favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଜନ୍ମତାରିଖରୁ ବ୍ୟକ୍ତିତ୍ବ ବିଷୟରେ ଜାଣନ୍ତୁ

ଜନ୍ମତାରିଖରୁ ବ୍ୟକ୍ତିତ୍ବ ବିଷୟରେ ଜାଣନ୍ତୁ

ଚୀନର ପ୍ରଚଳିତ ଜ୍ୟୋତିଷଶାସ୍ତ୍ର ଅନୁସାରେ ବିଭିନ୍ନ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରାଣୀ ମାନଙ୍କର ସଙ୍କେତିକ ନାମ ଦିଆଯାଇଥାଏ ଏବଂ ସେହି ପ୍ରାଣୀମାନଙ୍କ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ବିଶେଷ ସୂଚନା ମିଳିଥାଏ୤ ଆସନ୍ତୁ ଜାଣିବେ ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ କଣ ସୂଚନା ଦେଉଛି୤ ସାଙ୍କେତିକ ଭାବରେ ଆମେ ବିଭିନ୍ନ ପ୍ରାଣୀଙ୍କ ନାମ ବ୍ୟବହାର କରୁଛୁ, ଯଥା ଶ୍ବାନ, ବିରାଡ଼ି, ମର୍କଟ ଇତ୍ୟାଦି ଏ ସବୁ ନାମକରଣ କେବଳ ସୂଚନାପାଇଁ, ଏହା ଦ୍ବାରା ଯଦି ଆପଣଙ୍କ ଧାରଣାକୁ ବାଧା ଆସୁଥାଏ, ତେବେ ଆମେ କ୍ଷମାପ୍ରାର୍ଥୀ୤
ଜାନୁଆରୀ ୧ - ୯ ଶ୍ବାନ
ଜାନୁଆରୀ ୧୦ - ୨୪ ମୁଷିକ
ଜାନୁଆରୀ ୨୫ - ୩୧ ସିଂହ

ଫେବୃଆରୀ ୧ - ୫ ବିରାଡ଼ି
ଫେବୃଆରୀ ୬ - ୧୪ କପୋତ
ଫେବୃଆରୀ ୧୫ - ୨୧ କଇଁଛ
ଫେବୃଆରୀ ୨୨ - ୨୮ ଚିତାବାଘ

ମାର୍ଚ୍ଚ ୧ - ୧୨ ମାଙ୍କଡ଼
ମାର୍ଚ୍ଚ ୧୩ - ୧୫ ସିଂହ
ମାର୍ଚ୍ଚ ୧୬ - ୨୩ ମୁଷିକ
ମାର୍ଚ୍ଚ ୨୪ - ୩୧ ବିରାଡ଼ି

ଅପ୍ରେଲ ୧ - ୩ ଶ୍ବାନ
ଅପ୍ରେଲ ୪ - ୧୪ ଚିତାବାଘ
ଅପ୍ରେଲ ୧୫ - ୨୬ ମୁଷିକ
ଅପ୍ରେଲ ୨୭ - ୩୦ କଇଁଛ

ମଇ ୧ - ୧୩ ମାଙ୍କଡ଼
ମଇ ୧୪ - ୨୧ କପୋତ
ମଇ ୨୨ - ୩୧ ସିଂହ

ଜୁନ୍ ୧ - ୩ ମୁଷିକ
ଜୁନ୍ ୪ - ୧୪ କଇଁଛ
ଜୁନ୍ ୧୫ - ୨୦ ଶ୍ବାନ
ଜୁନ୍ ୨୧ - ୨୪ ମାଙ୍କଡ଼
ଜୁନ୍ ୨୫ - ୩୦ ବିରାଡ଼ି

ଜୁଲାଇ ୧ - ୯ ମୁଷିକ
ଜୁଲାଇ ୧୦ - ୧୫ ଶ୍ବାନ
ଜୁଲାଇ ୧୬ - ୨୬ କପୋତ
ଜୁଲାଇ ୨୭ - ୩୧ ବିରାଡ଼ି

ଅଗଷ୍ଟ ୧ - ୧୫ ସିଂହ
ଅଗଷ୍ଟ ୧୬ - ୨୫ ମୁଷିକ
ଅଗଷ୍ଟ ୨୬ - ୩୧ କଇଁଛ

ସେପ୍ଟେମ୍ବର ୧ - ୧୪ କପୋତ
ସେପ୍ଟେମ୍ବର ୧୫ - ୨୭ ବିରାଡ଼ି
ସେପ୍ଟେମ୍ବର ୨୮ - ୩୦ ଶ୍ବାନ

ଅକ୍ଟୋବର ୧ - ୧୫ ମାଙ୍କଡ଼
ଅକ୍ଟୋବର ୧୬ - ୨୭ କଇଁଛ
ଅକ୍ଟୋବର ୨୮ - ୩୧ ଚିତାବାଘ

ନଭେମ୍ବର ୧ - ୧୬ ସିଂହ
ନଭେମ୍ବର ୧୭ - ୩୦ ବିରାଡ଼ି

ଡିସେମ୍ବର ୧ - ୧୬ ଶ୍ବାନ
ଡିସେମ୍ବର ୧୭ - ୨୫ ମାଙ୍କଡ଼
ଡିସେମ୍ବର ୨୬ - ୩୧ କପୋତ

ବର୍ତ୍ତମାନ ନିଜ ଜନ୍ମତାରିଖରେ ଦିଆଯାଇଥିବା ପ୍ରାଣୀ ଅନୁସାରେ ବ୍ୟକ୍ତିତ୍ବ ଦେଖନ୍ତୁ ୤
ଶ୍ବାନ
ଆପଣ ଅତ୍ୟନ୍ତ ବିଶ୍ବାସୀ ଏବଂ ମିଷ୍ଟଭାଷୀ ବ୍ୟକ୍ତି୤ ଆପଣଙ୍କ ଚରିତ୍ରକୁ କେବେ ବି ସନ୍ଦେହ କରିହେବ ନାହିଁ୤ କର୍ମକ୍ଷେତ୍ରରେ ଆପଣ ଅତ୍ୟନ୍ତ ଭଦ୍ର, ଏବଂ ବିଶ୍ବାସଯୋଗ୍ୟ୤ ଆପଣ ଅତି ସାଧାସିଧା ବ୍ୟକ୍ତି୤ ଆପଣ କୌଣସି ଅଯଥା ଝିଞ୍ଜଟରେ ପଡ଼ନ୍ତି ନାହିଁ, ବିନୟପୂର୍ଣ୍ଣ ଏବଂ ସଚ୍ଚୋଟ ବ୍ୟକ୍ତି୤ ସେଇଥିପାଇଁ ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ କେବେ ବି ଛାଡ଼ିବେ ନାହିଁ୤ ଆପଣ ପୋଷାକପରିପାଟ୍ଟୀ ପାଇଁ ବ୍ୟାକୁଳ୤ ଯଦି ଆପଣଙ୍କ ପାଖରେ ଆଧୁନିକ ଏବଂ ନୁତନ ଡିଜାଇନର ପୋଷାକ ନଥାଏ, ତେବେ ଆପଣ ବିଷାଦଗ୍ରସ୍ତ ହୋଇପାରନ୍ତି୤ ଆପଣ ବହୁତ ମେଳାପୀ ଏବଂ ଲୋକପ୍ରିୟ ହୋଇପାରନ୍ତି୤ ଆପଣଙ୍କ ବନ୍ଧୁଙ୍କ ସଂଖ୍ୟା କମ୍ ହୋଇପାରେ କିନ୍ତୁ ପ୍ରତ୍ୟେକ ବନ୍ଧୁ ଜଣେ ଜଣେ ପରିକ୍ଷିତ ଏବଂ ଉତ୍ତମ ବନ୍ଧୁ ହୋଇଥାନ୍ତି୤
ମୁଷିକ
ଆପଣ ସର୍ବଦା କୌଣସି ନା କୌଣସି ସୈତାନୀ କାରନାମା କରିବାରେ ବ୍ୟସ୍ତ୤ ଆପଣଙ୍କ ଦୁଷ୍ଟାମୀ ଆପଣଙ୍କ ଆଖିରେ ଦେଖାଯାଏ ଏବଂ ସେଇଥିପାଇଁ ଅନେକ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି ମଧ୍ୟ୤ଆପଣ ଜଣେ ଅତ୍ୟନ୍ତ କୌତୁହଳ ପ୍ରିୟ ବ୍ୟକ୍ତି୤ ସେଇଥିପାଇଁ ଆପଣଙ୍କୁ ବନ୍ଧୁମାନେ ସବୁବେଳେ ଖୋଜନ୍ତି ଏବଂ ବିଭିନ୍ନ ସଭାସମିତି ଏବଂ କାର୍ଯ୍ୟକ୍ରମମାନଙ୍କରେ ଆପଣଙ୍କ ଚାହିଦା ବଢ଼ିଯାଏ୤ କିନ୍ତୁ ଆପଣ ବେଳେ ବେଳେ ସଂବେଦନଶୀଳ ହୋଇପଡ଼ନ୍ତି୤ ସେଇଥିପାଇଁ ଆପଣଙ୍କ ସହ ବାର୍ତ୍ତାଳାପ କଲାବେଳେ ବନ୍ଧୁମାନଙ୍କୁ ଅନେକ ସମୟ ଚିନ୍ତାକରି କଥାବାର୍ତ୍ତା କରିବାକୁ ହୁଏ୤ ଯଦି କୌଣସି ବ୍ୟକ୍ତି ଆପଣଙ୍କ ସହ ବାଚାଳାମୀ କରେ କିମ୍ବା ଶବ୍ଦବିନିମୟ କରେ ତେବେ ସେ ଆପଣଙ୍କ ଆକ୍ରୋଶର ଶୀକାର ହେବା ସୁନିଶ୍ଚିତ୤ ଏହାପରେ କେବଳ ଭଗବାନ ହିଁ ତାକୁ ରକ୍ଷା କରିବେ୤
ସିଂହ
ଆପଣଙ୍କ ନାମର ଠିକ୍ ବିପରୀତ ଆପଣ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି୤ ଆପଣ କଳହଠାରୁ ଯଥାସମ୍ଭବ ଦୂରରେ ରହିବାକୁ ସବୁବେଳେ ଭଲ ପାଆନ୍ତି୤ ଆପଣ ଅତ୍ୟନ୍ତ ଭ୍ରମଣ ପ୍ରିୟ ଏବଂ କୌଣସି ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବାକୁ ଘୃଣା କରନ୍ତି୤ ଆପଣ ବହୁତ ମେଳାପୀ ଏବଂ ଲୋକପ୍ରିୟ ବ୍ୟକ୍ତି୤ ଆପଣ ପ୍ରେମକରିବାରେ ଅତ୍ୟନ୍ତ ନିପୁଣ୤ ଆପଣ ନିଜ ଜୀବନସାଥୀଙ୍କ ପ୍ରତି ଅତ୍ୟନ୍ତ ବିଶ୍ବାସୀ ଏବଂ ସଚ୍ଚୋଟ ରହନ୍ତି୤ ନେତୃତ୍ବ ନେବା ପାଇଁ ହିଁ ଆପଣଙ୍କ ଜନ୍ମ୤ ଲୋକଙ୍କ ପାଖରୁ କାମ କେମିତି ହାସିଲ କରାଯାଇପାରେ ତାହା ଆପଣ ସଠିକ୍ ଜାଣନ୍ତି୤ ଲୋକମାନେ ଆପଣଙ୍କ ସ୍ନେହୀ ଗୁଣକୁ ଭଲ ପାଆନ୍ତି୤ ଆପଣ ଅନ୍ୟର ଭଲପାଇବାକୁ ଭଲ ପାଆନ୍ତି୤ ଆପଣଙ୍କୁ ସ୍ନେହଦ୍ବାରା କିଣି ହୋଇପାରିବ୤
ବିରାଡ଼ି
ଆପଣ ଅତ୍ୟନ୍ତ ଭଦ୍ର, ଭାବୁକ, ଲୋକପ୍ରିୟ ଓ ପ୍ରେମଯୋଗ୍ୟ ବ୍ୟକ୍ତିତ୍ବ୤ ଆପଣ ବେଳେ ବେଳେ ଲାଜକୁଳା ସ୍ବଭାବର ହୋଇପାରନ୍ତି ଏବଂ ଆପଣଙ୍କ ତୀକ୍ଷ୍‌ଣ ଚତୁରତା ସମସ୍ତଙ୍କୁ ଭଲଲାଗେ୤ ଆପଣ ଅତ୍ୟନ୍ତ ରମଣପ୍ରିୟ୤ ଆପଣଙ୍କ ଜୀବନସାଥୀ ବାସ୍ତବିକ ଭାଗ୍ୟବାନ/ଭାଗ୍ୟବତୀ ହୋଇଥିବେ୤ ଆପଣ ଆଜୀବନ ନିଜ ଜୀବନସାଥୀ ପ୍ରତି ସଚ୍ଚୋଟ ରହିବେ୤
ଆପଣ ଅଧିକାଂଶ ସମୟ ଏକାନ୍ତରେ ରହିବାକୁ ଭଲ ପାଆନ୍ତି୤ ବିଭିନ୍ନ ଜିନିଷର ଗଭୀରତମ ଗବେଷଣା କରି ତତ୍ତ୍ବ ଜାଣିବାରେ ଆପଣଙ୍କ ଇଚ୍ଛା ପ୍ରବଳ୤ ଆପଣ ସଚ୍ଚୋଟ ଏବଂ ବିଶ୍ବାସଯୋଗ୍ୟ ରହନ୍ତି ଏବଂ ନିଜ ଜୀବନସାଥୀଠାରୁ ସମାନ ସଚ୍ଚୋଟତା ଆଶା କରନ୍ତି୤ ଆପଣ ଆଜୀବନ ସାହାସପୂର୍ଣ୍ଣ, ସାମର୍ଥ୍ୟବାନ ଏବଂ ଶକ୍ତିବାନ ରହନ୍ତି୤
ସାଧାରଣତଃ ଆପଣ ଥଣ୍ଡା ମିଜାଜର ଲୋକ କିନ୍ତୁ ଆପଣଙ୍କୁ କେହି ଆଘାତ ଦେଲେ ଆପଣ କ୍ରୋଧ ଉଦ୍‌ଗୀରଣ କରନ୍ତି୤ ଆପଣ ଅତ୍ୟନ୍ତ ବସନପ୍ରିୟ୤
ଲୋକମାନେ ଫେସନ୍ ଦୃଷ୍ଟିରୁ ଆପଣଙ୍କୁ ନିଜର ଆଇଡ୍‌ଲ୍ / ଆଇକନ୍ ( ଉଦାହରଣ ) ବୋଲି ଚିନ୍ତାକରନ୍ତି୤ ଆପଣ ସମସ୍ତଙ୍କ ସହ ସହଜରେ ମିଶିଯାଆନ୍ତି, କିନ୍ତୁ ଅପରିଚିତଙ୍କ ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ୤
ଆପଣଙ୍କ ସହ ଲୋକମାନେ ବହୁତ ଖୁସି ଅନୁଭବ କରନ୍ତି୤ ଆପଣ ବହୁତ ଭାବିଚିନ୍ତି ବନ୍ଧୁତ୍ବ କରନ୍ତି୤
କଇଁଛ
ଆପଣ ନିଜକୁ ସର୍ବଶ୍ରେଷ୍ଠ ଏବଂ ସହୃଦୟ ବୋଲି ଜାଣନ୍ତୁ୤ ଆପଣଙ୍କ ଦୟାଶୀଳତାର ବ୍ୟାଖ୍ୟା ସମସ୍ତେ କରନ୍ତି୤ ଆପଣ ସମସ୍ତଙ୍କୁ ଭଲ ପାଆନ୍ତି୤ ଲୋକମାନେ ଭୁଲ କଲେ ବି ଆପଣ ସେମାନଙ୍କୁ କୌଣସି ପ୍ରକାର ଆକ୍ଷେପ କରନ୍ତି ନାହିଁ୤ ସେଇଥିପାଇଁ ଆପଣଙ୍କୁ ଲୋକମାନେ ଭଲପାଆନ୍ତି୤ ଆପଣ କାହାର ଦୋଷଖୁଣ ପଛରେ ଚର୍ଚ୍ଚା କରନ୍ତି ନାହିଁ, ଏବଂ ଲୋକମାନଙ୍କୁ ସ୍ନେହ ଓ ସମ୍ମାନ ଦିଅନ୍ତି୤ ଆପଣ ଲୋକଙ୍କୁ ସ୍ନେହ ବାଣ୍ଟିବାରେ ଖୁସି ପାଆନ୍ତି କିନ୍ତୁ କେବେ ପ୍ରତିଦାନରେ କିଛି ଆଶା କରନ୍ତି ନାହିଁ୤ ଆପଣ ଅତ୍ୟନ୍ତ ଦୟାଶୀଳ୤ ଆପଣ ପ୍ରତ୍ୟେକ ଘଟଣାକୁ ପ୍ରୟୋଗାତ୍ମକ /ବ୍ୟବହାରିକ ଦୃଷ୍ଟିକୋଣରୁ ଦେଖନ୍ତି୤
କପୋତ
ଆପଣ ଜଣେ ସବୁବେଳେ ଖୁସିରେ ବଞ୍ଚୁଥିବା ମନୁଷ୍ୟ୤ ପରିବେଶ କେମିତି ବି ହେଉ ଖୁସି କିମ୍ବା ଦୁଃଖର, ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ୤ ଆପଣ ଯେଉଁଠିକି ବି ଯାଆନ୍ତୁ କେବଳ ଖୁସି ବାଣ୍ଟନ୍ତି୤ ଆପଣ ନିଜ ବନ୍ଧୁମାନଙ୍କ ଭିତରେ ନେତା ଭଳି ସମ୍ମାନ ପାଆନ୍ତି୤ ଆବଶ୍ୟକ ସମୟରେ ଆପଣ ଲୋକଙ୍କ ସୁଖଦୁଃଖରେ ଠିଆ ହୁଅନ୍ତି ଏବଂ ସେମାନଙ୍କୁ ସଙ୍ଖୋଳିପାରନ୍ତି୤ ଆପଣ ମିଥ୍ୟାବାଦିତାକୁ ଘୃଣା କରନ୍ତି୤ ଏବଂ ମିଥ୍ୟାରଟନା କରୁଥିବା ଲୋକମାନଙ୍କଠାରୁ ଯଥାସମ୍ଭବ ଦୂରରେ ରହନ୍ତି୤ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସଠିକ ଭାବରେ କରିବାରେ ବିଶ୍ବାସ କରନ୍ତି୤ ଆପଣ ସହଜରେ ପ୍ରେମରେ ପଡ଼ିପାରନ୍ତି୤
ଚିତାବାଘ
ଆପଣ ଅତ୍ୟନ୍ତ ସନ୍ଦେହସ୍ପଦ ବ୍ୟକ୍ତି୤ ଆପଣ ମାନସିକ ଚାପ ସହଜରେ ନେଇ ପାରନ୍ତି୤ ଯେକୌଣସି ପ୍ରକାରର ପରିସ୍ଥିତିକୁ ସମ୍ମୁଖୀନ ହେବାର ଧୈର୍ଯ୍ୟ ଆପଣଙ୍କ ପାଖରେ ଥାଏ୤ ବେଳେ ବେଳେ ଆପଣ ବହୁତ ସ୍ବେଚ୍ଛାପର ପରି ବ୍ୟବହାର କରନ୍ତି, ଏବଂ ଆପଣ ନିଜ ବିଶେଷ ଗୋଷ୍ଠୀ ବନ୍ଧୁମାନଙ୍କ ସହ ଅନ୍ୟର କୁତ୍ସାରଟନା କରିବା ସହ ଗପସପ କରିବାରେ ବ୍ୟସ୍ତ ରହନ୍ତି୤ ଆପଣ ସବୁ ଜିନିଷ ଓ ଘଟଣା କେବଳ ନିଜ ହିସାବରେ ହେଉ ବୋଲି ଚାହାନ୍ତି, ଯାହା ବେଳେ ବେଳେ ସମ୍ଭବ ହୁଏନାହିଁ୤ ସେଇଥିପାଇଁ ଆପଣ ବେଳେ ବେଳେ ସମ୍ବନ୍ଧ ଭାଙ୍ଗିପକାନ୍ତି୤ ତଥାପି ଆପଣ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ୤
ମାଙ୍କଡ଼
ଆପଣ ଅତ୍ୟନ୍ତ ଅଧୈର୍ଯ୍ୟ ଏବଂ ଅତିଶୟ ବିଚଳିତ ହେଉଥିବା ଭଳି ବ୍ୟକ୍ତି୤ ଆପଣ ଚାହାନ୍ତି ସବୁ କିଛି ଯେତେ ପାରୁ ଶୀଘ୍ର ହୋଇଯାଉ୤ ହୃଦୟରେ ଆପଣ ଅତ୍ୟନ୍ତ ସାଧାସିଧା ଅଟନ୍ତି ଏବଂ ସମସ୍ତେ ଆପଣଙ୍କୁ ସମ୍ମାନ ଦେଉଥିଲେ ହିଁ ଆପଣ ଖୁସି ହୁଅନ୍ତି୤ ଆପଣ କୌଣସି ପ୍ରକାର ଘଟଣା ବା କଳହଠାରେ ସୁରକ୍ଷିତ ଦୂରତାରେ ରହନ୍ତି୤ ଯଦି କୌଣସି ଘଟଣା ବା କଳହରେ ଆପଣଙ୍କ ନାଁ ଉଠେ ବା ନିଆଯାଏ ତେବେ ଆପଣ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି୤ ସେଇଥିପାଇଁ ଆପଣ ସବୁବେଳେ ସୁରକ୍ଷିତ ରହିବାକୁ ଉଚିତ ମନେ କରନ୍ତି୤ ଆପଣଙ୍କ ଷଷ୍ଠ ଇନ୍ଦ୍ରୀୟ ବହୁତ କାମକରେ ଏବଂ ଆପଣ ସବୁବେଳେ ସେଇଥିପାଇଁ ବିବାଦରୁ ଦୂରରେ ରହନ୍ତି୤ ଆପଣ ଅର୍ଥଚିନ୍ତା ବହୁତ କରନ୍ତି୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଓଡ଼ିଆପୁଅର ଅଭିନବ ପ୍ରଚେଷ୍ଟା : ନବକଳେବର ଯାତ୍ରା

ଓଡ଼ିଆପୁଅର ଅଭିନବ ପ୍ରଚେଷ୍ଟା : ନବକଳେବର ଯାତ୍ରା

ଏଠାରେ ପଢ଼ନ୍ତୁ !
ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା

ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା

ଏଠାରେ ପଢ଼ନ୍ତୁ !