ହସ ବହୁଳେ ସୃଷ୍ଟିନାଶ
28-Feb-2015 541 Hits
ମହାଭାରତରେ ଦୁର୍ଯ୍ୟୋଧନ ଯେତେବେଳେ ପାଣ୍ଡବଙ୍କ ଭବ୍ୟମହଲ ଦେଖିବାପାଇଁ ଆସିଥିଲା, ସେହି ସମୟରେ ସେ ସୁନ୍ଦର ସାଜସଜ୍ଜା ଭିତରେ ଲୁଚି ରହିଥିବା ଜଳାର୍ଣ୍ଣବକୁ ଦେଖିନପାରି ସେଥିରେ ବୁଡ଼ିଯିବା ବେଳେ ସେଠାରେ ଉପସ୍ଥିତା ଦ୍ରୌପଦୀ ତାଙ୍କୁ କଟାକ୍ଷ କରି ହସିବା ପରେ ପ୍ରତିଶୋଧପରାୟଣ ହୋଇ ଦୁର୍ଯ୍ୟୋଧନ ପାଣ୍ଡବ ମାନଙ୍କୁ ଝିମିଟି ଖେଳରେ ହରାଇ ଦ୍ରୌପଦୀଙ୍କୁ ରାଜସଭାରେ ବସ୍ତ୍ର ହରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲା, ଏବଂ ଏହାକୁ କାରଣ କରି ମହାଭାରତ ଯୁଦ୍ଧ ଘଟିଥିଲା ହସ ଦ୍ବାରା କେତେ ବଡ଼ ଯୁଦ୍ଧ ଗୋଟେ ଘଟିଗଲା!
ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟା ସମ୍ପୂର୍ଣ୍ଣ ସତ୍ୟ ଯଦିଓ ଆମେ ସବୁବେଳେ ହସର ସପକ୍ଷରେ ହିଁ କହିଥାଉ, କିନ୍ତୁ ବେଳେ ବେଳେ ଏହି ହସ ପାଇଁ ନିଜର ଜୀବନ ଦେବାକୁ ବି ପଡ଼ିପାରେ ଏହା ଏକ ଅଦ୍ଭୁତ ଅବସ୍ଥା ଯେତେବେଳେ ମନୁଷ୍ୟ ଏତେ ମାତ୍ରାରେ ହସେ ଯେ ସେ ନିଜ ହୃଦ୍ଯନ୍ତ୍ର ଉପରେ ନିୟନ୍ତ୍ରଣ ରଖିପାରେନି ଏବଂ ହୃଦ୍କ୍ରିୟା ବନ୍ଦ ହେବା ଦ୍ବାରା ପ୍ରାଣହାନୀ ହୁଏ ଅନେକ ସମୟରେ ଅଧିକ ହସିବା ଫଳରେ ଶ୍ବାସକ୍ରିୟାରେ ଅସୁବିଧା ବି ହୋଇପାରେ ଏବଂ ଏହାଦ୍ବାରା ବି ମୃତ୍ୟୁ ସମ୍ଭବ ସେଥି ପାଇଁ ସଂସ୍କୃତରେ ଦିଆଯାଇଥିବା ଗୋଟିଏ ଶ୍ଲୋକର କିଞ୍ଚିତ୍ ଅଂଶ ମନେ ପଡ଼ୁଛି, ‘ଅତି ସର୍ବତ୍ର ଗର୍ହିତଂ’ ଆଉ ଏହି କଥା ହସ କ୍ଷେତ୍ରରେ ବି ଲାଗୁ ହୋଇପାରେ ଏହାର ଉଦାହରଣ ଅନେକ ରହିଛି
ଲିଖିତ ବିବରଣୀକୁ ଯଦି ହିସାବକୁ ନିଆଯାଏ ତେବେ ଏହି ପରି ଘଟଣାର ପ୍ରମାଣ ଇତିହାସରେ ଗ୍ରୀସ୍ ଦେଶର ମହାନ ଦାର୍ଶନିକ ଖ୍ରୀସିପସ୍ଙ୍କ ମୃତ୍ୟୁକୁ ନିଆଯାଇପାରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସେ ଏକ ଗଧକୁ ଅଙ୍ଗୁର କୋଳି ଖାଉଥିବା ଦେଖି ହସିଥିଲେ, ଏବଂ ନିଜ ସେବକକୁ ନିର୍ଦ୍ଦେଶ ଦେଇଥିଲେ ଯେ ସେଇ ଗଧକୁ ମଦ୍ୟ ଦିଆଯାଉ, ଏବଂ ଏଥିରେ ଅମୋଦିତ ହୋଇ ସେ ହସୁଥିବା ସମୟରେ ପ୍ରାଣହାରିଥିଲେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ମହାନ ଚିତ୍ରକର ଜିଉସିସ୍ ଗ୍ରୀକ ଦେବି ଆଫ୍ରୋଡାଇଟ୍ଙ୍କ ଏକ ଚିତ୍ର କରିବାପରେ ସେହି ଚିତ୍ରକୁ ଦେଖି ହସୁଥିବା ସମୟରେ ମୃତ୍ୟୁବରଣ କରିଥିଲେ ଇତିହାସରେ ଏହିପରି ଅନେକ ଘଟଣାର ବର୍ଣ୍ଣନା ରହିଛି
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦୁର୍ଦ୍ଦାନ୍ତ ହିଟଲର୍ ନିଜ ପରିପନ୍ଥୀମାନଙ୍କୁ ମାରିବାପାଇଁ ମଧ୍ୟ ହସର ବ୍ୟବହାର କରିଥିଲା ଅବିଶ୍ବାସ ମନେ ହେଉଥିଲେ ସୁଦ୍ଧା ଲାଫିଙ୍ଗ୍ ଗ୍ୟାସ ନାମକ ବିଷାକ୍ତ ବାଷ୍ପକୁ ଏକ ନିବୁଜ କୋଠରୀ ଭିତରକୁ ଛାଡ଼ି ଦିଆଯାଉଥିଲା, ଯେଉଁଠି ଅଗଣିତ ଲୋକଙ୍କୁ ବନ୍ଦୀ କରି ରଖାଯାଉଥିଲା, ଏହି ବାଷ୍ପକୁ ନିଃଶ୍ବାସରେ ଗ୍ରହଣ କରିବାପରେ ସେମାନେ ସମବେତ ଭାବରେ ହସି ହସି ଅଣନିଃଶ୍ବାସୀ ହୋଇ ମୃତ୍ୟୁବରଣ କରୁଥିଲେ ବର୍ତ୍ତମାନ ସମୟରେ ମଧ୍ୟ ବିଭିନ୍ନ ଦେଶର ପୋଲିସ୍ ବାହିନୀ ଉତ୍ୟକ୍ତ ଏବଂ ଅଣାୟତ ଭିଡ଼କୁ ଆୟତରେ କରିବାପାଇଁ ଲାଫିଙ୍ଗ୍ ଗ୍ୟାସ୍ ବ୍ୟବହାର କରୁଛନ୍ତି
ମୃତ୍ୟୁ ବରଣ କରିବାର ଅନେକ ସିଧା ଆଉ କିଛି ନୂଆ କାରଣ ବି ରହିପାରେ ଅନେକ ବର୍ଷତଳେ ଓଡ଼ିଶାର ଏକ ସୁଦୂର ଛୋଟିଆ ସହରରେ କ୍ରିକେଟ୍ ଖେଳୁଥିବା ସମୟରେ ହସୁଥିବା ଖେଳାଳୀ ଜଣଙ୍କ ଗଳାରେ ଚୁଇଂ ଗମ୍ ଲାଗିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ସେହିପରି ଖାଇ ବସିଥିବା ସମୟରେ ଆମ ଘରମାନଙ୍କରେ ବୟସ୍କ ଲୋକମାନେ କଥା ହେବ ଏବଂ ହସିବାକୁ ମନା କରନ୍ତି, କିନ୍ତୁ କେହି ମାନନ୍ତି ନାହିଁ ଆମ ଶରୀରର ଖାଦ୍ୟ ନଳୀ ଓ ଶ୍ବାସନଳୀ ଗୋଟିଏ ସ୍ଥାନରୁ ଜାତ ତେଣୁ ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁ ଆମ ଶ୍ବାସନଳୀ କିଛି ସମୟପାଇଁ ବନ୍ଦ ହୋଇଯାଏ ସେହିପରି ଶ୍ବାସ କ୍ରିୟା ସମୟରେ ଶ୍ବାସନଳୀ ଖୋଲାରହେ ଆମ ଶ୍ବାସନଳୀ ଦ୍ବାରା ଆମେ କଥାବାର୍ତ୍ତା କହିପାରୁ ଏବଂ ହସିପାରୁ, ତେଣୁ ଖାଉଥିବା ସମୟରେ ଯଦି ଆମେ ହସିବା ତା ହେଲେ ଉଭୟ ଖାଦ୍ୟନଳୀ ଓ ଶ୍ବାସନଳୀ ଖୋଲା ରହିବ ଏବଂ ଖାଦ୍ୟ ଶ୍ବାସନଳୀରେ ପ୍ରବେଶ କରିପାରେ, ଫଳତଃ ହସି ହସି ଅନେକ ସମୟରେ ଆମ ନାକ ଦେଇ ଖାଇବା ଜିନିଷ ସବୁ ବାହାରି ଆସେ, ଏବଂ ପାଣି ବାହାରେ, ନାକ ଜଳେ ଏବଂ ଶ୍ବାସନଳୀରେ ପ୍ରବଳ କଷ୍ଟ ଅନୁଭବ ହୁଏ ସେଇଥି ପାଇଁ ଖାଇବା ସମୟରେ ହସିବାକୁ ମନା କରାଯାଏ
ବେଳେ ବେଳେ ଆମେ ସ୍ଥଳବିଶେଷରେ ଏତେ ପରିମାଣର ହସ ହସିଥାଉ ଯେ ଲୋକ କହନ୍ତି ଟମାଟ ଭଳି ଲାଲ ହୋଇଗଲୁଣି ହସୁଛୁ କାହିଁକି? କିନ୍ତୁ ହସକୁ ବନ୍ଦ କରିହୁଏନି କିଛି ଲୋକ ହସି ହସି ଆଖିରୁ ଲୁହ ବି ଝରାଇ ପକାନ୍ତି କିନ୍ତୁ ହସ ବନ୍ଦ କରିପାରନ୍ତି ନାହିଁ ସାଧାରଣତଃ ଟିଭିରେ କିମ୍ବା ସିନେମାରେ ହାସ୍ୟରସାତ୍ମକ ଦୃଶ୍ୟ ଦେଖିବାପରେ ସମବେତ ଦର୍ଶକମାନେ ଏମିତି ହସନ୍ତି ଯେ ସେମାନେ ବେଳେ ବେଳେ ଅଣନିଃଶ୍ବାସୀ ହୋଇଉଠନ୍ତି ବାସ୍ତବିକ ଏହିପରି ସ୍ଥଳରେ ହସ ଆମପାଇଁ ହାନୀକାରକ ସାବ୍ୟସ୍ତ ହୋଇପାରେ
ହସିବା ଦ୍ବାରା ମୃତ୍ୟୁର ଅନେକ ଉଦାହରଣ ରହିଛି ତଥାପି ଏଠାରେ ଏକ ଅଭାବନୀୟ ଘଟଣା ବିଷୟରେ ଉଲ୍ଲେଖ କରିବାକୁ ମୁଁ ଉଚିତ ମନେ କରୁଛି, ସୁଦୂର ଆମେରିକାର ଏକ ପ୍ରଦେଶରେ ଜଣେ ବ୍ୟକ୍ତି ହସିବାଫଳରେ ଆଉ ଜଣେ ବ୍ୟକ୍ତି ତାକୁ ହତ୍ୟା କରିଥିଲା ଏହା ମଧ୍ୟ ସମ୍ଭବ ଯଦି ଆମେ ସ୍ଥାନ, କାଳ ଓ ପାତ୍ରର ଧ୍ୟାନ ନ ରଖି ହସିବା ତା ହେଲେ ନିଜ ପ୍ରତି ବିପଦକୁ ସ୍ବାଗତ ଅବଶ୍ୟ କରିବା ବିଗତ ବର୍ଷମାନଙ୍କରେ ଆମେରିକାର ବିଭିନ୍ନ ସ୍କୁଲ ମାନଙ୍କରେ ଛାତ୍ରମାନେ ବନ୍ଧୁକ ନେଇ ଆସି ଅନେକ ସହଛାତ୍ର ତଥା ଶିକ୍ଷକମାନଙ୍କୁ ହତ୍ୟା କରିବାର ଦୃଷ୍ଟାନ୍ତ ରହିଛି ଏହିପରି ଅନେକ ଘଟଣାରେ ସଂପୃକ୍ତ ଦୋଷୀ ଛାତ୍ରମାନେ ସ୍ବୀକାର କରିଛନ୍ତି ଯେ ସେମାନଙ୍କ ସହପାଠୀମାନେ ସେମାନଙ୍କ ଉପରେ ହସିବା ଫଳରେ ସେମାନେ ପ୍ରତିହିଂସା ପରାୟଣ ହୋଇ ଏମିତି କାଣ୍ଡ କରିଛନ୍ତି ବେଳେ ବେଳେ ଅନ୍ୟର ଅସହାୟତାକୁ ନେଇ ଆମେ ହସିଦେଇଥାଉ, କିନ୍ତୁ ତାହା ଯେ କେତେ ଭୟଙ୍କର ହୋଇପାରେ ତାହା ଆମେ ଭାବି ପାରିବା ନାହିଁ ଆମ ସଂସ୍କୃତିରେ ଅନ୍ୟର ଦୁଃଖ ଓ ଦୁର୍ଦ୍ଦଶା ଦେଖି ହସିବାକୁ ମନା କରାଯାଇଛି, କିନ୍ତୁ ବିଦେଶରେ ଏପରି ଘଟଣା ବିରଳ ନୁହେଁ
ଚଳିତ ବର୍ଷ ଫେବ୍ରୁଆରୀ ୧୪ ତାରିଖ ଦିନ ମୁନ୍ ଜଙ୍ଗ୍ ନାମକ ବ୍ୟକ୍ତିକୁ ରୋନାଲ୍ଡ୍ ୟୁଜିନ୍ ମୁରେ ନାମକ ବ୍ୟକ୍ତି ମାଡ଼ମାରି ମାରିଦେଇଥିଲେ ଏହି ହତ୍ୟାକାଣ୍ଡ ପଛରେ ମୁଖ୍ୟ କାରଣ ଥିଲା ହସ ସୂଚନା ଥିଲା ଯେ ରୋନାଲ୍ଡ ଗୋଟିଏ ରେସ୍ତୋରାଂରେ ବସି ସାଣ୍ଡୱିଚ୍ ଖାଉଥିଲା ବେଳେ ସେଥିରୁ ମାଂସ ଖଣ୍ଡ ଖସିପଡ଼ିବାର ଦେଖି ମୁନ୍ ଜାଙ୍ଗ୍ ହସିଦେଇଥିଲେ, ଏଥିରେ ଉତ୍କ୍ଷିପ୍ତ ହୋଇ ରୋନାଲଡ଼ଙ୍କୁ ଘଟଣାସ୍ଥଳରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ ଏବଂ ଦୁଇଦିନ ପରେ ସେ ହାସପାତାଳରେ ମୃତ୍ୟୁବରଣ କରିଥିଲେ ଏହିଭଳି ଘଟଣା ଆମ ଦେଶରେ ମଧ୍ୟ ବିରଳ ନୁହେଁ ଅତୀତରେ ରାଜାମହାରାଜା ମାନେ ବେଳେ ବେଳେ ଭୁଲ ନିଷ୍ପତ୍ତିମାନ ନେଇ ଦେଶର ସମବେତ ଜନତାଙ୍କୁ ଅସୁବିଧାରେ ପକାଉଥିଲେ, ଏବଂ ସେମାନଙ୍କ ସେହି ଭୁଲ ନିଷ୍ପତ୍ତିକୁ ଦେଖି ଯେଉଁ ବ୍ୟକ୍ତିମାନେ ହସୁଥିଲେ ସେମାନଙ୍କୁ ଦଣ୍ଡ ବିଧାନ କରାଯାଉଥିଲା
ହସ ଆମ ଜୀବନପାଇଁ ଅପରିହାର୍ଯ୍ୟ ସତ କିନ୍ତୁ, ଅଧିକ ପରିମାଣର ହସ ଆମ ଜୀବନପ୍ରତି ବିପଦ ସୃଷ୍ଟି କରିପାରେ, ତେଣୁ ହସିବା ବେଳେ ଏହିକଥା ପ୍ରତି ବିଶେଷ ଧ୍ୟାନ ନିଶ୍ଚୟ ଦିଅନ୍ତୁ
ସହକାରୀ ଅଧ୍ୟାପକ
ମାତୃତ୍ବ ଓ ଶିଶୁସ୍ବାସ୍ଥ୍ୟ ବିଶେଷଜ୍ଞ
ରୋଲାଣ୍ଡ ଫାର୍ମାସୀ କଲେଜ୍, ବ୍ରହ୍ମପୁର-୧୦
ଫୋନ୍ : ୯୦୪୦୯ ୮୫୪୬୩
Back to Previous Page