ଆପଣ କେବେ ମନଖୋଲି ଖୁବ୍ ଜୋରରେ ହସିଛନ୍ତି କି ? ଯେଉଁ ସମୟରେ ଆପଣ ନିଜ ଶରୀରର ଉଭୟ ପାର୍ଶ୍ବରେ କଷ୍ଟ ଅନୁଭବ କରିଥିବେ, ଅଣନିଃଶ୍ବାସ ହୋଇ ପଡ଼ୁଥିବେ, ସମ୍ପୂର୍ଣ୍ଣ ଶରୀର ଅବଶ ଅନୁଭବ ହେଉଥିବ ଏମିତି ଅନୁଭବ ହେବ ସତେ ଯେମିତି ଆପଣ ଏଇ କ୍ଷଣ ଅନ୍ୟୁନ କେଇ କିଲୋମିଟର ଦଉଡ଼ି ଦଉଡ଼ି ଆସିଛନ୍ତି
ହସ ଓ ବ୍ୟାୟାମ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ଏବଂ ନିଶ୍ଚୟ ଭାବରେ ଉଭୟ ହିଁ ଆପଣଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସଫଳ ଉପାୟ ଆପଣ ସ୍ବାସ୍ଥ୍ୟ ପାଇଁ ଚିନ୍ତା କରନ୍ତି କିନ୍ତୁ ଜାଣନ୍ତି କି, ହସ ଦ୍ବାରା ଆପଣଙ୍କ ଶରୀର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ, ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ଶରୀର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସଜାଗ ହୋଇପଡ଼ନ୍ତି
ହସର ସୁଗୁଣ ବିଷୟରେ ବିଷଦ ବ୍ୟାଖ୍ୟା କରିବା ସମ୍ଭବ ନ ହୋଇପାରେ, କାରଣ ସ୍ବାସ୍ଥ୍ୟର ସଂଜ୍ଞା ବିଭିନ୍ନ ଲୋକପାଇଁ ଭିନ୍ନ ଭିନ୍ନ ଏବଂ ହାସ୍ୟକାରକ କଥା କିମ୍ବା ଛବି ଦେଖିଲେ ବିଭିନ୍ନ ଲୋକ ଭିନ୍ନ ଭାବରେ ପ୍ରତିକ୍ରିୟା କରିଥାନ୍ତି କେହି କେହି ସାମାନ୍ୟ ଭାବରେ ହସି ଚୁପ୍ ହୋଇଯାଆନ୍ତି, ଏବଂ କେହି କେହି ବଡ଼ ଉଚ୍ଚ ସ୍ବରରେ ହସିଥାନ୍ତି ସେଇଥି ପାଇଁ ଏକ ହାସ୍ୟ ବସ୍ତୁ ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ପ୍ରକାର ପ୍ରଭାବ କରିଥାଏ
ବ୍ୟଙ୍ଗ କଥା କବିତା ଆଦି ଶୁଣିଲେ ନିଶ୍ଚୟ ଭାବରେ ଲୋକମାନେ ଭଲ ଅନୁଭବ କରିଥାନ୍ତି ଏବଂ ସେଇଥିପାଇଁ କୁହାଯାଇଛି, Laughter is the best medicine. ତଥାପି ଆସନ୍ତୁ ଦେଖିବା ହସ ଆମ ଜୀବନରେ କେଉଁ ପ୍ରକାରର ପ୍ରଭାବ ପକାଇଥାଏ
୧. ଏହା ଆମକୁ ଚିନ୍ତାମୁକ୍ତ କରିଥାଏ
ଚିନ୍ତା ବା ଷ୍ଟ୍ରେସ୍ (Stress) ଚଳିତ ଶତାବ୍ଦୀର ସବୁଠାରୁ ଭୟଙ୍କର ଶବ୍ଦ କହିଲେ ଅତ୍ୟୁକ୍ତି ହେବନି ଆମେ ସମସ୍ତେ ଉଣା ଅଧିକ ଷ୍ଟ୍ରେସ୍ର ଶୀକାର କର୍ଟିସଲ୍ ଓ ଏପିନେଫ୍ରିନ୍ ଆଦି ହର୍ମୋନ ଆମକୁ ଷ୍ଟ୍ରେସ୍ କରାଇଥାନ୍ତି କିନ୍ତୁ ମନଖୋଲି ହସୁଥିବା ସମୟରେ ଏହି ସବୁ ହର୍ମୋନର କ୍ଷରଣ କମ ହୋଇଥାଏ
ଏହି ସବୁ ହର୍ମୋନର ପ୍ରଭାବରେ ଆମ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ କମ ହୋଇଥାଏ ଏବଂ ସବୁବେଳେ ଏହି ସବୁ ହର୍ମୋନ୍ କ୍ଷରଣ ହେଲେ ଶରୀର ଅସୁସ୍ଥ ହୋଇଥାଏ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି କ୍ୟାନସର୍ ଓ ଏଡ଼ସ୍ ଆଦି ରୋଗର ରୋଗୀମାନଙ୍କ କ୍ଷେତ୍ରରେ ହାସ୍ୟ ଚିକିତ୍ସା ବହୁତ ଉପାଦେୟ
ତେଣୁ ଯଦି ମନକୁ ଦୁଶ୍ଚିନ୍ତା ଆସୁଛି ଏବଂ ଅସ୍ଥିର ଲାଗୁଛି, ଟିଭିରେ ବସି ହାସ୍ୟରସାତ୍ମକ କାର୍ଯ୍ୟକ୍ତମ ଦେଖନ୍ତୁ କିମ୍ବା ବ୍ୟଙ୍ଗ ପୁସ୍ତକ କିଛି ଆଣି ପଢ଼ନ୍ତୁ
୨. ଦୁଃଖଦ ପରିସ୍ଥିତିକୁ ସମ୍ମୁଖୀନ ହେବାର ଶକ୍ତି ମିଳେ
ଅଧୁନା ସମୟରେ ଆମେ ଅନେକ ସମୟର୍ ଏମିତି ପରିସ୍ଥିତିରେ ପଡ଼ିଯାଉ ଯେ ଆମକୁ ଅସହାୟ ଅନୁଭବ ହୁଏ ଚାକିରୀ ଚାଲିଯିବା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା, ବନ୍ଧୁ କିମ୍ବା ବାନ୍ଧବୀ ଦୁରେଇ ଯିବା, ଆପଣାର କେହି ଜଣେ ମୃତ୍ୟୁବରଣ କରିବା ଇତ୍ୟାଦି ପରିସ୍ଥିତିରେ ଆମେ ଭାଙ୍ଗିପଡ଼ୁ
ଯଦିଓ ଆମେ ଏ ସବୁ କୌଣସି ଘଟଣାକୁ ଆଡ଼େଇ ଦେଇ ପାରିବାନାହିଁ, କିନ୍ତୁ ଆମେ ସେ ସବୁକୁ କେମିତି ସହଜରେ ସମ୍ମୁଖୀନ ହେବା ତାହା ଆମେ ହସରୁ ଶିଖିପାରିବା ହସିବା ଦ୍ବାରା ଶରୀର, ମନ ଓ ଆତ୍ମମନୋବଳ ବୃଦ୍ଧିପାଇ ଥାଏ ଜୀବନରେ ହସକୁ ଆମେ ଏକ ଅଙ୍ଗଭାବରେ ଧରିନେଲେ ଆମକୁ କୌଣସି ପରିସ୍ଥିତି ଦୁର୍ବଳ କରିପାରିବ ନାହିଁ
୩. ଏହା ରକ୍ତଚାପ ଏବଂ ରକ୍ତ ସଂଚାଳନରେ ଉନ୍ନତି କରାଇଥାଏ
ଆମ ଶରୀରର ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଅଙ୍ଗ ହେଉଛି ହୃତପିଣ୍ଡ, ଏବଂ ଏହାର ସକ୍ରିୟତା ପାଇଁ ହସର ବହୁତ ଆବଶ୍ୟକତା ରହିଛି ବୈଜ୍ଞାନିକ ଗବେଷଣାରେ ଦେଖାଯାଇଛି ଯେ ହସିବା ଦ୍ବାରା ଉଚ୍ଚରକ୍ତଚାପରୁ ମୁକ୍ତି ମିଳିଥାଏ ଏବଂ ଆମ ଶୀରାପ୍ରଶିରାରେ ରକ୍ତ ସଂଚାଳନ ଭଲରେ ହୋଇଥାଏ
ମ୍ୟାରିଲାଣ୍ଡ୍ ବିଶ୍ବବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରେ ଜଣାପଡିଛି ଯେ ଗମ୍ଭୀର ରହୁଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ହୃଦ୍ଘାତର ଆଶଂକା ଅଧିକ ରହିଛି ଏବଂ ସବୁବେଳେ ହସୁଥିବା ଲୋକମାନେ ବହୁତ କମ ମାତ୍ରାରେ ହୃଦଘାତର ଶୀକାର ହୋଇଥାନ୍ତି
୪. ଏହା ଏକ ପରିଶ୍ରମହୀନ ବ୍ୟାୟାମ
ହସିବା ଏକ ପ୍ରକାରର ଶାରୀରିକ ବ୍ୟାୟାମ ଏହା ବହୁତ ଆଗରୁ ପ୍ରମାଣିତ ହୋଇସାରିଛି ବୈଜ୍ଞାନିକ ଗବେଷଣାରେ କୁହାଯାଇଛି ଯେ ଅନ୍ୟୁନ ଶହେ ଥର ହସିବା ଦ୍ବାରା ସେତିକି ପରିମାଣର ବ୍ୟାୟାମ ହୋଇଥାଏ, ଯାହା ପନ୍ଦର ମିନିଟର ସାଇକେଲ୍ ଚାଳନା ଅବା ଦଶମିନିଟ୍ ଚାଲି ସହିତ ସମାନ ସବୁଠାରୁ ଭଲକଥା ହେଉଛି ଏଥିରେ ଝାଳ ବୁହାଇବାକୁ ପଡ଼ିବ ନାହିଁ
ହସିବା ଦ୍ବାରା କିଛି ସମୟ ମଧ୍ୟରେ ଆମର ଶ୍ବାସନଳୀ ବି ସଫା ହୋଇପାରେ ହସୁଥିବା ସମୟରେ ଲୋକମାନେ ଦୀର୍ଘଶ୍ବାସ ନିଅନ୍ତି, ଯାହା ବ୍ୟାୟାମ କରୁଥିବା ସମୟରେ ଲୋକମାନେ କରନ୍ତି ତେଣୁ ଏହା ଶ୍ବାସନଳୀ ପାଇଁ ହିତକର
୫. ହସ ରକ୍ତଶର୍କରା ସଂଚାଳନ କରେ
ନିକଟ ଅତୀତରେ କରାଯାଇଥିବା ଗବେଷଣାରେ ଜଣାଯାଇଛି ଯେ ହସିବା ଦ୍ବାରା ଶରୀରର ରକ୍ତ ଶର୍କରା ମାତ୍ରା ନିୟନ୍ତ୍ରଣରେ ରହିଥାଏ ଏଥି ପାଇଁ ହୋଇଥିବା ଗବେଷଣାରେ ଟାଇପ୍-୨ ଡାଇବେଟିସ୍ ଥିବା କିଛି ଲୋକ ଏବଂ ସାମାନ୍ୟ ସ୍ବାସ୍ଥ୍ୟ ଥିବା କିଛି ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା ପ୍ରଥମ ଦିନ ଉଭୟ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଏକା ପ୍ରକାର ଖାଦ୍ୟ ଦିଆଯାଇ ସେମାନଙ୍କ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ ଏକ ବିରକ୍ତିକର କାର୍ଯ୍ୟକ୍ରମ ଦେଖିବାପାଇଁ ଧାର୍ଯ୍ୟ କରାଯାଇଥିଲା ପରଦିନ ସେମାନଙ୍କୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ଯୋଜନା କରାଯାଇଥିଲା ଦ୍ବିତୀୟ ଦିନର କାର୍ଯ୍ୟକ୍ରମପରେ ଡାଇବେଟିସ୍ ଥିବା ବ୍ୟକ୍ତିମାନଙ୍କ ରକ୍ତଶର୍କରା ବୃଦ୍ଧିପାଇନଥିଲା
ଅନ୍ୟ ଏକ ଗବେଷଣାରେ ମଧ୍ୟ ଅନୁରୂପ ଫଳ ମିଳିଥିଲା ଯେଉଁଥିରେ ଥିବା ବ୍ୟକ୍ତି ମାନଙ୍କୁ ଅନେକ ଦିନଧରି ପ୍ରତିଦିନ କିଛି କିଛି ସମୟ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ବ୍ୟବସ୍ଥା କରାଯାଇଥିଲା
୬. ଏହା କଷ୍ଟ ନିବାରଣ କରେ
ହସ ହେଉଛି ଏକ ପ୍ରକାରର ପ୍ରାକୃତିକ କଷ୍ଟନିବାରକ ଏହା ସମ୍ପୂର୍ଣ୍ଣତଃ ମାଗଣା ଏବଂ ଆଶ୍ଚର୍ଯ୍ୟଜନକ ଭାବେ ସୁଫଳଦାୟୀ
ବେଳେ ବେଳେ ଦୁର୍ଘଟଣାରେ ପଡ଼ିବାପରେ ଆମେ ଆପେ ଆପେ ହସିଦେଇଥାଉ, ଯାହାଫଳରେ ଯଦିଓ ଆମକୁ ଆଘାତ ଲାଗିଥାଏ କିନ୍ତୁ ଏହାର ପୀଡ଼ା ଆମକୁ ଜଣାପଡ଼େନି ଯେମିତି ଜଣେ ଶିଶୁ ଚାଲୁ ଚାଲୁ ପଡ଼ିଗଲେ, ସମସ୍ତେ ହସି ଦିଅନ୍ତି ଏବଂ ଶିଶୁଟି ବି ହସିଦିଏ, ଏବଂ ନିଜ ପୀଡ଼ା ଭୁଲିଯାଏ
ହସିବା ଦ୍ବାରା ଶରୀରରୁ ଏଣ୍ଡୋର୍ଫିନ୍ ନାମକ ରସାୟନ କ୍ଷରଣ ହୁଏ ଯାହା ଆମର ଶାରୀରିକ ପୀଡ଼ାକୁ କମ କରିଦେଇଥାଏ ତା ହେଲେ ଆଗାମୀଥର ଆପଣ କୌଣସି ପ୍ରକାର ଆଘାତ ପାଇଲେ ନିଜ ଉପରେ ହସି ଦିଅନ୍ତୁ, ଦେଖିବେ କଷ୍ଟ କମ ହେବ
୭. ଏହା ଆମକୁ ସାମାଜିକ ହେବାକୁ ସକ୍ଷମ କରାଏ
କଥାରେ ଅଛି, ତୁମେ ହସ, ତୁମ ସହ ଦୁନିଆ ହସିବ, ତୁମେ କାନ୍ଦ, ତୁମେ କେବଳ ଏକା ହିଁ କାନ୍ଦିବ (Laugh and the world laughs with you, weep and you weep all by yourself.) କୌଣସି ବ୍ୟକ୍ତି ଜଣେ ଗମ୍ଭୀର ବ୍ୟକ୍ତି ସହିତ ସମୟ ଅତିବାହିତ କରିବାକୁ ଚାହିଁବ ନାହିଁ ଯେଉଁ ବ୍ୟକ୍ତିମାନେ ସବୁବେଳେ ପ୍ରଫୁଲ୍ଲ ରହନ୍ତି ଏବଂ ହାସ୍ୟରୋଳ ସୃଷ୍ଟି କରିବାରେ ସକ୍ଷମ ରହନ୍ତି, ଲୋକମାନେ ସେହିଭଳି ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି
ବୈଜ୍ଞାନିକ ମାନେ କହନ୍ତି ହସ ଅପରିଚିତଙ୍କୁ ଆପଣାର କରିବାରେ ସହାୟକ ହୋଇଥାଏ ଆପଣ ଯାହା ସହ ଯେତେ ଆପଣାର ହୋଇପାରିବେ ସେତେ ସହଜରେ ଆପଣ ମନଖୋଲି ସେମାନଙ୍କ ସହ ହସିପାରିବେ ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ କହୁଛି, ମୋତେ ସେହି ଲୋକମାନେ ଭଲ ଳାଗନ୍ତି ଯେଉଁମାନେ ସବୁବେଳେ ହସନ୍ତି
ବେଳେ ବେଳେ ଭାଷାର ଅଭାବ ହସ ଦ୍ବାରା ପୂରଣ ହୋଇପାରେ ଯେମିତି ଆପଣ ଅନ୍ୟ ରାଜ୍ୟ କିମ୍ବା ଦେଶକୁ ଯାଇଛନ୍ତି ଅଥଚ ସେଠାକାର ଭାଷା ଜାଣିନାହାନ୍ତି ସେହିପରି କ୍ଷେତ୍ରରେ ସାମାନ୍ୟ ହସ ଦ୍ବାରା ଆପଣ ଅନ୍ୟମାନଙ୍କ ନିକଟତର ହୋଇପାରିବେ
୮. ଏହା ଉତ୍କ୍ଷିପ୍ତ ହେଉଥିବା ଲୋକଙ୍କୁ ଶାନ୍ତ କରାଏ
ମନେ କରନ୍ତୁ କିଛି ବନ୍ଧୁ କୌଣସି କାରଣରୁ ପରସ୍ପରଠାରୁ ଦୁରେଇ ଯାଇଛନ୍ତି, ଅଥଚ ସେମାନେ ଏକାଠି ରହିବାକୁ ବାଧ୍ୟ ଯେମିତି କୌଣସି କଲେଜର ହଷ୍ଟେଲ୍ ସମସ୍ତେ ଏକାଠି ରହିବେ ଅଥଚ କଥା ହେବେ ନାହିଁ, ପରସ୍ପରକୁ ଦେଖିଲେ ଉତ୍କ୍ଷିପ୍ତ ବ୍ୟବହାର କରୁଥିବେ ସେମିତି କ୍ଷେତ୍ରରେ ବ୍ୟଙ୍ଗ କଥାଟିଏ କହିଲେ ସମସ୍ତେ ଉଣା ଅଧିକେ ଥଣ୍ଡା ପଡ଼ିବେ
ମନରୁ ବିଯୁକ୍ତାତ୍ମକ ଚିନ୍ତାଧାରା ଓ କ୍ଷତିକାରକ ଧାରଣା କୁ ଦୁର କରିବା ବ୍ୟଙ୍ଗ ଓ ହାସ୍ୟ କଥାର ମୁଖ୍ୟ କାମ ହସିବା ଦ୍ବାରା ଶରୀରର ମାଂସପେଶୀ ଶିଥିଳ ହୋଇଥାଏ ରାସ୍ତାଘାଟରେ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଆପଣ ସାମାନ୍ୟ ହସିଦେଇ ମାମଲାକୁ ସେଇଠି ରଫାଦଫା କରିଦେଇପାରିବେ
୯. ଏହା ଶରୀରର ଅଙ୍ଗପ୍ରତ୍ୟଙ୍ଗରେ ଶକ୍ତି ଭରିଦିଏ
ଆଗରୁ ମୁଁ କହିଛି, ଯେ ହସିବା ଦ୍ବାରା ଶରୀରର ରକ୍ତ ସଂଚାଳନ କ୍ଷମତା ବୃଦ୍ଧିପାଏ, ଏବଂ ମାନସିକ ବିଷାଦ ସୃଷ୍ଟି କରୁଥିବା ହର୍ମୋନ ଆଦିର କ୍ଷରଣ କମ ହୁଏ ଅନ୍ୟ ଅର୍ଥରେ କହିବା ଯେ ହସ ଆମ ଶରୀରର ହୃଦଯନ୍ତ୍ର, ମସ୍ତିଷ୍କ ଓ ଫୁସଫୁସ୍ କୁ ଅଧିକ ସକ୍ରିୟ କରିଥାଏ
ଗୋଟିଏ ଉଦାହରଣ ଦେଉଛି, ଯେତେବେଳେ ଆପଣ କୌଣସି ବ୍ୟଙ୍ଗ / ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖୁଛନ୍ତି ହସିହସି ବେଦମ୍ ହୋଇଯାଉଛନ୍ତି ବେଳେ ବେଳେ ହସି ହସି ଶ୍ବାସରୁଦ୍ଧ ହୋଇ ପଡୁଛନ୍ତି, ଆଖିରୁ ଲୁହ ବାହାରି ଆସୁଛି ଏମିତି ହସୁଥିବା ବେଳେ ଶ୍ବାସନଳୀରେ ଜମା ହୋଇଥିବା ଲାଳଅଂଶ ବାହାରକୁ ବାହାରି ଆସେ ଏବଂ ଏହାଫଳରେ ଶ୍ବାସନଳୀ ସଫା ରହେ
ସମ୍ପ୍ରତ୍ତି ବିଶ୍ବର ଅନେକ ଦେଶରେ ସ୍ବାସ୍ଥ୍ୟସେବାରେ ନିୟୋଜିତ ହସପିଟାଲ୍ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ହାସ୍ୟଥେରାପୀର ଚାହିଦା ବୃଦ୍ଧିପାଇବାରେ ଲାଗିଛି
୧୦. ଶରୀରର ରୋଗପ୍ରତିଷେଧକ ଶକ୍ତି ବଢ଼ାଏ
ମୋ ମତରେ ହସିବା ପଛରେ ସବୁଠୁ ବଡ଼ କାରଣ ହେଉଛି, ଏହା ଫଳରେ ଆମର ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧିପାଏ ସେହି ଦିନ ଦୁର ନାହିଁ ଯେଉଁଦିନ ହସକୁ ଡାକ୍ତରମାନେ ରୋଗୀମାନଙ୍କୁ ପରାମର୍ଶ କରି ନେବାପାଇଁ ଉତ୍ସାହିତ କରିବେ, ଏବଂ ଭିଟାମିନ, ମିନେରାଲ୍, ହାତଧୁଆ ସାବୁନ୍, ପରି ହସ ମଧ୍ୟ ବାଧ୍ୟତାମୂଳକ ଭାବରେ ଦିଆଯିବ
ହସିବା ଦ୍ବାରା ଆମ ପାଟିରୁ ନିର୍ଗତ ହେଉଥିବା ଲାଳରେ ଗୋଟିଏ ପ୍ରକାରର ଇମ୍ୟୁନୋଗ୍ଲୋବୁଲିନ୍ ଏ ର ପରିମାଣ ବୃଦ୍ଧିପାଇଥାଏ ଯାହା ଆମକୁ ବିଭିନ୍ନ ପ୍ରକାର ଜୀବାଣୁ, ଓ ଭୁତାଣୁଠାରୁ ସୁରକ୍ଷା ପ୍ରଦାନ କରେ ଏହି ତତ୍ତ୍ବଦ୍ବାରା ମୁଖ ଗଳା ଓ ଶ୍ବାସନଳୀ ସଂକ୍ରମଣ କମ ହୋଇଥାଏ
ହସିବା ଦ୍ବାରା ଷ୍ଟ୍ରେସ୍ ହର୍ମୋନ ମାତ୍ରା ନିୟନ୍ତ୍ରଣରେ ରହେ ଏବଂ ଏହା ଫଳରେ ମଧ୍ୟ ଶାରୀରିକ ସୁସ୍ଥତା ବଜାୟ ରହେ ରକ୍ତକଣିକାମାନେ ବି ସକ୍ରିୟ ହୁଅନ୍ତି ଏବଂ ଶରୀରରେ ପ୍ରବେଶ କରୁଥିବା ରୋଗ ଜୀବାଣୁକୁ ନଷ୍ଟ କରିଦିଅନ୍ତି ଏଣୁ ହସ ଆମ ପାଇଁ ଅତ୍ୟନ୍ତ ଜରୁରୀ
ବୀମା ନଗର-୨ୟ ଗଳି, ଆମ୍ବପୁଆ
ବ୍ରହ୍ମପୁର - ୭୬୦୦୧୦, ଓଡ଼ିଶା
ଫୋନ୍ : ୯୦୪୦୯ ୮୫୪୬୩
ରଥ ଉପରେ ମହାପ୍ରଭୂଙ୍କୁ ଛୁଇଁବା ନା ନାହିଁ ?
ଏଠାରେ ପଢ଼ନ୍ତୁ !ହସ ଓ ଆମ ଜୀବନ
ଏଠାରେ ପଢ଼ନ୍ତୁ !