ପବିତ୍ର ଉତ୍କଳୀୟ ନବବର୍ଷ ଉପଲକ୍ଷେ ଆମର ଅଗଣିତ ପାଠକ, ପାଠିକା, ଲେଖକ, ଲେଖିକା, ଉପଦେଷ୍ଟା, ଶୁଭଚିନ୍ତକ ଏବଂ ସର୍ବୋପରି ସମସ୍ତ ଓଡ଼ିଆ ଭାଇଭଉଣୀକୁ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ
ବର୍ଷର ବିଶେଷ ସମୟ, ବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆମେ ପ୍ରସ୍ତୁତ କରିଛୁ ଆହ୍ବାନ ଇ-ପତ୍ରିକାର ଏହି ବିଶାଳ ସ୍ବତନ୍ତ୍ର ସଂକଳନ ଆଶା କରୁଛି ଆପଣମାନେ ଏହାକୁ ପାଇବା ପରେ ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ପଢ଼ାଇବା ପାଇଁ ପ୍ରଚେଷ୍ଟା କରିବେ ଏବଂ ଆମର ସହାୟତା କରିବେ
ଆମେ ଦୃଢ଼ଭାବରେ କହିବାକୁ ଚାହୁଁ ଯେ ଆମେ ଯେମିତି ଓଡ଼ିଆ ଭାଷାର ଉନ୍ନତି ପାଇଁ ପ୍ରଚେଷ୍ଟା କରୁଛୁ ଆପଣ ମଧ୍ୟ କରିପାରିବେ ଆମ ସହ ସଂଶ୍ଳିଷ୍ଟ ହୋଇ ଆପଣ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅନେକ ଅତୁଳନୀୟ କାର୍ଯ୍ୟ କରି ପାରିବେ ଆସନ୍ତୁ ଆମେ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା ପ୍ରତ୍ୟେକେ ଯଦି ଆଉ ଜଣଙ୍କୁ ଓଡ଼ିଆରେ ଲେଖିବା ଓ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବା ତା ହେଲେ ନିଶ୍ଚୟ ଭାବରେ ଆମର ଏଇ ପ୍ରଚେଷ୍ଟା ବହୁଜନବ୍ୟାପୀ ହୋଇ ପାରିବ
ଆହ୍ବାନ ଇ-ପତ୍ରିକାର ପ୍ରକାଶନରେ ସହାୟତା ହେତୁ ଆପଣଙ୍କ ସହଯୋଗ ଆମକୁ ଆଗକୁ ବଢ଼ିବାରେ ଯେତିକି ସାହାଯ୍ୟ କରିବ, ତା’ଠାରୁ ଢେର୍ ଅଧିକ ସାହାଯ୍ୟ କରିବ ଆମ ଭାଷା ଓ ସାହିତ୍ୟରେ ହେଉଥିବା ଅପୂରଣୀୟ କ୍ଷତିକୁ ଭରଣା କରିବାରେ ଆପଣମାନଙ୍କ ଭିତରେ ଆଗାମୀ କାଲିର ବିଶିଷ୍ଟ ସାହିତ୍ୟିକ ସବୁ ରହିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ଆପଣମାନଙ୍କ ଅବଦାନ ହିଁ ଆମଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବ ଏବଂ ଆଗାମୀ ପୀଢ଼ି ପାଇଁ ଏକ ବିଶାଳ ଗନ୍ତାଘର ଛାଡ଼ିଦେଇ ଯିବ ଯାହା ଯୁଗଯୁଗକୁ ଆମର ଆଗାମୀ ପୀଢ଼ିକୁ ଏହି ଭାଷାପ୍ରତି ଆସକ୍ତ ହୋଇ ରହିବାରେ ସାହାଯ୍ୟ କରିବ
ବିଗତ ଏକ ମାସରେ ଦେଶ ଦୁନିଆରେ ହୋଇଥିବା ଅନେକ ଘଟଣାବଳୀର ସମ୍ୟକ ସୂଚନା ଏଠାରେ ଦେଇ ଦେବାକୁ ଉଚିତ ମନେ କରୁଛି ଆଶା କରୁଛି ଆପଣଙ୍କୁ ଆହ୍ବାନର ଚଳିତ ସଂସ୍କରଣ ଭଲ ଲାଗିବ
ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଶୀତଳ ଯୁଦ୍ଧ
ବିଗତ ମାସରେ ଆମେରିକାର ଟ୍ରମ୍ପ ପ୍ରଶାସନ ଚୀନରୁ ଆମଦାନୀ ହେଉଥିବା ଅନେକ ଦ୍ରବ୍ୟ ଉପରେ ଅତିରିକ୍ତ କର ପାଇଁ ନିୟାମକ ଆଣିଥିବା ହେତୁ ଏହା ଚୀନର ବାର୍ଷିକ ରପ୍ତାନୀ ଦରକୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଥିଲେ ହେଲେ ଏହାର ଉତ୍ତରରେ ଚୀନ ସରକାର ଅନେକ ଇଲେକ୍ଟ୍ରୋନିକ୍ ଏବଂ ଆନୁସଙ୍ଗିକ ଉପକରଣ ଉପରେ ଉତ୍ପାଦନ କର ବସାଇ ସେହି ସବୁ ଦ୍ରବ୍ୟର ଦର ବୃଦ୍ଧି କରିଛନ୍ତି ଏହାଦ୍ବାରା ସର୍ବସାଧାରଣ ଖାଉଟିମାନେ ହିଁ ଅସୁବିଧା ଭୋଗ କରିବେ ବୋଲି ମତ ପ୍ରକାଶ ପାଇଥିବା ବେଳେ ଚୀନ ଓ ଆମେରିକା ପରସ୍ପରକୁ ବାଣିଜ୍ୟିକ କଟକଣାମାନ ଲଗାଇ ଭବିଷ୍ୟତ ପାଇଁ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ମତ ସୃଷ୍ଟି ହୋଇଛି
ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍ ସିରିଆରେ ଆକ୍ରମଣ କରିଲେ
ଅପ୍ରେଲ ୭ ତାରିଖରେ ସିରିଆରେ ବର୍ତ୍ତମାନ ସରକାର ନିଜ ନାଗରିକଙ୍କ ଉପରେ ରସାୟନିକ ଅସ୍ତ୍ରଶସ୍ତ୍ର ଦ୍ବାରା ଆକ୍ରମଣ କରାଯାଉଥିବା ଅଭିଯୋଗ କରି ଆକାଶମାର୍ଗରୁ ସିରିଆ ଉପରେ ଯୁଗ୍ମ ଭାବରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍ ଘନଘନ ବୋମାବର୍ଷଣ କରୁଥିବା ଜଣାଯାଇଛି ଏହାପରେ ସଂଯୁକ୍ତରାଷ୍ଟରେ ରୁଷିଆର ଅଧିକାରୀ ଆନାତୋଲି ଆଣ୍ଟୋନୋଭ୍ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏହାର ଫଳ ଭୟଙ୍କର ହୋଇପାରେ ବୋଲି ଜଣାଇଛନ୍ତି
କାଠୁଆ ଗଣଧର୍ଷଣ ଓ ହତ୍ୟା ମାମଲାର ରାଜନୀତିକରଣ
ଜାନୁଆରୀ ମାସରେ ଜାମ୍ମୁକାଶ୍ମୀରରେ ସଂଘଟିତ ଏକ ଅମାନବୀୟ ଘଟଣାରେ ଗୋଟିଏ ଆଠ ବର୍ଷର ବାଳିକାକୁ ଅପହରଣ କରିବାପରେ ଅନେକଦିନ ଧରି ତା ସହ ଧର୍ଷଣ କରାଯାଇ ହତ୍ୟା କରାଯାଇଥିବା ଘଟଣା ଏବେ ସମୁଦାୟ ଜମ୍ମୁ ଅଞ୍ଚଳକୁ ଅଶାନ୍ତ କରିଦେଇଛି ସୂଚନା ଦିଆଯାଇ ପାରେ ଯେ ବାକରୱାଲ୍ ଗୋଷ୍ଠୀର ଏହି କନ୍ୟାଟିକୁ ଡୋଗ୍ରା ସମ୍ପ୍ରଦାୟର କିଛି ଯୁବକ ଅପହରଣ କରି ଏକ ମନ୍ଦିରରେ ଅଟକ ରଖି ଅନେକଦିନ ଧରି ଗଣଧର୍ଷଣ କରିଥିଲେ ଏବଂ ହତ୍ୟା କରିଥିଲେ ବୋଲି କୁହାଯାଉଛି ଏଥିରେ ସଂପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ପୋଲିସର କାର୍ଯ୍ୟରେ ଅନେକ ସାଧାରଣ ନାଗରିକ ସମେତ ଜମ୍ମୁ ଓକିଲ ମହାସଂଘ, ଶାସକ ବିଜେପିର ଦୁଇଜଣ ନେତା ସମେତ ଅନେକ ନାମୀ ନାମୀ ବ୍ୟକ୍ତି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ଅପେକ୍ଷାକୃତ ଶାନ୍ତ ଜମ୍ମୁ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି
ସୂଚନା ମିଳିଛି ଯେ ଏହି ଗଣଧର୍ଷଣ ଏବଂ ହତ୍ୟା ପ୍ରତିବାଦରେ ଓକିଲ ସଂଘ ଜମ୍ମୁ ବନ୍ଦର ଆହ୍ବାନ ଦେଇ ସଂପୂର୍ଣ୍ଣ ମାମଲାକୁ ସିବିଆଇ ଦ୍ବାରା ତଦନ୍ତ କରାଯିବା ଦାବୀ କରିଛନ୍ତି ସେମାନଙ୍କ ମତରେ ଏହା ଏକ ଷଡ଼ଯନ୍ତ୍ର ଏବଂ ଏହାଦ୍ବାରା ଜମ୍ମୁରେ ଥିବା ଶାନ୍ତ ବାତାବରଣରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି ମୃତ କନ୍ୟାଟି ମୁସଲମାନ ସଂପ୍ରଦାୟର ହୋଇଥିବା ବେଳେ ଏଥିରେ ସଂପୃକ୍ତ ଅପରାଧୀମାନେ ହିନ୍ଦୁ ବୋଲି ଦର୍ଶାଇ ଏହି ମାମଲାକୁ ଧାର୍ମିକ ମତଭେଦ ଏବଂ ହିଂସାତ୍ମକ କରିବାର ପ୍ରଚେଷ୍ଟା ଚାଲିଛି ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି
ପ୍ରାୟତଃ ଜମ୍ମୁକାଶ୍ମୀର ଅଞ୍ଚଳରେ ଛୋଟବଡ଼ ବନ୍ଦର ଆହ୍ବାନ ଅନେକ ରାଜନୈତିକ ଦଳ ସମେତ ବିଚ୍ଛିନ୍ନତାବାଦୀ ନେତା ମାନେ ଦେଇ ଆସୁଛନ୍ତି ଏବଂ ଏହି ସବୁ ସମୟରେ ପାକିସ୍ତାନର ପତାକା ଏବଂ ଆଇଏସ୍ ପତାକାର ଖୋଲାଖୋଲି ପ୍ରଦର୍ଶନ ହେବା ସହିତ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ବି ଦିଆଯାଇଛି ଚଳିତ ବନ୍ଦ ସମୟରେ ଅସଂଖ୍ୟ ଜନସାଧାରଣ ଭାରତ ପତାକା ଧରି ଭାରତ ମାତାକୀ ଜୟ ସ୍ଲୋଗାନ୍ ଦେଇ ବୁଲୁଥିବାର ଦେଖାଯାଇଛି ସବୁବେଳେ ବିବାଦୀୟ ଖବରର ସନ୍ଧାନରେ ରହୁଥିବା ଟିଆର୍ପି ଲୋଭି ଗଣମାଧ୍ୟମ ଏଥିରେ ମଧ୍ୟ ଖବରର ସୁରାକ୍ ପାଇଛନ୍ତି ବିଗତ ଦିନରେ ଅନେକ ଟିଭି ଚ୍ୟାନେଲରେ ସଂବାଦ ପଢୁଥିବା ବ୍ୟକ୍ତିମାନେ କାହିଁକି ବନ୍ଦ ସମୟରେ ଭାରତମାତାକୀ ଜୟ କୁହାଯାଉଥିଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି
ଅନେକ ଦାବୀ କରୁଛନ୍ତି ଯେ ଏହି ବନ୍ଦ ଦ୍ବାରା ଅସଲି ଅପରାଧିଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି, ଯେତେବେଳେ କି ଏହି ବନ୍ଦ ମାମଲାର ସିବିଆଇ ଦ୍ବାରା ତଦନ୍ତର ଦାବୀ କରୁଛି ଶୁଣାଯାଉଛି, ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍ ଅଧିକାରୀଙ୍କୁ କଶ୍ମୀରରୁ ବିଶେଷାଧିକାର ଦେଇ ଅଣାଯାଇଛି ସ୍ଥାନୀୟ ଓକିଲ ସଂଘ ଏହାର ବିରୋଧ କରିଛନ୍ତି ସେମାନେ ମତ ଦେଇଛନ୍ତି ଯେ ଜମ୍ମୁ ପରି ଶାନ୍ତ ଅଞ୍ଚଳ, ଯେଉଁଠି ବିଭିନ୍ନ ଧର୍ମର ଲୋକମାନେ ଏକତ୍ର ଶାନ୍ତିରେ ରହୁଛନ୍ତି ସେମାନଙ୍କ ମଧ୍ୟରେ ମନାନ୍ତର ଓ ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ଅସଲ ମାମଲାକୁ ଲୁଚାଇ ଦେଇ ଏହାକୁ ହିନ୍ଦୁ ମୁସଲମାନ ମାମଲା ବୋଲି ଉପସ୍ଥାପିତ କରାଯାଉଛି
ଉନ୍ନାଓ ଧର୍ଷଣ ଓ ହତ୍ୟା ମାମଲାରେ ନରମିଲା ଯୋଗୀ ସରକାର
ଉତ୍ତରପ୍ରଦେଶର ଉନ୍ନାଓ ବିଧାନସଭା କ୍ଷେତ୍ରରେ ଏକ ପରିବାରର ଜନୈକ ବ୍ୟକ୍ତିଙ୍କ ହତ୍ୟା ପୋଲିସ ଦ୍ବାରା ହୋଇଥିବା ଜଣାପଡ଼ିଛି ସେହି ପରିବାରର କନ୍ୟାଜଣେ ଅଭିଯୋଗ କରିଛନ୍ତି ଯେ ସଂପୃକ୍ତ ଅଞ୍ଚଳର ବିଧାୟକ (ବିଜେପି) ତାଙ୍କ ସହ ଧର୍ଷଣ କରିଛନ୍ତି ଏବଂ ସେମାନେ ନ୍ୟାୟମାଗିବା ପାଇଁ ପୋଲିସ ପାଖକୁ ଯିବାପରେ ପୋଲିସ ବିଧାୟକଙ୍କ ନିର୍ଦ୍ଦେଶରେ ପ୍ରତିହିଂସାପରାୟଣ ହୋଇ କନ୍ୟାର ପିତାଙ୍କୁ ଅତ୍ୟାଚାର କରିବାପରେ ସେ ମୃତ୍ୟୁବରଣ କରିଛନ୍ତି
ଏହି ମାମଲା ପରେ ଗଣମାଧ୍ୟମ ଶାସକ ଯୋଗୀ ସରକାରଙ୍କୁ ନିଶାଣରେ ନେଇଥିଲେ ତଥାପି ବିଧାୟକଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ଦର୍ଶାଇ ତାଙ୍କର ଗିରଫଦାରୀକୁ ଅଟକାଇ ଦିଆଯାଇଥିଲା ଯେତେବେଳେ ଏହି ମାମଲା ଅତ୍ୟଧିକ ଦୃଷ୍ଟି ଆକର୍ଷଣ କରିଲା ସେତେବେଳେ ହାଇକୋର୍ଟର ନିର୍ଦ୍ଦେଶରେ ଯୋଗୀ ସରକାର ବିଧାୟକଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲେ ଗତକାଲି ଦିନବେଳେ ଅନ୍ୟୁନ ସତର ଘଣ୍ଟା ଧରି ବାହୁବଳି ବିଧାୟକଙ୍କୁ ଜେରା କରିବାପରେ ଗିରଫ୍ କରାଯାଇଥିଲା
କମନୱେଲ୍ଥ କ୍ରୀଡ଼ାରେ ଭାରତର ଉନ୍ନତ ପ୍ରଦର୍ଶନ
ଅଷ୍ଟ୍ରେଲିଆର ଗୋଲ୍ଡ଼ କୋଷ୍ଟଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ପର୍ଦ୍ଧା ୨୦୧୮ରେ ଭାରତୀୟ ପ୍ରତିଯୋଗୀମାନେ ଅତି ବିଶେଷ ପ୍ରଦର୍ଶନ କରିଛନ୍ତି ସମୁଦାୟ ୫୫ଟି ପଦକ ସହ ଭାରତ ବର୍ତ୍ତମାନ ପଦକତାଲିକାରେ ତୃତୀୟ ସ୍ଥାନରେ ରହିଛି ଏଥିରେ ୨୪ଟି ସ୍ବର୍ଣ୍ଣ ପଦକ, ୧୪ ଟି ରୌପ୍ୟ ପଦକ ଏବଂ ୧୭ଟି ବ୍ରୋଞ୍ଜ୍ ପଦକ ଅନ୍ତର୍ଭୂକ୍ତ
ଏସ୍ସିଏସ୍ଟି କାନୁନରେ ପରିବର୍ତ୍ତନ ବିରୋଧରେ ଭାରତ ବନ୍ଦ
ଚଳିତ ମାସ ଦୁଇ ତାରିଖ ଦିନ ଅପ୍ରତ୍ୟାଶିତ ଭାବରେ ଭାରତ ବନ୍ଦର ଆହ୍ବାନ ଦିଆଯାଇଥିଲା ସୂଚନାଯୋଗ୍ୟ ଯେ ଭାରତରେ ଦଳିତ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ସୁରକ୍ଷାପାଇଁ ଏକ ନିୟମ ଥିଲା, ଯଦି କୌଣସି ସଂରକ୍ଷିତ ସଂପ୍ରଦାୟର ବ୍ୟକ୍ତି କାହା ବିରୋଧରେ ମାମଲା ରୁଜୁ କରୁଥିଲେ ତା ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉଥିଲା କିନ୍ତୁ ମାନ୍ୟବର ସୁପ୍ରିମ କୋର୍ଟ୍ ଏହାର ଅପବ୍ୟବହାର ହେଉଥିବା ଦେଖି ଏହି ନିୟମରେ କିଛି ପରିବର୍ତ୍ତନ କରିଥିଲେ ବିଗତ ବର୍ଷମାନଙ୍କରେ ଦେଖାଯାଇଥିଲା ଯେ ଏହି ନିୟମ ଅନ୍ତର୍ଭୂକ୍ତ ୯୦ ପ୍ରତିଶତରୁ ଅଧିକ ମାମଲା ମିଥ୍ୟା ଥିଲା ଏବଂ ଏଥିରେ ସାଧାରଣ ବ୍ୟକ୍ତିଙ୍କୁ ଅନେକ ଅସୁବିଧା ହେଉଥିଲା, ତେଣୁ ସୁପ୍ରିମ କୋର୍ଟ୍ ନିର୍ଦ୍ଦେଶ ଦେଲେ ଯେ ଏହିପରି ମାମଲା ଆସିଲେ ପ୍ରଥମେ ଏହାର ତଦନ୍ତ ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ଦ୍ବାରା କରାଯିବ ଏବଂ ଦରକାର ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ
ଏହି ନିୟମରେ ପରିବର୍ତ୍ତନ ପରେ ରାଜନୈତିକ ଗୋଷ୍ଠୀ ଏହାକୁ ନେଇ ନୂତନ ସନ୍ଦର୍ଭମାନ ଲୋକଙ୍କ ମନରେ ଭର୍ତ୍ତି କରିବାକୁ ଲାଗିଲେ ଦଳିତ ସଂପ୍ରଦାୟକୁ ଜଣାଇଦେଲେ ଯେ ଏହିପରି କରି ସରକାର ଧିରେ ଧିରେ ସେମାନଙ୍କର ସମସ୍ତ ବିଶେଷାଧିକାର ଛିନ୍ନ କରିବାକୁ ଚାହୁଁଛନ୍ତି ତେଣୁ ଏହା ବିରୋଧରେ ସେମାନେ ଭାରତ ବନ୍ଦ କରିବାର ଦାବୀ କରିଥିଲେ ଏବଂ ଆମ ଦେଶରେ ସମସ୍ତେ ଜାଣନ୍ତି, ଗୋଠମାତିଲେ ଖଣ୍ଡିଆ ମାତେ ନ୍ୟାୟରେ ଏହି ନିୟମ ବିଷୟରେ ଅନଭିଜ୍ଞ ଲୋକଙ୍କୁ ଉସୁକାଇ ବନ୍ଦ କରାଯିବା ସହିତ ଦେଶରେ ହିଂସା କାଣ୍ଡ ଭିଆଇଥିଲେ ଏଥିରେ ଦଶରୁ ଅଧିକ ଲୋକ ପ୍ରାଣ ହରାଇଥିଲେ
ଏହି ବନ୍ଦର ପ୍ରଭାବ ଓଡ଼ିଶା ଭଳି ରାଜ୍ୟରେ ଦେଖାଯାଇନଥିଲେ ସୁଦ୍ଧା ବିଜେପି ଶାସିତ ସମସ୍ତ ରାଜ୍ୟରେ ଏହା ଦେଖା ଯାଇଥିଲା ବିରୋଧୀ ଦଳଙ୍କ ଷଡ଼ଯନ୍ତ୍ର ଦ୍ବାରା ଏହା ସମ୍ଭବ ହୋଇଥିଲା ବୋଲି ବୁଦ୍ଧିଜୀବିମାନେ ମତ ଦେଇଥିଲେ
ବନ୍ଦର ବିରୋଧରେ ପୁଣି ଭାରତ ବନ୍ଦ
ଅନୁସୂଚିତ ଜାତି ଓ ଜନଜାତିଙ୍କ ଦ୍ବାରା ଭାରତ ବନ୍ଦ ଡକରାର ପ୍ରତିବାଦରେ ସଂରକ୍ଷଣ ବିରୋଧୀମଞ୍ଚ ଦ୍ବାରା ପୁଣି ଥରେ ଦଶ ତାରିଖରେ ଭାରତ ବନ୍ଦ ହୋଇଥିଲା ଯଦିଓ ଏହାର ପ୍ରଭାବ ପୂର୍ବପରି ଅଧିକ ନଥିଲା ତଥାପି ଏହାର ସମର୍ଥନରେ ଅନେକ ସଂଗଠନ ଆଗକୁ ଆସିଥିଲେ ଭାରତରେ ଜାତିଗତ ଆରକ୍ଷଣ ବିରୋଧରେ ଏହି ବନ୍ଦ ଦିଆଯାଇଥିଲା
ଦଳିତଙ୍କ ହିତୈଷୀ ରାହୁଲ ଗାନ୍ଧୀ
ଦଳିତଙ୍କ ଦ୍ବାରା ଆହ୍ବାନ କରାଯାଇଥିବା ଭାରତ ବନ୍ଦ ବେଳେ ଦଳୀତଙ୍କୁ ପ୍ରୋତ୍ସାହିତ କରିବା ଭଳି ଟ୍ବିଟ୍ କରି ଗଣମାଧ୍ୟମରେ ଆଲୋଚିତ ହୋଇଥିବା ରାହୁଲ ଗାନ୍ଧୀ ପୁଣିଥରେ ଦଳିତଙ୍କ ପ୍ରତି ଅନ୍ୟାୟ ହେଉଛି କହି ଦୃଷ୍ଟାନ୍ତମୂଳକ ଧାରଣା ଓ ଉପବାସ କରିବା କଥା ଘୋଷଣା କରିଥିଲେ ଏଥିପାଇଁ ଦିଲ୍ଲୀରେ ଏକ ବିଶାଳ ଆୟୋଜନ ମଧ୍ୟ ହୋଇଥିଲା ଏଥିରେ କଂଗ୍ରେସ ଦଳରେ ଅନେକ ନେତା ଓ କର୍ମୀ ଭାଗ ନେଇଥିଲେ
୧୯୮୪ ମସିହାର ଶିଖ ଦଙ୍ଗା ସମୟର ମୁଖ୍ୟ ଅଭିଯୁକ୍ତ ଜଗଦିଶ୍ ଟାଇଟଲ୍ର ଏଠାରେ ଉପସ୍ଥିତ ଥିଲେ କିନ୍ତୁ ଗଣମାଧ୍ୟମ ଏହାକୁ ନେଇ ବାରମ୍ବାର ପ୍ରଶ୍ନ କରିବାପରେ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ତାଙ୍କୁ ସଭାସ୍ଥଳ ତ୍ୟାଗକରି ଯିବାକୁ ପଡିଥିଲା
ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ କଥା ଯାହା ଏହି କାର୍ଯ୍ୟକ୍ରମରେ ହୋଇଥିଲା ତାହା ଥିଲା ଏଥିରେ ଅଂଶଗ୍ରହଣ କରିବାକୁ ଆସୁଥିବା ନେତାମାନେ ଅନଶନ କରିବା ପୂର୍ବରୁ ଦିଲ୍ଲୀର ଏକ ବିଖ୍ୟାତ ହୋଟେଲରେ ବସି ଛୋଲେ ଭତୁରେ ଖାଉଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଏହାପରେ ଗଣମାଧ୍ୟମ ସମେତ ପ୍ରାୟ ଅଧିକାଂଶ ବୁଦ୍ଧିଜୀବି ଏବଂ ବିଜେପି ତରଫରୁ ଏହାକୁ ଉପବାସ ନୁହେଁ ଉପହାସ ବୋଲି ଆଖ୍ୟା ଦିଆଯାଇଥିଲା କଂଗ୍ରେସ ଦଳ ତରଫରୁ ଅନେକ ବକ୍ତବ୍ୟ ଦିଆଯାଇଥିଲେ ସୁଦ୍ଧା ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମ ଯେ ଅସଫଳ ହୋଇଥିଲା ତାହା ସମସ୍ତେ ମାନିଥିଲେ ଦଳିତଙ୍କ ସମବେଦନା ଜଣାଉଥିବା ରାହୁଲ ଗାନ୍ଧୀ ସେଦିନ ଉପବାସରେ ଅଂଶ ଗ୍ରହଣ କରିବା ପାଇଁ ଦିନ ସାଢେ ଗୋଟାଏ ବେଳେ ସଭାରେ ପହଞ୍ଚିଥିଲେ
ଏହାପରେ ସେ କର୍ଣ୍ଣାଟକ ଯାଇଥିବା ବେଳେ ଦଳିତଙ୍କ ଘରେ ଖାଦ୍ୟ ଗ୍ରହଣ କରିବା ଏବଂ ଖାଦ୍ୟ ସୁସ୍ବାଦୁ ହୋଇଛି କହି ପୁଣିଥରେ ଅଧିକ ଖାଇବାକୁ ମାଗିବା ଆଦି ତାଙ୍କର ରାଜନୀତିର ଅଂଶ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି
ମୋଦୀ ଦେଲେ ପ୍ରତିଶୃତି, ବେଟି ବଚାଓ ଜାରୀ ରହିବ
ବିଗତ ଦିନରେ ଉତ୍ତରପ୍ରଦେଶର ଉନ୍ନାଓ ଓ ଜମ୍ମୁକଶ୍ମୀରର କାଠୁଆରେ ସଂଘଟିତ ଘୃଣିତ ଧର୍ଷଣ ଓ ହତ୍ୟା ମାମଲା ଉପରେ ନିଜ ବକ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମାମଲାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ଦ୍ବାରା ଦଣ୍ଡ ବିଧାନ କରାଯିବ ଦୋଷୀମାନେ କଦାପି ତ୍ରାହି ପାଇବେ ନାହିଁ
ମୋଦୀଙ୍କ ଘୋଷଣା ପରେ ଉତ୍ତରପ୍ରଦେଶରେ ଅଭିଯୁକ୍ତ ବିଧାୟକ ଗିରଫ ହୋଇଥିବା ବେଳେ ଜମ୍ମୁକଶ୍ମୀରର ବିଜେପି ନେତା ଯେଉଁମାନେ ବନ୍ଦକୁ ସମର୍ଥନ କରିଥିଲେ ସେମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି
କିନ୍ତୁ ଏହାପରେ ପୁଣିଥରେ ରାଜନୀତି ଗରମ ହୋଇଛି ଜମ୍ମୁ ବନ୍ଦରେ କେବଳ ବିଜେପି ନୁହଁ ବରଂ କଂଗ୍ରେସର ଅନେକ ନେତା ମଧ୍ୟ ସାମିଲ ଥିଲେ ବୋଲି ଜଣାପଡ଼ିଛି ଦିଲ୍ଲୀରେ ରାହୁଲ ଗାନ୍ଧୀ ସରକାରଙ୍କୁ ଏହି ମାମଲାରେ ଘେରାଉ କରିବା ଯୋଜନା କରୁଥିବା ସମୟରେ ତାଙ୍କରି ଦଳର ସଦସ୍ୟ ଜମ୍ମୁରେ ବନ୍ଦ ଆୟୋଜନ କରୁଛନ୍ତି କିପରି
ସଲମାନ ଖାନଙ୍କୁ ପାଞ୍ଚବର୍ଷ ଦଣ୍ଡ
୧୯୯୮ ମସିହାରେ ରାଜସ୍ଥାନରେ ନିଜ ଚଳଚ୍ଚିତ୍ର ‘ହମ୍ ସାଥ ସାଥ ହେ’ର ସୁଟିଂ ସମୟରେ ବିରଳ କୃଷ୍ଣସାରମୃଗ ଶୀକାର ମାମଲାରେ ନିଜର ନ୍ୟାୟ ଶୁଣାଇ ଯୋଧପୁର ଅଦାଲତ ସୁପରଷ୍ଟାର ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚବର୍ଷର ଦଣ୍ଡାଦେଶ ଦେଇଥିଲେ ଏହାପରେ ସଲମାନ ଖାନଙ୍କୁ ଯୋଧପୁର ସ୍ଥିତ ଜେଲକୁ ପଠାଇ ଦିଆଯାଇଥିଲା ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ ହେବାପରେ ତାଙ୍କୁ ଦୁଇଦିନ ପାଇଁ କାରାଗାରରେ ରହିବାକୁ ପଡ଼ିଥିଲା ପରେ ଅବଶ୍ୟ ସେ ଜାମିନ ପାଇଥିଲେ କିନ୍ତୁ ତାଙ୍କୁ ଜାମିନ ଦେବାପାଇଁ ଜଣେ ବିଚାରପତି ଅନିଚ୍ଛୁକ ଥିଲେ ବୋଲି ଶୁଣାଯାଉଥିଲା ଏବଂ ସେଇଥିପାଇଁ ରାତାରାତି ତାଙ୍କୁ ବଦଳି କରାଯାଇ ନୂତନ ବିଚାରପତିଙ୍କ ଦ୍ବାରା ଏହି ମାମଲାର ବିଚାରଣା କରାଯାଇଥିଲା
ବର୍ତ୍ତମାନ ସଲମାନ ଖାନ୍ ଜାମିନରେ ଆସିଛନ୍ତି ତାଙ୍କ ଉପରେ ବଲିଉଡ଼ ଶିଳ୍ପର ଅନ୍ୟୁନ ଛଅ ଶହ କୋଟି ଟଙ୍କା ଲାଗିଛି ବୋଲି ଶୁଣା ଯାଉଛି ଆଗରୁ ମଧ୍ୟ ସଲମାନ ଖାନ ଏକ ହିଟ୍ ଏଣ୍ଡ୍ ରନ୍ ମାମଲାରେ ବିଚାରାଳୟରୁ ନିସ୍ତାର ପାଇଥିଲେ କିନ୍ତୁ ଏହି ମାମଲାରେ ସେ ନିର୍ଦ୍ଧୋଷ ବୋଲି ପ୍ରମାଣିତ ହୋଇପାରିଲେ ନାହିଁ
କଂଗ୍ରେସର ବରିଷ୍ଠ ନେତା ଏବେ ବିଜେଡ଼ିରେ
ଗଞ୍ଜାମ ଜିଲ୍ଳାର ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ, ଯୁବନେତା ବିକ୍ରମ କେଶରୀ ପଣ୍ଡା ଓ ଶିକ୍ଷାବିତ ଭଗବାନ ଗନ୍ତାୟତ ପ୍ରମୁଖ ନିଜ କର୍ମୀଙ୍କ ଗହଣରେ ମତ ଗ୍ରହଣ କରିବାପରେ ଚଳିତ ମାସର ଚାରି ତାରିଖରେ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଏହା ଫଳରେ ଜିଲ୍ଲାରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ
ସୂଚନାଯୋଗ୍ୟ ଯେ ଶ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଶାସନ ସମୟରେ କେନ୍ଦ୍ରମନ୍ତ୍ରୀ ଥିଲେ ଏବଂ ଜିଲ୍ଲା ତଥା ରାଜ୍ୟପାଇଁ ତାଙ୍କର ଅବଦାନ ଅନେକ ରହିଛି ଏବଂ ଗଞ୍ଜାମ ଜିଲ୍ଲାରେ କର୍ମୀମାନଙ୍କୁ ସଂଗଠିତ କରିବାରେ ତାଙ୍କ ଭୂମିକା ଅନେକ ସେ ବିଜେଡ଼ିରେ ସାମିଲ ହେବାପରେ ବିଜେଡ଼ିର ସଂଗଠନ ଆହୁରି ସୁଦୃଢ଼ ହେବା ସହ ୨୦୧୯ ନିର୍ବାଚନରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିବ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି
ଦେଶ ଦୁନିଆର କୋଣେ ଅନୁକୋଣେ ଅନେକ ଘଟଣା ଦୁର୍ଘଟଣା ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଘଟିଛି, ସେହି ସବୁ ଘଟଣା ମାନଙ୍କ ମଧ୍ୟରୁ କିଛି ନିର୍ବାଚିତ ଘଟଣାର ବିବରଣୀ ଉପରେ ଦେଇଛି ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କିମ୍ବା ରାଜନୈତିକ ନୀତିକୁ ଅନୁସରଣ କରି ଲେଖାଯାଇନାହିଁ
ଆହ୍ବାନର ଚଳିତ ମାସର ବିଶେଷ ସଂସ୍କରଣ ପାଞ୍ଚଶହରୁ ଅଧିକ ପୃଷ୍ଠାର ହୋଇଛି ଏବଂ ଏହା କେବଳ ଆପଣମାନଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ପ୍ରତିଦିନ ଆହ୍ବାନର ଲେଖକ ଲେଖିକା ସଂଖ୍ୟାରେ ଅଭିବୃଦ୍ଧି ଘଟୁଛି ଏହା ସହ ଏହା ପାଠକୀୟ ଆଦୃତି ଲାଭ କରୁଛି ତେଣୁ ଆଶା କରୁଛି ଆଗାମୀ ଦିନରେ ଏହାର କଳେବର ଆହୁରି ଅଧିକ ବୃଦ୍ଧି ହେବ ଏବଂ ଏହା ଦ୍ବାରା ଆମ ଭାଷା ସାହିତ୍ୟ ପାଇଁ ଆମର କିଞ୍ଚିତ ଅବଦାନ ସଫଳ ହେବ
ବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା-ସମ୍ପାଦକ, ଆହ୍ବାନ ଇ-ପତ୍ରିକା
Go Back to Previous Page
                                               
                            ଏକ ଆଦର୍ଶ ସମାଜର ସ୍ବପ୍ନ
                            ଶୁଭକାନ୍ତ ସାହୁ 
                            Read Article
                            
                                               
                            ନିରୁଦ୍ଧିଷ୍ଟ
                            ପ୍ରମୋଦ କୁମାର ପଣ୍ଡା 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ