ଦିନଥିଲା, ବ୍ରହ୍ମପୁର ସହର ରାଜ୍ୟର ରେଶମ ସହର ଭାବରେ ଖ୍ୟାତି ପ୍ରାପ୍ତ ହୋଇଥିଲା ଏଥିପାଇଁ ସହରର ପୁରୁଣା ବ୍ରହ୍ମପୁରରେ ଅଗଣିତ ପାଟ ଓ ମଠା ବିକ୍ରୀ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଥିଲା ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏହି ପାଟ ମଠା କିଣିବା ପାଇଁ ଆସୁଥିଲେ
ବ୍ୟବସାୟକୁ ଦେଖି ଏଠାରେ ଅନେକ ପୋଷାକ ବିକ୍ରୀ କରୁଥିବା ଦୋକାନ ସବୁ ଗଢ଼ି ଉଠିଲା ଶସ୍ତା ଦରରେ ଚମକିଲା ପୋଷାକ ଦେଖି ଲୋକମାନଙ୍କ ପାଟ ମଠା ପ୍ରତି ମୋହ କମ ହେବାକୁ ଲାଗିଲା ଧିରେ ଧିରେ ସେଇ ସବୁ ପ୍ରତିଷ୍ଠାନ ବନ୍ଦ ହେବାକୁ ଲାଗିଲା ଆଊ ସହରରେ ଲୁଗା ଦୋକାନ ଧାଡ଼ିକୁ ଧାଡ଼ି ଗଢ଼ି ଉଠିଲା
ଏହାପରେ କିଛି ବ୍ୟବସାୟୀ ଦିଲ୍ଲୀ, କୋଲକାତା ଓ ମୁମ୍ବାଇ ଭଳି ସହରକୁ ଯାଇ ଶସ୍ତାରେ କପଡ଼ା କିଣି ଆଣିଲେ ଏବଂ ରାସ୍ତା କଡ଼ରେ ବସି ବିକ୍ରୀ କରିବାକୁ ଲାଗିଲେ ଯେଉଁ ଗ୍ରାହକ ମାନେ ଆର୍ଥିକ ମାନ୍ଦାବସ୍ଥାରେ ଥିଲେ ସେମାନଙ୍କୁ ଏ ସବୁ ବ୍ୟବସ୍ଥା ସୁହାଇଲା ଏମାନଙ୍କ ବ୍ୟବସାୟ ବଢ଼ିବା ବେଳକୁ ବଡ଼ ବଡ଼ କପଡ଼ା ଦୋକାନ କରିଥିବା ବ୍ୟବସାୟୀମାନଙ୍କ କ୍ଷତି ହେବାକୁ ଲାଗିଲା ସେମାନେ ମଧ୍ୟ ନିଜ ଦୋକାନର ମାଲ୍ ଲୋକଙ୍କ ଦ୍ବାରା ରାସ୍ତା କଡ଼ରେ ବସାଇ ବିକ୍ରୀ କରିଲେ ଯାହା ବି ହେଉ ବ୍ୟବସାୟ ଚାଲୁଥାଉ ନ୍ୟାୟରେ ଏହା କରାଗଲା ଦିନକୁ ଦିନ ସେମାନଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲା ସେମାନେ ଅଧିକ ଖର୍ଚ୍ଚକରି, ନୁଆ ଷ୍ଟାଇଲ୍ ଓ ଡିଜାଇନର ପୋଷାକ କିଣିବାକୁ ଇଚ୍ଛା ଦେଖାଇଲେ ନାହିଁ ସହରରେ ମଲ୍ ସଭ୍ୟତା ଜାଗ୍ରତ ହୋଇ ସାରିଥିଲା ଲୋକମାନେ ଆଉ କପଡ଼ା ଦୋକାନକୁ ଯାଇ ଗୋଟିଏ ଗୋଟିଏ କପଡ଼ା ଦେଖିବା ଅପେକ୍ଷା ମଲରେ ଝୁଲୁଥିବା ଅସଂଖ୍ୟ କପଡା ମଧ୍ୟରୁ ନିଜ ପସନ୍ଦର କପଡ଼ା କିଣିବାକୁ ଲାଗିଲେ ଏଥିରେ ଲୁଗା ଦୋକାନୀ ମାନେ ନିଜର ଆର୍ଥିବ ଅବସ୍ଥା ପାଇଁ ଅନ୍ୟକୁ ଦୋଷ ଦେବାକୁ ଲାଗିଲେ ସତ, କିନ୍ତୁ ସମୟ ସହ ବଦଳିବାକୁ ପସନ୍ଦ କରିଲେ ନାହିଁ କାଁ ଭାଁ କୋଉଠି କିଛି ନୁଆ ଷ୍ଟାଇଲ୍ ଦେଖିଲେ ତାକୁ ଆଣି ଦୋକାନରେ ଝୁଲାଇ ଗ୍ରାହକଙ୍କୁ ଲୋଭାଇବାକୁ ଚେଷ୍ଟା କରିଲେ, ହେଲେ ମଲ୍ ଯାଉଥିବା ଗ୍ରାହକ ଆଉ ଦୋକାନକୁ ଆସିଲା ନାହିଁ
ଦିନ ବଦଳିଲା, ଲୋକମାନଙ୍କ ଆର୍ଥିକ ସ୍ଥିତି ବି ବଦଳିଲା, ଯୁଗ ସହ ତାଳଦେଇ ବର୍ତ୍ତମାନ ଲୋକମାନଙ୍କ ହାତରେ ମୋବାଇଲର ଶକ୍ତି ପହଞ୍ଚିଲା ଏବେ ଲୋକମାନେ ନିଜ ପସନ୍ଦର ପୋଷାକପତ୍ର ଆଉ ଦୋକାନକୁ ନ ଯାଇ, ସିଧା ଅନଲାଇନ ଷ୍ଟୋରରେ କିଣିବାକୁ ଲାଗିଲେ ଏଥିରେ ସେମାନଙ୍କୁ ନିଜ ପସନ୍ଦର ପୋଷାକ ପତ୍ର, ଆଧୁନିକ ଷ୍ଟାଇଲ୍ ଇତ୍ୟାଦି ସବୁ ମିଳିଲା
ଏବେ ଘରେ ବସି ଅସଂଖ୍ୟ ପୋଷାକପତ୍ର ଦେଖି ହେଉଛି କିଣି ହେଉଛି ନୁଆ ନୁଆ ଷ୍ଟାଇଲ୍ ଆପଣେଇ ହେଉଛି ଦୋକାନକୁ ଗଲେ ସେଇ ମଜା ଆଉ ଆସୁନି, ତେଣୁ ଦୋକାନ ଗୁଡ଼ାକ ପ୍ରାୟ ଖାଲି ରହିଲା
ଏଇ ସବୁ ପଛରେ ମାତ୍ର ଗୋଟିଏ କାରଣ ଥିଲା, ଗ୍ରାହକଙ୍କୁ ଆକର୍ଷିତ କରିବା ଭଳି କିଛି ନୂତନତ୍ବ କୌଣସି ବ୍ୟବସାୟୀ ଆପଣେଇ ପାରିଲେ ନାହିଁ କେବଳ ସାଧୁତା ଓ ସଂପର୍କ ପାଇଁ ଗ୍ରାହକମାନେ ଦୋକାନକୁ ଆସିବେ ବୋଲି ଭାବିବା ଭୁଲ ହୋଇଗଲା ଗ୍ରାହକ୍ ସବୁବେଳେ ଚାହେଁ କିଛି ନୁଆ ତାହା ଉପସ୍ଥାପନ ନ କରିପାରିଲେ ସେ ଲୁଗାପଟା ହେଉ, ଖାଦ୍ୟ ପେୟ ହେଉ ବା ସିନେମା, ଦିନେ ନା ଦିନେ ସେ ସବୁ ନିଜର ମହତ୍ତ୍ବ ହରାଇବ ଓଡ଼ିଆ ସିନେମାର ସ୍ଥିତ ଆଜି ଠିକ୍ ଏଭଳି ହୋଇଛି
ଦିନଥିଲା ଓଡ଼ିଆ ସିନେମା, କାହାଣୀ, ଚିତ୍ରପଟ, ସଂଗୀତ ସବୁ କିଛି ଉଚ୍ଚକୋଟୀର ଥିଲା କିନ୍ତୁ ଅଧିକ ଅଧିକ ସିନେମା କରିବା ମୋହରେ ଏଇ ସବୁ ଜିନିଷକୁ ଅଗ୍ରାହ୍ୟ କରି ଦିଆଗଲା ଯାହା ବାହାରେ ଚାଲୁଛି ଆମେ ସେଇୟା କରିବା କହି, ଆମର ମୌଳିକ ସିନେମାର ଗୁରୁତ୍ବକୁ ନଗଣ୍ୟ କରିଦିଆଗଲା ସିନେମାରେ ଲାଭ ହେଉଛି କହି ଅନେକ ବ୍ୟକ୍ତି ସିନେମା ନିର୍ମାଣ କରିବାକୁ ଆଗେଇ ଆସିଲେ ସିନା ସେମାନେ ଅଧିକ ଖର୍ଚ୍ଚ କରି ଭଲ ସିନେମା କରିବା ପାଇଁ ଆଗ୍ରହ ଦେଖାଇଲେ ନାହିଁ ଏଇ ସମୟରେ କିନ୍ତୁ ବଲିଉଡ୍, ଟଲିଉଡ୍ ଆଦି ସିନେମା ଇଣ୍ଡଷ୍ଟ୍ରିରେ ବୈପ୍ଲବିକ ପରିବର୍ତ୍ତନର ସୁଅ ଛୁଟିଥିଲା ସେଠି ଅଧିକ ଅର୍ଥ ବ୍ୟୟ କରାଯାଇ ଦାମୀ ସିନେମା ନିର୍ମାଣ ହେଲା ଅଉ ତାହା ଦର୍ଶକ ମାନଙ୍କୁ ବାନ୍ଧି ରଖିବାକୁ ସକ୍ଷମ ମଧ୍ୟ ହେଲା ସେଇ ସିନେମା ଗୁଡ଼ିକୁ ଅବିକଳ ଓଡ଼ିଆ ଭାଷାରେ ଅନୁବାଦ କରିବା ଭଳି ସିନେମା ସବୁ ନିର୍ମାଣ କରାଗଲା, କିନ୍ତୁ ଜଗତିକରଣ ଏବଂ ସୂଚନା ପ୍ରଦ୍ୟୋଗୀକିର ବ୍ୟାପ୍ତି ହେଉଥିବା ସମୟରେ ଦର୍ଶକମାନେ ବର୍ତ୍ତମାନ ଅଧିକରୁ ଅଧିକ ଅନ୍ୟ ଭାଷାଭାସୀ ସିନେମା ଦେଖିଲେଣି ଏବଂ ସେମାନେ ଜାଣି ପାରୁଛନ୍ତି ଯେ ନିର୍ମାଣ ହୋଇଥିବା ସିନେମା ଗୋଟିଏ ନକଲ ବୋଲି, ତେଣୁ ସିନେମା ହଲକୁ ଆସିବା ପାଇଁ ଲୋକଙ୍କ ସ୍ପୃହା ଜାଗ୍ରତ ହେଉନାହିଁ
ଏବେ ସମୟ ଆସିଛି, ମୋବାଇଲର ଓଟିଟି ପ୍ଲାଟଫର୍ମରେ ପ୍ରାୟ ଅଧିକାଂଶ ନୂଆ ସିନେମା ଦେଖିବାକୁ ମିଳୁଛି, ତେଣୁ ଲୋକମାନେ ଏବେ ସିନେମା ହଲ ପ୍ରତି ବିମୁଖ ହେଲେଣି ଅଧିକ ଖର୍ଚ୍ଚ କରି ସିନେମା ହଲରେ ସିନେମା ଦେଖିବା ଅପେକ୍ଷା ସ୍ବଳ୍ପ ଖର୍ଚ୍ଚରେ ଘରେ ବସି ସିନେମା ଦେଖିବାକୁ ଲୋକମାନଙ୍କୁ ଭଲ ଲାଗିଲାଣି ଘରେ ଘରେ ଏବେ ବିଶାଳ ଟିଭି, ସେଥିରେ ସିନେମାର ମଜା ବି ଭଲ ଲାଗୁଛି
ତେଣୁ ଯଦି ଦର୍ଶକଙ୍କୁ ପୁଣିଥରେ ସିନେମା ଘରକୁ ଟାଣିବାକୁ ପ୍ରଚେଷ୍ଟା କରାଯାଏ, ତେବେ ପ୍ରଥମତଃ ବଳିଷ୍ଠ କାହାଣୀ, ଉଚ୍ଚକୋଟୀର ଚିତ୍ରନାଟ୍ୟ, ସୁନ୍ଦର ଲୋକେସନ, ଶ୍ରୁତିମଧୁର ସଂଗୀତ ଇତ୍ୟାଦି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ନହେଲେ, ଲୋକମାନେ ଆମଦାନୀ ହୋଇଥିବା ସିନେମାର ମୋହକୁ ତ୍ୟାଗ ନ କରି ଓଡ଼ିଆ ସିନେମା ପ୍ରତି ବିତସ୍ପୃହ ହୋଇଯିବେ ଏଥିରେ ସନ୍ଦେହ ନାହିଁ
କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି?
ଏଠାରେ ପଢ଼ନ୍ତୁ !କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ?
ଏଠାରେ ପଢ଼ନ୍ତୁ !