(ମା ଶାରଦାଦେବୀଙ୍କ ଫଟୋ)
ମୂଳ ରଚନା (ବଙ୍ଗଳା) : ହୀରକ ବନ୍ଦୋପାଧ୍ୟାୟ
ଓଡ଼ିଆ ଭାଷାନୁବାଦ : ସନାତନ ମହାକୁଡ଼
କେତେଥର ମନ୍ଦିର ଯାଇ, ଆରତୀ ଦେଖିଛି
ମାଆର ପାଦ ପାଖେ ବସି
ଯେମିତି ଆଖି ବନ୍ଦ କରିଛି, ସେମିତି “ସଂସାର ସଂସାର
ଶାଗମାଛର ସଂସାର...”
ଶରଣାଗତ ହେବାର ସାହାସ ଜୀବନେ ହେଲାନି
ଜୀବନ ତ ଶେଷ ହେଲାପ୍ରାୟ
ପିଲାଦିନୁ ଶୁଣି ଆସିଛି
“ଯେତେ ମତ ସେତେ ପଥ”
ଶୁଣି ଆସିଛି, “ଯେ ସହେ, ସେ ରହେ, ଯେ ସହେନା
ସେ ନାଶ ହୁଏ...”
କିନ୍ତୁ କିଏ, ଚୈତନ୍ୟ ହେଲା କିଏ?
ତେବେ ଆସୁଛି ଯାଉଛି, ମାଆର ପାଖେ ଆସି ବସିଛି
ମୋର ପିଲାପିଲି ଆସିବେ ଯିବେ
ଆସିବେ, ଆସିବାକୁ ହେବ
ଜ୍ୟୋତ୍ସ୍ନାର ସ୍ନାନ ସାରି ପବିତ୍ର ହେବାର
ରାସ୍ତାଟି କେଉଁଠି?
ଗ୍ରାମ/ପୋଅ : ବେରୁଆଁବାରୀ, ନୟାଗଡ଼
୭୫୨୦୮୨, ଓଡ଼ିଶା
ଭ୍ରାମ୍ୟଭାଷ : ୯୩୩୯୬୧୦୧୬୮
ଇମେଲ୍ : sanmahakud@gmail.com
Go Back to Previous Page
ରାମେଶ୍ବର ବାବା
ସୁଦାମ ଗୌଡ଼
Read Article
ବିଦାୟୀ ବେଳାରେ ସତର
ସନ୍ତୋଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ