ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା
September 2026 ସଂସ୍କରଣ
ଆହ୍ବାନ ଇ-ପତ୍ରିକା
ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା, ଗଜାନନ, ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତ ଶ୍ରଦ୍ଧେୟ ଶୁଭେଚ୍ଛୁ, ପାଠିକା, ପାଠକ ଓ ସାହିତ୍ୟିକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଆହ୍ବାନ ଇ-ପତ୍ରିକାର ସେପ୍ଟେମ୍ବର ୨୦୨୬ ସଂସ୍କରଣ ବର୍ତ୍ତମାନ ଆପଣଙ୍କ ପାଇଁ ପ୍ରକାଶିତ ଡାଉନଲୋଡ୍ କରନ୍ତୁ କିମ୍ବା ଆଲେଖ୍ୟ ଗୁଡ଼ିକୁ ପଢ଼ନ୍ତୁ ତଥା ନିଜ ବନ୍ଧୁମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ
ବର୍ଷ ୨୦୦୬, ଫେବୃଆରୀ ମାସ, ସରସ୍ବତୀ ପୂଜା ଦିନଠାରୁ ଆରମ୍ଭ ହୋଇଥିବା "ଆହ୍ବାନ ଇ-ପତ୍ରିକା" ଅଦ୍ୟବଧି ଏକୋଇଶି ବର୍ଷରେ ପଦାର୍ପଣ କରିଛି ପ୍ରତ୍ୟେକ ମାସରେ ସଂପୂର୍ଣ୍ଣ ଓଡ଼ିଆ ଭାଷାରେ ସୁଖଦ, ସାବଲୀଳ, ସରଳ, ବୋଧଗମ୍ୟ ଭାଷାରେ ଅନେକ ଗଳ୍ପ, ପ୍ରବନ୍ଧ, କବିତା ଇତ୍ୟାଦିର ସମାହାରକୁ ନେଇ ପ୍ରକାଶିତ ହେଉଛି ଆହ୍ବାନ ଇ-ପତ୍ରିକା
ଆପଣ ବି ଚାହିଁଲେ ନିଜ ଲିଖିତ କୃତିକୁ ଏହି ଇ-ପତ୍ରିକାରେ ପ୍ରକାଶିତ କରି ପାରିବେ ନିର୍ଭୂଲ ଭାବରେ ଓଡ଼ିଆ ଭାଷାରେ ନିଜ ଆଲେଖ୍ୟକୁ ଟାଇପ୍ କରି ଆମ ନିକଟକୁ ଏମଏସ ୱାର୍ଡ୍ ଫାଇଲ୍ ଦ୍ବାରା, ନିଜର ଗୋଟିଏ ପାସପୋର୍ଟ୍ ଆକାରର ଛବି ଏବଂ ଠିକଣା ସହ ଇମେଲ୍ ମାଧ୍ୟମରେ (aahwaan@gmail.com) ପ୍ରେରଣ କରିବେ ପ୍ରତ୍ୟେକ ମାସର ତିନି ତାରିଖ ସୁଦ୍ଧା ଆପଣଙ୍କ ଲେଖା ଆମ ନିକଟରେ ପହଞ୍ଚିବା ଆବଶ୍ୟକ