ଆପଣଙ୍କ ମତାମତ ଏବଂ ବାର୍ତ୍ତା ମତାମତ ଦିଅନ୍ତୁ


ସୁନ୍ଦର ଲେଖା

Posted by ସନ୍ତୋଷ କୁମାର ପାତ୍ର , on 17 May 2020

ସମ୍ପାଦକ ମହୋଦୟ , ମାର୍ଚ୍ଚ ମାସ 2020ରେ ଆହ୍ୱlନରେ ପ୍ରକାଶିତ ପ୍ରଶାନ୍ତ ପଧାନଙ୍କ କବିତା “ବିଦଗ୍ଧ ସ୍ୱର”ରେ କବିଙ୍କର କବିତା ପ୍ରେମ ଆଲ୍ହାଦିତ କଲା କବିତାଟି ସମ୍ପୂର୍ଣରୂପେ କବିତାମୟ, କବିତାର ପ୍ରତିଧ୍ଵନିରେ ପରିପୂର୍ଣ l କବିତାର ପ୍ରେମରେ ସମ୍ମୋହିତ କବି; କବିତାର ପ୍ରେରଣାରେ ସୁସଜିତ କରିଛନ୍ତି କବିତାର କମନୀୟ କାୟା l ପ୍ରତ୍ୟେକ କବିର ପ୍ରତିଷ୍ଠା ପଛରେ ଏକ କବିତାର ହାତ ଥାଏ - ସେ ଶବ୍ଦର ହେଉ ବା ରକ୍ତ ମାଂସର l “ପ୍ରେମିକ ମୁଁ କବିତାର l କବିତା ସାଜିଛି ଜୀଵନେରେ ମୋର ବଡ ଏକ ଦୁର୍ବଳତା l ଓଃ! ପୁନଶ୍ଚ ସେହି କବିତା ! ଧନ୍ୟବାଦ l ସନ୍ତୋଷ କୁ. ପାତ୍ର


ମତାମତ ଲେଖିବାକୁ ଯେଉଁମାନେ କୃପଣ ସେମାନଙ୍କର କିଏ ମଙ୍ଗଳ କରି ପାରିବ ?

Posted by manubhai, on 23 Mar 2020

ମନୁଭାଈ (ଖପୁରି ବାବା),ଶ୍ରୀକ୍ଷେତ୍ର : 9861045050 happylifemanubhai@gmail.com ମତାମତ ଲେଖିବାକୁ ଯେଉଁମାନେ କୃପଣ ସେମାନଙ୍କର କିଏ ମଙ୍ଗଳ କରି ପାରିବ ? ପଥରକୁ ପଥର କହିବାକୁ ଯେଉଁଠି ଡରନ୍ତି I ଯେଉଁଠି କୋଟି କୋଟି ଲୋକେ ମିଛ କୁହନ୍ତି , ମିଛ ଶୁଣିବାକୁ , ମିଛ ଦେଖିବାକୁ ଠେଲା ପେଲା ହୁଅନ୍ତି ସେଠାରେ କିଏ କୋଟି କୋଟି ଆଖିଥିବା ଅନ୍ଧଙ୍କର ମଙ୍ଗଳ କରିପାରିବ? ନିତି ଲେଖାପଢ଼ା କଲେ ମନ ସଫା ହୁଏ , ଆତ୍ମବିଶ୍ଵାସ ବଢେ , ଜୀବନ ଜୀବିକା ଶାନ୍ତିରେ କଟେ I ବହି-ଖାତା-କଲମ ମହିମା କିଏ ବୁଝି ନାହିଁ କୁହନ୍ତୁ ? କୁହନ୍ତୁ ଆଜି କୋଟି କୋଟି କଳିଙ୍ଗ ବାସୀଙ୍କୁ ବହି-ଖାତା-କଲମର ମହିମା କିଏ ଜାଣଇବ ? କିପରି ଜଣାଇବ? ଆଜି FB ରେ ମନର କଥା ଲେଖିବାକୁ ସୁବିଧା ସୁଯୋଗ ଅଛି ମାତ୍ର କେତେ ଜଣ ସୁଯୋଗ ବ୍ୟବହାର କରୁଛନ୍ତି? କେବଳ LIKE କରୁଛନ୍ତି କିମ୍ବା ଫଟଟିଏ ପ୍ରକାଶ କରୁଛନ୍ତି I ଏବେ ବି କୋଟି କୋଟି ଓଡିଶା ବାସୀ ଲେଖାପଢା କରିବାକୁ ଡରୁଛନ୍ତି I ଲେଖାପଢା କରିବାକୁ ଏକ ଫାଲୁତ କାମ ବୋଲି ଭାବୁଛନ୍ତି I ମାତ୍ର ସତ୍ୟ ଏହା ଯେ କଲମ ଧାରୀ ମାନେ ବେଶଧାରୀଙ୍କ ଅପେକ୍ଷା ଜଗତର ଅଧିକ ହିତ କରି ପାରନ୍ତି I ଏଣୁ ହେ କଳିଙ୍ଗର ବୀର ସନ୍ତାନମାନେ (aahwaan.com)ଆହ୍ଵାନରେ ଯୋଗ ଦିଅନ୍ତୁ I ନିଜ ହୃଦୟର କଥାକୁ ଲେଖି ଦିଅନ୍ତୁ I ନିଜର ଓ ଜଗତର ହିତ କରନ୍ତୁ I ଇମେଲ୍ ଦ୍ବାରା aahwaan@gmail.com ରେ ସମ୍ପର୍କ କରନ୍ତୁ


ନିଜ ହୃଦୟର କଥାକୁ ଲେଖିଦେଲେ ଜୀବନ ଶାନ୍ତିରେ କଟେ I

Posted by manubhai, on 21 Mar 2020

ନିଜ ହୃଦୟର କଥାକୁ ଲେଖିଦେଲେ ଜୀବନ ଶାନ୍ତିରେ କଟେ I Posted by ମନୁ ଭାଈ, ଶ୍ରୀ କ୍ଷେତ୍ର, ମୋ:9861045050, Email: happylifemanubhai@gmail.com ନିଜ ହୃଦୟର କଥାକୁ ଲେଖିଦେଲେ ଜୀବନ ଶାନ୍ତିରେ କଟେ I ଆଜି ଆହ୍ୱାନର ପ୍ରତିଷ୍ଠାତା କଳିଙ୍ଗବାସୀଙ୍କୁ ସୁଯୋଗ ଦେଇଛନ୍ତି I ସୁଯୋଗକୁ ବ୍ୟବହାର କରନ୍ତୁ I ନିଜ ହୃଦୟର ଭାବକୁ ଆହ୍ୱାନରେ ଲେଖି ଦିଅନ୍ତୁ I ଆପଣଙ୍କର ଜୀବନ ଶାନ୍ତିରେ କଟିବ I ସତ୍ୟ ନିଜେ ଅନୁଭବ କରନ୍ତୁ I ଚଟାପଟ କିଛି ହୁଏ ନାହିଁ I ପ୍ରତିମାସରେ ନିଜ ହୃଦୟର କଥା,ଗୀତ,ଭାବନା ଲଗାତାର ଆହ୍ୱାନରେ ଲେଖନ୍ତୁ ଓ କଣ ମିଳୁଛି ନିଜେ ଅନୁଭବ କରନ୍ତୁ I ମୁଁ ମୋ ନିଜ କଥା ଜଣାଉଛି ମୋର ବହୁତ ଲାଭ ହୋଇଛି ଓ ହେଉଥିବ ବୋଲି ମୋର ଆତ୍ମ ବିଶ୍ୱIସ ଅଛି I ଶେଷରେ ମୁଁ କଳିଙ୍ଗ ବାସୀଙ୍କୁ ଅନୁରୋଧ କରୁଛି ଆସ ଆହ୍ୱାନ ମାଧ୍ୟମରେ ଜନ ସଚେତନା କରିବା I ନିଜେ ନିରୋଗ ରହି ସମସ୍ତଙ୍କୁ ନିରୋଗ ରହିବାକୁ ପ୍ରେରଣା ଦେବା I ଜଗତ ହିତ ପାଇଁ ସଂକଳ୍ପ ନେବା I ମୋ ଭଳି ଜଣେ ମୂର୍ଖ ବୁଢାର ମତାମତକୁ ଆପଣଙ୍କ ବିଶ୍ୱ ପ୍ରଚାରିତ ପ୍ରତିକାରେ ପ୍ରକାଶିତ କରିଥିବାରୁ ମୁଁ ମୋର କୃତ୍ତଜ୍ଞତା ଜାଣଉଛି I ହଁ ଏହା ବି ଆଶା କରିବି ଆହ୍ୱାନ ପରିବାର ମାୟା ମୁକ୍ତ ହୋଇ ପରମ ଶାନ୍ତିରେ ଜୀବନ କାଟିବାକୁ ଯୋଗ୍ୟ ହୁଅନ୍ତୁ I ନିଜର ମୂଲ୍ୟ ନିଜେ ଗଢ଼ନ୍ତୁ I ନିଜର ଶାରୀରିକ , ମାନସିକ , ଆର୍ଥିକ, ସାମାଜିକ ଶକ୍ତି ବିଷୟରେ ସଚେତନ ରୁହନ୍ତୁ I ସଦା ହିସାବୀ ସାହାସୀ ହୋଇ ଚେତାରେ ଚଳନ୍ତୁ I ମୋ କାମ ମୁଁ କରୁଛି I ମୋ କର୍ମଫଳ ମୁଁ ଭୋଗୁଛି I କର୍ମଫଳ କର୍ତ୍ତା ଭୋଗିଥାନ୍ତି I ଭଲ କାମ-ହିତ କାମ-ଲାଭ କାମ କରିବାକୁ କାହାକୁ ମନା ହୋଇନାହିଁ I ମୁଁ ଭାବୁଛି ଓଡ଼ିଶାର ଯୁବ ଶକ୍ତି ଆହ୍ୱାନରେ ଯୋଗ ଦେବେ I ଆସ ନିଜ ହିତ ଓ ଜଗତ ହିତ ପାଇଁ ସଂକଳ୍ପ ନେବା I


ମାର୍ଚ୍ଚ 2020 ସଂଖ୍ୟା ବିଷୟରେ

Posted by Puspanjali panda, on 15 Mar 2020

ଆହ୍ୱାନ -ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ନୂତନ ପିଢ଼ି କୁ ନେଇ ଆସୁଥିବା ନୂତନ ସାହିତ୍ୟ ର ନୂତନ ପରିଭାଷା।ଏଥରର ହୋଲି କରୋନା ଆକ୍ରାନ୍ତ ସତ ,ମାତ୍ର ଆହ୍ୱାନ ର ମାର୍ଚ୍ଚ ସଂସ୍କରଣ ଟି ପଞ୍ଚୁଦୋଳ ରେ ରଙ୍ଗ ଭରିଦେଲା।ଜ୍ୟୋତି ସାର୍ ଙ୍କ ଆହ୍ୱାନ ରେ ସମସ୍ତେ ସାମିଲ ହୁଅନ୍ତୁ।ତାଙ୍କ ଉଦ୍ୟମ ଆହୁରି ସଫଳ ହେଉ।


ମୁଁ ଭାବୁଛି ଓଡ଼ିଶାର ଯୁବ ଶକ୍ତି ଆହ୍ୱାନରେ ଯୋଗ ଦେବେ I

Posted by ମନୁ ଭାଈ , ଶ୍ରୀ କ୍ଷେତ୍ର,ମୋ:9861045050, on 03 Mar 2020

ମନୁ ଭାଈ , ଶ୍ରୀ କ୍ଷେତ୍ର ମୋ:9861045050 3 ମାର୍ଚ 2020 ଯିଏ ଇ ପତ୍ରିକାଟିଏ କରୁଛନ୍ତି ଓ ତାହା ପୁଣି ମାଗଣାରେ ମିଳୁଛି ସେ ଜାଣିଛନ୍ତି ତ୍ୟାଗ କଣ ? ହଁ ଭଲ କାମ ହେଉ ବା ମନ୍ଦ କାମ ହେଉ କର୍ତ୍ତାଙ୍କୁ କର୍ମ ଫଳ ଭୋଗ କରିବାକୁ ପଡେ I ଆଜି ଆମେ ବଡ଼ ଭାଗ୍ୟବାନ ଯେ ଘରେ ବସି ଇ ପତ୍ରିକା ପଢି ପାରୁଛେ I ନିଜ ଭାବ ଦିଆ ନିଆ କରିପାରୁଛେ I ନିଜ ମନର କଥା ଲେଖି ପାରୁଛେ I ଜଗତ ବାସୀଙ୍କୁ ଜଣାଇ ପାରୁଛେ I ମୋ ମନରେ ଇ ପତ୍ରିକାଟିଏ କରିବା ପାଇଁ ସ୍ୱପ୍ନ ଥିଲା ମାତ୍ର ମୁଁ କରି ପାରିଲି ନାହିଁ I ମାତ୍ର ମୁଁ ଯେବେ ଆପଣଙ୍କର ଇ ପତ୍ରିକାଟିକୁ ଦେଖିଲି ବହୁତ ଖୁସି ହେଲି I ଆଶା କରୁଛି ଦିନେ ଆହ୍ୱାନର ଭାବ କଳିଙ୍ଗବାସୀଙ୍କର ହୃଦୟର ଭାବନା ହେବ I ମୁଁ ମୂର୍ଖ ଲୋକ I ବୁଢାକାଳେ ଓଡ଼ିଆ ଲେଖା ପଢା କରୁଛି ଏଣୁ ଠିକରେ ମୁଁ ମୋ ହୃଦୟର ଭାବ ପ୍ରକାଶ କରି ପାରୁନାହିଁ I ମାତ୍ର ମୁଁ ଭାବୁଛି ଓଡ଼ିଶାର ଯୁବ ଶକ୍ତି ଆହ୍ୱାନରେ ଯୋଗ ଦେବେ I କଳିଙ୍ଗକୁ ବୀର ସାହାସୀ ହିସାବି ମୂଲକ କରିବାକୁ ପ୍ରୟାସ କରିବେ I ମୁଁ ଆହ୍ୱାନ ପରିବାରର ହିତ ଆଶା କରୁଛି I ସମସ୍ତେ ମାୟା ମୁକ୍ତ ହୁଅନ୍ତୁ I ଯୋଗ୍ୟ ରୁହନ୍ତୁ I ଯଶବାନ ହୁଅନ୍ତୁ I ନିଜ ପରିଚୟ ନିଜ କାମ ଦ୍ଵାରା ନିଜେ ତିଆରି କରନ୍ତୁ I ଯାହା ସନାତନ ହୋଇ ରହିବ I


ଖୁବ ସୁନ୍ଦର ପ୍ରୟାସ

Posted by ଦୀପକ କୁମାର ପାତ୍ର, on 16 Feb 2020

ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏହା ଗୋଟେ ଖୁବ ସୁନ୍ଦର ପ୍ରୟାସ କରୁଛନ୍ତି ସାର ଏହି ଆହ୍ବାନ ପତ୍ରିକା ମାଧ୍ୟମରେ । ଏପରି ଜାରୀରହୁ ଓ ଆମ ଓଡିଆ ଭାଷା ଓ ସାହିତ୍ୟ ସୁଦୃଢ଼ ହେଉ ଏତିକି କାମନା ।


ସାହିତ୍ୟ ସେବାରେ ଏକ ପାଦ ଆଗକୁ

Posted by ଆଶିଷ କୁମାର ସ୍ବାଇଁ, on 15 Jan 2020

ପାଠକ ପାଠିକା ମାନଙ୍କ ପାଇଁ ଜ୍ଞାନର ଗନ୍ତାଘର ଆହ୍ବାନ । ସାହିତ୍ୟକୁ ଘରେ ଘରେ ଜନ ମାନସରେ ପହଁଚାଇ ଜ୍ଞାନକୁ ଅଭିବୃଦ୍ଧି କରିବାର ଏକ ଅଭିନ୍ନ ପ୍ରୟାସ । ଘଡି ସନ୍ଧି ମୁହୂର୍ତ୍ତରେ ସାହିତ୍ୟକୁ ଆଗେଇ ନେବାରେ ........ ଆହ୍ବାନ । ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ । ନମସ୍କାର ।


ଯେଉଁମାନେ ଇ ପତ୍ରିକା କରିପାରୁଛନ୍ତି ସେମାଙ୍କର ମଙ୍ଗଳ କାମନା କରୁଛି I

Posted by ମନୁଭାଈ , ଶ୍ରୀକ୍ଷେତ୍ର ଧାମ , on 08 Jan 2020

ମତାମତ : ରୋକ ଠୋକ ମୋ କଥା କିଏ ପଢନ୍ତୁ ବା ପ୍ରକାଶ ନ କରନ୍ତୁ ମୁଁ ସେଥିପ୍ରତି କେବେ ବିରକ୍ତ ହୁଏ ନାହିଁ I ମୁଁ ମୋ କାମ କରେ I ସାଧାରଣତ ମୋ ମତାମତ କେହି ମାଗନ୍ତି ନାହିଁ I କାରଣ ମୁଁ ଖୁସାମତ କରି ପାରେନା I ମୁଁ ପ୍ରତିମାକୁ ପରମାତ୍ମା ଭାବେ କଳ୍ପନା କରି ପାରେନା I ମୁଁ କଳ୍ପନା ଚଷମା ପିନ୍ଧିବାକୁ ଭଲ ପାଏନା I ମୁଁ ମୋ ନିଜ ଅନୁଭବ ଲେଖିଛି I ଏଣୁ ଆଜି ବୁଢ଼ାକାଳେ ମଜାରେ ଜୀବନ କାଟୁଛି I ଅନ ଲାଇନି ବା ଇ ପତ୍ରିକା ଆଜି ଲୋଢା I ଯେଉଁ ମାନେ ଯୋଗ୍ୟ ସେମାନେ ଇ ପତ୍ରିକା କଲେ ଓଡ଼ିଶାର ନିଶ୍ଚୟ ବିକାଶ ହେବ I ମୁଁ ବୁଢା ଲୋକ I ମୋତେ ବରଗଛ ଲଗାଇବାକୁ କାମ ମିଳିଛି ଏଣୁ ନିଜେ ଇ ପତ୍ରିକା ଟିଏ କରି ପାରୁନାହିଁ I ମାତ୍ର ଯେଉଁମାନେ ଇ ପତ୍ରିକା କରିପାରୁଛନ୍ତି ସେମାଙ୍କର ମଙ୍ଗଳ କାମନା କରୁଛି I ମନୁଭାଈ -ପୁରୀ


ସମସ୍ତଙ୍କର ମଙ୍ଗଳ ହେଉ I ଓଡ଼ିଆ ଲୋକେ ଓଡ଼ିଆ ପଢନ୍ତୁ , ବୁଝନ୍ତୁ I ନିଜ ସୁରକ୍ଷା ନିଜେ କରନ୍ତୁ I

Posted by ମନୁଭାଈ (ଖପୁରି ବାବା -ପୁରୀ) , on 04 Jan 2020

ସହରରେ ଟଙ୍କା ଓ କ୍ଷମତା ଠାକୁର ଗାଁରେ ଯୋର ଯାର ମୂଲକ ତାର ମୁଁ ବୁଢା ଲୋକ ମୋ ପାଖେ ଟଙ୍କା ଓ କ୍ଷମତା ନାହିଁ କିମ୍ବା ଦେହରେ ବଳ ବା ଲୋକ ବଳ ନାହିଁ I ଏଣୁ ହିସାବରେ ଚଳୁଛି I ଶ୍ରୀକ୍ଷେତ୍ରରେ ବସା ଘର I ଆମ ମିଡ଼ିଆ ମୋତେ ପିଲା ଚୋରା -ନର ବଳି ଦେଉଥିବା ତାନ୍ତ୍ରିକ ଖପୁରି ବାବା ବୋଲି ପ୍ରଚାର କରିଦେଲେ I ଆଜି ମୋତେ କୁନି କୁନି ପିଲା ମାନେ ଓ ତାଙ୍କର ମା ଓ ବାପା ମାନେ ପିଲା ଚୋର , ନର ବଳି ଦେଉଥିବା ତାନ୍ତ୍ରିକ ଭାବୁଛନ୍ତି I ଆଜି ବିଜ୍ଞାନ ଯୁଗରେ ଆମ ଓଡ଼ିଶାରେ ଏବେ ବି ଅନ୍ଧ ବିଶ୍ୱାସ ,ଗୁଣି ଗାରେଡି, ଗ୍ରହ ନକ୍ଷତ୍ର, ପ୍ରତିମା ପୂଜା ଆଦିକୁ କୋଟି କୋଟି ଲୋକେ ମାନୁଛନ୍ତି ଓ ନିଜେ ନିଜର ସର୍ବନାଶ କରୁଛନ୍ତି I ମିଡ଼ିଆ ବାବୁ ଓ ମା ମାନେ ଏକାଠି ହୋଇ ମୋ ପାଇଁ ଯାହା କଲେ ସେଥିପାଇଁ ମୁଁ କାହାକୁ ଅଭିଯୋଗ କରିବି? ପୁଲିସ ବି ସାଙ୍ଗେ ସାଙ୍ଗେ ସ୍ୱ ମତ UD କେଶ କରି ମୋ ମଠରେ ଥିବା ପୁରୁଣା ମଣିଷ ଖପୁରି ଗୁଡିକ ନେଇଗଲେ ଖୋଳତାଡ କଲେ କିଛି ଦୋଷ ପାଇଲେ ନାହିଁ I କିନ୍ତୁ ମୋ ପୁରୁଣା ମଣିଷ ଖପୁରି ଗୁଡିକ ଫେରାଇଲେ ନାହିଁ I ମୁଁ ଜଣେ ସିଧା ସାଧା ଘରୁଆ ଲୋକ ? ସରକାର ଓ ଦାରୋଗାଙ୍କ ବିରୋଧରେ ଅଭିଯୋଗ କରିପାରିବି କି ? ମିଡ଼ିଆଙ୍କ ବିରୋଧରେ ଅଭିଯୋଗ କରି କଣ ଲାଭ ପାଇବି ? କର୍ମ ଫଳ କର୍ତ୍ତାଙ୍କୁ ମିଳେ I ବଦନାମ ନାମକୁ ମୁଁ ମୋର ପରିଚୟ କରିଦେଲି I ମୁଁ ଆତ୍ମ ଘୋଷିତ ବାବା ନୁହେଁ I ଆମ ମିଡ଼ିଆ ମୋତେ ଖପୁରି ବାବା - ପିଲାଚୋର - ତାନ୍ତ୍ରିକ ବାବା - ଭଣ୍ଡ ବାବା ଓରଫ ମନୁଭାଈ - ମନୁଵାବା କରିଛନ୍ତି I ଲୋକେ ଟିଭିକୁ ସତ ମାନନ୍ତି , ମିଡ଼ିଆକୁ ସତ ମାନନ୍ତି I ମୁଁ କିଏ ? କଣ କରେ? କଣ ଖାଏ? କେଉଁମାନଙ୍କ ସହିତ ଚଳେ ? ତାହା ମୁଁ ଜାଣିଛି ଓ ଜଗତ ଜାଣନ୍ତି I ମୁଁ ମିଡ଼ିଆଙ୍କୁ, ସରକାରଙ୍କୁ,ବଡ ପଣ୍ଡାଙ୍କୁ,ବଡ ଧାର୍ମିକ ବାବା ମାତାଙ୍କୁ ଖୁସି କରାଇବାକୁ କେବେ ପ୍ରୟାସ କରିନାହିଁ I ମୁଁ ମୋ କର୍ମ କରୁଛି I ମୋ କର୍ମ ଫଳ ମୁଁ ଭୋଗୁଛି I କୋଟି କୋଟି କଳିବାସୀ କଣ କରୁଛନ୍ତି ? କାହିଁକି କରୁଛନ୍ତି ? ମୁଁ ସେ କଥା ଭାବେ ନାହିଁ I ମୁଁ ଏତିକି ବୁଝିଛି ଯେ ଯାହାକୁ ଯାହା ଭଲ ଲାଗୁଛି ସିଏ ତାହା କରୁଛନ୍ତି I ଯିଏ ଯାହା କରୁଛନ୍ତି ସିଏ ତାହା ଭୋଗୁଛନ୍ତି I ମୁଁ ଶାନ୍ତିରେ ଜୀବନ କାଟିବାକୁ ଚାହେଁ I ଏଣୁ ଏକାନ୍ତକୁ ଭଲ ପାଇଲି I ନିଜ କାମ ନିଜେ କରିବାକୁ ପ୍ରୟାସ କଲି I ଅନେକ କାମ ମୁଁ କରିବାକୁ ଅକ୍ଷମ ସେଥିପାଇଁ ଯେଉଁ ମାନଙ୍କ ପାଖରେ ମୋର କାମ ଥାଏ ମୁଁ ସେମାନଙ୍କ ସହିତ ସୁ ସମ୍ପର୍କ ରଖିବାକୁ ପ୍ରୟାସ କଲି I ଜୀବନକୁ ଶାନ୍ତିରେ କାଟିବାକୁ ଅନ୍ନ -ବାସ -ବସ୍ତ୍ର -ସୁରକ୍ଷା ଲୋଡ଼ା I ଭଲ ପରିବେଶ-ଭଲ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଲୋଡ଼ା I ମୁଁ ଭଲ ଲୋକ - ଵିଵେକୀ -ହିସାବି -ସାହାସୀ ଲୋକଙ୍କ ସହିତ ଭାବ ରଖି ଚେତାରେ ଚଳିବାକୁ ପ୍ରୟାସ କଲି I ଭଲ ଲୋକଙ୍କୁ ଖୋଜିଲି I ଭଲ ଖୋଜୁ ଖୋଜୁ ମୁଁ ନିଜେ ଭଲ ହୋଇଗଲି I ଆଜି ମୁଁ ବୁଢା କାଳେ ମାୟା ମୁକ୍ତ ହୋଇ ପାରିଛି I ସମସ୍ତ ଦୁଃଖ -ଶୋକ ମୁକ୍ତ ହୋଇ ପାରିଛି I ଶାରୀରିକ -ମାନସିକ -ଆର୍ଥିକ -ସାମାଜିକ -ଧାର୍ମିକ ସମସ୍ୟା କିଛି ନାହିଁ I ହଁ କଳିଯୁଗରେ ଚଳୁଛି I ମୋ ଶାନ୍ତି -ମୋ ଆନନ୍ଦ ଜୀବନ ଦେଖି କଳିବାସୀ ବିରକ୍ତ ହେଉଛନ୍ତି I ଖୋଲା କଥା କର୍ମ ଫଳ ଭୋଗିବାକୁ ପଡେ I ସେ ଭିକାରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ସେ ଶିକ୍ଷିତ ହୁଅନ୍ତୁ ବା ମୂର୍ଖ ସେ ଧାର୍ମିକ ହୁଅନ୍ତୁ ବା ନାସ୍ତିକ ସେ ବାଳକ ହୁଅନ୍ତୁ ବା ବୁଢା ବୁଢ଼ୀ ସେ ଶ୍ରମ ଜୀବି ହୁଅନ୍ତୁ ବା ବୁଦ୍ଧି ଜୀବି ସମସ୍ତେ ଯାହା ଭାବୁଛନ୍ତି ଓ ଯାହା କରୁଛନ୍ତି ତାର ଫଳ ସେ ନିଜେ ଭୋଗୁଛନ୍ତି I ଭଲ ଭାବିବାକୁ ଓ ଭଲ କାମ କରିବାକୁ କାହାକୁ ମନା ହୋଇ ନାହିଁ I କିମ୍ବା ନିଜେ ନିଜର ସର୍ବନାଶ କରିବାକୁ କାହାକୁ ବାଧ୍ୟ କରାଯାଉନାହିଁ I ଯାହାକୁ ଯାହା ଭଲ ଲାଗୁଛି ସେ ତାହା କରୁଛନ୍ତି ଓ ତାର ଫଳ ସେ ଭୋଗୁଛନ୍ତି I ମୁଁ ବୁଢା ଲୋକ ଏଣୁ ବରଗଛ ଲଗାଇବା ଓ ବହିଖାତା ବେପାର କରିବାକୁ ଭଲ ପାଉଛି I ମୋତେ ଯାହା ମିଳୁଛି ମୁଁ ସେଥିରେ ଆନନ୍ଦିତ I ଏହା ମୋ ଜୀବନ କଥା I ଆପଣଙ୍କୁ ଯାହା ଭଲ ଲାଗୁଛି ତାହା ଆପଣ କରନ୍ତୁ I ଖପୁରୀ ବାଣୀ-ପଇଡ଼ ପାଣି I


ସାହିତ୍ୟ ଶ୍ରେଷ୍ଠ

Posted by ରିପୁନ୍ ଜୟ ମହାପାତ୍ର, on 12 Oct 2019

ଉତ୍କର୍ଷ କଳା ର ଦେଶ ଉତ୍କଳ। ଓଡ଼ିଆ ସାହିତ୍ୟ ର ଏକ ବାସ୍ନା ରହିଛି। ତାକୁ ଆହ୍ବାନ ବଞ୍ଚାଇ ରଖିଛି।


ଆଜିର ଆହ୍ୱାନ

Posted by ଦୁର୍ଗା ମାଧବ ମହାରଣା, on 13 Aug 2019

ଡିଜିଟାଲ ଯୁଗର ଆହ୍ୱାନ କୁ ଆପଣଙ୍କ ଟିମ୍ ଲାଗିପଡିଛନ୍ତି, ସୁନ୍ଦର ଅଳଂକରଣ ବି ପତ୍ରିକା ପ୍ରକାଶ ନର ଏକ ଅଂଗ,ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ପତ୍ରିକା ଠୁ କମ୍ ନୁହେ ଭଲ ଲାଗୁଛି ପଢ଼ିବା କୁ।ଭବିଷ୍ୟତ ରେପ୍ରଥମ ଡିଜିଟାଲ ପତ୍ରିକା ର ଗୌରବ ପାଇବ ନିଶ୍ଚୟ, ଆଉଟିକେ ମେଡିଆ ପ୍ରସାର ଦରକାର।


ଆଜିର ଆହ୍ୱାନ

Posted by ଦୁର୍ଗା ମାଧବ ମହାରଣା, on 13 Aug 2019

ଡିଜିଟାଲ ଯୁଗର ଆହ୍ୱାନ କୁ ଆପଣଙ୍କ ଟିମ୍ ଲାଗିପଡିଛନ୍ତି, ସୁନ୍ଦର ଅଳଂକରଣ ବି ପତ୍ରିକା ପ୍ରକାଶ ନର ଏକ ଅଂଗ,ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ପତ୍ରିକା ଠୁ କମ୍ ନୁହେ ଭଲ ଲାଗୁଛି ପଢ଼ିବା କୁ।ଭବିଷ୍ୟତ ରେପ୍ରଥମ ଡିଜିଟାଲ ପତ୍ରିକା ର ଗୌରବ ପାଇବ ନିଶ୍ଚୟ, ଆଉଟିକେ ମେଡିଆ ପ୍ରସାର ଦରକାର।


ଆପଣଙ୍କ ମତାମତ ଦିଅନ୍ତୁ
Introductory text of Publication :
Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month.

Frequency : Monthly
Format : PDF e-Magazine
Language : Odia
Starting year of Publication : 2006
Subject : Literature

Publisher :

Dr Jyoti Prasad Pattanayak
MBBS, PGDMCH, PGDHM

Beema Nagar, 2nd Lane
Berhampur, 760010
Dist : Ganjam
Odisha, India

Editorial Board :

Dr Jyoti Prasad Pattanayak
Chief Editor

e-Mail : editor@aahwaan.com

Mrs Priti Priyadarshani Mohapatro
Sub-Editor

e-Mail : subeditor@aahwaan.com


Archieves

2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤