷ ବିତିଯିବ, ସେହି ସମୟରେ ଅଭିଯୁକ୍ତ ନିର୍ଦ୍ଦୋଷ ଥିଲେ ସୁଦ୍ଧା ସେ ମାନସିକ କଷ୍ଟ ଭୋଗିବେ ନିଶ୍ଚୟ ଏବଂ ଏହି ଆଇନର ଦୁରୁପଯୋଗ ହେବ ନାହିଁ ବୋଲି କେହି କହିପାରିବେ ନାହିଁ
ଭାରତୀୟ ଦଣ୍ଡସହିଂତା ଅନୁଯାୟୀ ଦଣ୍ଡ ବିଧାନ କରିବାପୂର୍ବରୁ ସମୟ ଅପଚୟ ହେବା କିଛି ଅସମ୍ଭବ କଥାନୁହେଁ ତେଣୁ ମୋ ମତରେ ଧର୍ଷଣ ପରି ମାମଲାରେ ସାଧାରଣତଃ ଅଦାଲତର ନ୍ୟାୟ ନ ନେଇ ବରଂ ଶୀଘ୍ର ଫଇସଲା (ଫାଷ୍ଟ୍ ଟ୍ରାକ୍ କୋର୍ଟ୍) ଅଦାଲତ ମାନ ଗଠନ କରାଯିବା ଉଚିତ ଯଦି ଧର୍ଷଣ ହୋଇଥିବାର ପ୍ରମାଣ ମିଳେ, ତେବେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ କିନ୍ତୁ ଯଦି ତାହା ମିଥ୍ୟାବୋଲି ପ୍ରମାଣିତ ହୁଏ ତେବେ ଏହି ପ୍ରକାରର ଅଭିଯୋଗ ଆଣୁଥିବା ବ୍ୟକ୍ତି ବା ମହିଳାଙ୍କୁ ମଧ୍ୟ ଉଚିତ ଶାସ୍ତି ମିଳୁ
ଧର୍ଷଣ ପୀଡ଼ିତାଙ୍କ ନାମରେ ଆଇନ କରିବା ଅନୁଚିତ
ଏଠାରେ ପଢ଼ନ୍ତୁ !