ଆପଣଙ୍କ ମତାମତ ଏବଂ ବାର୍ତ୍ତା ମତାମତ ଦିଅନ୍ତୁ


ମାସିକ ପତ୍ରିକା

Posted by ହରିଶ୍ ତାଣ୍ଡି, on 24 Jul 2019

ସାର୍ ଜୁଲାଇ ମାସର ପତ୍ରିକା କେବେ ପ୍ରକାଶିତ ହେବ?


ଭଲ କାମ ଟିଏ କରୁଛନ୍ତି ଏଣୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି I

Posted by ମନୁଭାଈ, on 22 Jun 2019

ନିତି ଲେଖା ପଢା କଲେ ମୁଣ୍ଡ ଠିକ ରୁହେ I ଆତ୍ମବିଶ୍ଵାସ ବଡେ I ଭଲ କାମ ଟିଏ କରୁଛନ୍ତି ଏଣୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି I ଯୁଗ ସାଙ୍ଗେ ତାଳ ଦେଇ ମୁଁ ଚାଲି ପାରିଲି ନାହିଁ I କାଗଜରେ ଲେଖି ଛପାଇ ବହି କଲି I ଆଜି ସେ ବହିକୁ ସାଇତି ରଖିବା ଓ ବିକିବା ଏକ ପ୍ରକାର କଷ୍ଟ ହୋଇ ଯାଇଛି I ଏହା ଭିତରେ ବୟସ ବଢି ଦେହଟାକୁ ବୁଢା କରିଦେଇଛି I ମତଲବି ସାଥି ମାନେ ମୋତେ ଠକି ଧୋକା ଦେଇ ଚାଲିଗଲେଣି I ଏଣୁ ବୁଢାକାଳେ ଲେଖା ଲେଖି କମାଇ ନଈ ପଠାରେ ବରଗଛ ଲଗାଉଛି I ପୁରୀରେ ମୋ ବସା I ପୁରୀରେ ମୁଁ ବରଗଛ ଲଗାଉଥିଲି I ଏବେ ସହରରେ ଗଛ ଗାଈ ପାଇଁ ଜାଗା ନାହିଁ I ଏଣୁ ମୁଁ ନୂଆ ନଈ ପଠାକୁ ବୁଢା କାଳର ଖେଳ ପଡିଆ କରିଛି I ମୋ ଖେଳ କହିଲେ ବରଗଛ ଲଗାଇବାକୁ ବୁଝାଏ I ଗୋବର ପାଣି ଓ ଜିଆ ଦେଖି ଖୁସି ହେବାକୁ ପଡେ I ତୁଳସୀ ପଇଡ ପିଜୁଳି କୋଳି ଆଦି ଖାଈ ଖୋଲା ପଡିଆରେ ମଜା କରିବାକୁ ହୁଏ I ଆମର ଏହି କାମକୁ କିଛି ସହରିଆ ବାବୁ ମାନେ ଭଲ ପାଉଛନ୍ତି , ସେମାନେ ତାଙ୍କର ଗାଡି ଧରି ଏଠାକୁ ଆସୁଛନ୍ତି I ସାଙ୍ଗରେ ଆମ ମାନଙ୍କ ପାଇଁ କିଛି ଉପହାର ଆଣୁଛନ୍ତି I ସେମାନେ ଆମଙ୍କୁ ଉପହାର ଦେଇ ଖୁସି ହେଉଛନ୍ତି I ଆମେ ଗଛ ଲଗାଇବା ଲୋକେ ଉପହାର ପାଇ ଖୁସି ହେଉଛୁ I ଆମେ କଣ କରୁଛୁ ଥରେ ଦେଖିବାକୁ ଆସନ୍ତୁ I ଆପଣ ଯାହା ଦେଖିବେ ତାହା ଥରେ ଲେଖନ୍ତୁ I


ଓଡ଼ିଶାର ଅଂଶ ଆହ୍ୱାନ

Posted by ସସ୍ମିତା ସାହୁ, on 18 Jun 2019

ଆହ୍ୱାନ ଏକ ପତ୍ରିକା ନୁହେଁ I ଓଡ଼ିଶାର ଏକ ଅଂଶ I ମାତୃଭାଷାକୁ ଜୀବିତ ରଖିବା ପାଇଁ ଉଚ୍ଚକୋଟୀର ସେବା I ଅତି ସୁନ୍ଦର ପ୍ରୟାସ, ମୂଲ୍ୟବାନ ଚିନ୍ତାଧାରା I ନୂଆ ଲେଖକ ଲେଖିକାଙ୍କ ପାଇଁ ପ୍ରଯୁଜ୍ୟ ମାଧ୍ୟମ I ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଗୌରବାନ୍ୱିତ ଓ ମାତୃଭୂମି ଓ ମାତୃଭାଷାକୁ ସମ୍ମାନିତ କରିଛି I ଦେଶ ବିଦେଶରେ ଥିବା ଓଡ଼ିଆ ଭାଇ ଭଉଣୀ ଆମ ଲେଖା ପଢି ପାରୁଛନ୍ତି ,ନିଜକୁ ଖୁସି ଲାଗୁଛି I ଆହ୍ୱାନ ଓଡ଼ିଶାର ଆହ୍ୱାନ ହେଉ I ଆଗକୁ ତାର ପ୍ରଚାର ପ୍ରସାର ଅଧିକରୁ ଅଧିକ ହେଉ ଏହା ହିଁ କାମନା I ଶେଷରେ ଧନ୍ୟବାଦ, ଜ୍ୟୋତି ସାରଙ୍କୁ, ତାଙ୍କ ଚେଷ୍ଟା ସଫଳ ହେଇଛି I


ସମାଜ ପାଇଁ ଆମ ଆହ୍ବାନ।

Posted by ସୌମ୍ୟରଂଜନ ପାତ୍ର।, on 13 May 2019

ଓଡ଼ିଆ ଭାଷାକୁ ଦେଇ ସମ୍ମାନ ହୃଦୟେ ଜଗାଅ ଭାବ ବନ୍ଧନ କୋଟି ଜନତାଙ୍କ ଆତ୍ମ ଚିନ୍ତନ ଶିଖାଏ ଆମକୁ ଏଇ ଆହ୍ବାନ। କର୍ମ ହିଁ ଭଗବାନ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସତ୍ୟ ନିଷ୍ଠା ତଥା ନିସ୍ବାର୍ଥପର ଭାବରେ କରି ଚାଲିଲେ ସଫଳତା ନିଶ୍ଚିତ ପାଦ ଛୁଇଁବ। ଏହାହିଁ ସଂସାରର ସାରତତ୍ତ୍ବ। (ଜୟ ଜଗନ୍ନାଥ)


ମା ମାଟି ମାତୃଭାଷାର ସେବା ହିଁ ଶ୍ରେଷ୍ଠ ସେବା

Posted by ମନୁଭାଈ, on 20 Apr 2019

ମନୁଭାଈ ଯେବେ ସୁଯୋଗ ମିଳେ ମୁଁ ପଢେ I ଓଡ଼ିଆ ପଢିବାକୁ ଭଲ ଲାଗେ I ମୁଁ ଏବେ ଓଡ଼ିଆ ଲେଖି ପାରୁଛି ଏଣୁ ଜୀବନ ଆନନ୍ଦେ କଟୁଛି I କାହିଁକି ଆନନ୍ଦେ ଜୀବନ କଟୁଛି ଯଦି ପଚାରିବେ ତେବେ ମୁଁ କହିବି ମୁଁ ଓଡ଼ିଆ -ଘରୁଆ-ନିତି ଖାଉଛି ନଡ଼ିଆ -ମୋ ଠାକୁର-କାଳିଆ I ଏଣୁ ମୋ ଜୀବନ ବଢିଆ ମୁଁ ସରଳ ଶାନ୍ତ ହିସାବୀ ସାହାସୀ ଓଡ଼ିଆ I ଆପଣଙ୍କୁ ଆପଣଙ୍କ ମାତା ପିତାଙ୍କୁ ସମସ୍ତଙ୍କୁ ମୁଁ ମୋର କୃତ୍ତଜ୍ଞତା ଜଣାଉଛି I ମା ମାଟି ମାତୃଭାଷାର ସେବା ହିଁ ଶ୍ରେଷ୍ଠ ସେବା I ଯାହା ଆପଣ କରୁଛନ୍ତି I ଭଲ କାମ ସମସ୍ତେ କରିପାରିବେ ମାତ୍ର କରନ୍ତି ନାହିଁ , ମାତ୍ର ଯିଏ ଭଲ କାମ କରନ୍ତି ତାଙ୍କ ଜୀବନ ଭଲରେ କଟିଥାଏ I 20/4/2019


ଆହ୍ୱାନ ଆହୁରି ଲୋକାଭିମୁଖୀ ହେଉ

Posted by SANTOSH KUMAR MOHANTY, on 12 Apr 2019

ମାନନୀୟ ସମ୍ପାଦକ ମହୋଦୟ, ନମସ୍କାର ଗ୍ରହଣ କରିବେ | ଆଜି ପ୍ରଥମ ଥର ପାଇଁ ଆହ୍ୱାନ ଇ ପତ୍ରିକା ନେଟରେ ଦେଖି ପଢ଼ିଲି |ଓଡ଼ିଆ ଭାଷା ସାହିତ୍ୟର ବିକାଶ ଦିଗରେ ଏହା ଏକ ବଳିଷ୍ଠ ପଦ୍ଧକ୍ଷେପ | ଆପଣଙ୍କ ସ୍ୱପ୍ନ ଓ ଉଦ୍ୟମକୁ ସାଧୁବାଦ ଜଣାଉଛି | ଏହା ଦ୍ୱାରା ଅନେକ ଯୁବ ପିଢ଼ି ପ୍ରଭାବିତ ହେବା ସହ ସାହିତ୍ୟ ସାର୍ବଜନୀନ ହେଉଛି | ସମସ୍ତ ବିଭାଗ ଭଲ ଲାଗିଲା | ଶିଶୁ ମାନଙ୍କ ପାଇଁ ବିଭାଗଟିଏ ରଖନ୍ତୁ | (ଇତି) ଆପଣଙ୍କ ପାଠକ, ସନ୍ତୋଷ କୁମାର ମହାନ୍ତି, ନବଜୀବନ ସମାଜ, ସଫା,କଟକ. ଦୂରଭାଷ-୯୭୭୭୭୬୬୩୪୬


ଅଭିନବ ପ୍ରୟାସ ଓ ଉନ୍ନତ ପଦକ୍ଷେପ

Posted by ଶିଶୁପାଲ ସାମ୍ରଥ, on 02 Apr 2019

ଏହା ଏକ ଉଚ୍ଚକୋଟ୍ଟୀର ସାହିତ୍ୟିକ ସୃଷ୍ଟି ହୋଇପାରୁଛି। ଲେଖକ/ଲେଖିକାମାନଙ୍କର ସର୍ଜନଶୀଳତା ବୃଦ୍ଧି ହେଉଅଛି। ପ୍ରଶଂସନୀୟ ଓ ଅନନ୍ୟ ଚିନ୍ତାଧାରା ପଦକ୍ଷେପ ଅଟେ।


ଅଭିନବ ପ୍ରୟାସ ଓ ଉନ୍ନତ ପଦକ୍ଷେପ

Posted by ଶିଶୁପାଲ ସାମ୍ରଥ, on 02 Apr 2019

ଏହା ଏକ ଉଚ୍ଚକୋଟ୍ଟୀର ସାହିତ୍ୟିକ ସୃଷ୍ଟି ହୋଇପାରୁଛି। ଲେଖକ/ଲେଖିକାମାନଙ୍କର ସର୍ଜନଶୀଳତା ବୃଦ୍ଧି ହେଉଅଛି। ପ୍ରଶଂସନୀୟ ଓ ଅନନ୍ୟ ଚିନ୍ତାଧାରା ପଦକ୍ଷେପ ଅଟେ।


ସାହିତ୍ୟ କୁ ଆଗକୁ ନେବାର ସୁନ୍ଦର ପ୍ରୟାସ

Posted by ରଜୀତ ଦାସ, on 02 Apr 2019

ଓଡ଼ିଆ ସାହିତ୍ୟ କୁ ଆପଣଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ


ଆଶା ଓ ପ୍ରତ୍ୟାଶା।

Posted by ସୌମ୍ୟ ରଞ୍ଜନ ପାତ୍ର।, on 28 Mar 2019

ଆଜିକା ଦିନରେ ମୁଁ ଆହ୍ବାନ ଇ-ପତ୍ରିକା ର ଏକ ନିୟମିତ ପାଠକ। ଯେବେଠାରୁ ଏହି ପତ୍ରିକା ସଂସ୍ପର୍ଶରେ ଆସିଛି କାହିଁକି କେଜାଣି ଏହି ପତ୍ରିକା ପ୍ରତି ମୋର ଏକ ଅହେତୁକ ଦୁର୍ବଳତା ପ୍ରକାଶ ପାଇଛି। ଯାହାକି ଭାଷାରେ ବ୍ୟକ୍ତ କରିବା ମୋ ପକ୍ଷେ ସମ୍ଭବ ନୁହେଁ। ମନରେ ସବୁବେଳେ କିଛି ନୂଆ କରିବାର ଆଶା ଓ ପ୍ରତ୍ୟାଶା। ତେଣୁ ପ୍ରବନ୍ଧ କିମ୍ବା କବିତା ମାଧ୍ୟମରେ ସମାଜକୁ ବାସ୍ତବତାର ବାର୍ତ୍ତା ପ୍ରେରଣ କରିବା ପାଇଁ ଏହି ପତ୍ରିକା ମୋତେ ଖୋରାକ ଯୋଗାଇଛି। (ଜୟ ଜଗନ୍ନାଥ)।


ପତ୍ରିକା ପାଇଁ ସମାଲୋଚନା

Posted by ମନୋଜ କୁମାର ବେହେରା , on 24 Mar 2019

ଆଜ୍ଞା, ଆପଣଙ୍କ ପତ୍ରିକାକୁ ସମାଲୋଚନା ପଠାଇଲେ ଗ୍ରହଣ ହେବ କି. ମୁ ପଠେଇବାକୁ ଇଚ୍ଛା ପ୍ରକଶ କରୁଛି ତ.


ଉତ୍ତମ ପ୍ରୟାସ

Posted by SOUMYA RANJAN PATRA, on 13 Mar 2019

ଆଜିର ଏହି ଅତ୍ୟାଧୁନିକ ସମାଜରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପୁଣିଥରେ ଲୋକମାନଙ୍କ ହୃଦୟରେ ପୁନଃ ପ୍ରତିଷ୍ଠା କରିବାର ଏହି ଅଭିନବ ପ୍ରୟାସ ବାସ୍ତବରେ ଖୁବ୍ ସ୍ବାଗତଯୋଗ୍ଯ ।(ଜୟ ଜଗନ୍ନାଥ)


ଆପଣଙ୍କ ମତାମତ ଦିଅନ୍ତୁ
Introductory text of Publication :
Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month.

Frequency : Monthly
Format : PDF e-Magazine
Language : Odia
Starting year of Publication : 2006
Subject : Literature

Publisher :

Dr Jyoti Prasad Pattanayak
MBBS, PGDMCH, PGDHM

Beema Nagar, 2nd Lane
Berhampur, 760010
Dist : Ganjam
Odisha, India

Editorial Board :

Dr Jyoti Prasad Pattanayak
Chief Editor

e-Mail : editor@aahwaan.com

Mrs Priti Priyadarshani Mohapatro
Sub-Editor

e-Mail : subeditor@aahwaan.com


Archieves

2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤