favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଲୋକମାନେ ବିବାହାଦି ଶୁଭକର୍ମକୁ ଯାଆନ୍ତି କାହିଁକି ?

ଲୋକମାନେ ବିବାହାଦି ଶୁଭକର୍ମକୁ ଯାଆନ୍ତି କାହିଁକି ?

ବିବାହ, ବ୍ରତ, ଗୃହପ୍ରବେଶାଦି ଅନେକ ଶୁଭକର୍ମରେ ଆପଣଙ୍କୁ ନିମନ୍ତ୍ରଣ କରାଯାଏ, ହେଲେ ଏହି ସମସ୍ତ ଉତ୍ସବକୁ ଆମନ୍ତ୍ରିତ ଅତିଥିମାନଙ୍କ ସହିତ ଅନେକ ଅଣଆମନ୍ତ୍ରିତ ଅତିଥି ମଧ୍ୟ ଆସିଥାନ୍ତି୤ ସେ ସବୁ ଲୋକ ଆସନ୍ତି କାହିଁକି, କେହି ଜଣେ ଗବେଷଣା କରି ଜଣାଇଛନ୍ତି ଯେ ସାମାଜିକ ସମାରୋହ ମାନଙ୍କରେ ଯୋଗ ଦେଉଥିବା ଲୋକ ସମୁଦାୟ ପାଞ୍ଚ ପ୍ରକାରର ଅଟନ୍ତି୤

ପ୍ରଥମପ୍ରକାର : ଏହି ଶ୍ରେଣୀର ଲୋକମାନେ ସାଧାରଣତଃ ବର କିମ୍ବା ବଧୁପକ୍ଷର ସମ୍ବନ୍ଧୀୟ ଗୋଷ୍ଠୀ ଯଥା ଦାଦା, ମଉସା, ପିଉସା ଏବଂ ତତ ସମ୍ବନ୍ଧୀୟ ଦୂରବନ୍ଧୁ ହୋଇପାରନ୍ତି୤ ଏହି ଶ୍ରେଣୀର ଲୋକମାନେ ସାଧାରଣତଃ ନିଜର ସାମାଜିକ ଦାୟିତ୍ବର ପରିପ୍ରକାଶ ହେତୁ ଏହି ସବୁ ଉତ୍ସବର ସାମିଲ୍ ହୁଅନ୍ତି୤

ଦ୍ବିତୀୟ ପ୍ରକାର : ଏହି ଶ୍ରେଣୀର ଲୋକମାନେ ସିଧାସଳଖ ବନ୍ଧୁବର୍ଗ ନ ହେଲେ ବି ବରପକ୍ଷ କିମ୍ବା କନ୍ୟାପକ୍ଷର ଚିହ୍ନା ପରିଚିତ ହୋଇପାରନ୍ତି, ଯେମିତି ବନ୍ଧୁ, ସ୍କୁଲ କିମ୍ବା କଲେଜର ପାଠ ପଢୁଥିବା ସାଙ୍ଗ, ଅଫିସରେ ଏକାଠି କାମ କରୁଥିବା ସାଙ୍ଗସାଥୀ ହୋଇପାରନ୍ତି୤

ତୃତୀୟ ପ୍ରକାର : ଏହି ଶ୍ରେଣୀର ଲୋକମାନେ ନିଜପାଇଁ କିମ୍ବା ନିଜ ସନ୍ତାନମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର କିମ୍ବା କନ୍ୟାପାତ୍ରୀ ସନ୍ଧାନରେ ଏମିତି ସବୁ ଉତ୍ସବକୁ ଆସନ୍ତି୤ ଏହି ସମୟରେ ପ୍ରାୟତଃ ବନ୍ଧୁପରିଜନ ବା ସମ୍ବନ୍ଧୀୟ ମାନଙ୍କ ମଧ୍ୟରେ ଭଲ ପାତ୍ର କିମ୍ବା ପାତ୍ରୀଟିଏ ପାଇବାର ସୁଯୋଗ ଅଧିକ ଥାଏ୤ ତେଣୁ ସେମାନେ ଭଲ ସୁନ୍ଦର ବେଶପରିପାଟୀ ହୋଇ ଏହି ସବୁ ଉତ୍ସବରେ ଯୋଗ ଦିଅନ୍ତି୤

ଚତୁର୍ଥ ପ୍ରକାର : ଏହି ଶ୍ରେଣୀର ଲୋକମାନେ ପ୍ରାୟତଃ ସୁସ୍ବାଦୁ ଖାଦ୍ୟଲୋଭୀ ହୋଇଥାଆନ୍ତି ଏବଂ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖାଇବା ଆଶାରେ ଏହି ସବୁ ସମାରୋହରେ ଯୋଗ ଦିଅନ୍ତି୤ ବିବାହ ଉତ୍ସବ ହେଉଥିବା ସ୍ଥାନ ଅପେକ୍ଷା ରୋଷଶାଳାରେ ଏମାନଙ୍କର ଉପସ୍ଥିତି ଅଧିକ ଦେଖାଯାଏ୤ ଭୋଜନ ସମୟରେ ସେମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ସହିତ ନିଜର ମତାମତ ଦେଉଥିବା ଦେଖାଯାଏ୤

ପଞ୍ଚମ ପ୍ରକାର : ଏହି ଶ୍ରେଣୀର ଲୋକମାନେ ନା ତ ବରପକ୍ଷର ନା କନ୍ୟାପକ୍ଷର ହୋଇଥାନ୍ତି, ଏମାନେ କେବଳ ସୁଯୋଗ ଉଣ୍ଡି ବିବାହ ସ୍ଥାନରୁ କିଛି କିଛି ଜିନିଷ ଚୋରୀକରିବା ଆଶାରେ ଆସିଥାନ୍ତି୤ ଏହି ଶ୍ରେଣୀର ଛୋଟ ପିଲାମାନେ ଭୋଜନଶାଳାରେ ବାରମ୍ବାର ପ୍ରବେଶକରି ଖାଦ୍ୟପଦାର୍ଥ ସାମିଆନା ତଳଦେଇ ବାହାରକୁ ହରଣଚାଳ କରୁଥିବା ବେଳେ ଏହି ଶ୍ରେଣୀର ବୟସ୍କ ଲୋକମାନେ ଉପସ୍ଥିତ ଅତିଥି ମାନଙ୍କ ନଜର ଆଢୁଆଳରେ ଘରର ବିଭିନ୍ନ ଜିନିଷ ଉପରେ ହାତସଫା କରୁଥିବା ଦେଖାଯାଏ୤

ବର୍ତ୍ତମାନ ଆପଣ ନିଜେ ଭାବିନିଅନ୍ତୁ ଯଦି ଆପଣ କୌଣସି ବିବାହ ଉତ୍ସବକୁ ଯାଉଥାନ୍ତି ତେବେ ସେଠାରେ ଆପଣ କେଉଁ ଶ୍ରେଣୀରେ ନିଜକୁ ଗଣିବେ ?

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ଏଠାରେ ପଢ଼ନ୍ତୁ !
ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଏଠାରେ ପଢ଼ନ୍ତୁ !