favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ

ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ

ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା ବୁଢ଼ୀ ସାଆନ୍ତାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଚଳିତ ବର୍ଷ ମାର୍ଚ୍ଚମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ୤ ଏଥିପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି୤ ଏହି ଯାତ୍ରା ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ୤ ଐତିହାସିକ ଦୃଷ୍ଟିରୁ ଏହି ଯାତ୍ରାର ଅନେକ ଗୁରୁତ୍ତ୍ବ ରହିଛି୤ ଏହି ଯାତ୍ରା ବ୍ରହ୍ମପୁର ସହରରେ ୧୬୭୨ ମସିହାରେ ଆରମ୍ଭ ହୋଇଥିବା କଥା କିଛି ଇତିହାସ ପୁସ୍ତିକାରୁ ଜଣାପଡ଼େ୤ ସୂଚନାଯୋଗ୍ୟ ଯେ ମହୁରୀ ରାଜାଙ୍କ ଅନୁରୋଧ କ୍ରମେ ରାଜମହେନ୍ଦ୍ରୀରୁ କିଛି ବୁଣାକାର ପରିବାର ଆସି ବ୍ରହ୍ମପୁର ସହରରେ ବସବାସ କରିବାପରେ ସେମାନେ ନିଜ ଇଷ୍ଟଦେବୀଙ୍କ ଘଟଯାତ୍ରା ଆୟୋଜନ କରୁଥିଲେ, ଏବଂ ପରେ ପରେ ଏହା ଠାକୁରାଣୀ ଯାତ୍ରା ହିସାବରେ ପ୍ରସିଦ୍ଧି ଲାଭ କରିଥିଲା, ଏହି ଯାତ୍ରାର ଇତିହାସ ଅତ୍ୟନ୍ତ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ, ଯାହା ପୁଣି କେବେ ବିଷଦରେ ପ୍ରସ୍ତୁତ କରିବି୤



ଠାକୁରାଣୀ ଯାତ୍ରାର ଦିନ ନିର୍ଦ୍ଧାରଣ ଯାତ୍ରା କମିଟି ପୁରୁଣା ବ୍ରହ୍ମପୁର ସ୍ଥିତ ଡେରା ସମ୍ପ୍ରଦାୟର ପ୍ରମୁଖ ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ ଘରେ କରାଯାଇଥିଲା୤ ଠାକୁରାଣୀ ଯାତ୍ରାର ଇତିହାସରେ କୁହାଯାଇଛି ଯେ ବ୍ରହ୍ମପୁରର ଆରାଧ୍ୟ ମା ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଦେଶୀବେହେରାଙ୍କ କନ୍ୟା ଭାବରେ ଏହି ଯାତ୍ରା ସମୟରେ ଆସି ନିଜ ବାପାଘରେ ରହନ୍ତି, ଯେଉଁ ସମୟରେ ଏକ ଅସ୍ଥାୟୀ ମନ୍ଦିରରେ ମା’ଙ୍କର ପୂଜାର୍ଚ୍ଚନା କରାଯାଏ୤ ବିଗତ ଠାକୁରାଣୀ ଯାତ୍ରା ୨୦୦୯ ମସିହାରେ ହୋଇଥିଲା୤

Picture Was taken by me on the 19th of April 2007 in Berhampur which is being used by many websites on world wide web for Thakurani Yatra.

Here are the Exif details :
Camera : Sony
Model : DSC-P200
F-Stop : f/2.8
Exposure time : 1/40 Sec
ISO speed : ISO-160
Exposure Bias : 0 Step
Focal length : 8mm
Metering Mode : Pattern
Flash Mode : Auto
Exposure Program : Normal
Saturation : Normal
Sharpness : Normal
White Balance : Auto
Date taken: 4/19/2007 7:13 AM

If you want the original Photo to publish on your blog or website, please leave a courtesy link back to www.aahwaan.com

Dr Jyoti Prasad Pattnaik

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ

ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ

ଏଠାରେ ପଢ଼ନ୍ତୁ !
ମହାପ୍ରଭୂଙ୍କ ନବକଳେବର !!!

ମହାପ୍ରଭୂଙ୍କ ନବକଳେବର !!!

ଏଠାରେ ପଢ଼ନ୍ତୁ !