 
     
                    
ମୁଁ ଶୂନ୍ୟ ମୁଁ ହିଁ ପୂର୍ଣ୍ଣତା 
କେବେ ମୃତ୍ୟୁ ତ କେବେ ପୁଣି ଅମରତ୍ୱରେ
ଜୀବିତ ତୋ ପ୍ରତିଟି ସ୍ମୃତିରେ ମୁଁ ।
ମୁଁ ଯାତନା ପୁଣି କେବେ ଆଶ୍ୱାସନା 
କେବେ କୃତ୍ୟ ପୁଣି କେବେ ଅକୃତ୍ୟରେ 
ଜୀବିତ ତୋ ପ୍ରତିଟି ପ୍ରତାରଣାରେ ମୁଁ ।
ଆଜିବି ମୁଁ କାଲିବି ମୁଁ
କେବେ ଅନ୍ତ ପୁଣି କେବେ ଆରମ୍ଭରେ 
ଜୀବିତ ତୋ ପ୍ରତିଟି ସ୍ପନ୍ଦନ ରେ ମୁଁ ।
ଆହତ କେବେ ଅନାହତ ମୁଁ
ରୁଦ୍ଧ କେବେ ପୁଣି କେବେ ଉନ୍ମୁକ୍ତରେ
ଏକାକୀ ଛିଡା ତୋ ପ୍ରତିଟି ପଥରେ ମୁଁ ।
କେବେ ପିଶାଚ ତ କେବେ ଦେବଦୂତ ମୁଁ
ବାସ୍ତବତାରେ କେବେ ପୁଣି କେବେ ଛଳନାରେ
ତୋ ରଙ୍ଗମଞ୍ଚର ସବୁଠୁ ଛୋଟ ଚରିତ୍ରରେ ମୁଁ।
କେବେ ନିବେଦ୍ୟ ତ କେବେ ନିବେଦନରେ ମୁଁ
ସମୁଦ୍ରର ବିଶାଳତାରେ ତ କେବେ ଶିଶିରର କ୍ଷୁଦ୍ରତାରେ
ସଦା ଉଜ୍ଜୀବିତ ତୋ ହୃଦୟର ଅନ୍ଧାର କୋଣରେ ମୁଁ ।।
ବାଦାମବାଡ଼ି, କଟକ, ୭୫୩୦୦୯
ଓଡ଼ିଶା
Go Back to Previous Page 
                                               
                            ସାବିତ୍ରୀ
                            ପ୍ରତିଭା ପରିଡ଼ା 
                            Read Article
                            
 
                                               
                            ଖୁବ୍ ଫେରିଯାଏ ମନଟା
                            ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ